Posted inଜାତୀୟ

ବିବାଦରେ ଆଇଟି ନିୟମାବଳୀ ସଂଶୋଧନ

ନୂଆଦିଲ୍ଲୀ, ୮ା୪ (ପି.ଟି.): ସୂଚନା ପ୍ରଯୁକ୍ତି (ଆଇଟି) ନିୟମାବଳୀରେ କରାଯାଇଥିବା କଠୋର ସଂଶୋଧନ ସରକାରଙ୍କୁ ମିଛ ଖବର ନିର୍ଦ୍ଧାରଣ କରିବା ପାଇଁ ନିରଙ୍କୁଶ କ୍ଷମତା ଦେବ। ଏଭଳି ସଂଶୋଧନ ଅତ୍ୟନ୍ତ ଚିନ୍ତାଜନକ ବୋଲି ଏଡିଟର୍ସ ଗିଲ୍ଡ ଶୁକ୍ରବାର କହିଛି। ସରକାର ସୂଚନା ପ୍ରଯୁକ୍ତି (ଇଣ୍ଟରମିଡgିଆରି ଗାଇଡ୍‌ଲାଇନ୍ସ ଆଣ୍ଡ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍‌) ସଂଶୋଧନ ନିୟମାବଳୀକୁ ପ୍ରତ୍ୟାହାର କରିନିଅନ୍ତୁ। ଏଥିସହିତ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସହ ପରାମର୍ଶ କରିବାକୁ ଏଡିଟର୍ସ ଗାଇଡ ଏକ ବିବୃତିରେ କହିଛି।
ଗିଲ୍ଡ କହିବା ଅନୁଯାୟୀ, ସଂଶୋଧିତ ନିୟମାବଳୀରେ ‘ଫ୍ୟାକ୍ଟ ଚେକିଂ ୟୁନିଟ’ ସ୍ଥାପନ ଲାଗି ଆଇଟି ମନ୍ତ୍ରଣାଳୟ ନିଜକୁ କ୍ଷମତା ଦେଇଛି। କେଉଁ ଖବର ମିଛ, ଜାଲ୍‌ କିମ୍ବା ବିଭାନ୍ତିକର, ତାହା ଚୟନ କରିବାର ସମ୍ପୂର୍ଣ୍ଣ କ୍ଷମତା କେନ୍ଦ୍ର ସରକାରଙ୍କୁ ମିଳିଯିବ। ଏହା ବ୍ୟତୀତ ଆଇଟି ମନ୍ତ୍ରଣାଳୟ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥତାକାରୀ, ଇଣ୍ଟରନେଟ୍‌ ସେବା ପ୍ରଦାନକାରୀ ଏବଂ ଅନ୍ୟ ସେବା ପ୍ରଦାନକାରୀମାନଙ୍କୁ ଏଭଳି ବିଷୟବସ୍ତୁ ପ୍ରସାର ନ କରିବା ପାଇଁ ନିର୍ଦ୍ଦେଶ ଦେବାର କ୍ଷମତା ପାଇଛି।
ଏଭଳି ଫ୍ୟାକ୍ଟ ଚେକିଂ ୟୁନିଟ ପାଇଁ ଶାସନଗତ ବ୍ୟବସ୍ଥା, ନ୍ୟାୟିକ ଅନୁଧ୍ୟାନ, ଅପିଲ୍‌ କରିବାର ଅଧିକାର ସମ୍ପର୍କରେ ନିୟମାବଳୀରେ ଉଲ୍ଲେଖ କରାଯାଇ ନାହିଁ। ସେହିପରି ବିଷୟବସ୍ତୁ ହଟାଇବା କିମ୍ବା ସୋସିଆଲ ମିଡିଆ ହ୍ୟାଣ୍ଡଲକୁ ବ୍ଲକ୍‌ କରିବା ସମ୍ପର୍କରେ ଶ୍ରେୟା ସିଙ୍ଘାଲ ବନାମ କେନ୍ଦ୍ର ସରକାର ମାମଲାରେ ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ ଅନୁପାଳନ ପ୍ରସଙ୍ଗରେ ମଧ୍ୟରେ କୌଣସି ଉଲ୍ଲେଖ ନାହିଁ। ଏହା ବାସ୍ତବ ନ୍ୟାୟିକ ନିୟମାବଳୀ ବିରୋଧୀ ଏବଂ ସେନ୍‌ସରଶିପ୍‌ ସଦୃଶ ବୋଲି ଏଡିଟର୍ସ ଗିଲ୍ଡ କହିଛି।
୨୦୨୩ ଜାନୁୟାରୀରେ ମନ୍ତ୍ରଣାଳୟ ଚିଠା ସଂଶୋଧନ ପ୍ରସ୍ତାବ ଉପସ୍ଥାପନ କରିଥିଲା। ଏହାକୁ ପ୍ରତ୍ୟାହାର କରିନେବା ପରେ ଅର୍ଥମୂଳକ ପରାମର୍ଶ କରିବ ବୋଲି ମନ୍ତ୍ରଣାଳୟ ପ୍ରତିଶ୍ରୁତି ଦେଇଥିଲା। ତେବେ ବିନା ପରାମର୍ଶରେ ଏଭଳି ସଂଶୋଧନକୁ ନେଇ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ଗିଲ୍ଡ ବିସ୍ମୟ ପ୍ରକାଶ କରିଛି। ମନ୍ତ୍ରଣାଳୟ ଏଭଳି କଠୋର ନିୟମାବଳୀର ବିଜ୍ଞପ୍ତି ପ୍ରକାଶ କରିବା ଦୁଃଖଦାୟକ। ଉକ୍ତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେବା ସହ ଗଣମାଧ୍ୟମ ସଂଗଠନ ଓ ପ୍ରେସ୍‌ ସଂସ୍ଥାଗୁଡ଼ିକ ସହ ପରାମର୍ଶ କରିବା ଲାଗି ଏଡିଟର୍ସ ଗିଲ୍ଡ ମନ୍ତ୍ରଣାଳୟକୁ ନିବେଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri