୩ ଦିନରେ ବିବାଦୀୟ ରାସ୍ତା ନିର୍ମାଣ ଶେଷ

ନୟାଗଡ଼ ଅଫିସ,୨୪।୬: ରାସ୍ତା ନିର୍ମାଣ ପାଇଁ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲର ସବୁଜ ସଙ୍କେତ ପାଇବା ପରେ ନୟାଗଡ଼ ଜିଲା ପ୍ରଶାସନ ୧ ବନାମ ୧୭ ଖଣ୍ଡ ଗାଁ ମଧ୍ୟରେ ଲାଗି ରହିଥିବା ବିବାଦୀୟ ବଳଭଦ୍ରପୁର ଓ ଢ଼ିପମାଳ ୩ କି.ମି. ରାସ୍ତାକୁ ନିର୍ମାଣ କରିବାରେ ସଫଳ ହୋଇଛି । ଗତ ୨୧ ତାରିଖରେ ଆରମ୍ଭ ହୋଇଥିବା ଗୁଡୁପାଲିର ଗ୍ରାମ୍ୟ ଜଙ୍ଗଲ ମଧ୍ୟ ଦେଇ ରାସ୍ତା କାମ ୨୩ ତାରିଖରେ ଶେଷ ହୋଇଛି । ରାସ୍ତା ନିର୍ମାଣ ପାଇଁ ୧୪୪ ଧାରା ଜୁନ ୧୬ରୁ ଅନର୍ଦ୍ଦିଷ୍ଟ ସମୟ ପାଇଁ ଲାଗୁ ହୋଇଛି । ୩ ଦିନ ଧରି ୩ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୭ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇ ରାସ୍ତା ନିର୍ମାଣ କରାଯାଇଥିଲା । ଘଟଣା ସ୍ଥଳରେ ଉପଜିଲାପାଳ ଲଗ୍ନଜିତ ରାଉତ୍‌, ନୂଆଗାଁ ତହସିଲଦାର, ନୂଆଗାଁ ବିଡିଓ, ନୟାଗଡ଼ର ଅତିରିକ୍ତ ଏସ୍‌ପି ଉମାକାନ୍ତ ମଲ୍ଲିକ ଓ ବିଦ୍ୟୁତ୍‌ ପଣ୍ଡା, ନୟାଗଡ଼ ଏସ୍‌ଡିପିଓ ଶୁଭେନ୍ଦୁ ସିଂ, ୩ ଡିଏସ୍‌ପି, ସଦର ଥାନା ଆଇଆଇସି ଦୀପକ ଖଣ୍ଡାୟତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ବଳଭଦ୍ରପୁର ଓ ଢ଼ିପମାଳକୁ ରାସ୍ତା ନିର୍ମାଣ ବିବାଦର ମୂଳ କାରଣ ଥିଲା। ଜଙ୍ଗଲ ମଧ୍ୟରେ ରାସ୍ତା ବନ୍ଦ କରିବା ଓ ରାସ୍ତା କରିବା ପରି ଦାବି ନେଇ ମାଳିସାହି, ଢ଼େଙ୍କେଣା ଓ ଖଣ୍ଡୁଗାଁ ଆଦି ୩ ପଞ୍ଚାୟତର ୧ ବନାମ୧୭ ଖଣ୍ଡ ଗାଁର ଲୋକଙ୍କ ମଧ୍ୟରେ ୫ ବର୍ଷ ହେଲା ବିବାଦ ଲାଗି ରହିଛି । ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଉଭୟ ଗାଁକୁ ବୁଝାଶୁଝା କରିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା ।
ରାସ୍ତା ନିର୍ମାଣରେ ବଳିପଡ଼ିଲା ୫୦୦ ଛୋଟ ଗଛ
ଗୁଡୁପାଙ୍ଗି ଗାଁ ସଭାପତି ଦିଲ୍ଲୀପ ନାୟକ କୁହନ୍ତି, ପ୍ରଶାସନ ପକ୍ଷରୁ ୩ ଦିନ ହେଲା ନିର୍ମାଣ ଚାଲିଥିବା ବଳଭଦ୍ରପୁର ଓ ଢ଼ିପମାଳ ୩ କି.ମି. ରାସ୍ତାରେ ପ୍ରାୟ ୫୦୦ ଛୋଟ ଗଛ ନଷ୍ଟ ହୋଇଛି । ଗତ ବର୍ଷ ଏଠାରେ ଚାରା ରୋପଣ ହୋଇଥିଲା। ରାସ୍ତା ନିର୍ମାଣ ନେଇ ପୋଲିସର ଅନୁରୋଧ କ୍ରମେ ଗାଁ ଲୋକମାନେ ନୀରବ ଅଛନ୍ତି । ତେବେ ଗଛ ନଷ୍ଟ କରି ଜଙ୍ଗଲ ମଧ୍ୟରେ ରାସ୍ତା ନେବା ଠିକ ହେଲା ନାହିଁ ବୋଲି ସେ କହିଛନ୍ତି ।
ଗଛ ନଷ୍ଟ ହେବା ନେଇ ୧୭ ଖଣ୍ଡ ଗାଁର କେତେଜଣ ଲୋକ ନିଜ ନାମ ଗୋପନ ରଖି କହିଛନ୍ତି, ଜଙ୍ଗଲରେ ପୂର୍ବରୁ ରାସ୍ତା ଥିଲା । ଏହି ରାସ୍ତାରେ ଯିବା ଆସିବା କରାଯାଉଥିଲା । ଗୁଡୁପାଙ୍ଗି ଲୋକ ରାସ୍ତା ନିର୍ମାଣକୁ ବିରୋଧ କରି ଗଛ ଲଗାଇ ଦେଇଥିଲେ । ଗଛ ପ୍ରଶାସନର ହସ୍ତକ୍ଷେପ ପରେ ପୁଣି ରାସ୍ତା ଫିଟିଛି । ୧୮ ଖଣ୍ଡ ଗାଁ ପାଇଁ ଏହା ଶୁଭ ଖବର । ୧୭ ଖଣ୍ଡ ଗାଁ ତରଫରୁ ଦେବରାଜ ବରାଡ କୁହନ୍ତି, ପ୍ରଶାସନ ପକ୍ଷରୁ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ଶେଷ ହେବା ପରେ ଖୁସି ଲାଗୁଛି । ୧୭ ଖଣ୍ଡ ଗାଁ ଲୋକଙ୍କ ବହୁ ଦିନର ଦାବି ପୂରଣ ହୋଇଛି । ତେବେ ଗୁଡୁପାଙ୍ଗି ସହ ଆମର ସମ୍ପର୍କ ଭଲ ରହିବ ବୋଲି କହିଛନ୍ତି । ସଦର ଥାନା ଆଇଆଇସି ଦୀପକ ଖଣ୍ଡାୟତରାୟ କୁହନ୍ତି, ୩ କି.ମି. ରାସ୍ତାର ପ୍ରାରମ୍ଭିକ କାର୍ଯ୍ୟ ଶେଷ ହୋଇଛି । ବଳଭଦ୍ରପୁରରୁ ଢ଼ିପମାଳକୁ ରାସ୍ତା ଫିଟିଛି। ରଥଯାତ୍ରା ପାଇଁ ଫୋର୍ସ ଚାଲି ଯାଇଥିବାରୁ ପରବର୍ତ୍ତୀ ସମୟରେ ରାସ୍ତାର ପୂର୍ଣ୍ଣାଙ୍ଗ କାମ କରାଯିବ ବୋଲି ସେ କହିଛନ୍ତି।

 

ଗାଁ


Enter your email to get our daily news in your inbox.

All Right Reserved By Dharitri.Com

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri