ସଂରକ୍ଷଣ ଅସନ୍ତୋଷ ବଢୁଛି

ଭୁବନେଶ୍ୱର,୫ା୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ପାଖେଇ ଆସୁଥିବାବେଳେ ନିର୍ବାଚନୀ ଉଷ୍ମତା ବଢ଼ିବାରେ ଲାଗିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ସାନି ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି। ଏଥିରେ ଓବିସି ସଂରକ୍ଷଣକୁ ବାଦ୍‌ ଦିଆଯାଇଛି। ଆସନ୍ତା ୧୦ ତାରିଖରେ ରାଜ୍ୟ ନିର୍ବାଚନ କମିଶନ(ଇସି) ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହା ପରେ ଯେ କୌଣସି ମୁହୂର୍ତ୍ତରେ ନିର୍ବାଚନ ଘୋଷଣା କରାଯାଇପାରେ। ହେଲେ ଇତିମଧ୍ୟରେ ଆସନ ସଂରକ୍ଷଣକୁ ନେଇ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ସ୍ଥାନୀୟ ବିଧାୟକଙ୍କଠାରୁ ଆରମ୍ଭ କରି ଦଳୀୟ ନେତାମାନେ ପରସ୍ପର ଉପରକୁ ଦୋଷ ଠେଲି ଆଶାୟୀଙ୍କ ଆକ୍ରୋଶରୁ ବର୍ତ୍ତିବାକୁ ଉଦ୍ୟମ ଚଳାଇଛନ୍ତି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶ ପାଇଥିବା ସ୍ଥାନ ସଂରକ୍ଷଣ ତାଲିକା ମାମଲା ହାଇକୋର୍ଟକୁ ଯିବା ପରେ ଏହାର ସାନି ପ୍ରକାଶନ ପାଇଁ ରାଜ୍ୟ ସରକାର ଅଦାଲତଙ୍କୁ ଜଣାଇଥିଲେ। ଅଦାଲତଙ୍କ ନିର୍ଦ୍ଦେଶ ପରେ ଚଳିତ ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ବ୍ୟବସ୍ଥା ହଟିଯାଇଛି। କୋର୍ଟ ନିର୍ଦ୍ଦେଶ ଦେବା ପରେ ୨୦୨୧ ଡିସେମ୍ବର ୨୪ରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ପକ୍ଷରୁ ଯେଉଁ ଚିଠା ତାଲିକା ପ୍ରକାଶ ପାଇଛି ସେଥିରେ ପ୍ରଥମ ତାଲିକା ତୁଳନାରେ ବ୍ୟାପକ ପରିବର୍ତ୍ତନ ହୋଇଛି। ଅନୁସୂଚିତ ଜନଜାତି ପାଇଁ ୭ ଜିଲା ପରିଷଦ ଆସନ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜାତି ପାଇଁ ୫ ଜିଲା ପରିଷଦ ଆସନ ସଂରକ୍ଷିତ ରହିଛି। ସେହିପରି ୧୦ ଜିଲା ପରିଷଦ ଆସନ ଅଣସଂରକ୍ଷିତ ଏବଂ ୮ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ରାଜ୍ୟ ସରକାର ୫୦ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବା ନେଇ ପୂର୍ବ ବିଜ୍ଞପ୍ତିରେ ପ୍ରକାଶ କରିଥିବା ବେଳେ ସାନି ବିଜ୍ଞପ୍ତିରେ ମଧ୍ୟ ସମାନ ସଂଖ୍ୟକ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ କରିଛନ୍ତି।  ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପଛୁଆବର୍ଗ ପାଇଁ କୌଣସି ସ୍ଥାନ ସଂରକ୍ଷିତ କରାଯାଇ ନାହିଁ। ପୂର୍ବ ବିଜ୍ଞପ୍ତିରେ ପଛୁଆବର୍ଗଙ୍କ ପାଇଁ ୪ ଜିଲା ସଂରକ୍ଷିତ ରଖାଯାଇଥିବା ବେଳେ ଏସ୍‌ସି/ଏସ୍‌ଟିଙ୍କ ପାଇଁ ୧୪ ଏବଂ ୬ ଜିଲା ଅଣସଂରକ୍ଷିତ ମହିଳାଙ୍କ ପାଇଁ ରଖାଯାଇଥିଲା। କେନ୍ଦ୍ରାପଡ଼ା, ନୟାଗଡ଼, ଦେବଗଡ଼, ସୋନପୁର, ଝାରସୁଗୁଡ଼ା ଏବଂ ବଲାଙ୍ଗୀର ଜିଲା ପରିଷଦ ଆସନ ଅଣସଂରକ୍ଷିତ ଥିଲା। ତେବେ ସାନି ବିଜ୍ଞପ୍ତିରେ ଏଥିରେ ବ୍ୟାପକ ଅଦଳବଦଳ କରାଯାଇଛି।
ପ୍ରଥମ ତାଲିକା ପ୍ରକାଶ ପରେ ଯେଉଁ ଆଶାୟୀମାନେ ପୋଷ୍ଟର ବ୍ୟାନର ମାରିବା ସହିତ ଭୋଜିଭାତ କରିଥିଲେ ସେମାନଙ୍କ ମଧ୍ୟରୁ ଅନେକ ହତାଶ ହୋଇପଡ଼ିଛନ୍ତି। ଓବିସିଙ୍କ ପାଇଁ ସଂରକ୍ଷିତ ଥିବା ଆସନ ସାଧାରଣ ବର୍ଗ ଓ ଅନୁସୂଚିତ ଜାତିଙ୍କ ପାଇଁ ରହିଛି। ସେହିଭଳି ଅନୁସୂଚିତ ଜନଜାତି ବହୁଳ ଅଞ୍ଚଳରେ ମଧ୍ୟ କେତେକ ଆସନରେ ପରିବର୍ତ୍ତନ ହୋଇ ସାଧାରଣବର୍ଗଙ୍କ ପାଇଁ ସଂରକ୍ଷିତ ହୋଇଛି। ଏହାକୁ ନେଇ ଆଦିବାସୀ ବହୁଳ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏପରି କି ଏହାକୁ ପ୍ରତିବାଦ କରି ସୋମବାର ପଶ୍ଚିମଓଡ଼ିଶା ଆଦିବାସୀ ମହାସଂଘ ପକ୍ଷରୁ ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁ୍‌ଖରେ ବିଶାଳ ଶୋଭାଯାତ୍ରା କରାଯାଇଥିଲା।
ସାନି ବିଜ୍ଞପ୍ତିକୁ ନେଇ ଆଶାୟୀମାନେ ଘୋର ଅସନ୍ତୋଷ ପ୍ରକାଶ କରିବା ସହ ଏଥିପାଇଁ ସ୍ଥାନୀୟ ବିଧାୟକମାନଙ୍କ ଉପରେ ବିରୋଧରେ ବିଷୋଦଗାର କରୁଛନ୍ତି। ଏହାକୁ ନେଇ କେତେକ ସ୍ଥାନରେ ବିଧାୟକଙ୍କ ସହ ଉଚ୍ଚବାଚ ଓ ଠେଲାପେଲା ଭଳି ଘଟଣା ମଧ୍ୟ ଦେଖିବାକୁ ମିଳୁଛି। ତେବେ ନିଜ ଉପରକୁ ଆସୁଥିବା ଦୋଷକୁ ନେତାମାନେ ବିରୋଧୀଙ୍କ ଉପରକୁ ଖସାଇ ଦେଉଛନ୍ତି। ଆସନ ସଂରକ୍ଷଣ ପାଇଁ ବିରୋଧୀ ନେତା ଦାୟୀ ଓ ସେମାନେ ଏଭଳି କରିଛନ୍ତି କହି ଅସନ୍ତୁଷ୍ଟଙ୍କୁ ବୁଝାଇ ଶାନ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। ଇତିମଧ୍ୟରେ ଜାନୁୟାରୀ ୩ ତାରିଖ ସୁଦ୍ଧା ସଂରକ୍ଷଣ ସଂକ୍ରାନ୍ତୀୟ ଅଭିଯୋଗ ଦାଖଲ ଶେଷ ହୋଇଛି। ୫ ତାରିଖରେ ଏହା ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ। ଜାନୁୟାରୀ ୭ ତାରିଖରେ ସରକାର ରାଜ୍ୟ ନିର୍ବାଚନ କମିଶନଙ୍କୁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରଦାନ କରିବେ। ଏହାପରେ କୌଣସି ସମୟରେ କମିଶନ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ସହିତ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି। ହାଇକୋର୍ଟ ମଧ୍ୟ ମାର୍ଚ୍ଚ ୮ତାରିଖ ସୁଦ୍ଧା ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସ୍ଥିତିରେ ଏବେ ସଂରକ୍ଷଣ ତାଲିକାରେ ଓଲଟପାଲଟ ସ୍ଥାନୀୟ ବିଧାୟକଙ୍କୁ ଅଡୁଆରେ ପକାଇ ଦେଇଛି। ପରିବର୍ତ୍ତିତ ସଂରକ୍ଷଣ ତାଲିକାରେ କାଟ୍‌ ଖାଇଯାଇଥିବା ଆଶାୟୀଙ୍କୁ କିଭଳି ବୁଝାଇ ପାଖରେ ରଖିବେ ତାହା ଏବେ ସେମାନଙ୍କ ପାଇଁ ବଡ଼ ଆହ୍ବାନ ହୋଇଛି। ଏଠାରେ ସୂଚନାଯୋଗ୍ୟ, ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ହଟିଯିବା ପରେ ବିଜେଡି ପଞ୍ଚାୟତ ନିର୍ବାଚନରେ ୪୦ପ୍ରତିଶତ ସିଟ୍‌ ଓବିସିଙ୍କ ପାଇଁ ସଂରକ୍ଷିତ ରଖିବ ବୋଲି ଘୋଷଣା କରିସାରିଛି। ତେବେ ଅନ୍ୟ ଦଳଗୁଡ଼ିକ ଓବିସି ଭୋଟ ହାତେଇବାକୁ କେଉଁ ରଣନୀତି ଆପଣାଇବେ ତାହା ନିର୍ବାଚନ ତାରିଖ ଘୋଷଣା ପରେ ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri