ବାହୁଡ଼ାରୁ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣର ଶୁଭାରମ୍ଭ

ରସୁଲପୁର,୨୭ା୬(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ୨୮ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀମାନଙ୍କୁ ପବିତ୍ର ବାହୁଡ଼ା ଦିନ ଶୁଭାରମ୍ଭ କରିବାକୁ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି  । ଏ ଦିଗରେ ପଞ୍ଚାୟତସ୍ତରରେ ଯୋଗ୍ୟ ହିତାଧିକାରୀମାନଙ୍କୁ ନେଇ ସଚେତନ କରାଯାଇଛି  । ଜନପ୍ରତିନିଧି ଭାବେ ସରପଞ୍ଚ, ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମରୋଜଗାର ସେବକମାନେ ଶିବିରରେ ଯୋଗଦେଇ ହିତାଧିକାରୀମାନଙ୍କୁ ସରକାରୀ ଆବାସ ନିର୍ମାଣ କରିବାର ନିୟମାବଳୀ ସମ୍ପର୍କରେ ସୂଚନା ଦେଇଥିଲେ । ଯେଉଁ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ଓ ପ୍ରଥମ କିସ୍ତି ବାବଦକୁ ୪୦ହଜାର ଟଙ୍କା ପାଇସାରିଛନ୍ତି ସେମାନେ ତୁରନ୍ତ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରି ପ୍ରୋତ୍ସାହନ ରାଶି ହାତେଇବାକୁ ଆହ୍ବାନ ଜଣାଇଛନ୍ତି। ଏ ଦିଗରେ ହିତାଧିକାରୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଅବଗତ କରାଇଲେ ବ୍ଲକ ଓ ପଞ୍ଚାୟତ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।
ସୂଚନା ଅନୁଯାୟୀ, ଗତ ୪ବର୍ଷ ତଳେ ପ୍ରସ୍ତୁତ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ତାଲିକା ଚୂଡ଼ାନ୍ତ ହୋଇପାରୁ ନ ଥିଲା ା ତାଲିକାରେ ଯାବତୀୟ ତ୍ରୁଟି ଥିବା ଦର୍ଶାଇ ଯୋଗ୍ୟ ହିତାଧିକାରୀମାନଙ୍କୁ ସରକାରୀ ଆବାସରୁ ବଞ୍ଚତ୍ତ କରାଯାଇ ଆସୁଥିଲା । ଅନେକ ବାଦବିବାଦ ପରେ ବହୁ ପ୍ରତୀକ୍ଷିତ ପ୍ରଧାନମନ୍ତ୍ରୀ ଆବାସ ତାଲିକା ଚୂଡ଼ାନ୍ତ ହେବା ସହ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ଓ ପ୍ରଥମ କିସ୍ତି ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଯଦିଓ ଏବେ ସୁଧା ୧୦୦ ପ୍ରତିଶତ ଯୋଗ୍ୟ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ପାରିନାହିଁ କି ଘର ନିର୍ମାଣ ବାବଦକୁ ଅର୍ଥରାଶି ଜମାଖାତାରେ ପୈଠ କରିବା ସମ୍ଭବପର ହୋଇପାରି ନାହିଁ । ଯୋଗ୍ୟମାନଙ୍କ ମଧ୍ୟରୁ ଯେତିକି ହିତାଧିକାରୀ ଉଭୟ ସୁବିଧା ପାଇସାରିଲେଣି ସେମାନେ ତୁରନ୍ତ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରଶାସନ ପକ୍ଷରୁ ଚାପ ସୃଷ୍ଟି କରାଗଲାଣି। ହିତାଧିକାରୀମାନେ କିପରି ପ୍ରଥମକିସ୍ତି ଅର୍ଥର ସୁବିନିଯୋଗ କରିବେ ସେ ଦାୟିତ୍ୱ ଯନ୍ତ୍ରୀ, ନିର୍ବାହୀ ଅଧିକାରୀ, ଗ୍ରାମରୋଜଗାର ସେବକଙ୍କ ଉପରେ ନ୍ୟସ୍ତ କରାଯାଇଛି। ଯେଉଁମାନେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଛନ୍ତି ସେମାନଙ୍କୁ କନିଷ୍ଠ ଯନ୍ତ୍ରୀ ଘର ନିର୍ମାଣ ସମ୍ପର୍କରେ ମାପଚୁପ୍‌ କରାଯାଇ ଶୁଭାରମ୍ଭ ପ୍ରକ୍ରିୟାକୁ ତଦାରଖ କରିବାକୁ କୁହାଯାଇଛି । ଏହାଛଡା ଘର ନିର୍ମାଣ ଆରମ୍ଭ ହେଲେ ତାର ଅଗ୍ରଗତିକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକମାନେ ପରଖି ନିୟମିତ ବ୍ୟବଧାନରେ ବ୍ଲକକୁ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି । ଏହାରି ଭିତରେ ବିଭିନ୍ନ ପଞ୍ଚାୟତରେ କେତେକ ହିତାଧିକାରୀ କାର୍ଯ୍ୟାଦେଶ ପାଇଛନ୍ତି ବୋଲି ମୋବାଇଲ ମାସେଜ୍‌ ଜରିଆରେ ଅବଗତ ହୋଇଛନ୍ତି। ହେଲେ ସେମାନଙ୍କ ବ୍ୟାଙ୍କ ଜମାଖାତାକୁ ପ୍ରଥମକିସ୍ତି ଆସି ନ ଥିବା ସମ୍ପର୍କରେ ଶିବିର ଜରିଆରେ ସୂଚନା ଦେଇଛନ୍ତି  । ଟଙ୍କା ନ ଆସିବା ପର୍ଯ୍ୟନ୍ତ ଘର ନିର୍ମାଣ କାର୍ଯ୍ୟ ସହଜ ହେବ ନାହିଁ ବୋଲି ଆଲୋଚନା ଜରିଆରେ ମତପ୍ରକାଶ ପାଇଛି । ତେବେ ଏଭଳି ସମସ୍ୟା ସମ୍ପର୍କରେ ଅଧିକାରୀମାନେ ବିଡିଓଙ୍କୁ ରିପୋର୍ଟ କରିବା ସହ ତା’ର ଆଶୁ ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୃତି ଦେଇଛନ୍ତି ା ବହୁ ଦିନ ଅପେକ୍ଷା ପରେ ହିତାଧିକାରୀମାନଙ୍କୁ ଘର ନିର୍ମାଣ ବାବଦକୁ ୧.୩୦ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିପାରିବା ସମ୍ପର୍କରେ ଅବଗତ ହୋଇ ହିତାଧିକାରୀମାନେ ଖୁସି ପ୍ରକଟ କରିଛନ୍ତି ।
ଏ ସଂକ୍ରାନ୍ତରେ ରସୁଲପୁର ବିଡିଓ ଅବନୀକାନ୍ତ ସାହୁଙ୍କୁ ପଚାରିବାରୁ ଏବେ ସୁଧା ବ୍ଲକ ଅଞ୍ଚଳର ପ୍ରାୟ ୨୦୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ସାରିଛି । ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଜମାଖାତାକୁ ପ୍ରଥମ କିସ୍ତି ଟଙ୍କା ଯାଇ ପାରି ନ ଥିବା ଅଭିଯୋଗ ଆସୁଛି । ଆର୍ଥତ୍କ କାରବାର ଅତି ସତର୍କତାର ସହ କରାଯାଉଛି । ବିଭିନ୍ନ ପର୍ଯ୍ୟାୟରେ ଯାଞ୍ଚ କରିବା ପରେ ଆର୍ଥିକ ସହାୟତା ଜମାଖାତାକୁ ପଠାଯାଉଛି । ତେବେ ଏ ନେଇ ଆସୁଥିବା ଅଭିଯୋଗକୁ ପ୍ରଶାସନ ଗୁରୁତର ସହ ନେଇ ହିତାଧିକାରୀମାନଙ୍କ ସମସ୍ୟାକୁ ତ୍ୱରିତ ଉପାୟରେ ସମାଧାନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?