ବାରମ୍ବାର ଅଭିଯୋଗ ସତ୍ତ୍ବେ କାର୍ଯ୍ୟକ୍ଷମ ହେଉନି ନୂଆ ସବଷ୍ଟେସନ, ନିରବ ଜିଲା ପ୍ରଶାସନ

ଦାରିଙ୍ଗବାଡି,୨୫।୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ସିମନବାଡି ଫିଡ଼ରରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଦେଖାଯାଉଛି । ଏହାର ସମାଧାନ ପାଇଁ ରାଜ୍ୟ ସରକାର ସିମନବାଡି ଫିଡ଼ର ପାଇଁ ସିମନବାଡି ଠାରେ ଲକ୍ଷାଧିକ ଟଙ୍କା ବିନିମୟରେ ଏକ ୩୩ /୧୧ କେଭି ସବଷ୍ଟେସନ ସ୍ଥାପନ କଲେ । କାର୍ଯ୍ୟ ସରିବାର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ କର୍ମଚାରୀ ଅଭାବ ଆଳ ଦେଖାଇ ଉକ୍ତ ସବଷ୍ଟେସନକୁ କାର୍ଯ୍ୟକ୍ଷମ କରିବାରେ ଅହେତୁକ ବିଳମ୍ବ କରିବା ସହ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବା ନେଇ ଅଭିଯୋଗ ହେଉଛି ।

ଫଳରେ ସିମନବାଡି ଫିଡ଼ର ଉପରେ ନିର୍ଭର କରୁଥିବା ସିମନବାଡି ସମେତ ଶ୍ରାନିକେତା, କିରିକୁଟି, ତିଲୋରୀ, ବୁଡ଼ାଗୁଡା, ଗୁମିକିଆ, କୋଟଗଡ଼ ବ୍ଲକ ପକାରୀ,ବାଲିଗୁଡା ବ୍ଲକ ଋତୁଙ୍ଗିଆ ପଞ୍ଚାୟତର ହଜାର ହଜାର ଉପଭୋକ୍ତା ହଇରାଣ ହେଉଛନ୍ତି । ବିଦ୍ୟୁତ ଖୁଣ୍ଟ, ତାର ଥାଇ ମଧ୍ୟ ବାରମ୍ବର ବିଦ୍ୟୁତ ଘଣ୍ଟା ଘଣ୍ଟା ଧରି ଅଚକ ଯୋଗୁଁ ସେ ଡିବିରୀ, ଲଣ୍ଠନ ଓ ମହମବତୀ ଭାରସାରେ ଦିନ ରାତି ବିତୁଛି । ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ଜରୁରୀକାଳୀନ ସେବା ତଥା କ୍ଷୁଦ୍ର ବ୍ୟାଙ୍କ, ସ୍ୱାସ୍ଥ୍ୟକେନ୍ଦ୍ର, ଶିକ୍ଷା ବିଭାଗ ତଥା ସରକାରୀ ଓ ବେସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ବିଶେଷ କରି ସଂଧ୍ୟା ନଇଁ ଆସିଲେ ବ୍ୟବସାୟିକ ଅନୁଷ୍ଠାନ ଗୁଡିକ ଅନ୍ଧାର କାରଣରୁ ବନ୍ଦ କରିଦେଉଛନ୍ତି । ଫଳରେ ଗ୍ରାହକମାନେ ବିଶେଷ କରି ଶ୍ରମିକମାନେ ନିଜ କାମଧନ୍ଦା ସାରି ମାର୍କେଟରୁ ରାସନ ପାଇଁ ଯିବା ବେଳେ ବ୍ୟବସାୟୀ ଅନୁଷ୍ଠାନ ଗୁଡିକ ବନ୍ଦ ରହୁଛି ।

ଏନେଇ ସିମନବାଡି ଗ୍ରାମର ଅମରେନ୍ଦ୍ର ପ୍ରଧାନ ଉକ୍ତ ସବଷ୍ଟେସନକୁ କାର୍ଯ୍ୟକ୍ଷମ କରିବା ପାଇଁ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏକାଧିକ ଥର ଅଭିଯୋଗ ପତ୍ର ଦେବାପରେ ଜିଲାପାଳ ବେଦ ଭୂଷଣଙ୍କ ପ୍ରତିକ୍ରିୟା ନିଆଯାଇଥିଲା । ସେ ଖୁବ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି କହିଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ କରିବାରେ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି । ଏନେଇ ଜିଲା ସହକାରୀ ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ମହାରଣାଙ୍କ ପ୍ରତିକ୍ରିୟା ନିଆଯାଇଥିଲା ସେ ମଧ୍ୟ ଷ୍ଟାଫ୍ ଅଭାବ ବୋଲି କହିବା ସହ ଗୋଟିଏ ସପ୍ତାହ ମଧ୍ୟରେ ଏହାର କାର୍ଯ୍ୟକ୍ଷମ ହେବ କହିଥିଲେ ।ସେ ପ୍ରତିକ୍ରିୟା ଦେବାର ୩ ମାସ ବିତିଗଲାଣି କିନ୍ତୁ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ଆସନ୍ତା ୧୫ ଦିନ ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ଆମେ ପ୍ରୟାସ କରୁଛୁ ବୋଲି କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ଝରିଗାଁ: ହଷ୍ଟେଲ ଭିତରେ ୨ ଫୁଟ୍ ପାଣି, ଭୟରେ ରାତି ବିତାଇଲେ ଛାତ୍ର

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାରେ ଅବସ୍ଥିତ ସରକାରୀ ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥିତ…

ଅଭାବନୀୟ ଘଟଣା, ଖୋଲା ପାଇଖାନା ଟାଙ୍କିରେ ପଡ଼ି ୬ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ

ବୈଶିଙ୍ଗା,୨୫।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ନଡପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଲଗାଣ ବର୍ଷାରେ ଭରି…

ଲାଞ୍ଚ ନେଇଥିଲେ ବରିଷ୍ଠ କିରାଣୀ ଗୋବର୍ଦ୍ଧନ, ମିଳିଲା ଏମିତି ଦଣ୍ଡ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ତହସିଲ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ତଥା ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ବ ବିଭାଗରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଗୋବର୍ଦ୍ଧନ…

ବରଗଡ଼ ଧନୁଯାତ୍ରା: ଉଠିଲା କଂସ କଳାକାର ପରିବର୍ତ୍ତନ ଦାବି

ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ୧୧ଦିନ…

୨ ଦାଦନ ସର୍ଦ୍ଦାରଙ୍କୁ ଉଠାଇନେଲା ଛତିଶଗଡ଼ ପୋଲିସ: ଶ୍ରମିକ ଚାଲାଣ କରି ନିର୍ଯାତନା ଦେବା ଅଭିଯୋଗ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଉତ୍ତରପ୍ରଦେଶକୁ ଶ୍ରମିକ ଚାଲାଣ କରି ଇଟାଭାଟିରେ ଅଧିକ ସମୟ କାମ କରାଇ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଛତିଶଗଡ଼ ପୋଲିସ ନୂଆପଡ଼ା…

ଗାଁରେ ବୁଲିଲା ମହାବଳ: ଲୋକେ ଭୟଭୀତ

ବାରିପଦା,୨୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ଖପରାଖାଇ ଗଁାରେ ମହାବଳ ବାଘ ଆତଙ୍କ ଦେଖାଦେଇଛି। ୫ଦିନ ଦେଲା ବାଘଟି ଖାଦ୍ୟ ଅନ୍ବେଷଣରେ ଗଁା ଭିତରକୁ…

ସୂର୍ଯ୍ୟନାରାୟଣପୁର ODRP କଲୋନୀରେ ପଶିଲା ଋଷିକୂଲ୍ୟା ନଦୀ ପାଣି: ବନ୍ୟା ପରିସ୍ଥିତି, ଆତଙ୍କ…

ଗଞ୍ଜାମ,୨୪ା୯(ଦିଲୀପ ସାମଲ/ଅନାଥ ତରାଇ): ବାତ୍ୟାଜନିତ ଲଗାଣ ବର୍ଷା ଏବଂ ଋଷିକୂଲ୍ୟା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବା ଯୋଗୁ ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର…

ଟାଏକୋଣ୍ଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ ସୋହନ

ଛତ୍ରପୁର:୨୪।୯(ଦିଲ୍ଲୀପି ସାମଲ): ରାଜ୍ୟ ବିଦ୍ୟାଳୟ କ୍ରିଡ଼ା ସଂଗଠନ ପକ୍ଷରୁ କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଟାଏକୋଣ୍ଡ ପ୍ରତିଯୋଗିତା ୨୦୨୬-୨୭ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?