ଘରୋଇ ଜମିରେ ଶବଦାହ ଗୃହ ନିର୍ମାଣ

ରସୁଲପୁର,୨୭ା୪(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ନରସିଂହପୁର ପଞ୍ଚାୟତ ହରିପୁର ମୌଜାର ଜିତେନ୍ଦ୍ର କୁମାର ସାହୁଙ୍କ ନାମରେ ଥିବା ଏକ ଘରୋଇ ଜମିରେ ଶବଦାହ ଗୃହ ନିର୍ମାଣ କରାଯାଉଛି। ଏହାକୁ ଜିତେନ୍ଦ୍ର ବିରୋଧ କରୁଛନ୍ତି। ହେଲେ ତାଙ୍କ ବିରୋଧକୁ ପଞ୍ଚାୟତ ପକ୍ଷରୁ ଭୃକ୍ଷେପ କରାଯାଉ ନାହିଁ। ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଜମିକୁ ବିନା ମାପଚୁପ ଓ ସରକାର ପକ୍ଷରୁ ଆବଶ୍ୟକୀୟ କାଗଜାଦ୍‌ ହାସଲ ନ କରି ବେଆଇନ ଭାବେ ଗୃହ ନିର୍ମାଣ କରାଯାଉଛି। ତେଣୁ ସେ ବାଧ୍ୟହୋଇ ବିଡିଓ ଅବନିକାନ୍ତ ସାହୁଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହାଛଡ଼ା ଉକ୍ତ ଜମି ଉପରେ ହେଉଥିବା ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଉପଜିଲାପାଳଙ୍କ କୋର୍ଟରୁ ୧୪୪ଧାରା ଲାଗୁ ପାଇଁ ନିର୍ଦ୍ଦେଶ ହାସଲ କରିଛନ୍ତି। ଉକ୍ତ ନିର୍ଦ୍ଦେଶ ସମ୍ପର୍କରେ କୁଆଖିଆ ଥାନାକୁ ଅବଗତ କରାଇଛନ୍ତି। ମାତ୍ର ଏସବୁ ସତ୍ତ୍ୱେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ପୋଲିସ କିମ୍ବା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଅଭିଯୋଗକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସରକାରୀ ନିର୍ମାଣ କାର୍ଯ୍ୟ ପାଇଁ ଜମିଜମା ସମ୍ପର୍କିତ କାଗଜାଦ୍‌ କ୍ଷମତାପ୍ରାପ୍ତ ଅଧିକାରୀଙ୍କଠାରୁ ହାସଲ କରିବା କଥା। ଉକ୍ତ ଜମିକୁ ଚିହ୍ନଟ କରାଯିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବାର ବିଧି ରହିଛି। ମାତ୍ର ଏଠାରେ ବିଧି ମୁତାବକ କାର୍ଯ୍ୟ ହେଉନାହିଁ। ହରିପୁର ମୌଜାର ଖାତା ନମ୍ବର-୭୭, ଖସଡ଼ା ନମ୍ବର-୨୦୧୪ରେ ଥିବା ୫୩ ଡିସିମିଲି ଜମି ଅଭିଯୋଗକାରୀଙ୍କ ନାମରେ ଅଛି ବୋଲି ସେ ଦାବି କରିଛନ୍ତି। ସେ କହିଛନ୍ତି, ଉକ୍ତ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିବାରୁ ପଞ୍ଚାୟତ ପକ୍ଷରୁ ଏକ ଶବଦାହ ଗୃହ ନିର୍ମାଣ କରାଯାଉଥିବା ଜାଣିବାକୁ ପାଇଥିଲେ। ତେଣୁ ଜମି ମାପଚୁପ୍‌ କରି କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିମାନଙ୍କୁ ସେ ଅନୁରୋଧ କରିଥିଲେ। ହେଲେ ସେମାନେ ତାଙ୍କ କଥା ଶୁନି ନ ଥିଲେ। ଏହାକୁ ବିରୋଧ କରିବାରୁ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ବ୍ୟକ୍ତିମାନଙ୍କର ଆକ୍ରୋଶର ଶିକାର ହେଉଛନ୍ତି। ଏ ସମ୍ପର୍କରେ ବିଡିଓ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ଗତ ୨୧ ତାରିଖରେ ଅଭିଯୋଗ ହୋଇଥିଲା। ୨ଦିନ ଛୁଟି ଥିବାରୁ ତଦନ୍ତରେ ବିଳମ୍ବ ହୋଇଛି। ଅଭିଯୋଗ ଆଧାରରେ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ। ଅଭିଯୋଗରେ ସତ୍ୟାସତ୍ୟ ଥିଲେ ନିର୍ମାଣ କାର୍ଯ୍ୟ ପାଇଁ ସରକାରୀ ଅର୍ଥ ପ୍ରଦାନ କରାଯିବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri