ଫିଫା ବିଶ୍ୱକପ୍‌ରେ ବିରୋଧାଭାସ

ଇଆନ ବୁରୁମା

କାତାରରେ ଫିଫା ବିଶ୍ୱକପ୍‌ ଫୁଟବଲ ଜାରି ରହିଛି। ‘ପୁଟବଲ ବିଶ୍ୱକୁ ଏକାଠି କରେ’ ଏଭଳିି ହାସ୍ୟାସ୍ପଦ ସ୍ଲୋଗାନ ନେଇ ଫିଫା ଏହି ବିଶ୍ୱକପ୍‌ରେ ଅବତୀର୍ଣ୍ଣ ହୋଇଛି। ଆଧିକାରିକ ସ୍ତରରେ ପ୍ରଚାର ଲାଗି ଜାରି କରାଯାଇଥିବା ଭିଡିଓରେ ଆର୍ଜେଣ୍ଟିନାର ଲିଓନେଲ ମେସି ଏବଂ ବ୍ରାଜିଲର ନେମାର ଯଥାକ୍ରମେ ସ୍ପାନିଶ୍‌ ଓ ପର୍ତ୍ତୃଗୀଜ ଭାଷାରେ ଏହାକୁ କହିଛନ୍ତି। ସତରେ କ’ଣ ପୁଟବଲ ବିଶ୍ୱକୁ ଏକଜୁଟ କରେ? ଅବଶ୍ୟ ଏହା ହୁଏନାହିଁ। ଏପରି କି ଏହା ଦେଶରେ ଏକତା ମଧ୍ୟ ଆଣି ନ ଥାଏ। ବ୍ରାଜିଲକୁ ଦେଖିବା। ବ୍ରାଜିଲ ଟିମ୍‌ ଜର୍ସିର ହଳଦିଆ ଏବଂ ସବୁଜ ରଙ୍ଗ ଦେଶର ରାଷ୍ଟ୍ରପତି ପଦରୁ ହଟିଥିବା ଜେର ବାଲସୋନାରଙ୍କ ସମର୍ଥକମାନଙ୍କ ଦ୍ୱାରା(ନେମାରଙ୍କ ସମର୍ଥନରେ) ଗ୍ରହଣ ହୋଇଛି। ଏଥିରେ ରାଷ୍ଟ୍ରପତି ଲୁଇସ୍‌ ଇନାସିଓ ଲୁଲା ଡି ସିଲଭାଙ୍କ ସମର୍ଥକମାନେ ନାରାଜ ହୋଇଛନ୍ତି ଓ ସେମାନଙ୍କ ସମର୍ଥନରେ ରହିଛନ୍ତି ଟିମ୍‌ କୋଚ ଟିଟେ ଏବଂ ଷ୍ଟ୍ରାଇକର ରିଚାର୍ଲିସନ । ଅବଶ୍ୟ ଏକ କ୍ଷୁଦ୍ର ତୈଳ ସମୃଦ୍ଧ ଦେଶ କାତାରରେ ଚଳିତ ବର୍ଷର ଟୁର୍ନାମେଣ୍ଟ ଆୟୋଜନ କରାଯିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ରାଜନୈତିକ । କାରଣ ବାସ୍ତବରେ ଏହି ଦେଶର କୌଣସି ଫୁଟବଲ ଇତିହାସ ନାହିଁ କିମ୍ବା ଦେଶରେ ଫୁଟବଲ ପ୍ରତି ଦୃଢ ଆଗ୍ରହ ଥିବା ପ୍ରମାଣ ବି ନାହିଁ। ଉକ୍ତ ଦେଶର ଶାସକ ଅମିର ଏହି ବୈଶ୍ୱିକ ଖେଳ ପ୍ରତି ଅତିଶୟ ଆଗ୍ରହ ପ୍ରକାଶ କରିଥିଲେ ଏବଂ କାତାର ପାଖରେ ଫିଫା ବିଶ୍ୱକପକୁ କିଣି ନେବାରେ ପର୍ଯ୍ୟାପ୍ତ ଅର୍ଥ ଥିଲା। ଫିଫା ସଞ୍ଚାଳକ ଅଧିକାରୀମାନଙ୍କ ପକେଟକୁ ମୋଟା ଅଙ୍କର ଅର୍ଥ ଯାଇଥିବା କୁହାଯାଉଛି। ଏହାସହ କାତାରର ସରକାରୀ ପାଣ୍ଠିରେ ପରିଚାଳିତ ଅଲ୍‌ ଜଜିରା ଟିଭି ଚ୍ୟାନେଲକୁ ପ୍ରସାରଣ ଅଧିକାର ଦେବା ଲାଗି ପର୍ଯ୍ୟାପ୍ତ ଲାଭ ଦିଆଯାଇଥିଲା। ସ୍ପଷ୍ଟତଃ କାତାରର ଖରାପ ମାନବ ଅଧିକାର ରେକର୍ଡ, ପ୍ରବାସୀ ଶ୍ରମିକଙ୍କ ନିର୍ଯାତନା ଏବଂ ସମଲିଙ୍ଗୀକତା ପାଇଁ ଦଣ୍ଡନୀୟ ଆଇନକୁ ନେଇ ଫିଫା ଅଧିକ ଚିନ୍ତିତ ନ ଥିଲା। ନିର୍ର୍ଦ୍ଦିିଷ୍ଟ ଭାବେ କୁହାଯାଇପାରେ ଯେ, ବିପଜ୍ଜନକ ତଥା କମ୍‌ କ୍ୱାଲିଟିର ପ୍ରତିଯୋଗିତା ସ୍ଥାନ ଅନ୍ତର୍ଜାତୀୟ ଖେଳ ଅଧିକାରୀମାନଙ୍କୁ ଏତେଟା ଚିନ୍ତିତ ମଧ୍ୟ କରିପାରି ନ ଥିଲା।
ବାସ୍ତବତା ହେଉଛି, ଏକ ଛୋଟ ତଥା ପ୍ରଥମ ଆରବ ଦେଶ ଭାବେ କାତାର ବିଶ୍ୱକପ୍‌ ଟୁର୍ନାମେଣ୍ଟ ଆୟୋଜନ କରିବାରେ ଏଭଳି ଦବ୍‌ଦବା ଏବକାର ସମୟରେ କ୍ଷମତା କେତେଦୂର ହସ୍ତାନ୍ତର କରାଯାଇପାରେ ତାହା ଦେଖାଇଦେଇଛି। ଏହାସହ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ଭଳି ଫିଫା ମଧ୍ୟ ସବୁବେଳେ ଅର୍ଥ ଆଡ଼କୁ ଢଳିଛି । ଖେଳାଳି ହୁଅନ୍ତୁ କିମ୍ବା ୟୁରୋପୀୟ ପ୍ରତିଷ୍ଠିତ ଉଚ୍ଚପଦାଧିକାରୀ ବ୍ୟକ୍ତିମାନେ, କେହି ବି ‘ଓ୍ବାନ ଲଭ୍‌’ ଲେଖାଥିବା ବ୍ୟାଣ୍ଡ୍‌ ହାତରେ ବାନ୍ଧିବ ଉଚିତ୍‌ ନୁହେଁ ବୋଲି ଫିଫା ସ୍ପଷ୍ଟ କରିଛି। ଭଲପାଇବାକୁ ନେଇ ଲୋକମାନଙ୍କ ଅଧିକାରକୁ ସମର୍ଥନ କରୁଥିବା ଏଭଳି ବାର୍ତ୍ତାକୁ ସେମାନେ କିଭଳି ଏକ ରାଜନୈତିକ ମନ୍ତବ୍ୟ ଭାବେ ଦେଖିବାକୁ ଚାହଁିଲେ। ଫିଫା ଖେଳ ଓ ରାଜନୀତିକୁ ଏକାଠି କରିବାକୁ କେବେ ବି ଅନୁମତି ଦେଇପାରେନା । କିନ୍ତୁ ଏହା ହୋଇପାରେ ଓ ହୋଇଛି ମଧ୍ୟ; ଯାହା ଏବକାର ଫିଫା ବିଶ୍ୱକପ୍‌ରେ ଦେଖାଯାଇଛି। ଏଥିରେ ଇରାନୀୟ, ସାଉଦି କିମ୍ବା କାତାରର ପ୍ରଶଂସକମାନେ ପାଲେଷ୍ଟାଇନ୍‌ ସହ ସେମାନଙ୍କ ଏକତା ପରିପ୍ରକାଶ କରିବା ଗ୍ରହଣୀୟ ହେଇଛି। ଏହା ସେମାନେ ଫୁଟ୍‌ବଲ ଷ୍ଟାଡିୟମରେ ପାଲେଷ୍ଟାଇନ ପତାକା ହଲାଇ ପ୍ରମାଣିତ କରିଛନ୍ତି। କିନ୍ତୁ ନେଦରଲାଣ୍ଡ କ୍ରୀଡାମନ୍ତ୍ରୀ କୋନୀ ହେଲ୍‌ଡର କେବଳ ଏକ କ୍ଷୁଦ୍ର ‘ଓ୍ବାନ୍‌ ଲଭ୍‌’ ବ୍ୟାଣ୍ଡ୍‌ ପିନ୍ଧିବା ବ୍ୟତୀତ ଅଧିକ କିଛି କରିପାରି ନ ଥିଲେ। ଅପରପକ୍ଷରେ ତାଙ୍କ କଡ଼ରେ ବସିଥିବା କାତାରର ଅଧିକାରୀ ଦେଖିବା ଭଳି ଏକ ପାଲେଷ୍ଟାଇନ ବ୍ୟାଣ୍ଡ୍‌ ହାତରେ ବାନ୍ଧିଥିଲେ।
କେବଳ ଜର୍ମାନୀ ଟିମ୍‌ ଯୌନ ସ୍ବାଧୀନତା ପାଇଁ ସମର୍ଥନ ପ୍ରକାଶ କରିବା ଉପରେ ଲଗାଯାଇଥିବା କଟକଣା ବିରୋଧରେ ଖୋଲାଖୋଲି ପ୍ରତିବାଦ କରି ପାଟିକୁ ହାତରେ ବନ୍ଦ କରିଥିବା ଏକ ଗ୍ରୁପ୍‌ ଫଟୋରେ ଦେଖାଯାଇଛି। ସେମାନଙ୍କୁ ଏହା ବନ୍ଦ କରିବା ପାଇଁ ଫିଫା ତରଫରୁ କୁହାଯାଇଥିଲା, ନଚେତ ଏଥିପାଇଁ ଗମ୍ଭୀର ପରିଣାମ ଭୋଗିବାକୁ ଦେବ ବୋଲି ସୂଚାଇ ଦିଆଯାଇଥିଲା। କାତାରରେ ମାନବ ଅଧିକାର ଉଲ୍ଲଂଘନର ଯେକୌଣସି ସମାଲୋଚନା ଜାତିବାଦର ଅଭିଯୋଗକୁ ଶୀଘ୍ର ସାମ୍‌ନା କରିବାକୁ ପଡ଼ିଲା। ଏହାକୁ ଫିଫାର ସୁଇଜରଲାଣ୍ଡ ମୁଖ୍ୟ ଜିଆନ୍ନି ଇନ୍‌ଫାଣ୍ଟିନୋ ସମର୍ଥନ କରିଥିଲେ, ଯିଏ କି ତାଙ୍କ ସାଥୀ ୟୁରୋପୀୟମାନଙ୍କୁ ୩,୦୦୦ ବର୍ଷର ପାଶ୍ଚାତ୍ୟ ସାମ୍ରାଜ୍ୟବାଦକୁ ସ୍ମରଣ କରାଇଦେଇଥିଲେ। ‘ଓମେନ୍‌’ ଆଣ୍ଡ ‘ଫ୍ରିଡମ୍‌’ ଲେଖାଥିବା ଟି-ଶାର୍ଟକୁ ମଧ୍ୟ ବନ୍ଦ କରାଯାଇଥିଲା। ସେମାନେ ଇରାନୀୟ ଧର୍ମତନ୍ତ୍ରକୁ କ୍ରୋଧିତ ନକରିବା ଲାଗି ଏଭଳି କରିଥିଲେ।
ଏଠାରେ ଜାତୀୟ ଏକତା ଅଭାବ ବିଷୟ ଥିଲା ଉଲ୍ଲେଖନୀୟ। କେତେଜଣ ଇରାନୀୟ ମହିଳା ବିନା ହିଜାବରେ ଷ୍ଟାଡିୟମ୍‌ରେ ଠିଆ ହୋଇ ଇରାନ ଟିମ୍‌ର ଖେଳ ଦେଖୁଥିବା ଥିଲା ସବୁଠୁ କୌତୂହଳ ବିଷୟ। ତେହେରାନ ଏବଂ ଇରାନର ଅନ୍ୟ ସହରଗୁଡ଼ିକରେ ଆନ୍ଦୋଳନକାରୀମାନେ ଫୁଟ୍‌ବଲ ବିଜୟରୁ ଆନନ୍ଦ ଉଠାଇବା ଲାଗି ପ୍ରଶାସନର ପଦକ୍ଷେପକୁ ବିରୋଧ କରିବା ସହ ଆମେରିକା ଓ ଅନ୍ୟ ଦେଶଗୁଡ଼ିକଠାରୁ ସେମାନଙ୍କ ଟିମ୍‌ ପରାଜୟକୁ ନେଇ ସେମାନେ ଖୁସି ପ୍ରକଟ କରିବା ଥିଲା ଉଲ୍ଲେଖନୀୟ ଘଟଣା। ତା’ଠୁ ଉଲ୍ଲେଖନୀୟ ଥିଲା, ଟୁର୍ନାମେଣ୍ଟରେ ପ୍ରଥମେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଇରାନର ଖେଳାଳିମାନେ ସେମାନଙ୍କ ଜାତୀୟ ସଙ୍ଗୀତ ବୋଲିବାକୁ ମନା କରିଦେଇଥିଲେ। ଦେଶରେ ହେଉଥିବା ବିକ୍ଷୋଭ ପ୍ରଦର୍ଶନକୁ ସମର୍ଥନ କରି ଏଭଳି କାର୍ଯ୍ୟ ପୁନରାବୃତ୍ତି ନ କରିବା ପାଇଁ ଇରାନର ରିଭଲ୍ୟୁଶନାରି ଗାର୍ଡ କ୍ରପ୍ସ ଖେଳାଳିମାନଙ୍କୁ ଚେତାବନୀ ଦେଇଥିଲା। ତା’ପରେ ସମ୍ବେଦନା ପାଇଁ ସ୍ବର ଉଠାଇଥିବା ଯୁବ ଜର୍ମାନୀ ଟିମ୍‌ର ଲଜ୍ଜାଜନକ ପରାଜୟ ଘଟିଥିତ୍ଲା। ଅଧିକାଂଶ ଦେଶର ଟିମ୍‌ ଭଳି ଜର୍ମାନୀରେ ବହୁ ବର୍ଗ ବା ଜାତିର ଖେଳାଳି ଅଛନ୍ତି। ସ୍ପେନ ଜାପାନଠାରୁ ହାରିବା ପରେ ଜର୍ମାନୀ ଆଉ ନକ୍‌ଆଉଟ ସ୍ତରକୁ ଯାଇପାରିଲା ନାହିଁ। ଜର୍ମାନୀର ପାରମ୍ପରିକ ଲଢୁଆ ମନୋଭାବର ଅଭାବ ଯୋଗୁ ଏହା ଘଟିଲା ବୋଲି ଜର୍ମାନୀର ରୂଢିବାଦୀ ପଣ୍ଡିତଗଣ ଟିମ୍‌ ଉପରେ ଦୋଷ ଲଦିଲେ। ଚରମ ବାମପନ୍ଥୀ ଅଲଟରନେଟିଭ ଫୁର ଡ୍ୟୁଚଲାଣ୍ଡ୍‌ ପାର୍ଟିର ସଦସ୍ୟମାନେ କହିଲେ ଯେ, ଟିମ୍‌ ‘ଓ୍ବାନ ଲଭ’ ବ୍ୟାଣ୍ଡ୍‌ ହାତରେ ବାନ୍ଧିବା ପାଇଁ ଇଚ୍ଛା ପ୍ରକାଶ କରବା ଯାଗୁ ସେମାନଙ୍କ ଲଢୁଆ ମନୋଭାବ କମିଗଲା। ଏପରି କି ସବୁ ଜାତି ଓ ବର୍ଗର ଖେଳାଳିଙ୍କୁ ନେଇ ଗଠିତ ଜର୍ମାନୀ ଟିମର ଖେଳାଳିମାନେ ୍‌ ପକ୍କା ଜର୍ମାନ ହୋଇ ନ ଥିବାରୁ ଚରମ ବାମପନ୍ଥୀ ପରିସରରେ ଏହାକୁ ସମାଲୋଚନା କରାଯାଇଥିଲା।
ଜାତୀୟ ଟିମ୍‌ଗୁଡ଼ିକ ରାଷ୍ଟ୍ରବାଦୀ ଭେଦଭାବକୁ ଫିଫା ଭଳି ଏକ ପ୍ରକାର ପ୍ରଦର୍ଶନରେ ଉଜାଗର କରିବାରେ ଆଗ୍ରହ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଦେଶର ଶାସକମାନେ ସେମାନଙ୍କ ପାର୍ଟି ଫ୍ଲାଗର ରଙ୍ଗକୁ ଦେଶର ଫୁଟବଲର ଜର୍ସିରେ ଆଚ୍ଛାଦିତ କରିବାକୁ ଚାହିଁଛନ୍ତି। ବାସ୍ତବରେ ଖେଳାଳିମାନେ ସାରା ୟୁରୋପରେ କ୍ଲବ ଟିମ୍‌ରେ ପରସ୍ପର ମଧ୍ୟରେ ଖୁବ୍‌ ସହଯୋଗୀ ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି। ସେମାନେ ବହୁ ଭାଷାରେ କଥା ହୁଅନ୍ତି ଓ ଖେଳ ବାହାରେ ସେମାନଙ୍କ ମଧ୍ୟରେ ନିବିଡ଼ ବନ୍ଧୁତ୍ୱ ବି ରହିଛି। କିନ୍ତୁ ଏହି ପ୍ରକାର ଚରମ ରାଷ୍ଟ୍ରବାଦ ସେମାନଙ୍କୁ ଅନୁପଯୁକ୍ତ ଖେଳାଳି କରିଦେଉଛି। ସେମାନେ ଅତ୍ୟନ୍ତ ଧନୀ ଓ ପ୍ରତିଷ୍ଠିତ ମଧ୍ୟ; ଯେଉଁଥିପାଇଁ ଚରମ ବାମପନ୍ଥୀ ନେତାମାନେ ସେମାନଙ୍କୁ ଘୃଣା କରନ୍ତି। ଫୁଟ୍‌ବଲ ଷ୍ଟାର ୍‌ ଖେଳାଳିମାନେ ଖୁବ୍‌ ସଚେତନ ଓ ସଂଗଠିତ, ବିଶ୍ୱକପ୍‌ କାହାକୁ ଆଉ ସଂଗଠିତ କରିବା ଆବଶ୍ୟକ ନାହିଁ। ତଥାପି ଫିଫା କାହିଁକି ତା ସ୍ଲୋଗାନ‘ ମନି ମେକ୍ସ ଦି ଓ୍ବାଲ୍ଡ ଗୋ ରାଉଣ୍ଡ’ (ଏ ଦୁନିଆ ଟଙ୍କାରେ ହିଁ ଚାଲେ)କୁ ଚୟନ କଲା ତାହା ଯେ କେହି ବୁଝିପାରିବେ।
ପ୍ରତିଷ୍ଠିତ ଲେଖକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?