Posted inଖେଳ

ବ୍ରାଜିଲ କୋଚ୍‌ ଟିଟେଙ୍କୁ ଜରିମାନା

ସାଓ ପାଉଲୋ,୨୫।୬: କୋଭିଡ୍‌-୧୯ ମହାମାରୀ ଭୟାବହତା ଜାରି ରହିଥିବା ବେଳେ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟ ଆୟୋଜନକୁ ସମାଲୋଚନା କରିବା ବ୍ରାଜିଲ କୋଚ୍‌ ଟିଟେଙ୍କୁ ଭାରି ପଡିଛି। ପୂର୍ବରୁ ଗୋଟିଏ ସପ୍ତାହ ତଳେ ଜଣେ ବଲିଭିଆ ଫୁଟ୍‌ବଲର ମଧ୍ୟ ସମକାରଣ ପାଇଁ ଟୁର୍ନାମେଣ୍ଟକୁ ସମାଲୋଚନା କରି ବାସନ୍ଦର ସମ୍ମୁଖୀନ ହୋଇଥିଲେ। କଲମ୍ବିଆ ଓ ଆର୍ଜେଣ୍ଟିନା ପ୍ରଥମେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାର କାର୍ଯ୍ୟକ୍ରମ ଥିଲା। ତେବେ କୋଭିଡ୍‌-୧୯ କାରଣରୁ ଏହି ଦୁଇ ଦେଶ ଆୟୋଜନରୁ ଓହରିଯିବା ପରେ ବ୍ରାଜିଲକୁ ଆୟୋଜନ ଅଧିକାର ମିଳିଥିଲା।
ଗତ ଜୁନ୍‌ ୧୨ ତାରିଖରେ ଟିଟେ ଏକ ସାମ୍ବାଦିକ ସମ୍ମିଳନୀରେ ଟୁର୍ନାମେଣ୍ଟ ଆୟୋଜନ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଟୁର୍ନାମେଣ୍ଟ ଆରମ୍ଭ ହେବାର ଦୁଇ ସପ୍ତାହରୁ କମ୍‌ ସମୟ ଥିବାବେଳେ ଦକ୍ଷିଣ ଆମେରିକାର ସର୍ବୋଚ୍ଚ ଫୁଟ୍‌ବଲ ପ୍ରଶାସନିକ ସଂସ୍ଥା କନ୍‌ମେବୋଲ ବ୍ରାଜିଲକୁ ଆୟୋଜକ ରୂପେ ଘୋଷଣା କରିଥିଲା। ଟୁର୍ନାମେଣ୍ଟ ବ୍ରାଜିଲକୁ ଏକ ଗୋଳମାଳିଆ ପରିସ୍ଥିତିରେ ସ୍ଥାନାନ୍ତର ହୋଇଛି ବୋଲି ସେ କହିଥିଲେ। ଫଳରେ କନ୍‌ମେବୋଲ ଟିଟେଙ୍କ ଉପରେ ୫,୦୦୦ ଡଲାର ଜରିମାନା ଧାର୍ଯ୍ୟ କରିଛି। ଏବେ ବ୍ରାଜିଲ ଫୁଟ୍‌ବଲ କନ୍‌ଫେଡେରେଶନ ଟିଟେଙ୍କ ବିରୋଧରେ ନିଆଯାଇଥିବା ନିଷ୍ପତ୍ତିକୁ ବିରୋଧ କରିପାରିବ ନାହିଁ ବୋଲି କନ୍‌ମେବୋଲ ଅଧ୍ୟକ୍ଷ ଏଡୁଆର୍ଡୋ ଗ୍ରସ ବ୍ରାଉନ କହିଛନ୍ତି। ଆଉଥରେ ଏଭଳି ସମାଲୋଚନା କଲେ ଟିଟେଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ସେ ସତର୍କ କରାଇଦେଇଛନ୍ତି। ରିଓ ଡି ଜେନିରୋରେ ଗତ ବୁଧବାର ବ୍ରାଜିଲ ୨-୧ ଗୋଲରେ କଲମ୍ବିଆକୁ ହରାଇବା ପରେ ଟିଟେ ଏଭଳି ମନ୍ତବ୍ୟ ଦେଇଥିଲେ। ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଫୁଟ୍‌ବଲ ଖେଳିବା ଠିକ୍‌ ନୁହେଁ ବୋଲି ସେ କହିଥିଲେ। ପୂର୍ବରୁ ଜୁନ୍‌ ୧୮ ତାରିଖରେ ବଲିଭିଆ ଷ୍ଟ୍ରାଇକର ମାର୍ସେଲୋ ମାର୍ଟିନ୍ସଙ୍କ ଉପରେ ୨୦,୦୦୦ ଆମେରିକୀୟ ଡଲାର ଜରିମାନ ଧାର୍ଯ୍ୟ କରାଯାଇଥିଲା। ତାଙ୍କୁ ମଧ୍ୟ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ କରାଯାଇଥିଲା। ଟୁର୍ନାମେଣ୍ଟରେ ଭାଗ ନେଇଥିତ୍ବା ୧୦ଟି ଦଳରୁ ୫ଟି ଦଳରେ କୋଭିଡ୍‌-୧୯ ମାମଲା ଦେଖିବାକୁ ମିଳିଥିଲା। କରୋନାରେ ଏ ପର୍ଯ୍ୟନ୍ତ ୫, ୧୦,୦୦୦ ବ୍ରାଜିଲ ନାଗରିକ ପ୍ରାଣ ହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତକୁ ଦି’ ହାତ ହେଲେ ଏହି ଦକ୍ଷିଣ ଆଫ୍ରିକା କ୍ରିକେଟର୍‌, ଆଇପିଏଲ ନିଲାମରେ ହୋଇପାରନ୍ତି କୋଟିପତି

କେପ୍‌ଟାଉନ୍‌,୫।୧୨: ଦକ୍ଷିଣ ଆଫ୍ରିକାର ଯୁବ ଦ୍ରୁତ ବୋଲର ଜେରାଲ୍ଡ କୋଟଜି ଡିସେମ୍ବର ୧୦ରୁ ଭାରତ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ବିବାହ କରିଛନ୍ତି। ସେ ତାଙ୍କ...

ଆଇପିଏଲ୍‌ରୁ ଓହରିଯିବାକୁ ଏହି ବୋଲରଙ୍କୁ ନିର୍ଦ୍ଦେଶ

ଲଣ୍ଡନ, ୫ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଓହରିଯିବା ଲାଗି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଜୋଫ୍ରା ଆର୍ଚରଙ୍କୁ ନିର୍ଦ୍ଦେଶ ଦେଇଛି। ବାରମ୍ବାର...

ବାଇଜୁସ୍‌କୁ ଏନ୍‌ସିଏଲ୍‌ଟି ନୋଟିସ୍‌

ନୂଆଦିଲ୍ଳୀ, ୫ା୧୨: ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ)ର ୧୫୮ କୋଟି ଟଙ୍କା ବାକି ରଖିବା ପ୍ରସଙ୍ଗରେ ବାଇଜୁସ୍‌କୁ ନୋଟିସ୍‌ ପ୍ରେରଣ କରିଛି ଏନ୍‌ସିଏଲ୍‌ଟି। ଅର୍ଥ ପରିଶୋଧ ହୋଇ...

ଇଂଲଣ୍ଡକୁ ହରାଇଲା ଓ୍ବେଷ୍ଟଇଣ୍ଡିଜ୍‌

ନର୍ଥ ସାଉଣ୍ଡ,୫ା୧୨: ଅଧିନାୟକ ତଥା ଉଇକେଟ କିପର ଶାଇ ହୋପଙ୍କ ଶତକ ଓ ରୋମାରିଓ ଶେଫର୍ଡଙ୍କ ଦ୍ରୁତ ୪୯ ରନ୍‌ ବଳରେ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ...

ସୁଖରାମ ଅଧିନାୟକ

ଭୁବନେଶ୍ୱର, ୫।୧୨ (ତପନ ସ୍ବାଇଁ):ଜାତୀୟ ଦୃଷ୍ଟିବାଧିତ କ୍ରିକେଟ ଟୁର୍ନାମେଣ୍ଟ ନଗେଶ ଟ୍ରଫି ପାଇଁ ସୋମବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ଏହି ସମ୍ମାନଜନକ ଟୁର୍ନାମେଣ୍ଟ ପାଇଁ...

କ୍ରୀଡ଼ା ଭିତ୍ତିଭୂମି ପାଇଁ କିଟ୍‌ ପୁରସ୍କୃତ

ଭୁବନେଶ୍ୱର, ୫।୧୨(ତପନ ସ୍ବାଇଁ): ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ  କିଟ୍‌କୁ ସମ୍ମାନଜନକ ସିଆଇଆଇ ସ୍ପୋଟର୍‌ସ ବିଜନେସ ପୁରସ୍କାର-୨୦୨୩...

ଶୁଟିଂ ରେଞ୍ଜରେ ଅଭ୍ୟାସ କରୁଥିବା ବେଳେ ଅଘଟଣ: ବୁଢ଼ା ଆଙ୍ଗୁଠି ହରାଇଲେ ଶୁଟର

ନୂଆଦିଲ୍ଳୀ,୫ା୧୨: କାର୍ନି ସିଂ ଶୁଟିଂ ରେଞ୍ଜରେ ଅଭ୍ୟାସ କରୁଥିବା ସମୟରେ ପିସ୍ତଲରେ ଥିବା ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ କାରଣରୁ ଜଣେ ଶୁଟର ନିଜର ବାମହାତର ବୁଢା...

ବୁମ୍‌ରାଙ୍କୁ ଉପଦେଶ ଦେଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୫।୧୨: ଭାରତର ଜାଭେଲିନ ତାରକା ନୀରଜ ଚୋପ୍ରା ମଧ୍ୟ କ୍ରିକେଟ ଦେଖିବାକୁ ପସନ୍ଦ କରନ୍ତି। ନିକଟରେ ଅନୁଷ୍ଠିତ ବିଶ୍ୱକପ ଫାଇନାଲ ଦେଖିବା ପାଇଁ ସେ ଅହମ୍ମଦାବାଦର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri