ସହଯୋଗିତା ଓ ପ୍ରତିଯୋଗିତା

ଜଚ୍ଚିଦାନନ୍ଦ ଦାଶ

 

ଆଜିର ଦୁନିଆରେ ପ୍ରତି ମୁହୂର୍ତ୍ତରେ ମଣିଷ ପ୍ରତିଯୋଗିତାମୂଳକ ବାତାବରଣର ସମ୍ମୁଖୀନ ହେଉଛି। ଶିଶୁଟି ଜନ୍ମ ହେବାର କିଛି ଦିନ ପରେ ମଧ୍ୟ ପ୍ରତିଯୋଗିତାର ସମ୍ମୁଖୀନ ହେଉଛି। ଛାତ୍ରଟି ସ୍କୁଲରେ ପଢ଼ିବାକୁ ଯାଇ ମଧ୍ୟ ପ୍ରତିଯୋଗିତାର ସାମ୍ନା କରୁଛି ।
ସେହିପରି ଯୁବକକୁ ଚାକିରି କ୍ଷେତ୍ରରେ, ପ୍ରୌଢ଼ ଓ ବୃଦ୍ଧଙ୍କୁ ପାରିବାରିକ ଜୀବନରେ ପ୍ରତିଯୋଗିତାମୂଳକ ପରିସ୍ଥିତିର ମୁକାବିଲା କରିବାକୁ ହେଉଛି।
ପାରିବାରିକ କୁହ ବା ସାମାଜିକ ବା ଅର୍ଥନୈତିକ ବା ରାଜନୈତିକ ସ୍ଥିତି କୁହ, ସବୁ କ୍ଷେତ୍ରରେ ମଣିଷକୁ ଗ୍ରାସ କରିଛି ପ୍ରତିଯୋଗିତା। ବିନା ପ୍ରତିଯୋଗିତାରେ କେହି ତିଷ୍ଠିବା ସମ୍ଭବ ହେଉନାହିଁ। ସହଯୋଗିତାର ଚିନ୍ତାଧାରା ଖୁବ୍‌ କମ୍‌ ଲୋକଙ୍କ ମନରେ ଆସେ। ଖାଲି ସହଯୋଗିତା ତ ବହୁତ ଦୂରର କଥା, ପ୍ରତିଯୋଗିତାମୂଳକ ସହଯୋଗିତା କରିବାକୁ ଆଜିର ମଣିଷ କୁଣ୍ଠାବୋଧ କରୁଛି।
ଆସନ୍ତୁ ପ୍ରତିଯୋଗିତା ଓ ସହଯୋଗିତା ନେଇ କିଛି ଉଦାହରଣ ତୋଳିବା। ଯଦିଓ ଆମେ ଜାଣୁ ଯେ, ପରସ୍ପର ସହିତ ସଦ୍‌ଭାବ, ପ୍ରୀତି ଓ ସହଯୋଗିତା ନ ଥିଲେ, ଆମେ ଚଳିପାରିବୁ ନାହିଁ, ତଥାପି ଜ୍ଞାତସାରରେ ହେଉ ବା ଅଜ୍ଞାତସାରରେ ହେଉ, ଆମେ ପିଲାଙ୍କ ଭିତରେ ସହଯୋଗିତା ଅପେକ୍ଷା ପ୍ରତିଯୋଗିତା ମନୋଭାବ ବଢ଼ାଇ ଥାଉ। ପିଲା ଜନ୍ମ ହେଲା ଦିନରୁ ବାପାମାଆ ନିଜ ପିଲାକୁ ଭାଇଭଉଣୀ ବା ଅନ୍ୟ ଆତ୍ମୀୟ ସ୍ବଜନଙ୍କ ପିଲା ସହିତ ପ୍ରତ୍ୟେକ ବିଷୟରେ ତୁଳନା କରି ଚାଲିଥାଆନ୍ତି। ସବୁ କାମ ପଛରେ ମୂଳ ଉଦ୍ଦେଶ୍ୟ ହେଲା କେମିତି ଅନ୍ୟମାନଙ୍କୁ ଟପିଯିବା। ସ୍କୁଲ ଆରମ୍ଭ ହେଲେ, ପିଲାଙ୍କୁ ଆହୁରି ଚାପଗ୍ରସ୍ତ ହବାକୁ ପଡ଼େ। ବର୍ତ୍ତମାନ ପାଠପଢ଼ାରେ, ଖେଳରେ, ହାତକାମରେ, ଗୀତନାଚ ସାଧାରଣତଃ ପିଲାର ବାପାମାଆ ଚାହାନ୍ତି, ଶ୍ରେଣୀରେ ତାଙ୍କ ପିଲା ପ୍ରଥମ ହେଉ। କ୍ଲାସରେ ଯେ କେବଳ ଗୋଟିଏ ପିଲା ପ୍ରଥମ ହୋଇପାରିବ, ସେ କଥା ଅଭିଭାବକମାନେ ଜାଣନ୍ତି। ତଥାପି ତାଙ୍କ ପିଲା ପ୍ରଥମ ହୋଇ ନ ପାରିଲେ ଦୁଃଖିତ ହୁଅନ୍ତି। ପିଲାଙ୍କୁ ବାରମ୍ବାର ବୁଝାନ୍ତି ସେ ଯଦି ଅନ୍ୟମାନଙ୍କୁ ପାଠପଢ଼ାରେ ଟପିପାରିବ ନାହିଁ, ତା ହେଲେ ଭଲ ଚାକିରି ମିଳିବ ନାହିଁ, କେହି ତାଙ୍କୁ ମାନସମ୍ମାନ ଦେଖାଇବେ ନାହିଁ। ପ୍ରତିଯୋଗିତାର ଏହି ଆକର୍ଷଣୀୟ ଦିଗଟା ଆମେ ସବୁବେଳେ ଦେଖୁ। ଏହା ଯେ, ଏକ କୁତ୍ସିତ ଦିଗ, ସେ କଥା ଆମେ ଭୁଲିଯାଉ। ଭାଇ ଭାଇ ଭିତରେ ପ୍ରତିଯୋଗିତା କାଳକ୍ରମେ ପ୍ରତିଦ୍ୱନ୍ଦ୍ୱିତାରେ ପରିଣତ ହୁଏ। ଫଳରେ ଭାଇ ଭଗାରି ହୁଏ। ସେ ବିଦ୍ୟାରେ, ଧନରେ ବା ପାରିବାରିକ ସୁଖରେ ଯଦି ନିଜର ଅନ୍ୟ ଭାଇଭଉଣୀଙ୍କୁ ଟପିଯାଏ, ମୁହଁରେ ଆନନ୍ଦ ଦେଖାଉଥିଲେ ମଧ୍ୟ ମନରେ ଈର୍ଷା ବଢ଼ିଥାଏ। କଥାରେ ଅଛି ଉପରେ ହସ ଭିତରେ ବିଷ ନିୟମରେ ପ୍ରଭାବିତ ହୋଇଥାଆନ୍ତି। ଅର୍ଥନୈତିକ ପ୍ରତିଯୋଗିତା ଆହୁରି ଭୟାବହ ହୋଇଉଠୁଛି। ପଡ଼ୋଶୀଘରର ନୂତନ ଟିଭି ବା ଏୟାରକଣ୍ଡିସନର କିଣିଲେ, ସଙ୍ଗେ ସଙ୍ଗେ ପାଖ ପଡ଼ୋଶୀର ପ୍ରତିଯୋଗିତା ଆରମ୍ଭ ହୋଇଯାଉଛି।
ଏଥର ଆସନ୍ତୁ ବିଚାର କରିବା କିପରି ପ୍ରତିଯୋଗିତା କମାଇ ସହଯୋଗିତାର ହାତ ବଢ଼ାଯାଇପାରିବ। ସ୍କୁଲରେ ଛାତ୍ରମାନଙ୍କ ମଧ୍ୟରେ ମନସ୍ତାତ୍ତ୍ୱିକ ପ୍ରତିଯୋଗିତା କମେଇବା ପାଇଁ ୟୁନିଫର୍ମ ଡ୍ରେସ୍‌ କୋଡ ଲାଗୁ କରାଯିବା ଉଚିତ। ଶିକ୍ଷକମାନେ ମେଧାବୀ ଏବଂ କମ୍‌ ଆଇକ୍ୟୁ ଥିବା ପିଲାଙ୍କୁ ନେଇ ଗ୍ରୁପ ତିଆରି କରିବା ଉଚିତ। ଖାଲି ଗ୍ରୁପ ତିଆରି କରିବା ଉଚିତ ନୁହେଁ, ଗ୍ରୁପର ସଦସ୍ୟମାନେ (ଛାତ୍ରମାନେ) ଯେପରି ପାଠ, ବୁଦ୍ଧି ଏବଂ ଅଭିଜ୍ଞତାର ପରସ୍ପର ଭିତରେ ଆଦାନ ପ୍ରଦାନ କରନ୍ତି, ସେ ପ୍ରତି ଶିକ୍ଷକମାନେ ଦୃଷ୍ଟି ଦେବା ଉଚିତ। ପରିବାରରେ ପାଠ, ନିଯୁକ୍ତି, ଅର୍ଥ ଉପାର୍ଜନ କ୍ଷେତ୍ରରେ ଅଭିଭାବକମାନେ ଉତ୍ସାହିତ କରିବା ଏବଂ ତତ୍‌ ସଙ୍ଗେ ସଙ୍ଗେ ହତୋତ୍ସାହିତ କରିବାର ସମନ୍ବୟ ରକ୍ଷା କରିବା ଉଚିତ। ନିଜ ନିଜ କମ୍ୟୁନିଟିରେ ଅର୍ଥନୈତିକ ସମାନତା ଆଣିପାରିଲେ ପ୍ରତିଯୋଗିତା କମିଯିବ ଏବଂ ସହଯୋଗିତାର ପ୍ରେରଣା ବଢ଼ିଯିବ। ସମାଜରେ ପରସ୍ପର ପ୍ରତି ସ୍ନେହ, ଶ୍ରଦ୍ଧା, ଭକ୍ତି, ସାହାଯ୍ୟ ଓ ସହାନୁଭୂତିର ବାତାବରଣ ସୃଷ୍ଟି କଲେ, ଲୋକଙ୍କ ଭିତରେ ସହଯୋଗିତା ବଢ଼ିବ ଏବଂ ପ୍ରତିଯୋଗିତା କମିଯାଇପାରିବ। ସହଯୋଗିତା ବହୁ ଖରାପ ପରିସ୍ଥିତିରେ ଲୋକଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିଥାଏ। ତେଣୁ ବିଦ୍ୟାଳୟ ହେଉ ବା ପରିବାର ବା କାର୍ଯ୍ୟାଳୟ, ସମସ୍ତ କ୍ଷେତ୍ରରେ ସହଯୋଗିତାର ମନ୍ତ୍ର ଗାନ କରିବା ଉଚିତ।
ମୋ : ୯୯୩୮୧୮୧୩୨୦
ସିଡିଏ, ସେକ୍ଟର-୭, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri