Posted inଜାତୀୟ

ଓଟିଟି ଉପରେ ଅଙ୍କୁଶ: ସୋସିଆଲ ଓ ଡିଜିଟାଲ ମିଡିଆକୁ ନିୟନ୍ତ୍ରଣ କରିବ କେନ୍ଦ୍ର

ନୂଆଦିଲ୍ଲୀ,୨୬ା୨:ଦେଶରେ ଅଭିବ୍ୟକ୍ତି ସ୍ବାଧୀନତା କ୍ରମଶଃ ସଙ୍କୁଚିତ ହେବାରେ ଲାଗିଥିବାବେଳେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ, ଡିଜିଟାଲ ମିଡିଆ ଅର୍ଗାନାଇଜେଶନ ଏବଂ ଓଭର ଦି ଟପ୍‌ (ଓଟିଟି) ଷ୍ଟ୍ରିମିଂ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଉପରେ ଅଙ୍କୁଶ ଲଗାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ବଡ଼ ବଡ଼ ଟେକ୍ନୋଲୋଜି ଫାର୍ମଗୁଡ଼ିକୁ ଲଗାମ କଷିବା ପାଇଁ ପୂର୍ବ ଆଇନରେ ସଂଶୋଧନ ଅଣାଯାଇ ଚିଠା ପ୍ରସ୍ତୁତ କରାଯାଇଛି। ଇନ୍‌ଫର୍ମେଶନ ଟେକ୍ନୋଲୋଜି (ଗାଇଡ୍‌ଲାଇନ୍ସ ଫର୍‌ ଇଣ୍ଟରମେଡିଆରିଜ୍‌ ଆଣ୍ଡ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍‌) ରୁଲ୍ସ, ୨୦୨୧ ଶୀର୍ଷକ ଏହି ଚିଠା ରିପୋର୍ଟରେ ଅନ୍‌ଲାଇନ୍‌ ମିଡିଆ ନିୟନ୍ତ୍ରଣ ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା କରାଯାଇଛି। କୌଣସି ପୋଷ୍ଟ ପ୍ରଥମେ କେଉଁଠୁ ବାହାରିଛି ତାକୁ ଠାବ ଓ ବ୍ଲକ୍‌ କରିବା ଲାଗି ଏକ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି ଗଠନ ନିମନ୍ତେ କ୍ଷମତା ପ୍ରଦାନ ଲାଗି ଏଥିରେ ନିୟମ ରହିଛି।

ଓଭର ଦି ଟପ୍‌ (ଓଟିଟି) ଏବଂ ସୋସିଆଲ ମିଡିଆ ପାର୍ଟଫର୍ମଗୁଡ଼ିକୁ ଭାରତୀୟ ଆଇନ ପ୍ରତି ଅଧିକ ଉତ୍ତରଦାୟୀ କରିବା ଲାଗି ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଆଇଟି) ନିୟମରେ ସଂଶୋଧନ ଅଣାଯିବ ବୋଲି କେନ୍ଦ୍ର ସରକାର ପୂର୍ବରୁ ପାର୍ଲାମେଣ୍ଟରେ ସୂଚନା ଦେଇଥିଲେ। ଏବେ ପ୍ରସ୍ତାବିତ ଆଇନର ଚିଠା ପ୍ରସ୍ତୁତ ହୋଇଛି। ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସହ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କିତ ଗାଇଡ୍‌ଲାଇନ୍‌ ଉପସ୍ଥାପନ କରିଛନ୍ତି। ରବିଶଙ୍କର କହିଛନ୍ତି, ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ଭାରତରେ ବ୍ୟବସାୟ କରିବା ଲାଗି ସ୍ବାଗତ କରାଯାଉଛି। କିନ୍ତୁ ସେଗୁଡ଼ିକ ଦୋମୁହଁା ଆଭିମୁଖ୍ୟ ଗ୍ରହଣ କରିବା ଅନୁଚିତ। କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ ଚାଷୀଙ୍କ ପକ୍ଷରୁ ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରାଯାଉଥିବାବେଳେ ନୂଆଦିଲ୍ଲୀର ଲାଲକିଲ୍ଲା ହିଂସାକୁ ଇଙ୍ଗିତ କରି ରବିଶଙ୍କର ଏହି ମନ୍ତବ୍ୟ ଦେଇଥିବା କୁହାଯାଉଛି।
ପ୍ରସ୍ତାବିତ ଆଇନ ଅନୁସାରେ ତ୍ରିସ୍ତରୀୟ ନିୟନ୍ତ୍ରଣର ପ୍ରଥମ ପର୍ଯ୍ୟାୟ ନିୟାମକ ବ୍ୟବସ୍ଥା ହେଉଛି କମ୍ପାନୀର ନିଜସ୍ବ ଅଭିଯୋଗ ଶୁଣାଣି। ଦ୍ୱିତୀୟ ସ୍ତରରେ ରହିଛି ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ପିସିଆଇ) ଭଳି ଏକ ନିୟାମକ ସଂସ୍ଥା, ଯାହାର ମୁଖ୍ୟ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ରହିବେ। ସେହିପରି ଆନ୍ତଃ ମନ୍ତ୍ରିସ୍ତରୀୟ କମିଟିରେ ଆଇଟି, ସୂଚନା ଓ ପ୍ରସାରଣ, ସ୍ବରାଷ୍ଟ୍ର, ଆଇନ, ବହିର୍ବ୍ୟାପାର, ପ୍ରତିରକ୍ଷା ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପ୍ରତିନିଧି ରହିବେ। ଚିଠା ନିୟମ ଅନୁସାରେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ଭାରତରେ ଜଣେ ଚିଫ୍‌ କମ୍ପ୍ଲିଆନ୍ସ ଅଫିସରଙ୍କୁ ନିଯୁକ୍ତ କରିବେ। କମ୍ପ୍ଲିଆନ୍ସ ବା ଆଦେଶ ପାଳନ ସମ୍ପର୍କିତ ପ୍ରସଙ୍ଗ ପାଇଁ ସମ୍ପୃକ୍ତ ଅଧିକାରୀ ଦାୟୀ ରହିବେ। ଯଦି ଇଣ୍ଟରମିଡିଆରି ବା ମଧ୍ୟସ୍ଥ ନିଜ କର୍ତ୍ତବ୍ୟ ପାଳନ ବେଳେ କଡ଼ା ନିରୀକ୍ଷଣ କରିବାରେ ବିଫଳ ହୁଅନ୍ତି, ତେବେ କମ୍ପ୍ଲିଆନ୍ସ ଅଫିସରଙ୍କୁ ସେଥିପାଇଁ ଉତ୍ତରଦାୟୀ କରାଯିବ। ସେହିପରି ସ୍ଥାନୀୟ ସ୍ତରରେ ଯୋଗାଯୋଗ ପାଇଁ ଜଣେ ନୋଡାଲ କଣ୍ଟାକ୍ଟ ପର୍ସନ ଏବଂ ରେସିଡେଣ୍ଟ ଗ୍ରିଭାନ୍ସ ଅଫିସରଙ୍କୁ କମ୍ପାନୀ ନିଯୁକ୍ତି ଦେବାକୁ ବାଧ୍ୟ। କୌଣସି ପୋଷ୍ଟ ଉପରେ ଆପତ୍ତି ଥିଲେ ନୋଡାଲ କଣ୍ଟାକ୍ଟ ପର୍ସନଙ୍କ ସହ ଯୋଗାଯୋଗ କରାଯିବ। ସେହିପରି ଗ୍ରିଭାନ୍ସ ଅଫିସର ୨୪ ଘଣ୍ଟା ମଧ୍ୟରେ ଶୁଣାଣି ପଞ୍ଜୀକରଣ କରି ୧୫ ଦିନ ଭିତରେ ତା’ର ଫଇସଲା କରିବେ। ଏହାସହ ସୋସିଆଲ ମିଡିଆ ଇଣ୍ଟରମିଡିଆରିଗୁଡ଼ିକ ଫେକ୍‌ ନ୍ୟୁଜ୍‌ ରୋକିବା ପାଇଁ କୌଣସି ତଥ୍ୟ ବା ସୂଚନା ପୋଷ୍ଟ କରିଥିବା ମୂଳ ବ୍ୟକ୍ତିଙ୍କୁ ଚିହ୍ନଟ କରି ବିବାଦୀୟ ପୋଷ୍ଟର ବିସ୍ତୃତ ତଥ୍ୟ ଜଣାଇବେ। ଫେସ୍‌ବୁକ୍‌ ଓ ଟୁଇଟର ଭଳି ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ଯଥାଶୀଘ୍ର ବିବାଦୀୟ ପୋଷ୍ଟ ହଟାଇବେ। ଏଥିପାଇଁ ସେମାନେ ସରକାରଙ୍କ କିମ୍ବା ଆଇନଗତ ନିର୍ଦ୍ଦେଶନାମା ଜାରି ହେବାର ୩୬ ଘଣ୍ଟାରୁ ଅଧିକ ସମୟ ନେବେ ନାହିଁ। ମହିଳାମାନଙ୍କ ମର୍ଯ୍ୟାଦା ଓ ସାଧାରଣ ୟୁଜର୍ସଙ୍କୁ ସଶକ୍ତ କରିବା ପାଇଁ ଏହି ବ୍ୟବସ୍ଥା କରାଯାଉଛି। ଓଟିଟି ପ୍ଲାଟ୍‌ଫର୍ମଗୁଡ଼ିକ ଆମତ୍ନିୟାମକ ସଂସ୍ଥା ଦ୍ୱାରା ପରିଚାଳିତ ହେବେ। ବୟସ ଅନୁସାରେ କେଉଁ କଣ୍ଟେଣ୍ଟ କିଏ ଦେଖିପାରିବେ ସେନେଇ ମଧ୍ୟ ଓଟିଟି ପ୍ଲାଟ୍‌ଫର୍ମ ବର୍ଗୀକୃତ କରିବେ।

ଗାଇଡ୍‌ଲାଇନରେ
କ’ଣ ଅଛି
ସୋସିଆଲ ମିଡିଆ ଇଣ୍ଟରମିଡିଆରିଗୁଡ଼ିକ ନିଜର ଜଣେ ଗ୍ରିଭାନ୍ସ ଅଫିସରଙ୍କୁ ନିଯୁକ୍ତି ଦେବେ, ଯିଏକି ୨୪ ଘଣ୍ଟା ମଧ୍ୟରେ ଅଭିଯୋଗ ପଞ୍ଜୀକରଣ କରିବେ।
ନଗ୍ନତା ଥିବା ଓ ପରିବର୍ତ୍ତନ କରାଯାଇଥିବା ମହିଳାଙ୍କ ଫଟୋଗୁଡ଼ିକୁ ୨୪ ଘଣ୍ଟା ଭିତରେ ହଟାଇବାକୁ ପଡ଼ିବ।
ପ୍ରିଣ୍ଟ ମିଡିଆ ଭଳି ଡିଜିଟାଲ ମିଡିଆକୁ ମଧ୍ୟ ପ୍ରେସ୍‌ କାଉନ୍‌ସିଲ କୋଡ୍‌ ମାନିବାକୁ ପଡ଼ିବ।
ତ୍ରିସ୍ତରୀୟ ବ୍ୟବସ୍ଥା ଅନୁସାରେ ଓଟିଟି ଏବଂ ଡିଜିଟାଲ ନ୍ୟୁଜ୍‌ ମିଡିଆଗୁଡ଼ିକୁ ସେମାନଙ୍କ ବିବରଣୀ ପ୍ରଦାନ କରିବାକୁ ପଡ଼ିବ।
ସମସ୍ତ ମିଡିଆ ପ୍ଲାଟ୍‌ଫର୍ମର ସମାନ ନ୍ୟାୟ ବ୍ୟବସ୍ଥା ରହିବା ଜରୁରୀ।
ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ବିବାଦୀୟ ଟୁଇଟ୍‌ ବା ପୋଷ୍ଟକୁ ଛାଡ଼ିଥିବା ମୂଳ ବ୍ୟକ୍ତିଙ୍କ ନାମ ପ୍ରଘଟ କରିବାକୁ ବାଧ୍ୟ।
ବର୍ତ୍ତମାନଠାରୁ ୩ ମାସ ମଧ୍ୟରେ ଏହି ଗାଇଡ୍‌ଲାଇନ୍‌ ଲାଗୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri