ୟୁକ୍ରେନ୍‌କୁ ବଢ଼ୁଛି ସହଯୋଗ

କ୍ୱିଭ,୧।୩: ୟୁକ୍ରେନରେ ରୁଷିଆର ଆକ୍ରମଣ ଜାରି ଥିବାବେଳେ ବିଭିନ୍ନ ଦେଶ କ୍ୱିଭ୍‌କୁ ସେମାନଙ୍କ ସାମରିକ ସହାୟତା ପ୍ରଦାନ କରିବାରେ ଲାଗିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୩୫୦ ମିଲିୟନ ଡଲାରର ସାମରିକ ଏବଂ ୫୪ ମିଲିୟନ ଡଲାରର ମାନବୀୟ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ବୈଦେଶିକ ସହାୟତା ଆଇନ ଅନୁସାରେ ୟୁକ୍ରେନ ପ୍ରତିରକ୍ଷା ବିଭାଗକୁ ଉକ୍ତ ଅର୍ଥ ଦିଆଯିବ ବୋଲି ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ କହିଛନ୍ତି। ବ୍ରିଟେନ ମଧ୍ୟ ୟୁକ୍ରେନ୍‌କୁ ସାମରିକ ସହାୟତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଘୋଷଣା କରିଛନ୍ତି। ସେଥିମଧ୍ୟରେ ଘାତକ ଅସ୍ତ୍ରଶସ୍ତ୍ର ସାମିଲ କରାଯାଇଛି। ଫ୍ରାନ୍ସ ଡିଫେନ୍ସିଭ୍‌ ଆଣ୍ଟି-ଏୟାରକ୍ରାଫ୍ଟ ସମେତ ଡିଜିଟାଲ ସହାୟତା ଦେଇଛି। ୟୁକ୍ରେନ୍‌କୁ ୨୦୦ ଷ୍ଟିଙ୍ଗର ଏୟାର ଡିଫେନ୍ସ ରକେଟ ଏବଂ ୫୦ ଆଣ୍ଟି-ଟ୍ୟାଙ୍କ୍‌ ସିଷ୍ଟମ ସହ ୪୦୦ ରକେଟ୍‌ ଯୋଗାଇଦେବାକୁ ଡଚ୍‌ ସରକାର ଘୋଷଣା କରିଛନ୍ତି। ଏହା ଜର୍ମାନୀ ସହ ମିଳିତ ଭାବେ ସ୍ଲୋଭାକିଆରେ ଏକ ନାଟୋ ଯୁଦ୍ଧଗୋଷ୍ଠୀକୁ ପାଟ୍ରିଓଟ୍‌ ଏୟାର ଡିଫେନ୍ସ ସିଷ୍ଟମ ପଠାଇବାକୁ ଯୋଜନା କରିଛି। ଜର୍ମାନୀ ୧ ହଜାର ଆଣ୍ଟି-ଟ୍ୟାଙ୍କ ଅସ୍ତ୍ରଶସ୍ତ୍ର, ଭୂମିରୁ ଆକାଶକୁ ନିକ୍ଷେପ ହେଉଥିବା ୫୦୦ ଷ୍ଟିଙ୍ଗର ମିଶାଇଲ ଯୋଗାଣ କରିବ ବୋଲି କହିଛି। କାନାଡା ପ୍ରାୟ ୩୯୪ ମିଲିୟନ ଡଲାରର ଘାତକ ଅସ୍ତ୍ରଶସ୍ତ୍ର ୟୁକ୍ରେନ୍‌କୁ ପଠାଇବା ଆରମ୍ଭ କରିଛି।
୫ ହଜାର ଆଣ୍ଟି-ଟ୍ୟାଙ୍କ୍‌ ରକେଟ୍‌ ସହ ଅଙ୍ଗରକ୍ଷାକାରୀ କବଚ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ପଠାଇବାକୁ ନିଷ୍ପତ୍ତି ନେଇଛି। ୧୯୩୯ରେ ସୋଭିଏଟ୍‌ ୟୁନିୟନ ଫିନ୍‌ଲାଣ୍ଡ ଉପରେ ଆକ୍ରମଣ କରିବା ପରଠାରୁ ପ୍ରଥମ ଥର ପାଇଁ ସୁଇଡେନ୍‌ ନିରପେକ୍ଷ ରହିବା ବଦଳରେ କୌଣସି ଯୁଦ୍ଧ ପ୍ରଭାବିତ ଦେଶକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ବେଲ୍‌ଜିୟମ ୩ ହଜାର ସ୍ବଂୟଚାଳିତ ରାଇଫଲ୍‌, ୨୦୦ ଆଣ୍ଟି-ଟ୍ୟାଙ୍କ ଅସ୍ତ୍ରଶସ୍ତ୍ର ସହ ୩,୮୦୦ ଟନ୍‌ ଇନ୍ଧନ ଯୋଗାଇବାକୁ କହିଛି। ପର୍ତ୍ତୁଗାଲ ନାଇଟ୍‌-ଭିଜନ ଚଷମା, ବୁଲେଟ୍‌ପ୍ରୁଫ୍‌ ଜ୍ୟାକେଟ, ହେଲମେଟ, ଗ୍ରେନେଡ, ଜି-୩ ରାଇଫଲ ସହ ଅନ୍ୟ ଯୁଦ୍ଧାସ୍ତ୍ର ପଠାଇବା ଆରମ୍ଭ କରିଛି। ଗ୍ରୀସ ବିଭିନ୍ନ ପ୍ରକାର ଯୁଦ୍ଧାସ୍ତ୍ର ସହ ମାନବୀୟ ସହାୟତା ପଠାଇବା ଜାରି ରଖିଛି। ୟୁକ୍ରେନ ସୀମା ସଂଲଗ୍ନ ଦେଶ ରୋମାନିଆ ୧୧ ମିଲିଟାରି ହସ୍ପିଟାଲ, ଇନ୍ଧନ, ବୁଲେଟ୍‌ ପ୍ରୁଫ୍‌ ପୋଷାକ, ହେଲମେଟ ସହ ପ୍ରାୟ ୩.୩ ମିଲିୟନ ଡଲାରର ସହାୟତା ପ୍ରଦାନ ନିମନ୍ତେ ଆଗେଇ ଆସିଛି। ସ୍ପେନ୍‌ ୟୁକ୍ରେନ୍‌କୁ ଚିକିତ୍ସା ଉପକରଣ ସହ ଯୁଦ୍ଧାସ୍ତ୍ର ଯୋଗାଣ ନିମନ୍ତେ ଘୋଷଣା କରିଛି। ଚେକ୍‌ ରିପବ୍ଲିକ୍‌ ୪ ହଜାର ମୋର୍ଟାର, ୩୦ ହଜାର ପିସ୍ତଲ, ୭ ହଜାର ଆସଲ୍ଟ ରାଇଫଲ, ୩ ହଜାର ମେଶିନ୍‌ ଗନ୍‌ ସହ ସ୍ନାଇପର ରାଇଫଲ ଏବଂ ୧୦ ଲକ୍ଷ ବୁଲେଟ ୟୁକ୍ରେନ୍‌କୁ ପଠାଇବା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ ରାଜ୍ୟସ୍ତରୀୟ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri