Posted inଖେଳ

କୋପା ଆମେରିକା ଫୁଟ୍‌ବଲ: ନକ୍‌ଆଉଟ୍‌ରେ ଉରୁଗୁଏ, ପାରାଗୁଏ

ସାଓ ପାଉଲୋ,୨୬।୬: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ଉରୁଗୁଏ ଓ ପାରାଗୁଏ ନକ୍‌ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଗ୍ରୁପ୍‌ ଏ’ରେ ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ଗୁଡିକରେ ଏହି ଦୁଇ ଦେଶ ବିଜୟ ହାସଲ କରିବା ସହ ଏହି ସଫଳତା ପାଇଛନ୍ତି। ବ୍ରାଜିଲର କୁଇଆବାସ୍ଥିତ ଏରିନା ପଣ୍ଟାନାଲଠାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଉରୁଗୁଏ ୨-୦ ଗୋଲରେ ବଲିଭିଆକୁ ପରାସ୍ତ କରିଛି। ମ୍ୟାଚ୍‌ରେ ଉରୁଗୁଏ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ ମଧ୍ୟ କଡ଼ା ସଂଘର୍ଷର ସମ୍ମୁଖୀନ ହୋଇଥିଲା।
ମ୍ୟାଚ୍‌ର ୪୦ତମ ମିନିଟ୍‌ରେ ବଲିଭିଆର ଜାଇରୋ କ୍ୱିଣ୍ଟେରୋସ୍‌ ଆତ୍ମଘାତୀ ଗୋଲ ଦେଇଥିଲେ। ଫଳରେ ଉରୁଗୁଏ ଅଗ୍ରଣୀ ହାସଲ କରିଥିଲା। ଏହାପରେ ୭୯ତମ ମିନିଟ୍‌ରେ ଏଡିନ୍‌ସନ କାଭାନି ଏକ ସୁନ୍ଦର ଫିଲ୍ଡ ଗୋଲ ଦେଇ ଉରୁଗୁଏକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଅଭିଜ୍ଞ ଡିଫେଣ୍ଡର କାଭାନି ଗତ ନଭେମ୍ବର ପରେ ଉରୁଗୁଏ ପାଇଁ ପ୍ରଥମ ଗୋଲ ସ୍କୋର କରି ଫର୍ମକୁ ଫେରିଛନ୍ତି। ଉରୁଗୁଏ ଟୁର୍ନାମେଣ୍ଟରେ ପ୍ରଥମ ବିଜୟ ହାସଲ କରିଛି। ତେବେ ବଲିଭିଆ ଟୁର୍ନାମେଣ୍ଟରୁ ଏକପ୍ରକାର ବିଦାୟ ନେଇଛି। ଅନ୍ୟ ଏକ ମ୍ୟାଚ୍‌ରେ ପାରାଗୁଏ ଚିଲିକୁ ହରାଇବାରୁ ବଲିଭିଆର ନକ୍‌ଆଉଟ ଆଶା ମଉଳିଯାଇଛି।
ଗ୍ରୁପ୍‌ ଏ’ରେ ଆର୍ଜେଣ୍ଟିନା ୩ ମ୍ୟାଚ୍‌ ଖେଳି ୨ ବିଜୟ, ୧ ଡ୍ର ସହ ୭ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି। ସେହିପରି ପାରାଗୁଏ ୩ଟି ମ୍ୟାଚ୍‌ ଖେଳି ୨ ବିଜୟ ଓ ଗୋଟିଏ ପରାଜୟ ସହ ୬ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଚିଲି ୩ଟି ମ୍ୟାଚ୍‌ ଖେଳି ୧ ବିଜୟ ଓ ୨ ଡ୍ର ସହ ୫ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଛି। ସେହିପରି ଉରୁଗୁଏ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ଲେଖାଏ ବିଜୟ, ଡ୍ର ଓ ପରାଜୟ ସହ ୪ ପଏଣ୍ଟ ହାସଲ କରି ଚତୁର୍ଥ ସ୍ଥାନରେ ରହିଛି। ତେବେ ବଲିଭିଆ ୩ଟି ମ୍ୟାଚ୍‌ ଖେଳି ୩ ପରାଜୟ ସହ ଖାତା ଖୋଲି ନ ପାରି ଟୁର୍ନାମେଣ୍ଟରୁ ବାଦ୍‌ ପଡିଛି। ସୋମବାର ଉରୁଗୁଏ ଓ ପାରାଗୁଏ ପରସ୍ପରକୁ ଭେଟିବେ। କ୍ୱାର୍ଟର ଫାଇନାଲରେ ଗତଥରର ଚାମ୍ପିୟନ ବ୍ରାଜିଲକୁ କେଉଁ ଦଳ ଭେଟିବ ଏହି ମ୍ୟାଚର ଫଳାଫଳ ଉପରେ ନିର୍ଭର କରିବ। ଯଦି ଉରୁଗୁଏ- ପାରାଗୁଏ ମ୍ୟାଚ୍‌ ଡ୍ର ରୁହେ ତେବେ ଚିଲି ଆୟୋଜକ ବ୍ରାଜିଲକୁ କ୍ୱାର୍ଟର ଫାଇନାଲରେ ଭେଟିବ। କିନ୍ତୁ ଯଦି ପାରାଗୁଏ ଜିତିବ ତାହାହେଲେ କ୍ୱାର୍ଟରରେ ବ୍ରାଜିଲ ଓ ଉରୁଗୁଏ ମୁହଁାମୁହିଁ ହେବେ। ଏଭଳି ସ୍ଥିତିରେ କ୍ୱାର୍ଟରରେ ବ୍ରାଜିଲ ବଦଳରେ ଦୁର୍ବଳ ଦଳକୁ ଭେଟିବା ପାଇଁ ଆମେ ଜାଣିଶୁଣି ଖରାପ ଖେଳିବୁ ନାହିଁ। ଆମେ ବିଜୟୀ ହେବାକୁ ପଡିଆକୁ ଓହ୍ଲାଇବୁ ବୋଲି ଉରୁଗୁଏ ମିଡ୍‌ଫିଲ୍ଡର ଜିଓରଜିଆନ ଡି ଆରାସ୍କାଟି କହିଛନ୍ତି। ଅନ୍ୟପଟେ ସୋମବାର ବଲିଭିଆ ଓ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ପରସ୍ପରକୁ ଭେଟିବେ। ଯଦି ଆର୍ଜେଣ୍ଟିନାକୁ ବଲିଭିଆ ପରାସ୍ତ କରେ ଓ ଉରୁଗୁଏଠାରୁ ପାରାଗୁଏ ହାରେ ତାହାହେଲେ ବଲିଭିଆ ନକ୍‌ଆଉଟକୁ ଉଠିବାର କ୍ଷୀଣ ଆଶା ରହିଛି।
ପାରାଗୁଏଠାରୁ ହାରିଲା ଚିଲି
ବ୍ରାସିଲିଆ: ସ୍ଥାନୀୟ ମାନେ ଗାରିଞ୍ଚା ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଗ୍ରୁପ୍‌ ଏ’ର ଅନ୍ୟ ଏକ ମ୍ୟାଚ୍‌ରେ ଚିଲି ୦-୨ ଗୋଲରେ ପାରାଗୁଏଠାରୁ ପରାସ୍ତ ହୋଇଛି। ଏହି ମ୍ୟାଚ୍‌ରେ ଚିଲି ଅଧିକ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ କେତୋଟି ସୁଯୋଗ ହାତଛଡ଼ା କରି ଗୋଲ ସ୍କୋର କରିବାରେ ବିଫଳ ହୋଇଥିଲା। ବଲ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ଚିଲି ଯଥେଷ୍ଟ ଆଗରେ ରହିଥିଲା। କିନ୍ତୁ ପାରାଗୁଏ ଦୁଇଟି ଗୋଲ ସ୍କୋର କରିଥିଲା। ମ୍ୟାଚ୍‌ର ୩୩ତମ ମିନିଟ୍‌ରେ ବ୍ରାଇଆନ ସାମୁଡିଓ ଗୋଲ ଦେଇ ପାରାଗୁଏକୁ ଅଗ୍ରଣୀ କରାଇଥିଲେ। ଏହାପରେ ଦ୍ୱିତୀୟାର୍ଦ୍ଧରେ ପେନାଲ୍ଟି ଜରିଆରେ ମିଗୁଏଲ ଅଲମିରୋନ ୫୮ତମ ମିନିଟ୍‌ରେ ଗୋଲ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରାଇବା ସହ ବିଜୟୀ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri