ଆପତ୍ତିଜନକ ଫଟୋ, ଟିକସ ଚୋରି, ନିଶା ସେବନ…ବାଇଡେନ୍‌ଙ୍କ ଅଡ଼ୁଆ ବଢ଼ାଇଛି ପୁଅ ହଣ୍ଟରଙ୍କ ବିବାଦ

ଓ୍ବାଶିଂଟନ,୧୫।୧୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପୁଅ ହଣ୍ଟର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ବୁଧବାର ବାଇଡେନ୍‌ଙ୍କ ବିରୋଧରେ ଆସିଥିବା ମହାଭିଯୋଗର ତଦନ୍ତ ଲାଗି ମଞ୍ଜୁରୀ ଦିଆଯାଇଛି। ଏହାର କାରଣ ହେଉଛନ୍ତି ହଣ୍ଟର ବାଇଡେନ୍‌। ୫୩ ବର୍ଷୀୟ ହଣ୍ଟର ଅନେକ ବିବାଦରେ ଫସିଛନ୍ତି। ତାଙ୍କ ଉପରେ ଡ୍ରଗ୍ସ ସେବନ ଏବଂ ଟିକସ ଫାଙ୍କିବା ଭଳି ଅଭିଯୋଗ ହୋଇଛି। ଜୁନ୍‌ରେ ତାଙ୍କ ପାଖରେ ବେଆଇନ ଅସ୍ତ୍ରଶସ୍ତ୍ର ଥିବା ଜଣାପଡ଼ିଥିଲା। ଏପରିକିକ ଛାଡ଼ପତ୍ର ପରେ ପତ୍ନୀ କ୍ୟାଥରିନ ମଧ୍ୟ ତାଙ୍କ ବିରୋଧରେ ଅନେକ ଖୁଲାସା କରିଥିଲେ, ଯାହାକୁ ନେଇ ପରିସ୍ଥିତି ଅଧିକ ଖରାପ ହୋଇଛି।

ଆମେରିକାର ଓ୍ବିଲମିଙ୍ଗଟନ୍‌ ସହରରେ ଜନ୍ମଗ୍ରହଣ କରିଥିବା ହଣ୍ଟର ୨୦୧୫ରେ ବଡ଼ଭାଇଙ୍କୁ ହରାଇଥିଲେ। ସେବେଠାରୁ ସେ ନିଶା ସେବନର ମାତ୍ରାକୁ ବଢ଼ାଇଦେଇଛନ୍ତି। ସେଥିରୁ ମୁକୁଳିବା ଲାଗି ସେ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ। ହେଲେ କିଛି ଲୋକ ତାଙ୍କ ଚିତ୍ରକୁ କୋଟି କୋଟି ଟଙ୍କାରେ କିଣିବା ପରେ ବିବାଦ ଦେଖାଦେଇଥିଲା। ବିରୋଧୀମାନେ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ।

୨୦୧୩ରେ ସେ ଆମେରିକାର ନୌସେନାରେ ଯୋଗ ଦେଇଥିଲେ। ହେଲେ ପ୍ରଥମ ଦିନରୁ କୋକେନ ନେଇ ଧରାପଡ଼ି ପଦବୀ ହରାଇଥିଲେ। ୨୦୨୦ରେ ତାଙ୍କ ଲାପଟପ୍‌ରୁ କିଛି ବ୍ୟକ୍ତିଗତ ଫଟୋ ଭାଇରାଲ ହୋଇଥିଲା, ଯାହାକୁ ସଂସଦରେ ବିରୋଧୀଦଳ ନେତାମାନେ ଉପସ୍ଥାପନ କରିଥିଲେ। ସେଥିରେ ହଣ୍ଟର ଏବଂ ତାଙ୍କ ସହାୟକଙ୍କ ଆପତ୍ତିଜନକ ଫଟୋ ରହିଥିଲା।

କେବଳ ଏତିକି ନୁହେଁ ଚାଇନାର ଇକ୍ୱିଟି କମ୍ପାନୀ ବିଏଚ୍‌ଆର୍‌ ଏବଂ ୟୁକ୍ରେନ୍‌ର ଏନର୍ଜି କମ୍ପାନୀ ବୁରିସମା ହୋଲଡିଂରୁ ବେଆଇନ ଭାବେ ସେ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ୟୁକ୍ରେନ୍‌ର ବରିଷ୍ଠ ଓକିଲ ବିକାଶ ଶୋକିନଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏସବୁ କରିବା ଲାଗି ବାଇଡେନଙ୍କ ପରିବାର ଟଙ୍କା ନେଇଥିବା ବିରୋଧୀ ନେତାମାନେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

୫୦୦୦ ବର୍ଷ ପରେ ଖୋଲିଲା ଭୟଙ୍କର ରହସ୍ୟ, ରାଜାଙ୍କ ମୃତ୍ୟୁ ପରେ ସେବକ….

କାଏରୋ,୬।୧୦: ପ୍ରାଚୀନ ଇଜିପ୍ଟରେ ମୃତ ରାଜାଙ୍କ ସହିତ ସେବକମାନଙ୍କୁ ମଧ୍ୟ ଜିଅନ୍ତା ପୋତି ଦିଆଯାଉଥିବା କଥାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥାଏ। ଶତାବ୍ଦୀ ଧରି ପ୍ରତ୍ନତତ୍ତ୍ୱବିତମାନଙ୍କୁ…

ବଡ଼ ଦୁର୍ଘଟଣା; କ୍ରାଶ ହେଲା ସାମରିକ ବିମାନ, ୩୨ ମୃତ

ଆବୁଜା,୬।୧୦: ଦକ୍ଷିଣ ନାଇଜେରିଆରେ ସୋମବାର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୨୫ ଜଣ ଯାତ୍ରୀ ଏବଂ ୭ ଜଣ କ୍ରୁ ମେମ୍ବର ସମେତ…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ଏହି ୩ ଜଣଙ୍କୁ ଚିକିତ୍ସା ବିଜ୍ଞାନରେ ନୋବେଲ: ମିଳିବ ଏତିକି ଟଙ୍କାର ପୁରସ୍କାର

ଷ୍ଟକହୋମ,୫।୧୦: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। କାର୍ଲ ଡାଇସେରୋଥ, ପିଟର ହେଗେମାନ ଓ ଜର୍ଜ ନାଗେଲଙ୍କୁ ଫିଜିଓଲୋଜି ବା ମେଡିସିନ୍‌ରେ…

‘୧୨ କୋଟି ୫୦ ଲକ୍ଷ ଲୋକ…’ ‘ଭାରତ’ ଲେଖି ବଡ଼ ଭୁଲ କଲେ ଟ୍ରମ୍ପ

ଓ୍ବାଶିଂଟନ,୫।୧୦: ବ୍ରାଜିଲରେ ରାଷ୍ଟ୍ରପତି ନିର୍ବାଚନ ଚାଲିଛି। ଏହାକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଉପହାସର ଶିକାର…

ଫ୍ଲାଇଦୁବାଇ କକ୍‌ପିଟ୍‌ ଆକ୍ରମଣ ମାମଲାରେ ଚାଞ୍ଚଲ୍ୟକର ଖୁଲାସା; ସତ ମାନିଲେ ଓମାନୀ ପାଇଲଟ, ଉଭୟ ଇଞ୍ଜିନ୍ ବନ୍ଦ କରି….

ନୂଆଦିଲ୍ଲୀ,୫ା୧୦:ଦୁବାଇରୁ ତେଲ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇର ଫ୍ଲାଇଟ୍‌ FZ1073ର କକ୍‌ପିଟ୍‌ ଆକ୍ରମଣ ମାମଲାରେ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସେପ୍ଟେମ୍ବର ୩୦ରେ ଘଟିଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?