Posted inଜାତୀୟ

ପୋଙ୍ଗଲ ନିମନ୍ତ୍ରଣ ନେଇ ବିବାଦ ବଢ଼ିଲା…

ଚେନ୍ନାଇ,୧୦।୧ : ତାମିଲନାଡୁରେ ଶାସକ ଡିଏମକେ ଏବଂ ରାଜଭବନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ବିଧାନସଭାରୁ ରାଜ୍ୟପାଳଙ୍କ ଗୃହତ୍ୟାଗ ଏବଂ ତାମିଲନାଡୁ ବନାମ ଥିମିଜାଗାମ ବିବାଦ ଉପରେ ରାଜ୍ୟପାଳ ଆର.ଏନ ରବିଙ୍କ ମନ୍ତବ୍ୟ ଶାସକ ବିଧାୟକଙ୍କୁ ଅସନ୍ତୁଷ୍ଟ କରିଛି। ମଙ୍ଗଳବାର ଡିଏମକେ ଅଧ୍ୟକ୍ଷ ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ତାଙ୍କ ଦଳର ବିଧାୟକମାନଙ୍କୁ ରାଜ୍ୟପାଳ ଆର.ଏନ. ରବିଙ୍କ ବିରୋଧରେ କୌଣସି ଆପତ୍ତିଜନକ ମନ୍ତବ୍ୟ ନ ଦେବାକୁ ଏବଂ ବିଧାନସଭା ଅଧିବେଶନରେ କୌଣସି ପୋଷ୍ଟର ନ ଲଗାଇବାକୁ ନିବେଦନ କରିଛନ୍ତି।

ସରକାର ରାଜ୍ୟପାଳ ରବିଙ୍କର ବିଧାନସଭାରେ ଦିଆଯାଇଥିବା ଭାଷଣରେ କିଛି ଅଂଶ ବାଦ ଦେଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଏହି ପରିବର୍ତ୍ତନକୁ ଖାରଜ କରିବା ପାଇଁ ଏକ ପ୍ରସ୍ତାବ ଉପସ୍ଥାପନ କରିଥିବାବେଳେ ବିଧାନସଭା ଇତିହାସରେ ପ୍ରଥମ ଥର ପାଇଁ ରାଜ୍ୟପାଳ ଗୃହତ୍ୟାଗ କରିବା ଘଟଣା ଘଟିଥିଲା।

ଏଥିସହ ରାଜ୍ୟପାଳଙ୍କ ପୋଙ୍ଗଲ ନିମନ୍ତ୍ରଣରେ ତାମିଲନାଡୁ ସରକାରଙ୍କ ବଦଳରେ “ଥାମିଜହାଗା ଅଜୁନାର” ବ୍ୟବହାର କରାଯାଇଛି। ରାଜଭବନ ପୋଙ୍ଗଲ ଉତ୍ସବକୁ ନିମନ୍ତ୍ରଣରେ ରାଜ୍ୟ ସରକାରଙ୍କ ଲୋଗୋର ଅନୁପସ୍ଥିତିକୁ ନେଇ ଆଉ ଏକ ବିବାଦ ଉପୁଜିଛି। ଅନେକ ଅଭିଯୋଗ କରିଛନ୍ତି ଯେ ଏହି ନିମନ୍ତ୍ରଣରେ କେବଳ ଜାତୀୟ ପ୍ରତୀକ ରହିଛି।

ଶାସକ ଡିଏମକେ ଏବଂ ଏହାର ସହଯୋଗୀମାନେ ରାଜ୍ୟପାଳଙ୍କ ଦ୍ୱାରା ରାଜ୍ୟର ନାମ ତାମିଲନାଡୁ ବଦଳରେ ତାମିଝଗମ ନାମ ବ୍ୟବହାର କରିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିରୋଧୀ ଭାଜପାତଥା ଆରଏସଏସର ଏଜେଣ୍ଡାକୁ ରାଜ୍ୟପାଳ ଆଗକୁ ବଢ଼ାଇଥିବାର ଅଭିଯୋଗ କରିଛନ୍ତି। ଡିଏମକେ ନେତା ଟିଆର ବାଲୁ କହିଛନ୍ତି ଯେ ରାଜ୍ୟପାଳ ଏପରି ବିବୃତ୍ତି ଦେଇଛନ୍ତି ଯାହା ବାସ୍ତବରେ ଭୁଲ ଏବଂ ବିପଦପୂର୍ଣ୍ଣ।

ଏହାକୁ ନେଇ‘ଗେଟଆଉଟ ରବି’ ହ୍ୟାସଟ୍ୟାଗ ଟୁଟରରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା ଏବଂ ଅନେକ ଲୋକ ରବିଙ୍କୁ ରାଜ୍ୟପାଳ ପଦରୁ ହଟାଇବାକୁ ଦାବି କରିବା ଆରମ୍ଭ କରିଥିଲେ। ବିଧାନସଭାରେବିବାଦ ହେବାର ଗୋଟିଏ ଦିନ ପରେ ସହରର କିଛି ସ୍ଥାନରେ ‘ଗେଟଆଉଟ ରବି’ ହ୍ୟାସଟ୍ୟାଗ ଥିବା ପୋଷ୍ଟର ଲଗାଯାଇଥିବାର ଦେଖିବାକୁ ମିଳିଥିଲା। ଏହି ପୋଷ୍ଟରରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଚିତ୍ରକୁ ଗୁରୁତ୍ୱ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

BRICS: ୭ ବର୍ଷ ପରେ ଭାରତ ଆସିଛନ୍ତି ସି ଜିନପିଙ୍ଗ, ଜାଣନ୍ତୁ କେବେ ଭେଟିବେ ପ୍ରଧାନମନ୍ତ୍ରୀ ମୋଦଙ୍କୁ

ନୂଆଦିଲ୍ଲୀ,୧୨।୯: ଭାରତ ଆଜି (ଶନିବାର) ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଆୟୋଜନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବିଭିନ୍ନ…

ବ୍ରିକ୍ସ (BRICS) ସମ୍ମିଳନୀରେ ଆମେରିକା ଉପରେ ବର୍ଷିଲେ ରୁଷିଆ-ଇରାନ; ଆୟୋଜକ ଭାରତ ସମ୍ମୁଖରେ କ’ଣ ରହିଛି ଆହ୍ବାନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରୁଷିଆ ଏବଂ ଇରାନ ଶୁକ୍ରବାର, ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ ଦ୍ୱାରା ଲାଗୁ କରାଯାଇଥିବା କଟକଣା ଏବଂ ଆକ୍ରମଣାତ୍ମକ କାର୍ଯ୍ୟକଳାପର ସମାଲୋଚନା କରିଛନ୍ତି। ସେମାନେ…

ରିସର୍ଟରେ ଲାଗିଲା ନିଆଁ: ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବାରୁ….

ଦାରିଙ୍ଗବାଡ଼ି,୧୨।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଘରୋଇ ରିସର୍ଟର ଗୋଟିଏ କଟେଜରେ ଅଗ୍ନିକାଣ୍ଡ ଘଟି ଏହା ସମ୍ପୂର୍ଣ୍ଣ ଜଳିପୋଡ଼ି…

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?