Posted inଜାତୀୟ

ଅନ୍ନଦାତାଙ୍କ ଆନ୍ଦୋଳନରେ ଖଲିସ୍ତାନୀ ପତାକା ପ୍ରଦର୍ଶନ ପାଇଁ ଷଡ଼ଯନ୍ତ୍ର: ଗୋଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ,୧୩।୧୨: କୃଷି ଆଇନକୁ ନେଇ ଦେଶରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଇତିମଧ୍ୟରେ ଆନ୍ଦୋଳନ ୧୮ ଦିନରେ ପହଞ୍ଚିଛି। ଉଗ୍ରବାଦୀ ସଂଗଠନ ଶିଖ୍‌ ଫର୍‌ ଜଷ୍ଟିସ୍‌ ପକ୍ଷରୁ ଆନ୍ଦୋଳନ ସମୟରେ ଖଲିସ୍ତାନୀ ପତାକା ପ୍ରଦର୍ଶନ ପାଇଁ ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସଂଗଠନ ପଞ୍ଜାବ ହରିୟାଣା ସୀମାରେ ଥିବା ଶମ୍ଭୁ ଗାଁରେ ଲୋକଙ୍କୁ ଉସୁକାଇବା କାର୍ଯ୍ୟ କରୁଥିବା ଗୋଇନ୍ଦା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆନ୍ଦୋଳନରେ ଖଲିସ୍ତାନ ପତାକା ପ୍ରଦର୍ଶନ କରିଥିବା ଲୋକଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ଶିଖ୍‌ ଫର୍‌ ଜଷ୍ଟିସ୍‌ ସଂଗଠନ କହିଛି। କେତେକ ସ୍ଥାନରେ ସଂଗଠନର ପୋଷ୍ଟର ମଧ୍ୟ ଲଗାଯାଇଥିବା ଅଭିଯୋଗ ହୋଇଛି। ସମ୍ପ୍ରତି ଏନ୍‌ଆଇଏ ପକ୍ଷରୁ ଏହି ସଂଗଠନର ୧୬ ଜଣ ବିଦେଶୀ ସଦସ୍ୟଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ସେମାନଙ୍କ ମଧ୍ୟରେ ପରମଜିତ୍‌ ସିଂ ପମ୍ମା, ଗୁରୁପତଓ୍ବନ୍ତ ସିଂ ପନ୍ନୁ ଏବଂ ଜେ.ଏସ୍‌. ଧାଲିଓ୍ବାଲ ପ୍ରମୁଖ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାରା ୩୭୦ ହଟିବା ନେଇ ନିଜ ନିଜର ଖୁସି ପ୍ରକାଶ କଲେ ବଲିଉଡ୍‌ କଳାକାର

ମୁମ୍ବାଇ,୫।୮: ଜମ୍ମୁ-କଶ୍ମୀରରୁ ୭୨ ବର୍ଷ ପୁରାତନ ଧାରା ୩୭୦ ହଟିବା ନେଇ ବଲିଉଡ୍‌ର ଖ୍ୟାତି ସମ୍ପନ୍ନ ବ୍ୟକ୍ତି ବିଶେଷ ଟୁଇଟ୍‌ କରି ନିଜର ଖୁସି ବ୍ୟକ୍ତ...

ପାକିସ୍ତାନକୁ ପ୍ରଶଂସା କରି ଫସିଲେ ଶଶି ଥରୁର

ନୂଆଦିଲ୍ଲୀ,୧୮।୧୦: ପୁଣି ବିବାଦରେ କଂଗ୍ରେସ ନେତା ଶଶି ଥରୁର। ପାକିସ୍ତାନର ଲାହୋର ଲିଟରେଚର୍‌ ଫେଷ୍ଟିଭାଲରେ ଯୋଗ ଦେଇ ଭାରତ ସରକାରଙ୍କୁ ନିନ୍ଦା କରି ସେ ଫସିଯାଇଛନ୍ତି।...

ରେକର୍ଡ ଟିକାକରଣ ନେଇ କଂଗ୍ରେସକୁ ଆସିଛି ଜ୍ୱର, ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ…

ନୂଆଦିଲ୍ଲୀ,୧୮।୯: ଦେଶରେ ରେକର୍ଡ ଟିକାକରଣ ନେଇ କଂଗ୍ରେସକୁ ଜ୍ୱର ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡ଼ିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଗୋଆର କରୋନା ଯୋଦ୍ଧାଙ୍କ...

ଫୁଟବଲ ପ୍ରଶିକ୍ଷଣ ଯୋଗୁ ୮ ପଞ୍ଚାୟତର ୨୦ ଗାଁରେ ହେଉନି ଏବେ ବାଲ୍ୟବିବାହ

ରାଞ୍ଚି,୧୫।୭: ଝାଡ଼ଖଣ୍ଡର ୮ଟି ପଞ୍ଚାୟତର ୨୦ ଗାଁରେ ଏବେ ବାଲ୍ୟ ବିବାହ ବନ୍ଦ ହୋଇଯାଇଛି। ଜନଜାତି ଅଧ୍ୟ୍ୟୁଷିତ ଏହି ଗାଁଗୁଡ଼ିକରେ କମ୍‌ ବୟସର ଝିଅପୁଅଙ୍କୁ ବିବାହ...

ଆଇଟିବିପିର ୨୦ ଯବାନଙ୍କୁ ଦିଆଗଲା କରୋନା ଟିକା

ନୂଆଦିଲ୍ଲୀ,୧୬ ।୧: କରୋନା ମହାମାରୀକୁ ନେଇ ଭାରତରେ ବିଶ୍ୱର ସବୁଠାରୁ ବଡ ଟିକାକରଣ କାର୍ଯ୍ୟକ୍ରମ ଶନିବାର ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର...

କେନ୍ଦ୍ର, ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ

ନୂଆଦିଲ୍ଲୀ, ୧୯।୮(ପି.ଟି.): ପେଗାସସ୍‌ ଗୁପ୍ତଚରଗିରି ଅଭିଯୋଗର ତଦନ୍ତ ପାଇଁ ପଶ୍ଚିମବଙ୍ଗ ସରକାର ତଦନ୍ତ କମିଶନ ଗଠନ କରିଥିବାରୁ ସୁପ୍ରିମକୋର୍ଟ ବୁଧବାର ଏନେଇ କେନ୍ଦ୍ର ଓ ଉକ୍ତ...

ଅଶୋକ ଗେହଲଟଙ୍କ ଘୋଷଣା: କରୋନାରେ ଅନାଥ ପିଲାଙ୍କୁ ମିଳିବ ସରକାରୀ ଚାକିରି

ଜୟପୁର,୧୦।୨: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୁକ୍ରବାର ୨୦୨୨-୨୩ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ଏକ ବଡ଼ ଘୋଷଣା କରାଯାଇଛି। କରୋନାରେ ଅନାଥ ପିଲାମାନଙ୍କୁ...

ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରି ଭୋଟ ପାଉ ଥିବା ଏନ୍‌ଡିଏ ସରକାର ଅନ୍ନଦାତାଙ୍କ ସମ୍ମୁଖରେ ଅସହାୟ: ଶିବସେନା

ମୁମ୍ବାଇ, ୭।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଶିବସେନା ପକ୍ଷରୁ କୁହାଯାଇଛି ଯେ, ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରି ଭୋଟ ପାଉ ଥିବା...

Advertisement
Archives

Model This Week