ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଦେବୁଙ୍କ ପରଲୋକ

ମୁମ୍ବାଇ,୧୦।୧୨: କଥକ ଏବଂ କଥକଲୀକୁୁ ମିଶାଇ ଏକ ନୂତନ ନୃତ୍ୟ ସୃଷ୍ଟି କରିଥିବା ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଓସ୍ତାଦ ଦେବୁଙ୍କର ଦେହାନ୍ତ ହୋଇଛି। ଗୁରୁବାର ସକାଳେ ମୁମ୍ବାଇରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଦେବୁଙ୍କୁ ୭୩ ବର୍ଷ ବୟସ ହୋଇଥିଲା। କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ନିଜ ପ୍ରଦର୍ଶନ ମାଧ୍ୟମରେ ଓସ୍ତାଦ ଦେବୁ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ୧୯୪୭ ଜୁଲାଇ ୨୩ ର ଗୁଜୁରାଟର ନାଭସାରିରେ ଜନ୍ମଗ୍ରହଣ କରିଥିବା ଓସ୍ତାଦ ଦେବୁ ତାଙ୍କ ପରାମର୍ଶଦାତା ପ୍ରହ୍ଲାଦ ଦାସଙ୍କଠାରୁ କଥକ ଶିକ୍ଷା ଗ୍ରହଣ କରିଥିଲେ। ଏହା ବ୍ୟତୀତ ସେ ଗୁରୁ ଇ.କେ ପାନିକକରଙ୍କଠାରୁ କଥକଲୀ ଅଧ୍ୟୟନ କରିଥିଲେ। ପ୍ରାୟ ପାଞ୍ଚ ଦଶନ୍ଧି ଧରି ନୃତ୍ୟ ଜଗତ ସହ ଜଡିତ ଥିବା ଓସ୍ତାଦ ଦେବୁ ବିଶ୍ୱର ୭୦ଟି ଦେଶରେ ନୃତ୍ୟ ପରିବେଷଣ କରିଥିଲେ। ସେ କେବଳ ନୃତ୍ୟରେ ନୁହେଁ ସାମାଜିକ ସେବା କ୍ଷେତ୍ରରେ ମଧ୍ୟ ନିରନ୍ତର କାର୍ଯ୍ୟ କରିଥିଲେ। ଭାରତ ଏବଂ ବିଦେଶରେ କାନକୁ ଶୁଭୁ ନ ଥିବା ପିଲାଙ୍କ ପାଇଁ ସେ ସେବା କରିଥିଲେ। ୨୦୦୨ରେ, ଓସ୍ତାଦ ଦେବୁ ଡ୍ୟାନ୍ସ ଫାଉଣ୍ଡେସନ ମାଧ୍ୟମରେ ସେ ଭିନ୍ନକ୍ଷମଙ୍କୁ ସାହାଯ୍ୟ କରିବା ଆରମ୍ଭ କଲେ। ଓସ୍ତାଦ ଦେବୁ ବଲିଉଡର ନିର୍ଦ୍ଦେଶକ ମଣିରତ୍ନମ, ବିଶାଲ ଭରଦ୍ୱାଜଙ୍କ ପରି ଭେଟେରାନମାନଙ୍କ ସହ କାମ କରିଥିଲେ। ୨୦୦୭ରେ ପଦ୍ମଶ୍ରୀ ବ୍ୟତୀତ ତାଙ୍କୁ ୧୯୯୫ରେ ସଂଗୀତ ନାଟକ ଏକାଡେମୀ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୀତାରାମ ୟେଚୁରୀଙ୍କୁ ଶ୍ରୀନଗର ଯିବାକୁ ମିଳିଲା ଅନୁମତି: କଶ୍ମୀର ଛାତ୍ର ନିଜ ପରିବାରଙ୍କୁ ଭେଟିପାରିବେ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୮।୮: ସିପିଆଇଏମ୍‌ ନେତା ସୀତାରାମ ୟେଚୁରୀଙ୍କୁ ଶ୍ରୀନଗର ଯିବାକୁ ସୁପ୍ରିମ୍‌କୋର୍ଟ ବୁଧବାର ଅନୁମତି ଦେଇଛନ୍ତି। ୟେଚୁରୀ ବିଧାୟକ ଏମ୍‌.ଓ୍ବାଇ. ତରିଗାମିଙ୍କୁ ଭେଟିବା ଲାଗି ସର୍ବୋଚ୍ଚ ଅଦାଲତଙ୍କ...

ଇନ୍ଦିରାଙ୍କ ପଦାନୁସରଣ କରୁଛନ୍ତି ପ୍ରିୟଙ୍କା: ସୋସିଆଲ୍‌ ମିଡ଼ିଆରେ ଫଟୋ ଭାଇରାଲ

ଲକ୍ଷ୍ନୌ,୨୦।୭: ଜମି ବିବାଦରେ ଗୋଣ୍ଡ ଜନଜାତି ସମ୍ପ୍ରଦାୟର ୧୦ ଜଣ ମହିଳା-ପୁରୁଷଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶ ସୋନଭଦ୍ର ଜିଲାରେ ଏଭଳି ଘଟଣା ଘଟିଛି। ୩୨ଟି ଟ୍ରାକ୍ଟରରେ...

ମୋଦିଙ୍କ ଜୁଲମ ଯୋଗୁ ଉତ୍ତର କୋରିଆ ପାଲଟିଛି ଦିଲ୍ଲୀ, ସୃଷ୍ଟି ହୋଇଛି ଜରୁରୀକାଳୀନ ସ୍ଥିତି: ଏଏପି…

ନୂଆଦିଲ୍ଲୀ,୧୬।୪ : ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସିବିଆଇ ପଚରାଉଚରା କରୁଛି। ଏନେଇ ଏଏପି ନେତା ଜସ୍ମିନ ଶାହା ଭାଜପାକୁ କଡ଼ା ସମାଲୋଚନା...

ଆମ୍ବୁଲାନ୍ସ ଟ୍ରିପ ମାମଲାରେ ଗିରଫ ହେଲେ ଭାଜପା ନେତା

ମାଉ(ଉତ୍ତରପ୍ରଦେଶ),୨୯।୩: ଉତ୍ତରପ୍ରଦେଶ ପୋଲିସ ମଙ୍ଗଳବାର ଭାଜପା ନେତା ଡ. ଅଲକା ରାଇ ଏବଂ ତାଙ୍କ ଭାଇ ଶେଷନାଥ ରାଇଙ୍କୁ ମୁଖ୍‌ତାର ଅନସାରି ଆମ୍ବୁଲାନ୍ସ ମାମଲାରେ ଗିରଫ...

ଆପତ୍ତିଜନକ ପୋଷ୍ଟ କଲେ ଯିବାକୁ ପଡିବ ଜେଲ୍‌!

ଥିରୁଭାନନ୍ତପୁରମ,୨୨ ।୧୧: କେରଳର ଏଲ୍‌ଡିଏଫ୍ ସରକାର ମହିଳା ଓ ଶିଶୁଙ୍କ ଉପରେ ବଢି ଚାଲିଥିବା ସାଇବର କ୍ରାଇମରେ ଲଗାମ ଲାଗାଇବାକୁ ଯାଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି...

ଗ୍ଲୋବାଲ ଏସୀୟ ସେଲିବ୍ରିଟି ତାଲିକାରେ ସୋନୁ ସୁଦ୍‌ ନଂ୧

ବଲିଉଡ ଅଭିନେତା ସୋନୁ ସୁଦଙ୍କ ନାମ ଏବେ ସବୁଠି ଚର୍ଚ୍ଚା। ଲକଡାଉନ ସମୟରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ଯେଉଁଭଳି ଭାବରେ ହାତ ବଢ଼ାଉଛନ୍ତି,...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ଜାମସେଦପୁର,୭।୧୨: ଝାଡ଼ଖଣ୍ଡ ବିଧାନସଭା ଆସନ ଲାଗି ଶନିବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ଏହା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟାରେ...

ସର୍ଜିକାଲ ଷ୍ଟ୍ରାଇକକୁ ୬ ବର୍ଷ…

ନୂଆଦିଲ୍ଲୀ, ୨୯।୯ : ଆଜିକୁ ୬ବର୍ଷ ପୂର୍ବେ ପିଓକେରେ ପ୍ରବେଶ କରିଥିବା ୫୦ ଜଣ ଆତଙ୍କବାଦୀଙ୍କ ଉପରେ ସର୍ଜିକାଲ ଷ୍ଟ୍ରାଇକ କରି ଭାରତୀୟ ସେନା ସମଗ୍ର...

Advertisement
Archives

Model This Week