ନବରଙ୍ଗପୁରରେ ପଛରେ ପଡ଼ିଛି ପିଏମ୍‌ଏଓ୍ବାଇ ନିର୍ମାଣ କାର୍ଯ୍ୟ

ନବରଙ୍ଗପୁର,୧୯ା୯(ବି.ପ୍ର.):ନବରଙ୍ଗପୁର ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କାର୍ଯ୍ୟ ବହୁ ପଛରେ ପଡ଼ିଛି। ଏଥିରେ ମଧ୍ୟସ୍ଥି ବାଧକ ସାଜିଥିବା ଜଣାପଡ଼ିଛି। ଗରିବ ହିତାଧିକାରୀଙ୍କ ଘର ତିଆରି କରିଦେବା ନାଁରେ ମଧ୍ୟସ୍ଥି ଟଙ୍କା ନେବାପରେ ଅଧାକାମ କରି ଧରାଛୁଆଁ ଦେଉ ନ ଥିବା ଅନେକ ହିତାଧିକାରୀଙ୍କ ଠାରୁ ଅଭିଯୋଗ ଆସୁଛି। ଏମିତିକି ପଞ୍ଚାୟତ ସ୍ତରରୁ ବ୍ଲକ ପର୍ଯ୍ୟନ୍ତ ମଧ୍ୟସ୍ଥି ନିର୍ଦ୍ଦିଷ୍ଟ ଦଳର ହୋଇଥିବାରୁ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି। ଅଗଷ୍ଟ ସୁଦ୍ଧା ୨୦୧୬-୧୭ ଆର୍ଥିକ ବର୍ଷର ଏ ପର୍ଯ୍ୟନ୍ତ ୫୦୬ ଆବାସ ନିର୍ମାଣ ହୋଇପାରି ନ ଥିବା ଜଣାପଡ଼ିଛି। ସେହିପରି ୨୦୧୮-୧୯ ବର୍ଷର ୬୭୧, ୨୦୧୯-୨୦ ବର୍ଷର ୪୪୫, ୨୦୧୯-୨୦ ବର୍ଷର ୩୧୫୩, ୨୦୨୦-୨୧ ବର୍ଷର ୧୦୩୫ ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବା ଜିଲାପରିଷଦ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଗୃହ ନିର୍ମାଣ ନିମନ୍ତେ ଟଙ୍କା ହିତାଧିକାରୀଙ୍କ ପାଖକୁ ଆସୁଛି। ହିତାଧିକାରୀ ନିଜେ କାମ କରିବାରେ ଅସମର୍ଥ ହେବା ଯୋଗୁ ମଧ୍ୟସ୍ଥିଙ୍କୁ ଟଙ୍କା ଦେଉଛନ୍ତି। ପରେ ମଧ୍ୟସ୍ଥି ଟଙ୍କା ନେଇ ବର୍ଷବର୍ଷ ଧରି ଗୃହ ନିର୍ମାଣ କାର୍ଯ୍ୟ ସାରୁ ନ ଥିବା ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ପ୍ରଶାସନ ମଧ୍ୟ ହାତବାନ୍ଧି ଟାର୍ଗେଟ ପୂରଣ ଅପେକ୍ଷାରେ ରହିବାକୁ ବାଧ୍ୟ ହେଉଛି। ପ୍ରକୃତ ହିତାଧିକାରୀ ଘର ଖଣ୍ଡିଏ ପାଇବା ପରେ ବହୁ ଖୁସିଥିବା ବେଳେ ମଧ୍ୟସ୍ଥି ଯୋଗୁ ଘରକାମ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ। ଆର୍ଥିକ ସ୍ଥିତି ଦୁର୍ବଳ ଥିବା ହିତଧିକାରୀ ନିଜେ ଘର ନିର୍ମାଣରେ ସମର୍ଥ ହୋଇପାରୁ ନାହାନ୍ତି। ବୟସ୍କ ଲୋକଙ୍କ ଆବାସ ନିର୍ମାଣ ପାଇଁ ମଧ୍ୟସ୍ଥିଙ୍କ ପ୍ରବେଶ ଏବଂ ହିତାଧିକାରୀଙ୍କ ନାମରେ ଆସିଥିବା ଟଙ୍କା ଉଠାଇ ନିର୍ମାଣ କାମ ଅଧାରେ ଅଟକିବା ଏବେ ମୁଖ୍ୟ ସମସ୍ୟା ହୋଇଛି। ଅନ୍ୟପକ୍ଷରେ ବାର୍ଦ୍ଧକ୍ୟ ଜନିତ କାରଣରୁ ହିତାଧିକାରୀ ମଧ୍ୟ ବ୍ଲକ, ଜିଲା କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିବାରେ ଅସମର୍ଥ ହେଉଛନ୍ତି। ଫଳରେ ଟଙ୍କା ଉଠାଇ ଛୁ ମାରିଥିବା ମଧ୍ୟସ୍ଥିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁନି। ଏ ନେଇ ଜିଲା ପରିଷଦ ନିର୍ବାହୀ ଅଧିକାରୀ ରତ୍ନାକର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ହିତାଧିକାରୀଙ୍କ ସିଧାସଳଖ ଟଙ୍କା ଦିଆଯାଉଛି। ସେମାନେ ମଧ୍ୟସ୍ଥି ଜରିଆରେ କାମ କରୁଥିବାରୁ ପ୍ରଶାସନ ମଧ୍ୟ ଉପାୟଶୂନ୍ୟ ହୋଇପଡ଼ୁଛି। ତଥାପି ବିଡିଓ ମାନଙ୍କୁ ଶୀଘ୍ର ଟାର୍ଗେଟ ପୂରଣ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri