କାଠ ଘରେ ପ୍ରାକୃତିକ ଶୀତତାପ ନିୟନ୍ତ୍ରଣ

ଦାରିଙ୍ଗବାଡ଼ି,୨୩।୧: ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଆସୁଥିବା ପର୍ଯ୍ୟଟକଙ୍କ ପସନ୍ଦ ହେଉଛି ପ୍ରାକୃତିକ ପଦ୍ଧତିରେ କରାଯାଇଥିବା ଟେଣ୍ଟ ହାଉସ୍‌ ବା ଶିବିର। ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଇକୋରିଟ୍ରିଟ୍‌ରେ ୨୫ଟି ଶିବିର କରାଯାଇ ତାରକା ହୋଟେଲ୍‌ର ସୁବିଧା ପ୍ରଦାନ କରାଯାଉଛି। ତେବେ ଏହି ପ୍ରକ୍ରିୟା କନ୍ଧମାଳ ଜିଲାରେ କାହିଁ କେଉଁ କାଳରୁ ରହି ଆସିଛି।
ସରକାର କଚ୍ଛା ଘରକୁ ପକ୍କା କରିବାକୁ ଆବାସ ଯୋଜନାରେ ସହାୟତା ଦେଉଥିଲେ ମଧ୍ୟ ଏ ବେବି ଦାରିଙ୍ଗବାଡିରେ ଅନେକ କାଠପଟ୍ଟାରେ ନିର୍ମାଣ ଘର ରହିଥିବା ଦେଖିବାକୁ ମିଳେ। ଏହି ଘରେ ଶୀତ ସମୟରେ ବେଶୀ ଥଣ୍ଡା ଅନୁଭୂତ ହେଉ ନ ଥିବା ବେଳେ ଖରା ଦିନେ ବେଶୀ ଗରମ ହୁଏ ନାହିଁ ବୋଲି ଟକରମାଲା ଗ୍ରାମର ସଞ୍ଜିତ କୁମାର ପ୍ରଧାନ କହିଛନ୍ତି। ପ୍ରାକୃତିକ ଭାବେ ନିର୍ମାଣ କାଠ ଘରେ ଶୀତତାପ ନିୟନ୍ତ୍ରଣ ରୁହେ। ତାଙ୍କ ପରିବାର ଦୀର୍ଘ ବର୍ଷ ଧରି କାଠ ଘରେ ରହିଆସୁଛନ୍ତି। ବର୍ତ୍ତମାନ ଚାଳ ଛପରକୁ ପରିବର୍ତ୍ତନ କରି ଆଜିବେଷ୍ଟସ ଛପର କରିଛନ୍ତି। ପୂର୍ବଭଳି ଛଣ ମିଳୁ ନାହିଁ। ଏଣୁ ସ୍ଥାୟୀ ଛପର କରାଯାଇଛି। କାଠ ଘରେ କୌଣସି ଖର୍ଚ୍ଚ ହେଉନାହିଁ। ଗୋବର ଏବଂ ଲାଲ୍‌ ମାଟିରେ ଘରକୁ ଲିପା ଯାଉଥିବା ସେ କହିଛନ୍ତି। ଏହା ଦ୍ୱାରା କୌଣସି ଭୁତାଣୁର ଭୟ ନ ଥାଏ ବୋଲି ପ୍ରକାଶ କରିଛନ୍ତି। ସେହିପରି ଘର ଭିତରେ ଆସବାବ ପତ୍ରଠାରୁ ଚାଉଳ, ଧାନ ଆଦି ରଖିବା ପାଇଁ ବାଉଁଶରେ ତିଆରୀ ଡୁଲିରେ ରଖାଯାଇଥାଏ। ତେବେ ସମୟର ପରିବର୍ତ୍ତନ ଯୋଗୁ ଘରେ କେବଳ ବିଦ୍ୟୁତ୍‌ ସଂଯୋଗ ସହ ଇଲେଟ୍ରିକାଲ ସାମଗ୍ରୀ ବ୍ୟବହାର କରାଯାଉଛି ବୋଲି ସେ କହିଛନ୍ତି। ମାଟିରେ ତିଆରୀ ଚୁଲ୍ଲୀଠୁ ଆରମ୍ଭ କରି ସମସ୍ତ ସାମଗ୍ରୀ ପ୍ରକୃତି ଦ୍ୱାରା ପ୍ରସ୍ତୁତ ବୋଲି କାଠ ଘରେ ରହୁଥିବା ମାଲିକମାନେ କୁହନ୍ତି। କୋଠା ଘର ଅପେକ୍ଷା କାଠ ଘରେ ରହିବାକୁ ଭଲ ଲାଗୁଥିବା ସ୍ଥାନୀୟ ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅବହେଳାର ପ୍ରତିବାଦ: ବର୍ଷାଜଳ ନିଷ୍କାସନ ନ ହେବାରୁ ଅନେକ ଗ୍ରାମର ଚାଷ ଜମି ଜଳମଗ୍ନ, ଆନ୍ଦୋଳନ ଚେତାବନୀ

ହାଟଡିହୀ/ଛେନାପଦୀ,୧୧।୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡରମ୍ପାସ କେନାଲରେ ଅବ୍ୟବସ୍ଥା ଯୋଗୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନାହିଁ, ଯାହାଫଳରେ ଚାଷ କାର୍ଯ୍ୟରେ ଗୁରୁତର…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ନିଖୋଜ ହୋଇଥିଲେ ୧୬ ବର୍ଷିୟା ନାବାଳିକା: ପାରଳାଖେମୁଣ୍ଡିରୁ ମହିଳାଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସ

ପାରଳାଖେମୁଣ୍ଡି,୧୧।୮(ଗିରିଧାରୀ ପରିଛା): ନାବାଳିକା ଅପହରଣ ମାମଲାରେ ଗଜପତି ଜିଲା ପାରଳାଖେମୁଣ୍ଡି ସହରର ବିଶ୍ୱନାଥ ନଗରରେ ଏକ ଭଡ଼ା ଘରେ ରହୁଥିବା ଝୁନି ଜେନା ନାମକ ଜଣେ ମହିଳାଙ୍କୁ…

ବିନା ଆନ୍ଦୋଳନରେ କାମ କରୁନି ପ୍ରଶାସନ: ଜାତୀୟ ରାଜପଥ ଅବରୋଧ ପରେ ମରାମତି କାର୍ଯ୍ୟ ଆରମ୍ଭ

କୁଆଁରମୁଣ୍ଡା,୧୧।୮(ମହେନ୍ଦ୍ର କୁମାର ସାହୁ): ଏବେ ବିନା ଆନ୍ଦୋଳନ କିମ୍ବା ଧର୍ମଘଟରେ ଆଉ କୌଣସି କାର୍ଯ୍ୟ ହେଉନାହିଁ। ପ୍ରଶାସନ କେବଳ ପୂର୍ବରୁ ସବୁ ଦେଖି ଚୁପ୍ ବସୁଛି ଏବଂ…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଦିଗପହଣ୍ଡି ପେଟ୍ରୋଲ ପମ୍ପରେ ଠକେଇ ଅଭିଯୋଗ: ତାତିଲେ ଲୋକେ, ପୋଲିସ ହସ୍ତକ୍ଷେପ ପରେ…

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥ ପିତାମ୍ବରପୁର ଗ୍ରାମ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ମଙ୍ଗଳବାର ଜଣେ ଗ୍ରାହକଙ୍କ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri