Posted inଜାତୀୟ

ମଥୁରାର ମୀନା ମସଜିଦ୍‌ ନେଇ ବିବାଦ…

ମଥୁରା,୮।୧୦ : ମଥୁରାର ଶାହି ଇଦଗହା ମସଜିଦ ଏବଂ ଶ୍ରୀକୃଷ୍ଣ ଜନ୍ମଭୂମିମସଜିଦାନେଇ ବିବାଦ କ୍ରମାଗତଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମାମଲା କୋର୍ଟରେ ବିଚାର କରାଯାଉଛି। ଶାହୀ ଇଦଗାହା ମସଜିଦ ପ୍ରକୃତରେ ଶ୍ରୀକୃଷ୍ଣ ଜନ୍ମଭୂମି ଭାଙ୍ଗି ନିର୍ମିତ ହୋଇଛି କି? ଏହାର ଶୁଣାଣି ଜାରି ରହିଛି। କିନ୍ତୁ ଏଭଳି ପରିସ୍ଥିତିରେ ବର୍ତ୍ତମାନ ଏହି ବିବାଦରେ ଏକ ନୂଆ ମସଜିଦ ପ୍ରବେଶ କରିଛି। ଏହି ମସଜିଦର ନାମ ହେଉଛି ମୀନା ମସଜିଦ। ମୀନା ମସଜିଦ ଶ୍ରୀକୃଷ୍ଣ ଜନଭୂମି ମନ୍ଦିର କମ୍ପ୍ଲେକ୍ସର ଉତ୍ତର ପାର୍ଶ୍ୱରେ ଅବସ୍ଥିତ । ଏହି ମସଜିଦର ବର୍ତ୍ତମାନ ସ୍ଥିତି ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ରେଳ ଲାଇନ ମଧ୍ୟରେ ଅଛି।

ବର୍ତ୍ତମାନ ହିନ୍ଦୁ ମହାସଭା ପକ୍ଷରୁ ମଥୁରା କୋର୍ଟରେ ଏହି ମସଜିଦ ହଟାଇବା ପାଇଁ ଏକ ପିଟିଶନ ଦାଖଲ କରାଯାଇଛି। ଯେଉଁଥିରେ ଦର୍ଶାଯାଇଛି ଯେ ଏହି ମସଜିଦ ବେଆଇନ ଏବଂ ଏହାକୁ ହଟାଯିବା ଉଚିତ। ବାସ୍ତବରେ, ଏହି ମୀନା ମସଜିଦ ଜନ୍ମଭୂମି ପରିସରର ବାହ୍ୟ ପାର୍ଶ୍ୱରେ ଅବସ୍ଥିତ।

ଏହି ମାମଲାରେ ହିନ୍ଦୁ ମହାସଭାର ଜାତୀୟ କୋଷାଧ୍ୟକ୍ଷ ଦୀନେଶ କୌଶିକ ମଥୁରା କୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି। ସେ କହିଛନ୍ତି ଯେ ୧୯୬୪ ମସିହାରେ ଜନ୍ମଭୂମି ଏବଂ ଇଦଗାହ ମସଜିଦର ନକସାରେ ମୀନା ମସଜିଦ କୌଣସି ସ୍ଥାନରେ ଦୃଶ୍ୟମାନ ହୁଏ ନାହିଁ। ଜନ୍ମଭୂମି ନ୍ୟାସ ଟ୍ରଷ୍ଟ ମଧ୍ୟ ଏହି ମସଜିଦ ଏବଂ ୧୩.୫ ଏକର ଜମି ପାଇଁ ବିଦ୍ୟୁତ ଏବଂ ଜଳ ବିଲ ପ୍ରଦାନ କରେ।
୧୯୬୪ ପରେ ବେଆଇନ ଭାବେ ଏହି ମସଜିଦ ନିର୍ମାଣ କରାଯାଇଛି। ହିନ୍ଦୁ ମହାସଭାର କାର୍ଯ୍ୟକର୍ତ୍ତାମାନେ କହିଛନ୍ତି ଯେ ଯଦି ଆମେ କୋର୍ଟରୁ ନ୍ୟାୟ ପାଇ ନାହୁଁ, ତେବେ ଆମେ ରାସ୍ତାକୁ ଓହ୍ଲାଇ ଏହି ମସଜିଦକୁ ହଟାଇଦେବୁ।


Enter your email to get our daily news in your inbox.

All Right Reserved By Dharitri.Com

ବିଗ୍‌ ବି, ଟ୍ରମ୍ପ୍‌ଙ୍କ ନାଁରେ ଫେକ୍‌ ଇ-ପାସ୍‌

ହିମାଚଳ ପ୍ରଦେଶରେ କରୋନା କଟକଣା ଜାରି ହୋଇଥିବାବେଳେ ଜରୁରୀ ସେବାରେ ନିୟୋଜିତ ଲୋକଙ୍କ ପାଇଁ ଇ-ପାସ୍‌ ବାଧ୍ୟତାମୂଳକ କରାଯାଇଛି। ସ୍ଥାନୀୟ ପୋଲିସ ଆମେରିକାର ପୂର୍ବତନ ରାଷ୍ଟ୍ରପତି...

କଂଗ୍ରେସ ଛାଡ଼ିଲେ ଏମ୍‌.ଏ. ଖାନ୍‌

ହାଇଦ୍ରାବାଦ,୨୮।୮: ଜଣକ ପରେ ଜଣେ ବରିଷ୍ଠ ନେତା କଂଗ୍ରେସ ଛାଡ଼ିବାରେ ଲାଗିଛନ୍ତି। ତେଲଙ୍ଗାନାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ରାଜ୍ୟ ସଭା ସଦସ୍ୟ ଏମ୍‌.ଏ....

ଶତାବ୍ଦୀ ଶେଷ ସୁଦ୍ଧା ଭାରତ ହେବ ୪.୪ ଡିଗ୍ରୀ ଅଧିକ ଉତ୍ତପ୍ତ

ନୂଆଦିଲ୍ଲୀ,୧୬ା୬(ପି.ଟି.): ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଭାରତର ତାପମାତ୍ରା ୪.୪ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ହୋଇପାରେ। ସେହିପରି ଉଷ୍ମ ପ୍ରବାହର ତୀବ୍ରତା ୩-୪ ଗୁଣ ବଢ଼ିପାରେ...

ନଡ୍ଡାଙ୍କ ନୂଆ ଟିମ୍‌

ନୂଆଦିଲ୍ଲୀ,୨୭ା୯: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାର ଜାତୀୟ ସାଙ୍ଗଠନିକ ସ୍ତରରେ ବଡ଼ଧରଣର ପରିବର୍ତ୍ତନ କରାଯାଇଛି। ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ଶନିବାର ଏନେଇ ଘୋଷଣା...

ମାନବ କୈନ୍ଦ୍ରିକ ଜଗତୀକରଣ : ଜି-୨୦କୁ ଅନ୍ତିମ ସୋପାନରେ ପହଞ୍ଚାଇବା, କାହାକୁ ବାଦ୍‌ ଦେବା ନାହିଁ

‘ବସୁଧୈବ କୁଟୁମ୍ବକମ୍‌’- ଆମ ଭାରତୀୟ ସଂସ୍କୃତିର ଏହି ଦୁଇଟି ଶବ୍ଦରେ ଏକ ଗଭୀର ଦାର୍ଶନିକ ବିଚାର ସମାହିତ ହୋଇ ରହିଛି। ଏହାର ଅର୍ଥ ହେଉଛି, ‘ସାରା...

ନିଟ୍‌-ପିଜି ପ୍ରବେଶିକା ପରୀକ୍ଷା ଫଳାଫଳ ପ୍ରକାଶିତ

ନୂଆଦିଲ୍ଲୀ,୧।୬: ନ୍ୟାଶ୍‌ନାଲ୍‌ ବୋର୍ଡ ଅଫ୍‌ ଏଗ୍‌ଜାମିନେସନ୍‌(ଏନ୍‌ବିଇ) ବୁଧବାର ନିଟ୍‌-ପିଜି ୨୦୨୨ ପ୍ରବେଶିକା ପରୀକ୍ଷାର ଫଳାଫଳ ଘୋଷଣା କରିଛି। ନିଟ୍‌-ପିଜିର ଫଳାଫଳ ରେକର୍ଡ ୧୦ ଦିନରେ ପ୍ରକାଶ...

ପୁଣି ଥରେ ମିଗ୍‌-୨୧ ଯୁଦ୍ଧ ବିମାନ ଉଡାଇବେ ଅଭିନନ୍ଦନ

ନୂଆଦିଲ୍ଲୀ,୧୦।୮: ପାକିସ୍ତାନ ଏଫ୍‌-୧୬ ବିମାନକୁ ଧ୍ୱଂସ କରିଥିବା ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଏବେ ପୁଣି ଥରେ ମିଗ୍‌-୨୧ ଯୁଦ୍ଧ ବିମାନ ଉଡାଇବେ...

ଜୟଶଙ୍କର-ୟାଙ୍ଗ ଆଲୋଚନା

ମସ୍କୋ, ୧୦।୯: ରୁଷିୟା ରାଜଧାନୀ ମସ୍କୋଠାରେ ସାଙ୍ଘାଇ ସହଯୋଗ ସଙ୍ଗଠନ( ଏସସିଓ) ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପୁଷ୍ଠଭୂମିରେ ଭାରତର ବର୍ହିବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଓ...

Advertisement
Archives

Model This Week