Posted inଖେଳ

କୋପା ଆମେରିକା ଫୁଟ୍‌ବଲ: ବ୍ରାଜିଲ- ଆର୍ଜେଣ୍ଟିନା ଫାଇନାଲ

ରିଓ ଡି ଜେନିରୋ,୧୦।୭: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ଦୁଇ ହେଭିଓ୍ବେଟ ଦଳ ନେମାରଙ୍କ ବ୍ରାଜିଲ ଓ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଟାଇଟଲ ଲଢେଇରେ ଅବତୀର୍ଣ୍ଣ ହେବେ। ଶନିବାର ସ୍ଥାନୀୟ ଐତିହାସିକ ମାରାକାନା ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଟୁର୍ନାମେଣ୍ଟରେ ଗତଥରର ଚାମ୍ପିୟନ ବ୍ରାଜିଲ ସର୍ବାଧିକ ୯ଥର ଟାଇଟଲ ହାସଲ କରିଛି। ତେବେ ୧୫ ଥର ଚାମ୍ପିୟନ ହୋଇ ଉରୁଗୁଏ ସଫଳତମ ଦଳ ସାବ୍ୟସ୍ତ ହୋଇଛି। ସେହିପରି ଆର୍ଜେଣ୍ଟିନା ୧୪ ଥର ଚାମ୍ପିୟନ ହୋଇ ଦ୍ୱିତୀୟ ସ୍ଥାନରେ ରହିଛି।
ଟୁର୍ନାମେଣ୍ଟରେ ଏ ପର୍ଯ୍ୟନ୍ତ ବ୍ରାଜିଲ ମାତ୍ର ୨ଟି ଗୋଲ ବରଣ କରିଛି। ଅଭିଜ୍ଞ ଥିଆଗୋ ସିଲ୍‌ଭା, ମାରକ୍ୟୁନୋସ ଓ ଏଡେର ମିଲିଟାଓଙ୍କ ସମେତ ଡିଫେନ୍ସିଭ ମିଡ୍‌ଫିଲ୍ଡର କାସେମିରେ, ଫ୍ରେଡ, ରାଇଟ ବ୍ୟାକ ଡାନିଲୋ ଓ ଲେଫ୍ଟ ବ୍ୟାକ୍‌ ରେନାନ ଲୋଦି ଟୁର୍ନାମେଣ୍ଟରେ ଉଚ୍ଚକୋଟୀର ପ୍ରଦର୍ଶନ କରି ବ୍ରାଜିଲକୁ ଚାମ୍ପିୟନ କରାଇବାର ସାମର୍ଥ୍ୟ ରଖୁଛନ୍ତି। କୋଭିଡ୍‌-୧୯ କାରଣରୁ ଏହି ଖେଳାଳିମାନେ ଟୁର୍ନାମେଣ୍ଟ ଆୟୋଜନକୁ ବିରୋଧ କରି ସମାଲୋଚନ କରୁଥିଲେ ମଧ୍ୟ ଏବେ ଟାଇଟଲ ଜିତିବା ପାଇଁ ବେଶ୍‌ ଆଶାବାଦୀ ଅଛନ୍ତି।
ମେସିଙ୍କ ପାଇଁ ଏହି ନିର୍ଣ୍ଣାୟକ ମ୍ୟାଚ୍‌ ବେଶ୍‌ ଗୁରୁତ୍ୱ ବହନ କରୁଛି। ସଫଳ ହେଲେ ଆର୍ଜେଣ୍ଟିନା ପାଇଁ ମେସି ଜିତିବେ ପ୍ରଥମ ଅନ୍ତର୍ଜାତୀୟ ତଥା ମେଜର ଟାଇଟଲ। ଗତ ୨୮ ବର୍ଷ ହେବ ଆର୍ଜେଣ୍ଟିନା କୌଣସି ମେଜର ଟ୍ରଫି ଜିତିପାରି ନାହିଁ। ୩୪ ବର୍ଷରେ ମେସି ପଦାର୍ପଣ କରୁଛନ୍ତି। ମେସିଙ୍କୁ ମିଡ୍‌ଫିଲ୍ଡର ରୋଡ୍ରିଗୋ ଡି ପଲ ଓ ଗିଓଭାନ ଲୋ ସେଲସୋ ସହାୟତା ତଥା ସୁରକ୍ଷା ଦେବେ। ଏହି ଦୁଇ ଖେଳାଳି ଆକ୍ରମଣାତ୍ମକ ଓ୍ବିଙ୍ଗର ଭାବେ ଜଣାଥିବା ଲାଉଟାରୋ ମାର୍ଟିନଜେ ଓ ନିକୋ ଗୋଞ୍ଜାଲେଜଙ୍କୁ ଭଲ ପାସ୍‌ ଦେବାର ସମ୍ଭାବନା ରଖୁଛନ୍ତି। ମେସି ଏ ପର୍ଯ୍ୟନ୍ତ ୪ଟି ଗୋଲ ସ୍କୋର କରି ଟପ୍‌ ସ୍କୋରର ସାବ୍ୟସ୍ତ ହୋଇଛନ୍ତି ଓ ସେ ୫ଟି ଆସିଷ୍ଟ କରିଛନ୍ତି। ନିଜ କ୍ଲବ ବାର୍ସିଲୋନ ଶୈଳୀରେ ମେସି ଖେଳୁଛନ୍ତି ଓ ଫ୍ରି କିକ୍‌ ଜରିଆରେ ଗୋଲ ସ୍କୋର କରିଛନ୍ତି।
ବ୍ରାଜିଲ ଓ ଆର୍ଜେଣ୍ଟିନା ଶକ୍ତିଶାଳୀ ହୋଇଥିଲେ ମଧ୍ୟ ଏହି ଦୁଇ ଦଳ ପାଖରେ ଦୁର୍ବଳତା ରହିଛି। ଡିଫେନ୍ସ ଉପରେ ବ୍ରାଜିଲ ଅତ୍ୟଧିକ ନିର୍ଭରଶୀଳ ହୋଇଥିବାରୁ ଷ୍ଟ୍ରାଇକରମାନଙ୍କ ପ୍ରଦର୍ଶନ ସେତେଟା ଭଲ ହୋଇପାରି ନାହିଁ। ଯାହାଫଳରେ ରିଚାର୍ଲିଶନ ଓ ରୋବେର୍ଟୋ ଫିରମିନୋ ବ୍ରାଜିଲ ପାଇଁ ମାତ୍ର ଗୋଟିଏ ଲେଖାଏ ଗୋଲ ସ୍କୋର କରିଛନ୍ତି। ଫାଇନାଳ ମ୍ୟାଚ୍‌ରୁ ବାସନ୍ଦ ହୋଇଥିବା ଗାବ୍ରିଏଲ ଜେସସ ଗୋଲ ଦେବାରେ ବିଫଳ ହୋଇଛନ୍ତି। ମେସିଙ୍କୁ ସୁରକ୍ଷା ଦେବା ପ୍ରକ୍ରିୟାରେ ଆର୍ଜେଣ୍ଟିନାକୁ ଦ୍ୱିତୀୟାର୍ଦ୍ଧରେ ମୂଲ୍ୟ ଦେବାକୁ ହୋଇଛି। ବ୍ରାଜିଲ ଆର୍ଜେଣ୍ଟିନାଠାରୁ ଅଧିକ ଗୋଲ ଦେବାରେ ସଫଳ ହୋଇଛି। ଫାଇନାଳ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ। ମ୍ୟାଚ୍‌ ଅତିରିକ୍ତ ସମୟକୁ ଯିବ ଓ ପେନାଲ୍ଟି ପରେ ଚାମ୍ପିୟନ କିଏ ହେବ ତାହା ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି। ୨୦୧୯ କୋପା ସେମିଫାଇନାଲରେ ବ୍ରାଜିଲ ୨-୦ରେ ଆର୍ଜେଣ୍ଟିନାକୁ ହରାଇଥିଲା। ଦଳ ତରଫରୁ ଗାବ୍ରିଏଲ ଜେସସ ଓ ରୋବେର୍ଟୋ ଫିର୍ମିନୋ ଗୋଲ ଦେଇଥିଲେ। ନେମାର ଇଞ୍ଜୁରି କାରଣରୁ ଏହି ଟୁର୍ନାମେଣ୍ଟ ଖେଳି ନ ଥିଲେ।
ଆର୍ଜେଣ୍ଟିନା ଗୋଲକିପର ଏମିଲିଆନୋ ମାର୍ଟିନେଜଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ହୋଇଛି। କଲମ୍ବିଆ ବିପକ୍ଷ ସେମିରେ ସେ ୩ଟି ଗୋଲ ସେଭ କରିଥିଲେ। ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲସେନାରୋ ଅନ୍‌ଲାଇନ୍‌ରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବେର୍ଟୋ ଫର୍ନାଣ୍ଡିଜଙ୍କ ସହ ଫାଇନାଲ ମ୍ୟାଚ୍‌ ପୂର୍ବରୁ କଥା ହୋଇଛନ୍ତି। ବ୍ରାଜିଲ ୫-୦ରେ ଜିତିବ ବୋଲି ବୋଲସେନାରୋ କହିଛନ୍ତି। ତେବେ ଫର୍ନାଣ୍ଡିଜ କିନ୍ତୁ ହସିବା ସହ ନିଜର ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। ଏହି ଫାଇନାଲ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁଲୀପ୍‌ ଟ୍ରଫି ଫାଇନାଲ: ଇଶାନଙ୍କ ଉପରେ ନଜର

ବେଙ୍ଗାଲୁରୁ, ୩।୯ (ପି.ଟି.)- ଘରୋଇ କ୍ରିକେଟ୍‌ର ଅନ୍ୟତମ ସମ୍ମାନଜନକ କ୍ରିକେଟ୍‌ ପ୍ରତିଯୋଗିତା ଦୁଲୀପ୍‌ ଟ୍ରଫିର ଫାଇନାଲ ମ୍ୟାଚ୍‌ ବୁଧବାରଠାରୁ ଆରମ୍ଭ ହେବ। ସ୍ଥାନୀୟ ଏମ୍‌. ଚିନ୍ମସ୍ବାମୀ...

ଲଜ୍ଜାଜନକ ପରାଜୟ ପରେ ବିରାଟ କୋହଲି କହିଲେ…

ୟୁଏଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ ୨୦୨୧) ର ୩୧ ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଏକପାଖିଆ ଢଙ୍ଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୯...

ପୁଣି ଚାଲିଲା ଅଶ୍ୱିନ-ଅକ୍ଷରଙ୍କ ଯାଦୁ : ୨୦୫ରେ ଅଲଆଉଟ୍‌ ହେଲା ଇଂଲଣ୍ଡ

ଅହମ୍ମଦାବାଦ,୪।୩ : ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ଭଳି ଚତୁର୍ଥ ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଦଳର ଦୁଇ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ...

କୋହଲି ଶ୍ରେଷ୍ଠ ଖେଳାଳି: ଆଫ୍ରିଦୀ

ନୂଆଦିଲ୍ଲୀ,୧୯।୯: ପୂର୍ବତନ ପାକିସ୍ତାନ ଅଧିନାୟକ ତଥା ଅଲରାଉଣ୍ଡର ଶାହିଦ ଆଫ୍ରିଦୀ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି୨୦...

ଜେହାନ ଦାରୁବାଲାଙ୍କୁ ଉପେକ୍ଷା

ନୂଆଦିଲ୍ଲୀ, ୬ା୬ (ପି.ଟି.)-ଅର୍ଜୁନ ପୁରସ୍କାର ପାଇଁ ଭାରତୀୟ ମୋଟର ସ୍ପୋଟର୍‌ସ ଫେଡେରେଶନ ସୁପାରିସ କରିଥିବା ନାମ ତାଲିକାରେ ଜେହାନ ଦାରୁବାଲାଙ୍କ ନାମ ସ୍ଥାନ ପାଇ ନ...

ମହମ୍ମଦ ସାଲାଙ୍କୁ କରୋନା

କାଇରୋ, ୧୬ା୧୧ (ଏପି)-ଲିଭରପୁଲ୍‌ ଷ୍ଟ୍ରାଇକର ମହମ୍ମଦ ସାଲା କରୋନା ସଂକ୍ରମିତ ହୋଇଛନ୍ତି। ନିଜ ଦେଶର ଇଜିପ୍ଟରେ ସେ ଅତିକମ୍‌ରେ ଗୋଟିଏ ସପ୍ତାହ ଆଇସୋଲେଶନରେ ରହିବେ। ଜାତୀୟ...

ଅର୍ଜୁନ ପୁରସ୍କାର: ବୁମ୍‌ରା ମୁଖ୍ୟ ଦାବିଦାର

ନୂଆଦିଲ୍ଲୀ, ୧୪ା୫ (ପି.ଟି.)-ଚଳିତ ବର୍ଷରୁ ଅର୍ଜୁନ ପୁରସ୍କାର ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଜାତୀୟ ଦଳର ପ୍ରମୁଖ ପେସ୍‌ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କ...

ଫ୍ରେଞ୍ଚ୍‌ ଓପନ ବ୍ୟାଡ୍‌ମିଣ୍ଟନ ଫାଇନାଲରେ ସ୍ବସ୍ତିକ-ଚିରାଗ

ପ୍ୟାରିସ, ୨୭।୧୦(ପି.ଟି.): ଭାରତର ପୁରୁଷ ଡବଲ୍ସ ଯୋଡ଼ି ସ୍ବସ୍ତିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଚମତ୍କାର ପ୍ରଦର୍ଶନ ଅବ୍ୟାହତ ରଖି ଫ୍ରେଞ୍ଚ୍‌ ଓପନ ସୁପର ୭୫୦...

Advertisement
Archives

Model This Week