ସରୁନି ଚିଲଡ୍ରେନ୍ସ ପାର୍କ ନିର୍ମାଣ କାର୍ଯ୍ୟ

ରାଇକିଆ,୨୧ା୩(ଡି.ଏନ.ଏ): ତିନି ବର୍ଷରୁ ଅଧିକ ସମୟ ବିତିବାକୁ ବସିଲାଣି। ତଥାପି ସମ୍ପୂର୍ଣ୍ଣ ହୋଇପାରୁନାହିଁ କନ୍ଧମାଳ ଜିଲା ରାଇକିଆଠାରେ ନିର୍ମାଣାଧିନ ଥିବା ଚିଲଡ୍ରେନ୍ସ ପାର୍କ। ୨୦୨୦ ଜାନୁଆରୀରୁ ଆରମ୍ଭ ହେଇଥିଲା ପାର୍କ ନିର୍ମାଣ କାର୍ଯ୍ୟ କିଛି ମାସର କାମ ପରେ କରୋନ କଟକଣା ଯୋଗୁ କାମ ବନ୍ଦ ରହିଥିଲା। ପରବର୍ତ୍ତୀ ସମୟରେ ଭିତ୍ତିଭୂମି କାର୍ଯ୍ୟ ସମ୍ପୂର୍ଣ୍ଣ ପରେ ପିଲାଙ୍କ ଖେଳିବା ପାଇଁ ବିଭିନ୍ନ ଉପକରଣ ମଧ୍ୟ ଲଗାଯାଇଥିଲା। ସର୍ବସାଧାରଣଙ୍କ ପାଇଁ ଓପନ ଜୀମ ବ୍ୟବସ୍ଥା କରାଯିବା ସହିତ ବିଭିନ୍ନ ବ୍ୟାୟାମ ଉପକରଣର ବ୍ୟବସ୍ଥା କରାଯାଇଥିଲା। ୟା ମଧ୍ୟରେ ତିନୋଟି ବିଡିଓ ବଦଳିଲେଣି, ତିନି ବର୍ଷରୁ ଅଧିକ ସମୟ ବିତିଲା। ପାର୍କକୁ ପୂର୍ଣ୍ଣାଙ୍ଗ ରୂପରେଖ ଦେବା ପାଇଁ ଅନେକ କାମ ବାକିଥିଲେ ମଧ୍ୟ କାମ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବ୍ୟବହାର ଉପଯୋଗୀ ହୋଇନଥିଲେ ମଧ୍ୟ ସକାଳେ ସନ୍ଧ୍ୟାରେ ଲୋକଙ୍କ ଭିଡ ଜମୁଛି ଏହି ଅର୍ଦ୍ଧ ନିର୍ମିତ ପାର୍କରେ। ଫାଟକ ବନ୍ଦ ରହିଥିଲେ ମଧ୍ୟ ପାଚେରୀ ଡେଇଁ ଲୋକେ ପ୍ରବେଶ କରୁଛନ୍ତି । ଏପରିକି କିଛି ସାମଗ୍ରୀ ନଷ୍ଟ ହେବାକୁ ମଧ୍ୟ ବସିଲାଣି । ଅସାମାଜିକଙ୍କ ଆଡ୍ଡା ମଧ୍ୟ ଜମୁଛି । ଅନ୍ୟ ପକ୍ଷରେ କାମ ଶେଷ ପାଇଁ ପ୍ରଶାସନ ତରଫରୁ କୌଣସି ତତ୍ପରତା ପ୍ରକାଶ ପାଉନି। ଫଳରେ ଉଦ୍‌ଘାଟନ ପୂର୍ବରୁ ପାର୍କଟି ନଷ୍ଟ ହେବାର ଆଶଙ୍କା ଦେଖାଦେଲାଣି। ଏ ନେଇ ରାଇକିଆ ବିଡିଓ ଶରତ ପାତ୍ର କହିଛନ୍ତି, ବିଦ୍ୟାଳୟ ଗୁଡ଼ିକରେ ୫-ଟି କାର୍ଯ୍ୟ ବ୍ୟସ୍ତତା ଯୋଗୁ ପାର୍କ ତିଆରି ସରି ପାରୁନାହିଁ, ବିଳମ୍ବ ଘଟୁଛି । ଏହି କାମ ସରିଲା ପରେ ପାର୍କ କାର୍ଯ୍ୟ ଶେଷ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, କଲେ ବଡ଼ ଘୋଷଣା

ଭୁବନେଶ୍ବର,୩ା୭: ଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି…

ବରଗଡ଼ରେ ଠକସଂସ୍ଥା ଠାବ ଘଟଣାର ଫିଟୁଛି ଗୁମର: ପୋଲିସକୁ ଫେରାଦ ହେଲେ ଯୁବତୀଯୁବକ

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ):ଚାକିରି ଦେବା ଆଳରେ ଯୁବତୀ, ଯୁବକଙ୍କୁ ଠକେଇ କରି ବରଗଡ଼ ପୋଲିସ ହାତରେ ଧରାପଡ଼ିଥିବା ଠକସଂସ୍ଥାର ଗୁମର ଫିଟିବାରେ ଲାଗିଛି। ଏହି ଠକସଂସ୍ଥା ଦ୍ୱାରା ଶତାଧିକ…

ୟୁକ୍ରେନ୍‌ ଆକ୍ରମଣର ପ୍ରତିଜବାବ, ରୁଷିଆ ଆକ୍ରମଣରେ କିଭ୍‌ରେ ୨୦ ମୃତ

କିଭ୍‌,୩।୭(ପି.ଟି.): ରୁଷିଆ ପକ୍ଷରୁ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ବୁଧବାର ବିଳମ୍ବିତ ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ୧୧ ଘଣ୍ଟିଆ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି।…

୧୮ ଦଫା ଦାବି ନେଇ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ରୋଗୀ ସେବା ଠପ୍‌

ବଲାଙ୍ଗୀର, ୩/୭ (ବୀରେନ୍ଦ୍ର କୁମାର ଝାଙ୍କର)- ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ (ଓଏମଏସଏ) ବଲାଙ୍ଗୀର ଶାଖା ପକ୍ଷରୁ ସ୍ଥାନୀୟ ସିଡ଼ିଏମଓ ଅଫିସ ସମ୍ମୁଖରେ ଧାରଣା ଦିଆଯାଉଥିଲା। ଏଥିରେ…

ବନ ମହୋତ୍ସବ ସପ୍ତାହ, ସାନଖେମୁଣ୍ଡି କୋର୍ଟ ପରିସରରେ ଚାରା ରୋପଣ କଲେ ମାଜିଷ୍ଟ୍ରେଟ 

ଦିଗପହଣ୍ଡି,୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ଆନୁକୁଲ୍ୟରେ  ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ…

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

ୟୁଜରନେମ ବିବାଦ: ହ୍ବାଟସଆପ ପରେ, ଆଇଟି ମନ୍ତ୍ରଣାଳୟ ଏବେ ସିଗନାଲ-ଟେଲିଗ୍ରାମକୁ ପଠାଇଛି ନୋଟିସ

ନୂଆଦିଲ୍ଲୀ,୨।୭: ୟୁଜରନେମ ଫିଚରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri