ଦୋଷୀ ଏନ୍‌ସିଇଆର୍‌ଟି

ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଅନୁବନ୍ଧିତ ସ୍କୁଲଗୁଡ଼ିକରେ ପିଲାସଂଖ୍ୟା ବଢ଼ିବାରେ ଲାଗିଛି। ଚଳିତ ୨୦୨୪- ୨୫ ଶିକ୍ଷା ବର୍ଷ ପ୍ରାରମ୍ଭରୁ ବହି ଅଭାବ ସମସ୍ୟା ସାମ୍ନାକୁ ଆସିଛି। ଏଭଳି ବହିର ଅଭାବ ଚଳିତ ବର୍ଷ ପ୍ରଥମ ଥର ପାଇଁ ଦେଖାଯାଉ ନାହିଁ। ପାଠ୍ୟକ୍ରମ ଏବଂ ବହି ପ୍ରସ୍ତୁତ କରୁଥିବା କେନ୍ଦ୍ର ସରକାରଙ୍କ ଅଧୀନ ନ୍ୟାଶ୍‌ନାଲ କାଉନ୍‌ସିଲ ଅଫ୍‌ ଏଜୁକେଶନାଲ୍‌ ରିସର୍ଚ୍ଚ ଆଣ୍ଡ୍‌ ଟ୍ରେନିଂ (ଏନ୍‌ସିଇଆର୍‌ଟି) ଏକ ଦଶନ୍ଧିରୁ ଅଧିକ ସମୟ ଧରି ନିଜର ଅପାରଗତା ବାରମ୍ବାର ପ୍ରମାଣ କରିଆସିଛି। ବୋଧହୁଏ କୌଣସି ଅଭିଭାବକଙ୍କ ମନେ ନ ଥିବ ଗତ ଶିକ୍ଷା ବର୍ଷରେ ତାଙ୍କ ପିଲାକୁ ଉଚିତ ସମୟରେ ସବୁବହି ମିଳିପାରିଥିଲା। ଅନ୍ୟପଟେ ଅଭିଭାବକମାନେ ଏହା ମଧ୍ୟ ମନେପକାଇ ପାରୁଥିବେ ଯେ ଯେଉଁମାନଙ୍କର ବଡ଼ ଭାଇ କିମ୍ବା ଭଉଣୀ ଉପର ଶ୍ରେଣୀରେ ପାଠ ପଢ଼ୁଥିଲେ, ତାଙ୍କର ସାନ ଭଉଣୀ ଭାଇ ବଡ଼ଙ୍କ ବହିକୁ ପରବର୍ତ୍ତୀ ବର୍ଷରେ ବ୍ୟବହାର କରିପାରୁଥିଲେ। ଆଜି ସେହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦିଆଯାଇଛି। ଏନ୍‌ସିଇଆର୍‌ଟି ପକ୍ଷରୁ ପ୍ରତ୍ୟେକ ବର୍ଷ ପାଠ୍ୟକ୍ରମ ଏବଂ ବହିରେ ପୂର୍ବବର୍ଷଠାରୁ ଅଳ୍ପ ବହୁତେ ବିଷୟବସ୍ତୁକୁ ଭିନ୍ନ କରାଯାଉଛି। ଏହାଫଳରେ କାଗଜ ନଷ୍ଟ ହେବା ସହିତ ପୁରୁଣା ବହିର କୌଣସି ବ୍ୟବହାର କରାଯାଇପାରୁ ନାହିଁ। ଏହା ଯେ ଏକ ବିରାଟ ଜାତୀୟ କ୍ଷତି ତାହା ବୁଝିବା ପାଇଁ କେହି ନାହିଁ। ନିକଟରେ ଖବର ମିଳିଛି ଯେ, କେତୋଟି ଶ୍ରେଣୀର ବହି ପ୍ରସ୍ତୁତ କରିବାରେ ଅପାରଗ ଏନ୍‌ସିଇଆର୍‌ଟି କର୍ତ୍ତୃପକ୍ଷ ଏବେ ନିଜର ଦୁର୍ବଳତାକୁ ଲୁଚାଇବାକୁ ଯାଇ ସବୁ ପାଠ୍ୟକ୍ରମ ଅନ୍‌ଲାଇନ ଛାଡ଼ିଦେଇଛନ୍ତି। ସ୍ବାଭାବିକ ଭାବେ ଏହି ପରିସ୍ଥିତିରୁ ଲାଭ ଉଠାଇବା ପାଇଁ ବ୍ୟବସାୟୀ ଗୋଷ୍ଠୀ ଅନ୍‌ଲାଇନ ପକାଯାଇଥିବା ପାଠକୁ ବହି ଆକାରରେ ଛାପି ବିକ୍ରି ଆରମ୍ଭ କରିଦେଇଛନ୍ତି। ଏଭଳି ପରିସ୍ଥିତି ପୂର୍ବରୁ ମଧ୍ୟ ଦେଖାଦେଇଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି, ନିଜର ଅପାରଗତାକୁ ସଜାଡ଼ିବା ପରିବର୍ତ୍ତେ ଏନ୍‌ସିଇଆର୍‌ଟି କର୍ତ୍ତୃପକ୍ଷ ପାଠ୍ୟପୁସ୍ତକ ପ୍ରକାଶକଙ୍କ ଉପରେ ଦାଉ ସାଧିବାକୁ ଅଣ୍ଟା ଭିଡ଼ିଛନ୍ତି। ସରକାରଙ୍କ କହିବା କଥା ହେଉଛି ଯେ, ଅନ୍‌ଲାଇନ ଛଡ଼ାଯାଇଥିବା ପାଠକୁ ବହି ଆକାରରେ ଛାପି ବିପୁଳ ଲାଭ ଉଠାଇବା ହେଉଛି ବେଆଇନ। ସେଥିପାଇଁ ପ୍ରକାଶକମାନଙ୍କୁ ଧମକ ଦେବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଉଛି।
ଏବେ ପ୍ରଶ୍ନ ଉଠୁଛି, ଏଭଳି ପରିସ୍ଥିତି ଉପୁଜିଛି କାହା ପାଇଁ। ନିଶ୍ଚିତ ଭାବେ ସ୍ପଷ୍ଟ ଦିଶିଯାଉଛି ଯେ, ଛାତ୍ରୀଛାତ୍ର, ଅଭିଭାବକ, ଦେଶବ୍ୟାପୀ ସବୁ ସିବିଏସ୍‌ଇ ସ୍କୁଲ ଏବଂ ସେଗୁଡ଼ିକର ପରିଚାଳନାର ଦାୟିତ୍ୱରେ ଥିବା ବ୍ୟକ୍ତିମାନଙ୍କର ଦୋଷ ଖୋଜିହେବ ନାହିଁ। ଏଥିରେ ଦୋଷ ରହୁଛି କେବଳ କେନ୍ଦ୍ର ସରକାରଙ୍କର। କାରଣ ଏନ୍‌ସିଇଆର୍‌ଟି ହେଉଛି କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଗୋଟିଏ ପଟେ ସରକାରଙ୍କ ଏହି ଅଙ୍ଗର ଅପାରଗତା ଏବଂ ଅନ୍ୟପଟେ ଦେଶବ୍ୟାପୀ ସ୍କୁଲ ଛାତ୍ରୀଛାତ୍ରଙ୍କର ଭବିଷ୍ୟତ। ଯଦି କେହି ଚିନ୍ତା କରନ୍ତି, ତେବେ ଏନ୍‌ସିଇଆର୍‌ଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ। କାରଣ ଦେଶର ଅନେକ କୋଟି ଛାତ୍ରୀଛାତ୍ରଙ୍କ ପାଖରେ ନେଟ୍‌ରୁ ପଢ଼ିବାର ସୁବିଧା ଏବଂ ଆର୍ଥିକ ସ୍ଥିତି ଆଜି ମଧ୍ୟ ନାହିଁ। ଏହାର ସ୍ପଷ୍ଟ ଉଦାହରଣ କୋଭିଡ୍‌ ସମୟରେ ଏହି ଦେଶ ଦେଖିଥିଲା। ଏଭଳି ପରିସ୍ଥିତିରେ ବ୍ୟବସାୟିକ ଗୋଷ୍ଠୀ ନିଜ ହାତରୁ ଖର୍ଚ୍ଚ କରି ବହି ଛାପିଲେ ଏବଂ ସେଥିରୁ ଯଦି ଲାଭ ଉଠାଇଲେ ତେବେ ତାହାର ଦୋଷ ପ୍ରକାଶକଙ୍କୁ ଦିଆଯିବା ଉଚିତ ନୁହେଁ।
ବ୍ୟବସାୟିକ ଗୋଷ୍ଠୀ ଶିକ୍ଷା ବ୍ୟବସ୍ଥାରୁ ବିପୁଳ ଲାଭ ଉଠାନ୍ତୁ ବୋଲି କେହି ସମର୍ଥନ କରିବେ ନାହିଁ। କିନ୍ତୁ ମଣିଷ ଜାତିର ଇତିହାସ ଦର୍ଶାଉଛି ଯେ, ଯେଉଁ ସାମଗ୍ରୀର ଅଭାବ ଦେଖାଦିଏ ତାହାକୁ ପୂରଣ କରିବାକୁ ଯାଇ ଲାଭ ଉଠାଇବା ଏକ ବିଶ୍ୱବ୍ୟାପୀ ଚରିତ୍ର। ସେଥିପାଇଁ ଏନ୍‌ସିଇଆର୍‌ଟି ଓ ସିବିଏସ୍‌ଇ ବ୍ୟବସ୍ଥାରେ ତୁରନ୍ତ ପରିବର୍ତ୍ତନ ଅଣାଯିବା ଦରକାର ଏବଂ ପ୍ରତ୍ୟେକ ବର୍ଷ ପାଠ୍ୟପୁସ୍ତକରେ ପରିବର୍ତ୍ତନ ଆଣିବାର ଅଯଥା ପ୍ରକ୍ରିୟାକୁ ବନ୍ଦ କରାଯିବା ଦରକାର। ଯଦି ପାଠ୍ୟକ୍ରମରେ କୌଣସି ତ୍ରୁଟି ଦୃଷ୍ଟିକୁ ଆସୁଛି ତେବେ ତାହା ତୁରନ୍ତ ସୁଧାରି ପରବର୍ତ୍ତୀ ବର୍ଷର ପାଠ୍ୟପୁସ୍ତକଠାରୁ ବଦଳାଯାଇପାରନ୍ତା। କିନ୍ତୁ ଏହିଭଳି ତ୍ରୁଟି ସବୁ ବର୍ଷ ଦୃଷ୍ଟିକୁ ଆସୁଛି ବୋଲି କହିବା ଅତ୍ୟନ୍ତ ଖାମଖିଆଲ ମନୋଭାବର ପରିଚୟ।
ଏନ୍‌ସିଇଆର୍‌ଟି ଓ ସିବିଏସ୍‌ଇ ଶିକ୍ଷା ବ୍ୟବସ୍ଥାରେ ଭାରତର ଭବିଷ୍ୟତ ପିଢ଼ି ସୃଷ୍ଟି କରିବାରେ ଏକ ଶୁଭ ଉଦ୍ଦେଶ୍ୟ ରହିଛି ବୋଲି ମନେହୁଏ ନାହିଁ। ବରଂ ଧାରଣା ସୃଷ୍ଟି ହେଉଛି ଯେ, ପ୍ରତ୍ୟେକ ବର୍ଷ ପାଠ୍ୟପୁସ୍ତକ ବଦଳାଇ ଭାରତର ଭବିଷ୍ୟତ ସାଙ୍ଗରେ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ମନ୍ତ୍ରଣାଳୟର ଏହି ବିଭାଗଗୁଡ଼ିକ ଖେଳୁଛନ୍ତି।

ଏନ୍‌ସିଇଆର୍‌ଟି ଓ ସିବିଏସ୍‌ଇ ଶିକ୍ଷା ବ୍ୟବସ୍ଥାରେ ଭାରତର ଭବିଷ୍ୟତ ପିଢ଼ି ସୃଷ୍ଟି କରିବାରେ ଏକ ଶୁଭ ଉଦ୍ଦେଶ୍ୟ ରହିଛି ବୋଲି ମନେହୁଏ ନାହିଁ। ବରଂ ଧାରଣା ସୃଷ୍ଟି ହେଉଛି ଯେ, ପ୍ରତ୍ୟେକ ବର୍ଷ ପାଠ୍ୟପୁସ୍ତକ ବଦଳାଇ ଭାରତର ଭବିଷ୍ୟତ ସାଙ୍ଗରେ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ମନ୍ତ୍ରଣାଳୟର ଏହି ବିଭାଗଗୁଡ଼ିକ ଖେଳୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri