ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି।ବ୍ୟାଙ୍କ କୋଠା ସ୍ଥାନାନ୍ତର କୁ କିଛି ଗ୍ରାମବାସୀ ବିରୋଧ କରୁଛନ୍ତି। ମଙ୍ଗଳବାର ସରପଞ୍ଚ ଗାୟତ୍ରୀ ବ୍ରହ୍ମା ବ୍ୟାଙ୍କ ସ୍ଥାନାନ୍ତରକୁ ବିରୋଧ କରି ପଞ୍ଚାୟତ କାର୍ଯ୍ୟାଳୟ ରେ ସଭା ଡାକିଥିଲେ ମଧ୍ୟ ସ୍ୱଳ୍ପ ସଂଖ୍ୟକ ଗ୍ରାମବାସୀ ସଭା କୁ ଯାଇଥିଲେ।ପରେ ସେଠାରେ ନିଷ୍ପତ୍ତି ଅନୁଯାୟୀ ସରପଞ୍ଚ ଙ୍କ ସମେତ ଟୁକୁନା ସାହୁ , ଶାନ୍ତନୁ ପଣ୍ଡା , ଦିବ୍ୟସିଂହ ପଣ୍ଡା , ଜଗନ୍ନାଥ ସୁଆର , କୃଷ୍ଣଚନ୍ଦ୍ର ପଣ୍ଡା , ରବିନ୍ଦ୍ର ମହାନ୍ତି , ଲିଙ୍ଗରାଜ ପଣ୍ଡା , ବାଙ୍କ ବିହାରୀ ପଣ୍ଡା ପ୍ରମୁଖ ବହୁ ସଂଖ୍ୟକ  ଗ୍ରାମବାସୀ ଦିଗପହଣ୍ଡିରେ ପହଞ୍ଚି ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ତହସିଲଦାର ସନ୍ତୋଷ କୁମାର ସାହୁ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଦୀର୍ଘ ବର୍ଷ ଧରି ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ଭୀଷ୍ମଗିରି  ପଞ୍ଚାୟତର ଏକ କୋଠାରେ  ପରିଚାଳିତ ହୋଇ ଆସୁଥିଲା । କିନ୍ତୁ ଉକ୍ତ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ କୁ କଳିଙ୍ଗ ବୈଶ୍ଯସମାଜର ଏକ ଗୃହକୁ ସ୍ଥାନାନ୍ତର ହେଉଥିବା ଗ୍ରାମବାସୀ ଜାଣିବା ପରେ ଏହାକୁ ବିରୋଧ କରି ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ,ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଏବଂ ବିଡ଼ିଓ ଅନାମିକା ପାଣ୍ଡେ ଙ୍କ ସମେତ ବ୍ୟାଙ୍କ ଆଞ୍ଚଳିକ ପ୍ରବନ୍ଧକଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ସରପଞ୍ଚ  କହିଛନ୍ତି।

ଅପରପକ୍ଷରେ ପଞ୍ଚାୟତ ଅଧିନରେ ଥିବା ବ୍ୟାଙ୍କ କୋଠା ଟି ଦୀର୍ଘବର୍ଷ ହେଲା ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଛାତର ପଲସ୍ତରା ଖଣ୍ଡ ଛାଡି ଗ୍ରାହକ ଙ୍କ ଉପରେ ପଡୁଛି।ସାମାନ୍ୟ ବର୍ଷା ହେଲେ ଛାତ ରୁ ପାଣି ଗଳୁ ଥିବାରୁ ବନ୍ଧକ ସୁନା ଓ ଋଣ ଗ୍ରହୀତା ଙ୍କ ନଥିପତ୍ର ସେଠାରେ ରଖିବା ଦୁରୁହ ବ୍ୟାପାର ହୋଇଛି।ତେଣୁ ବ୍ୟାଙ୍କ କୋଠା ସ୍ଥାନାନ୍ତର କରାଯିବ।ତେଣୁ ବ୍ୟାଙ୍କ କୋଠା ସ୍ଥାନାନ୍ତର କରାଯିବା ନିହାତି ଜରୁରୀ ବୋଲି ବହୁ ସଂଖ୍ୟକ ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି।ଏନେଇ ବ୍ୟାଙ୍କ ଶାଖା ପରିଚାଳକ କମଳ ଲୋଚନ ମହାନ୍ତି ଙ୍କୁ ପଚାରିବାରୁ ବହୁବର୍ଷ ର କୋଠା ଟି ଭାଙ୍ଗିରୁଜି ଗଲାଣି।ବ୍ୟାଙ୍କ ପକ୍ଷରୁ ପଞ୍ଚାୟତ କୁ ମାସିକ ୨୫ ଶହ ଟଙ୍କା ଭଡ଼ା ଦିଆଯାଉଛି।ବାରମ୍ବାର ଚିଠି କରାଯିବା ସତ୍ତ୍ବେ କୋଠା ମରାମତି କରାଯାଉନାହିଁ।ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ମାତ୍ର ୧ ଶହ ମିଟର ଦୂର କୁ ଘୁଞ୍ଚାଯିବା ପାଇଁ ନିଷ୍ପତ୍ତି ହୋଇଛି। ତେଣୁ ଗ୍ରାହକ ମାନଙ୍କ କୌଣସି ପ୍ରକାର ଅସୁବିଧା ହେବନାହିଁ। ଯେହେତୁ ବହୁବର୍ଷ ହେଲା ସେଠାରେ ପଞ୍ଚାୟତ ଅଧିନ କୋଠାରେ ବ୍ୟାଙ୍କ କାର୍ଯ୍ୟ କରୁଛି। ତେଣୁ କିଛି ବ୍ୟକ୍ତି ଭାବୁକ ହୋଇ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ କରୁଥିବା ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

ବରାଳ ବାଲୁଙ୍କେଶ୍ୱର ମନ୍ଦିର ବିକାଶ ପାଇଁ ୮୫ ଲକ୍ଷ ଟଙ୍କା ମଞ୍ଜୁର

ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି…

୭ ଦିନ ବନ୍ଦ ରହିବ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ: ପଛରେ ରହିଛି ଏମିତି କାରଣ

ଭଞ୍ଜନଗର,୧୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ହୋଇଥିବା ରାଜ୍ୟର ଏକ ମାତ୍ର ସରକାରୀ ୱାଟର ପାର୍କକୁ ଗତ ମାସରେ ଅନିର୍ଦ୍ଦିଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri