ବାହୁଡ଼ାରୁ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣର ଶୁଭାରମ୍ଭ

ରସୁଲପୁର,୨୭ା୬(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ୨୮ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀମାନଙ୍କୁ ପବିତ୍ର ବାହୁଡ଼ା ଦିନ ଶୁଭାରମ୍ଭ କରିବାକୁ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି  । ଏ ଦିଗରେ ପଞ୍ଚାୟତସ୍ତରରେ ଯୋଗ୍ୟ ହିତାଧିକାରୀମାନଙ୍କୁ ନେଇ ସଚେତନ କରାଯାଇଛି  । ଜନପ୍ରତିନିଧି ଭାବେ ସରପଞ୍ଚ, ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମରୋଜଗାର ସେବକମାନେ ଶିବିରରେ ଯୋଗଦେଇ ହିତାଧିକାରୀମାନଙ୍କୁ ସରକାରୀ ଆବାସ ନିର୍ମାଣ କରିବାର ନିୟମାବଳୀ ସମ୍ପର୍କରେ ସୂଚନା ଦେଇଥିଲେ । ଯେଉଁ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ଓ ପ୍ରଥମ କିସ୍ତି ବାବଦକୁ ୪୦ହଜାର ଟଙ୍କା ପାଇସାରିଛନ୍ତି ସେମାନେ ତୁରନ୍ତ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରି ପ୍ରୋତ୍ସାହନ ରାଶି ହାତେଇବାକୁ ଆହ୍ବାନ ଜଣାଇଛନ୍ତି। ଏ ଦିଗରେ ହିତାଧିକାରୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଅବଗତ କରାଇଲେ ବ୍ଲକ ଓ ପଞ୍ଚାୟତ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।
ସୂଚନା ଅନୁଯାୟୀ, ଗତ ୪ବର୍ଷ ତଳେ ପ୍ରସ୍ତୁତ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ତାଲିକା ଚୂଡ଼ାନ୍ତ ହୋଇପାରୁ ନ ଥିଲା ା ତାଲିକାରେ ଯାବତୀୟ ତ୍ରୁଟି ଥିବା ଦର୍ଶାଇ ଯୋଗ୍ୟ ହିତାଧିକାରୀମାନଙ୍କୁ ସରକାରୀ ଆବାସରୁ ବଞ୍ଚତ୍ତ କରାଯାଇ ଆସୁଥିଲା । ଅନେକ ବାଦବିବାଦ ପରେ ବହୁ ପ୍ରତୀକ୍ଷିତ ପ୍ରଧାନମନ୍ତ୍ରୀ ଆବାସ ତାଲିକା ଚୂଡ଼ାନ୍ତ ହେବା ସହ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ଓ ପ୍ରଥମ କିସ୍ତି ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଯଦିଓ ଏବେ ସୁଧା ୧୦୦ ପ୍ରତିଶତ ଯୋଗ୍ୟ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ପାରିନାହିଁ କି ଘର ନିର୍ମାଣ ବାବଦକୁ ଅର୍ଥରାଶି ଜମାଖାତାରେ ପୈଠ କରିବା ସମ୍ଭବପର ହୋଇପାରି ନାହିଁ । ଯୋଗ୍ୟମାନଙ୍କ ମଧ୍ୟରୁ ଯେତିକି ହିତାଧିକାରୀ ଉଭୟ ସୁବିଧା ପାଇସାରିଲେଣି ସେମାନେ ତୁରନ୍ତ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରଶାସନ ପକ୍ଷରୁ ଚାପ ସୃଷ୍ଟି କରାଗଲାଣି। ହିତାଧିକାରୀମାନେ କିପରି ପ୍ରଥମକିସ୍ତି ଅର୍ଥର ସୁବିନିଯୋଗ କରିବେ ସେ ଦାୟିତ୍ୱ ଯନ୍ତ୍ରୀ, ନିର୍ବାହୀ ଅଧିକାରୀ, ଗ୍ରାମରୋଜଗାର ସେବକଙ୍କ ଉପରେ ନ୍ୟସ୍ତ କରାଯାଇଛି। ଯେଉଁମାନେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଛନ୍ତି ସେମାନଙ୍କୁ କନିଷ୍ଠ ଯନ୍ତ୍ରୀ ଘର ନିର୍ମାଣ ସମ୍ପର୍କରେ ମାପଚୁପ୍‌ କରାଯାଇ ଶୁଭାରମ୍ଭ ପ୍ରକ୍ରିୟାକୁ ତଦାରଖ କରିବାକୁ କୁହାଯାଇଛି । ଏହାଛଡା ଘର ନିର୍ମାଣ ଆରମ୍ଭ ହେଲେ ତାର ଅଗ୍ରଗତିକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକମାନେ ପରଖି ନିୟମିତ ବ୍ୟବଧାନରେ ବ୍ଲକକୁ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି । ଏହାରି ଭିତରେ ବିଭିନ୍ନ ପଞ୍ଚାୟତରେ କେତେକ ହିତାଧିକାରୀ କାର୍ଯ୍ୟାଦେଶ ପାଇଛନ୍ତି ବୋଲି ମୋବାଇଲ ମାସେଜ୍‌ ଜରିଆରେ ଅବଗତ ହୋଇଛନ୍ତି। ହେଲେ ସେମାନଙ୍କ ବ୍ୟାଙ୍କ ଜମାଖାତାକୁ ପ୍ରଥମକିସ୍ତି ଆସି ନ ଥିବା ସମ୍ପର୍କରେ ଶିବିର ଜରିଆରେ ସୂଚନା ଦେଇଛନ୍ତି  । ଟଙ୍କା ନ ଆସିବା ପର୍ଯ୍ୟନ୍ତ ଘର ନିର୍ମାଣ କାର୍ଯ୍ୟ ସହଜ ହେବ ନାହିଁ ବୋଲି ଆଲୋଚନା ଜରିଆରେ ମତପ୍ରକାଶ ପାଇଛି । ତେବେ ଏଭଳି ସମସ୍ୟା ସମ୍ପର୍କରେ ଅଧିକାରୀମାନେ ବିଡିଓଙ୍କୁ ରିପୋର୍ଟ କରିବା ସହ ତା’ର ଆଶୁ ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୃତି ଦେଇଛନ୍ତି ା ବହୁ ଦିନ ଅପେକ୍ଷା ପରେ ହିତାଧିକାରୀମାନଙ୍କୁ ଘର ନିର୍ମାଣ ବାବଦକୁ ୧.୩୦ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିପାରିବା ସମ୍ପର୍କରେ ଅବଗତ ହୋଇ ହିତାଧିକାରୀମାନେ ଖୁସି ପ୍ରକଟ କରିଛନ୍ତି ।
ଏ ସଂକ୍ରାନ୍ତରେ ରସୁଲପୁର ବିଡିଓ ଅବନୀକାନ୍ତ ସାହୁଙ୍କୁ ପଚାରିବାରୁ ଏବେ ସୁଧା ବ୍ଲକ ଅଞ୍ଚଳର ପ୍ରାୟ ୨୦୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ସାରିଛି । ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଜମାଖାତାକୁ ପ୍ରଥମ କିସ୍ତି ଟଙ୍କା ଯାଇ ପାରି ନ ଥିବା ଅଭିଯୋଗ ଆସୁଛି । ଆର୍ଥତ୍କ କାରବାର ଅତି ସତର୍କତାର ସହ କରାଯାଉଛି । ବିଭିନ୍ନ ପର୍ଯ୍ୟାୟରେ ଯାଞ୍ଚ କରିବା ପରେ ଆର୍ଥିକ ସହାୟତା ଜମାଖାତାକୁ ପଠାଯାଉଛି । ତେବେ ଏ ନେଇ ଆସୁଥିବା ଅଭିଯୋଗକୁ ପ୍ରଶାସନ ଗୁରୁତର ସହ ନେଇ ହିତାଧିକାରୀମାନଙ୍କ ସମସ୍ୟାକୁ ତ୍ୱରିତ ଉପାୟରେ ସମାଧାନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri