ବଢ଼ିବ କଣ୍ଟେନମେଣ୍ଟ ଜୋନ୍‌

ନୂଆଦିଲ୍ଲୀ, ୨୭।୪: ଦେଶରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ମାଡ଼ିଚାଲିଥିବାବେଳେ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ସୋମବାର ରାଜ୍ୟଗୁଡ଼ିକ ପାଇଁ ସବିଶେଷ କଣ୍ଟେନମେଣ୍ଟ ଯୋଜନା ଜାରି କରିଛନ୍ତି।
ଗୋଟିଏ ଦିନରେ ସର୍ବାଧିକ ୩,୫୨,୯୯୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ସହ ୨,୮୧୨ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୭୩,୧୩,୧୬୩ରେ ପହଞ୍ଚିଥିବାବେଳେ ସକ୍ରିୟ ମାମଲା ସଂଖ୍ୟା ୨୮ ଲକ୍ଷ ଅତିକ୍ରମ କରିଛି। ସେହିପରି ସୋମବାର ସକାଳ ସୁଦ୍ଧା ଦେଶରେ କୋଭିଡ୍‌-୧୯ ଜନିତ ମୃତ୍ୟୁସଂଖ୍ୟା ୧,୯୫,୧୨୩ରେ ପହଞ୍ଚତ୍ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି। କ୍ରମାଗତ ଭାବେ ୫ ଦିନ ହେଲା ଦୈନିକ ସଂକ୍ରମଣ ୩ ଲକ୍ଷରୁ ଅଧିକ ରହିଛି। ଫଳରେ ସକ୍ରିୟ ମାମଲା ସଂଖ୍ୟା ୨୮,୧୩,୬୫୮କୁ ବୃଦ୍ଧି ପାଇଛି। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ବରାଷ୍ଟ୍ର ସଚିବ ଅଜୟ ଭାଲ୍ଲା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପତ୍ର ଲେଖିଛନ୍ତି। କୋଭିଡ୍‌ ପରିଚାଳନାକୁ କଡ଼ାକଡ଼ି କରିବା ସହ ଅଧିକ ପ୍ରଭାବିତ ଅଞ୍ଚଳରେ ସଂକ୍ରମଣକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ଲାଗି କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ସେ କହିଛନ୍ତି। କେନ୍ଦ୍ର ଗାଇଡ୍‌ଲାଇନ ଅନୁଯାୟୀ ଯଉଁଠି ଅତ୍ୟଧିକ ସଂକ୍ରମଣ ହେଉଛି, ସେଠାରେ ଆକ୍ରାନ୍ତ କିମ୍ବା ତାଙ୍କ ପରିବାରକୁ କ୍ୱାରାଣ୍ଟାଇନରେ ରଖିଦେଲେ ଚଳିବ ନାହଁ। ଉକ୍ତ ଅଞ୍ଚଳକୁ ସ୍ପଷ୍ଟ ବାଉଣ୍ଡାରି ସହ କଣ୍ଟେନମେଣ୍ଟ ଜୋନ୍‌ କରିବାକୁ ହେବ। ସଂକ୍ରମଣ ଯେପରି ଉକ୍ତ ଅଞ୍ଚଳ ବାହାରକୁ ନ ଯାଏ ସେଥିପାଇଁ କଡ଼ା ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରିବାକୁ ପଡ଼ିବ। ସଂକ୍ରମଣ ସ୍ଥିତିକୁ ଦେଖି ସହର, ଜିଲା ଭଳି ବୃହତ ଅଞ୍ଚଳକୁ ଆବଦ୍ଧାଞ୍ଚଳ କରାଯାଇପାରିବ। ସପ୍ତାହେ ମଧ୍ୟରେ ଗୋଟିଏ ଅଞ୍ଚଳରେ ପଜିଟିଭ୍‌ ହାର ୧୦ ପ୍ରତିଶତ କିମ୍ବା ଏହାଠାରୁ ଅଧିକ ଥିଲେ ଏବଂ ହସ୍ପିଟାଲ ବେଡ୍‌ର ୬୦%ରୁ ଅଧିକ ପୂରଣ ହୋଇଥିଲେ ସେଠାରେ ଏଭଳି କଟକଣା ଲଗାଯାଇପାରିବ। ଆବଦ୍ଧାଞ୍ଚଳରେ ସ୍ଥାନୀୟ ପ୍ରଶାସନ ରାତ୍ର କର୍ଫ୍ୟୁ ଲଗାଇବା ସହ ଅଧିକ ଲୋକ ଏକାଠି ନ ହେବା ପାଇଁ ସାମାଜିକ ଓ ଜନସମାଗମକୁ ନିଷେଧ କରାଯିବ। ଉକ୍ତ ଅଞ୍ଚଳର ସମସ୍ତ ଶପିଂ କମ୍ପ୍ଲେକ୍ସ, ସିନେମା ହଲ୍‌, ରେଷ୍ଟୁରାଣ୍ଟ ଓ ବାର୍‌, ସ୍ପୋଟର୍‌ସ କମ୍ପ୍ଲେକ୍ସ, ଜିମ୍‌, ସ୍ପା, ସୁଇମିଂ ପୁଲ୍‌, ଧର୍ମସ୍ଥାନ ଆଦିକୁ ବନ୍ଦ ରଖିବା ଲାଗି କୁହାଯାଇଛି। ସେହିପରି ଅଳ୍ପ କର୍ମଚାରୀରେ ଅଫିସ ଚଳାଇବା ସହ ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ସୀମିତ ଲୋକଙ୍କୁ ଅନୁମତି ଦେବାକୁ କୁହାଯାଇଛି। କଟକଣା ଅନୂ୍ୟନ ୧୪ ଦିନ ଲାଗୁ ହେବା ଆବଶ୍ୟକ। କଣ୍ଟେନମେଣ୍ଟ ଘୋଷଣା କରିବା ପୂର୍ବରୁ ସର୍ବସାଧାରଣରେ ଏ ସମ୍ପର୍କରେ ଘୋଷଣା କରିବାକୁ ହେବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଭୋକାଲ ଫର୍‌ ଲୋକାଲ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର ୧୦ଟି ବଡ଼ କଥା

ନୂଆଦିଲ୍ଲୀ,୧୫।୮: ଆଜି ଦେଶ ସ୍ବାଧୀନତାର ୮୦ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୫ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲଗାତାର 13 ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

Gen Zଙ୍କ ସହ Gen Alphaଙ୍କ ପାଇଁ ବଡ଼ ଘୋଷଣା କଲେ ମୋଦି, ମାଗଣାରେ ମିଳିବ…

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ Gen Z ଏବଂ Gen Alphaଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ…

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

ଇରାନ ଯୁଦ୍ଧ ମଧ୍ୟରେ ସ୍ବାଧିନତା ଦିବସରେ ବଡ଼ କଥା କହିଲେ ପ୍ରଧାନମନ୍ତ୍ରୀ , ସାରା ବିଶ୍ୱ ଚକିତ!

ନୂଆଦିଲ୍ଲୀ,୧୫।୮: ୮୦ତମ ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ-ଆମେରିକା ଉତ୍ତେଜନାକୁ ଇଙ୍ଗିତ କରି କହିଥିଲେ ଯେ ଶକ୍ତି ସଙ୍କଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri