ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନେଇ ଚାଲିଛି ସ୍ବାସ୍ଥ୍ୟସେବା:ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ୭ ଦିନ ହେଲା….

ବାରିପଦା,୨୭।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ୭ ଦିନ ହେଲା ଅଲଟ୍ରା ସାଉଣ୍ଡ ମେଶିନ ଅଚଳ ହୋଇ ପଡ଼ିଥିବାରୁ ରୋଗୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଶହ ଶହ ରୋଗୀ ଅଲଟ୍ରା ସାଉଣ୍ଡ କରି ନ ପାରି ନିରାଶରେ ଫେରୁଛନ୍ତି। ଏପରିକି ବେସରକାରୀ ସଂସ୍ଥାରୁ ଅଲଟ୍ରା ସାଉଣ୍ଡ କରି ଖର୍ଚ୍ଚାନ୍ତ ହେଉଥିବାରୁ ଅସନ୍ତୋଷ ତେଜିବାରେ ଲାଗିଛି। ଏନେଇ ପିଆର୍‌ଏମ୍‌ ମେଡିକାଲର ସୁପରିଣ୍ଟେଣ୍ଡେଣ୍ଟଙ୍କଠାରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନାହିଁ। ମେଶିନ ପ୍ରଦାନକାରୀ ସଂସ୍ଥାକୁ ଅବଗତ କରାଯାଇଥିଲେ ହେଁ ଅଦ୍ୟାବଧି ମରାମତି ହୋଇପାରୁ ନାହିଁ କିମ୍ବା ନୂଆ ମେଶିିନ ଲଗାଯାଇପାରୁ ନାହିଁ। ଏନେଇ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ସୋସିଆଲ ମିଡିଆରେ ଟୁଇଟ୍‌ ଯୋଗେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି। ଅନ୍ୟ ପକ୍ଷରେ ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ସଂଗଠନ ପକ୍ଷରୁ ଏକ ଦାବିପତ୍ର ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି।
ବାରିପଦାସ୍ଥିତ ଜିଲା ମୁଖ୍ୟାଳୟରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିିଟାଲର ସାଧାରଣ ବିଭାଗ ରେଡିଓଲୋଜି ଡାଇଗ୍ନୋସିସ ସେଣ୍ଟରରେ ରୋଗୀମାନଙ୍କ ନିମନ୍ତେ ନିଶୁଳ୍କ ଅଲଟ୍ରା ସାଉଣ୍ଡ ବ୍ୟବସ୍ଥା ରଖାଯାଇଛି। ଏଥିରେ ପ୍ରତିଦିନ ୧୫୦ରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ପରୀକ୍ଷା ନୀରିକ୍ଷା କରାଯାଇ ରିପୋର୍ଟ ପ୍ରଦାନ କରାଯାଇଥାଏ ା ମାତ୍ର ଯାନ୍ତ୍ରିକ ତ୍ରୁଟି ଯୋଗୁ ୭ ଦିନ ହେଲା ରୋଗୀମାନେ ଅଲଟ୍ରା ସାଉଣ୍ଡରୁ ବଞ୍ଚତ୍ତ ରହି ହନ୍ତସନ୍ତ ହେଉଛନ୍ତି। ଏପରିକି ରୋଗୀଙ୍କ ସମ୍ପର୍କୀୟମାନେ ବେସରକାରୀ ସଂସ୍ଥାରୁ ଅଲଟ୍ରା ସାଉଣ୍ଡ ରିପୋର୍ଟ ସଂଗ୍ରହ କରି ଡାକ୍ତରଙ୍କୁ ଦେଖାଇବାକୁ ବାଧ୍ୟ ହେଉଛନ୍ତି। ତେବେ ବେସରକାରୀ ସଂସ୍ଥାରେ ବିଶେଷଜ୍ଞଙ୍କ ବ୍ୟତିତ ଅଣତାଲିମପ୍ରାପ୍ତ କର୍ମଚାରୀମାନଙ୍କ ଅଲଟ୍ରା ସାଉଣ୍ଡ ରିପୋର୍ଟକୁ ବିଶ୍ୱାସକୁ ନେଇ ଡାକ୍ତରମାନେ ରୋଗୀଙ୍କ ଚିକିତ୍ସା କରୁଥିବା ଜଣାପଡ଼ିଛି। ସେହିପରି ଡାକ୍ତରଖାନାରୁ ରୋଗୀମାନଙ୍କୁ ଷ୍ଟ୍ରେଚର ଓ ଅଟୋ ରିକ୍ସାରେ ନେଇ ବଜାରରେ ଥିବା ବେସରକାରୀ ସଂସ୍ଥାରେ ପହଞ୍ଚାଇ ଅଲଟ୍ରା ସାଉଣ୍ଡ କରିବାରେ ନାକେଦମ ହେବାକୁ ପଡ଼ୁଛି ା ଏପରିକି ଚାରି ମହଲାରୁ ରୋଗୀଙ୍କୁୁ ନେବା ଆଣିବା କରିବାରେ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡୁଛି ବୋଲି ସମ୍ପର୍କୀୟ ଲକ୍ଷ୍ମୀଧର ମହାନ୍ତ, ଲକ୍ଷ୍ମଣ ହଁାସଦା ଓ ଚିତ୍ତରଞ୍ଜନ ମହାନ୍ତ କହିଛନ୍ତି। ବାଙ୍ଗରିପୋଷି ଅଞ୍ଚଳର ଗୌର ମୋହନ ସିଂ କୁହନ୍ତି, ୪ ଦିନ ହେଲା ସ୍ତ୍ରୀର ଅଲଟ୍ରା ସାଉଣ୍ଡ କରିବାକୁ ଆସି ଦିନ ତମାମ ବସି ରହୁଛି। ମେଶିନ ଖରାପ ଅଛି ବୋଲି କର୍ମଚାରୀମାନେ କହୁଥିବା ବେଳେ ଡାକ୍ତରଖାନା କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ଫଳରେ ୮୦୦ ଟଙ୍କା ଖର୍ଚ୍ଚ କରି ବାହାରୁ ରିପୋର୍ଟ ଆଣି ଡାକ୍ତରଙ୍କୁ ଦେଖାଇଛି। ସେହିପରି ମୋରଡ଼ା ବ୍ଳକ ପୁଟକିଶୋଳ ଗ୍ରାମର ତାରାକାନ୍ତ ପାଟବନ୍ଧା କୁହନ୍ତି, ମହିଳା ଓ ଶିଶୁ ରୋଗ ବିଭାଗରେ ଏକ ଅଲଟ୍ରା ସାଉଣ୍ଡ ମେଶିିନ ରହିଥିବା ସତ୍ତ୍ୱେ ରୋଗୀଙ୍କ ପରୀକ୍ଷା କରିବାକୁ ଦିଆଯାଉ ନାହିଁ। କେବଳ ଗର୍ଭବତୀ ଓ ଶିଶୁଙ୍କ ଅଲଟ୍ରା ସାଉଣ୍ଡ ବ୍ୟତିତ ଅନ୍ୟ ରୋଗୀମାନଙ୍କ ପରୀକ୍ଷା କରିବାର ସୁଯୋଗ ନାହିଁ ବୋଲି କହିବାରୁ ରୋଗୀ ଏବେ ନିରୁପାୟ ହୋଇପଡ଼ିଛନ୍ତି ା ଏପରକି ଜିଲାରେ ସ୍ବାସ୍ଥ୍ୟସେବା ବିଗିଡି ଯାଇଥିବାରୁ ସମ୍ପର୍କୀୟମାନେ ରୋଗୀଙ୍କୁ କଟକ ନେଇଯିବାକୁ ବାଧ୍ୟ ହେଉଛନ୍ତି। ସେହିପରି ଅପରାହ୍ନ ୩ଟାରୁ ୫ଟା ମଧ୍ୟରେ ଡାକ୍ତରମାନେ ଅଲଟ୍ରା ସାଉଣ୍ଡ କରିବାକୁ ନିର୍ଦ୍ଦେଶ ଦେଉଥିବା ବେଳେ କର୍ମଚାରୀ ଅଭାବ ଯୋଗୁ ଏହି ପରୀକ୍ଷା ହେବାରେ ବାଧା ଉପୁଜିଛି।
ଏନେଇ ପିଆର୍‌ଏମ୍‌ ମେଡିକାଲର ଡିଏନ୍‌ ଡା. ପ୍ରତିଭା ପଣ୍ଡାଙ୍କୁ ପଚାରିବାରୁ ମେଡିକାଲ କଲେଜ ଓ ଜିଲା ମୁଖ୍ୟାଳୟର ଦୁଇଟି ମେଶିିନ ଖରାପ ହୋଇପଡ଼ିଛି। ମେଶିନ ଯୋଗାଇଥିବା ସଂସ୍ଥାକୁ ସଜାଡ଼ିବା ପାଇଁ ଅବଗତ କରାଯାଇଛି। ଟେକ୍ନିସିଆନମାନେ ଆସିି ମେଶିିନ ମରାମତି କାର୍ଯ୍ୟ କରୁଛନ୍ତି। ସେହିପରି ପିଆର୍‌ଏମ୍‌ ମେଡିକାଲରେ ସ୍ଥାୟୀ କର୍ମଚାରୀ ଅଭାବରୁ ଚିକ୍ତିଭିତ୍ତିକ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ସମ୍ପାଦନ କରାଯାଉଛି। ଏ ନେଇ ଜିଲା ଗସ୍ତରେ ଆସିଥିବା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ବେସରକାରୀ ସଂସ୍ଥାରୁ ରିପୋର୍ଟକୁ ଡାକ୍ତରମାନେ ଦେଖିବାକୁ କଲେଜର ସୁପରିଣ୍ଟେଣ୍ଡେଣ୍ଟ ଚିଠି ମାଧ୍ୟମରେ ଅବଗତ କରିଛନ୍ତି ବୋଲି ସେ କହିଛନ୍ତି। ତେବେ ରୋଗୀମାନେ ଅର୍ଥ ଦଣ୍ଡ ସହି ଅଣତାଲିମପ୍ରାପ୍ତ କର୍ମଚାରୀଙ୍କ ଅଲଟ୍ରାସାଉଣ୍ଡକୁ ଗ୍ରହଣ କରି ପରୀକ୍ଷା କରାଇବା କେତେ ଦୂର ଯଥାର୍ଥ ତାହାକୁ ନେଇ ଅଞ୍ଚଳବାସୀ ଚିନ୍ତା ପ୍ରକଟ କରିଛନ୍ତି। ଯଦି ତୁରନ୍ତ ସମସ୍ୟାର ସମାଧାନ କରା ନ ଯାଏ ତେବେ ଆସନ୍ତା ୪ ତାରିଖ ଦିନ ଭଞ୍ଜସେନା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଅନ୍ୟଙ୍କ ରହସ୍ୟ ଜାଣିବାରେ ମାହିର, ନିଜ କଥା ରଖନ୍ତି ଗୁପ୍ତ; ଜାଣନ୍ତୁ ସେହି ୩ ରାଶି କିଏ…

ଆପଣଙ୍କ ଆଖପାଖରେ ଏମିତି କିଛି ଲୋକ ନିଶ୍ଚୟ ଥିବେ, ଯେଉଁମାନେ ଆପଣଙ୍କ ମନର କଥାଠାରୁ ଆରମ୍ଭ କରି ଗଭୀର ରହସ୍ୟ ପର୍ଯ୍ୟନ୍ତ ସହଜରେ ବୁଝିଯାଆନ୍ତି। କିନ୍ତୁ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri