କାଠ ଘରେ ପ୍ରାକୃତିକ ଶୀତତାପ ନିୟନ୍ତ୍ରଣ

ଦାରିଙ୍ଗବାଡ଼ି,୨୩।୧: ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଆସୁଥିବା ପର୍ଯ୍ୟଟକଙ୍କ ପସନ୍ଦ ହେଉଛି ପ୍ରାକୃତିକ ପଦ୍ଧତିରେ କରାଯାଇଥିବା ଟେଣ୍ଟ ହାଉସ୍‌ ବା ଶିବିର। ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଇକୋରିଟ୍ରିଟ୍‌ରେ ୨୫ଟି ଶିବିର କରାଯାଇ ତାରକା ହୋଟେଲ୍‌ର ସୁବିଧା ପ୍ରଦାନ କରାଯାଉଛି। ତେବେ ଏହି ପ୍ରକ୍ରିୟା କନ୍ଧମାଳ ଜିଲାରେ କାହିଁ କେଉଁ କାଳରୁ ରହି ଆସିଛି।
ସରକାର କଚ୍ଛା ଘରକୁ ପକ୍କା କରିବାକୁ ଆବାସ ଯୋଜନାରେ ସହାୟତା ଦେଉଥିଲେ ମଧ୍ୟ ଏ ବେବି ଦାରିଙ୍ଗବାଡିରେ ଅନେକ କାଠପଟ୍ଟାରେ ନିର୍ମାଣ ଘର ରହିଥିବା ଦେଖିବାକୁ ମିଳେ। ଏହି ଘରେ ଶୀତ ସମୟରେ ବେଶୀ ଥଣ୍ଡା ଅନୁଭୂତ ହେଉ ନ ଥିବା ବେଳେ ଖରା ଦିନେ ବେଶୀ ଗରମ ହୁଏ ନାହିଁ ବୋଲି ଟକରମାଲା ଗ୍ରାମର ସଞ୍ଜିତ କୁମାର ପ୍ରଧାନ କହିଛନ୍ତି। ପ୍ରାକୃତିକ ଭାବେ ନିର୍ମାଣ କାଠ ଘରେ ଶୀତତାପ ନିୟନ୍ତ୍ରଣ ରୁହେ। ତାଙ୍କ ପରିବାର ଦୀର୍ଘ ବର୍ଷ ଧରି କାଠ ଘରେ ରହିଆସୁଛନ୍ତି। ବର୍ତ୍ତମାନ ଚାଳ ଛପରକୁ ପରିବର୍ତ୍ତନ କରି ଆଜିବେଷ୍ଟସ ଛପର କରିଛନ୍ତି। ପୂର୍ବଭଳି ଛଣ ମିଳୁ ନାହିଁ। ଏଣୁ ସ୍ଥାୟୀ ଛପର କରାଯାଇଛି। କାଠ ଘରେ କୌଣସି ଖର୍ଚ୍ଚ ହେଉନାହିଁ। ଗୋବର ଏବଂ ଲାଲ୍‌ ମାଟିରେ ଘରକୁ ଲିପା ଯାଉଥିବା ସେ କହିଛନ୍ତି। ଏହା ଦ୍ୱାରା କୌଣସି ଭୁତାଣୁର ଭୟ ନ ଥାଏ ବୋଲି ପ୍ରକାଶ କରିଛନ୍ତି। ସେହିପରି ଘର ଭିତରେ ଆସବାବ ପତ୍ରଠାରୁ ଚାଉଳ, ଧାନ ଆଦି ରଖିବା ପାଇଁ ବାଉଁଶରେ ତିଆରୀ ଡୁଲିରେ ରଖାଯାଇଥାଏ। ତେବେ ସମୟର ପରିବର୍ତ୍ତନ ଯୋଗୁ ଘରେ କେବଳ ବିଦ୍ୟୁତ୍‌ ସଂଯୋଗ ସହ ଇଲେଟ୍ରିକାଲ ସାମଗ୍ରୀ ବ୍ୟବହାର କରାଯାଉଛି ବୋଲି ସେ କହିଛନ୍ତି। ମାଟିରେ ତିଆରୀ ଚୁଲ୍ଲୀଠୁ ଆରମ୍ଭ କରି ସମସ୍ତ ସାମଗ୍ରୀ ପ୍ରକୃତି ଦ୍ୱାରା ପ୍ରସ୍ତୁତ ବୋଲି କାଠ ଘରେ ରହୁଥିବା ମାଲିକମାନେ କୁହନ୍ତି। କୋଠା ଘର ଅପେକ୍ଷା କାଠ ଘରେ ରହିବାକୁ ଭଲ ଲାଗୁଥିବା ସ୍ଥାନୀୟ ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ରାଜ୍ୟରେ ଦଳିତ ବର୍ଗ ନ୍ୟାୟରୁ ବଞ୍ଚିତ’

ଅନୁଗୋଳ ଅଫିସ, ୧୯।୯:ରାଜ୍ୟରେ ଅନୁସୂଚିତ ବର୍ଗ ନ୍ୟାୟ ପାଇବାରୁ ବଞ୍ଚତ୍ତ ହୋଇ ରହିଛନ୍ତି। ସେମାନଙ୍କ ବିକାଶ ଲାଗି ଆସୁଥିବା କେନ୍ଦ୍ରୀୟ ଅନୁଦାନ ହଡ଼ପ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ...

ଭାଜପା ରାଜ୍ୟ ପ୍ରତିନିଧି ଦଳର ବନ୍ୟାଞ୍ଚଳ ପରିଦର୍ଶନ: ବନ୍ୟା ବିପନ୍ନଙ୍କୁ ସହାୟତା ଦାବି

ଭଣ୍ଡାରିପୋଖରୀ, ୩୦।୮(ଡି.ଏନ.ଏ): ରାଜ୍ୟ ଭାଜପା ପ୍ରତିନିଧି ଦଳର ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍‌ ଭଣ୍ଡାରିପୋଖରୀ ବ୍ଲକ ବୈତରଣୀ ନଦୀର ବନ୍ୟା...

କ୍ୟାବିନ୍‌ ଗୃହ ଉଦ୍‌ଘାଟନକୁ ନେଇ ଉତ୍ତେଜନା

ସଜନାଗଡ଼, ୮।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ବୁଧବାର କ୍ୟାବିନ୍‌ ଗୃହ ଉଦ୍‌ଘାଟନକୁ ନେଇ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଟ୍ରକ୍‌ ମାଲିକ ସଂଘ ପକ୍ଷରୁ...

ବରଗଡ଼ ଧନୁଯାତ୍ରା କଂସ ଚୟନକୁ ବିରୋଧ : ଏକଜୁଟ୍‌ ହେଲେ କଳାକାର ସଂଘ

ବରଗଡ଼ ଅଫିସ,୧୧।୧୧: ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୩୧ରୁ ଆରମ୍ଭ ହେବ। ୨୦୨୦ ଜାନୁଆରୀ ୧୦ ପର୍ଯ୍ୟନ୍ତ ଦୀର୍ଘ ୧୧...

ଖୋର୍ଦ୍ଧାରୁ ବିଦ୍ୟୁତ୍‌ କାଟ୍‌ ଆରମ୍ଭ କଲା ସେସୁ

ଖୋର୍ଦ୍ଧା ଅଫିସ,୧୬।୧: ପ୍ରଥମେ ଖୋର୍ଦ୍ଧାରୁ ବିଦ୍ୟୁତ୍‌ କାଟ୍‌ ଆରମ୍ଭ କରିଛି ସେସୁ। ବକେୟା ଥିବା ବିଦ୍ୟୁତ୍‌ ଗ୍ରାହକମାନଙ୍କ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ଖୋର୍ଦ୍ଧା...

ପାଣି ସମସ୍ୟା ନେଇ ସରପଞ୍ଚଙ୍କ ଘର ସମ୍ମୁଖରେ ଧାରଣା

କନିଷି,୯ ।୬(ଡି.ଏନ.ଏ.)-ରଙ୍ଗେଇଲୁଣ୍ଡା ବ୍ଲକ କୋଳଥିଗାଁରେ ରବିବାର ଗ୍ରାମବାସୀ ପାଣି ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚଙ୍କ ଘର ସମ୍ମୁଖରେ ଧାରଣା ଦେଇଥିଲେ। ଏଥିପାଇଁ ସକାଳ ୭ଟାରୁ ୧୦ଟା...

‘ବନ୍ଦେ ଉତ୍କଳ ଜନନୀ’ରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

କର୍ଲାମୁଣ୍ଡା,୩୦।୫ (ଡି.ଏନ.ଏ.): କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ତଥା ଅନୁରୋଧ କ୍ରମେ ଶନିବାର ସନ୍ଧ୍ୟାରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା...

ଯୁବଗୋଷ୍ଠୀ ଦେଶ ଓ ବିଶ୍ୱର ଭବିଷ୍ୟତ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ବିଶ୍ୱ ଓଡ଼ିଆ ମହାସଂଘ ପକ୍ଷରୁ ବୁଧବାର ବିଶ୍ୱ ଯୁବଦିବସ ଭିଡିଓ କନଫରେନ୍ସ ମାଧ୍ୟମରେ ପାଳିତ ହୋଇଯାଇଛି। ବିଶ୍ୱ ଓଡ଼ିଆ ମହାସଂଘର ସଭାପତି ସୁରେନ୍ଦ୍ର ନାଥ...

Advertisement
Archives

Model This Week