Posted inଜାତୀୟ

ନିଟ୍‌ ପରୀକ୍ଷା ହଲ୍‌ରେ ଛାତ୍ରୀଙ୍କୁ ବ୍ରା ଖୋଲିବାକୁ ବାଧ୍ୟ କରିବା ନେଇ ବିବାଦ

ଚେନ୍ନାଇ,୮।୫: ଚେନ୍ନାଇରେ ନ୍ୟାସନାଲ ଏଲିଜିବିଲିଟି ଏଣ୍ଟା୍ରନ୍ସ ଟେଷ୍ଟ (ନିଟ୍‌) ପରୀକ୍ଷା ଦେବାକୁ ଆସିଥିବା ଛାତ୍ରୀଙ୍କୁ ବ୍ରା ପିନ୍ଧିବାକୁ ମନା କରାଯାଇଛି। ଏଥିସହ ପରୀକ୍ଷକ ଛାତ୍ରୀମାନଙ୍କ ହେଡ କ୍ଲିପ୍‌ ଖୋଲି ବ୍ରା ପିନ୍ଧିଥିବା ଚେକ୍‌ କରିବା ନେଇ ବିବାଦ ଦେଖାଦେଇଛି। ଚେନ୍ନାଇର ଜଣେ ସମ୍ବାଦିକା ଏ ନେଇ ଟୁଇଟ୍‌ କରି କହିଛନ୍ତି ଯେ, ପରୀକ୍ଷା ହଲ୍‌ରେ ଜଣେ ଛାତ୍ରୀଙ୍କୁ କୋଣରେ ବସିଥିବାର ଦେଖିଲି। ସେ ତାଙ୍କର ଏକ ବହିଟିକୁ ନିଜ ଛାତିରେ ଚାପି ଧରିଥିଲେ। ଛାତ୍ରୀଙ୍କୁ ପାଖକୁ ଡାକି ସବୁ ଠିକ୍‌ ଅଛି କି ନାହିଁ ପଚାରିଲି। ପରୀକ୍ଷା ହଲକୁ ଆସିବା ସମୟରେ ତାଙ୍କୁ ବ୍ରା ଖୋଲିବାକୁ କୁହାଯାଇଥିଲା ବୋଲି ସେ କହିଲେ।
ଏହି ଘଟଣାକୁ ସେ ରବିବାର ଟୁଇଟ୍‌ କରିବା ପରେ ଲୋକେ ଓଲଟି ସାମ୍ବାଦିକାଙ୍କୁ ଟ୍ରୋଲ କରିଥିଲେ। ଟ୍ରୋଲ୍‌ ହେବାରୁ ସେ ଟୁଇଟ୍‌କୁ ଡିଲିଟ କରିଦେଇଥିଲେ। ପରେ ସେକହିଥିଲେ ଯେ, ପରୀକ୍ଷା ସେଣ୍ଟରରେ ଅଧିକାଂଶ ଛାତ୍ରୀ ବ୍ରା ପିନ୍ଧି ନଥିବା ଜାଣିବାକୁ ପାଇଥିଲି। ଯେଉଁମାନେ ମୋତେ ଟ୍ରୋଲ କରୁଛନ୍ତି ସେମାନେ ପରୀକ୍ଷା ଆୟୋଜକଙ୍କୁ ଥରେ ପ୍ରଶ୍ନ କରନ୍ତୁ।

ସୂଚନାଯୋଗ୍ୟ, ରବିବାର ତାମିଲନାଡୁରେ ୧.୫ ଲକ୍ଷ ପିଲା ନିଟ୍‌ ପରୀକ୍ଷା ଦେଇଥିଲେ। ଘଟଣାକୁ ନେଇ ରାଜ୍ୟ ଶିକ୍ଷା ମନ୍ତ୍ରୀ ଅନବୀଲ ମହେଶ ପ୍ୟୋମୋଝୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଘଟଣାକୁ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ବନ୍ୟା: ୮ଜଣଙ୍କ ମୃତ୍ୟୁ, ୮ ନିଖୋଜ

କୋଚି,୨।୮: କେରଳରେ ଭୀଷଣ ବର୍ଷା ଫଳରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୮ ଜଣଙ୍କ ପ୍ରାଣହାନି ଘଟିଛି। ଏପରକି ୮ଜଣ ନିଖୋଜ ଥିବା ବେଳେ ୧୩ ଆହତ…

CJPର ବିକ୍ଷୋଭ; ଜନ୍ତରମନ୍ତରରେ ବାଧା ପାଇଁ ଚାଲିଥିଲା ଆତଙ୍କବାଦୀ ଯୋଜନା, ହମିମ୍‌ ମଣ୍ଡଳଙ୍କ ବାନ୍ଧବୀ ଅର୍ପିତା ସର୍କାର ଗିରଫ

କୋଲକାତା,୨।୮: ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଏକ ସନ୍ଦିଗ୍ଧ ମାମଲାରେ ବଡ଼ ଖୁଲାସା କରିଛି । STFର ଆଇଜି ଗୌରବ…

ଚିପ୍ସ ପ୍ୟାକେଟ୍‌ରେ ଥିବା ଖେଳନା ବଲ୍‌ ଗିଳି ଦେଲେ ଶିଶୁ, ଆଉ ତା’ପରେ…

ବେଙ୍ଗାଲୁରୁ,୨ା୮: କର୍ନାଟକର ମହୀଶୂର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୫ ବର୍ଷର ଜଣେ ବାଳକ କୁର୍‌କୁରେ ପ୍ୟାକେଟ୍‌ରେ ଥିବା ଛୋଟ ଖେଳନା ବଲ୍‌କୁ ଗିଳିଦେବାରୁ…

‘ଛୁରି ଧରି ମୋତେ ମାରିବାକୁ ଆସିଥିଲେ’, ଖବରଦାତା ସମ୍ମିଳନୀରେ ପପୁଙ୍କୁ ହତ୍ୟା ଉଦ୍ୟମ

ନୂଆଦିଲ୍ଲୀ,୨।୮: ରବିପୂର୍ଣ୍ଣିଆର ସ୍ୱାଧୀନ ଏମପି ପପୁ ଯାଦବ ରବିବାର ନିଜ ବାସଭବନରେ ଏକ ଖବରଦାତା ସମ୍ମିଳନୀ କରିଥିଲେ । ଏହି ସମୟରେ ହଠାତ୍ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା।…

କ୍ଷୀରରେ ବରିଷ୍ଠ କଂଗ୍ରେସ ନେତାଙ୍କ ପାଦ ଧୋଇଲେ କର୍ମୀ, ସୋସିଆଲ ମିଡିଆରେ ଝଡ଼

ମୁମ୍ବାଇ,୨।୮: ମହାରାଷ୍ଟ୍ରର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଏବଂ ବିଧାୟକ ନାନା ପାଟୋଲେ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । ଦଳୀୟ କର୍ମୀମାନେ କ୍ଷୀରରେ ତାଙ୍କ ପାଦ…

ଘରେ ପଶି ମହିଳାଙ୍କ ମୁଣ୍ଡକୁ ଧରି ଘୋଷାଡ଼ି ଆଣିଲା ବାଘ, ଚିତ୍କାର ଶୁଣି….

ଭୋପାଳ,୨।୮: କାନ୍ହା ଜାତୀୟ ଉଦ୍ୟାନର ବଫର ଜୋନରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ବାଲାଘାଟ ଜିଲାର ବୈହାର ଅଞ୍ଚଳରେ ଶନିବାର ରାତିରେ ବାଘ…

ସମୁଦ୍ରରେ ବଡ଼ ଦୁର୍ଘଟଣା! ଜଳିଗଲା ଯାତ୍ରୀବାହୀ ଜାହାଜ, ୪୧ ଯାତ୍ରୀ….

ଜାକାର୍ତ୍ତା,୨।୮:ଇଣ୍ଡୋନେସିଆର ମଦୁରା ଦ୍ୱୀପ ନିକଟରେ ଏକ ଯାତ୍ରୀବାହୀ ଜାହାଜରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି । ଏହି ଅଗ୍ନିକାଣ୍ଡରେ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ…

ବଦଳିଲା NEET PG ପରୀକ୍ଷା ନିୟମ, ଆଧାର ଭେରିଫିକେସନ୍…

ନୂଆଦିଲ୍ଲୀ,୨।୮: ଆସନ୍ତା ଅଗଷ୍ଟ ୩୦ ତାରିଖରେ NEET PG ୨୦୨୬ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri