ତ୍ରୁଟିପୂର୍ଣ୍ଣ ନୀତିର ପରିଣାମ

ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ଗାଜାରେ ଗମ୍ଭୀର ମାନବୀୟ ସ୍ଥିତି ଖବରର ଶିରୋନାମା ପାଲଟୁଛି। ଏହା ମଧ୍ୟ ହେବା ସ୍ବାଭାବିକ। କିନ୍ତୁ ଆଉ ଏକ ସଶସ୍ତ୍ର ସଂଘର୍ଷ ମ୍ୟାନ୍‌ମାରରେ ଚାଲିଛି ଯାହା ଗମ୍ଭୀର ଉପତ୍ୀଡ଼ନର କାରଣ ହେଉଛି। ଏହା ଯୋଗୁ ୨୦ ଲକ୍ଷରୁ ଅଧିକ ଲୋକ ଦେଶ ଭିତରେ ସ୍ଥାନାନ୍ତର ହୋଇଥିବାବେଳେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ପଡ଼ୋଶୀ ବାଂଲାଦେଶ, ଭାରତ ଏବଂ ଥାଇଲାଣ୍ଡକୁ ଚାଲିଯାଇଛନ୍ତି। ହେଲେ ଏଭଳି ଏକ ସଂଘର୍ଷ ଅନ୍ତର୍ଜାତୀୟ ସ୍ତରରେ କମ୍‌ ଦୃଷ୍ଟି ଆକର୍ଷଣ କରୁଛି। ଏହି ସଂଘର୍ଷରେ ଲିପ୍ତ ଗଣତନ୍ତ୍ର ସପକ୍ଷବାଦୀ ବିଦ୍ରୋହୀଙ୍କୁ ଆମେରିକା ସମର୍ଥନ କରୁଥିବା ଦେଖାଯାଇଛି। ବିଦ୍ରୋହୀମାନେ ସେନା ଶାସନ (ଜୁଣ୍ଟା)କୁ ତଡ଼ିଦେବା ଲାଗି ଚେଷ୍ଟା କରୁଛନ୍ତି। ଉଲ୍ଲେଖନୀୟ, ଫେବୃୟାରୀ ୨୦୨୨ରେ ଜୁଣ୍ଟା କ୍ଷମତା ଦଖଲ କରିଥିଲା। ମ୍ୟାନ୍‌ମାରରେ ଏକ ନିର୍ବାଚିତ ସରକାରକୁ ସେନା ଗାଦିଚ୍ୟୁତ କରିଥିଲା, ଯାହା ସାମରିକ ଶାସନର ୬ ମାସ ପୂର୍ବରୁ ଗଠିତ ହୋଇଥିଲା। ମିଲିଟାରି ଶାସନ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଶାସନ ଏହା ଉପରେ ବ୍ୟାପକ କଟକଣା ଲଗାଇଲା ଓ ସେବେଠାରୁ ଏହାକୁ ବଢ଼ାଇଚାଲିଛି। କିନ୍ତୁ ଦେଖିବାକୁ ଗଲେ ଏହି କଟକଣା ଏଯାବତ ମ୍ୟାନ୍‌ମାରର ମିଲିଟାରି ଶାସକଙ୍କର କୌଣସି କ୍ଷତି କରିନାହିଁ। ବରଂ ଗତ ଦଶନ୍ଧିର ଆର୍ଥିକ ପ୍ରଗତିର ଜଟିଳ ସମସ୍ୟାକୁ ଦୂରକରିଥିବା ମ୍ୟାନ୍‌ମାରର ସାଧାରଣ ନାଗରିକଙ୍କୁ ଦୁଃଖ ଦେଇଛି।
ମ୍ୟନ୍‌ମାରରେ ଜୁଣ୍ଟାର ବିକଳ୍ପ ଭାବେ ଗଠିତ ହୋଇଥିବା ନ୍ୟାଶନାଲ ୟୁନିଟ୍‌ ସରକାର ସହ ବାଇଡେନ୍‌ ପ୍ରଶାସନର ନିବିଡ଼ ସମ୍ପର୍କ ରହିଛି। ବିଶ୍ୱର ଅନ୍ୟ ଦେଶଗୁଡ଼ିକ ଭଳି ଆମେରିକା ଏଭଳି ପ୍ରତୀକାମତ୍କ ସରକାରକୁ ଓପଚାରିକ ଭାବେ ସ୍ବୀକୃତି ଦେବାରୁ ଦୂରେଇ ରହିଛି । କିନ୍ତୁ ନ୍ୟାଶନାଲ ୟୁନିଟ୍‌ ସରକାରର ଜାତୀୟ ସେନା (ପିପୁଲ୍ସ ଡିଫେନ୍ସ ଫୋର୍ସ) ସହିତ ଜାତିଭିତ୍ତିକ ବିଦ୍ରେହୀ ସଂଗଠନ ଓ ଗଣତନ୍ତ୍ର ସପକ୍ଷବାଦୀ ଗୋଷ୍ଠୀଙ୍କୁ ନନ୍‌-ଲେଥାଲ ଏଡ୍‌ ବା ଅଣ ମାରାମତ୍କ ସହଯୋଗ (ଅସ୍ତ୍ରଶସ୍ତ୍ର ଓ ଗୋଳବାରୁଦ ବ୍ୟତୀତ ଶରୀରକୁ ଅଧିକ କ୍ଷତି କିମ୍ବା ମୃତ୍ୟୁ ଘଟାଇପାରୁଥିବା ଉପକରଣ ବା ଦ୍ରବ୍ୟ)କୁ ଅଟକାଇପାରିନାହିଁ। ଆମେରିକାର ନନ୍‌ ଲେଥାଲ ବା ‘ଅଣ ମାରାମତ୍କ’ ଶବ୍ଦକୁ ଅତି ସହଜରେ ବ୍ୟାଖ୍ୟା କରିବାର ଇତିହାସ ରହିଆସିଛି। ଉଦାହରଣ ସ୍ବରୂପ ସିରିଆ ବିଦ୍ରୋହୀମାନଙ୍କ ପାଇଁ ଅଣ ମାରାମତ୍କ ଉପକରଣ ଯୋଗାଇ ଯୁଦ୍ଧକ୍ଷେତ୍ରରେ ସେମାନଙ୍କ କାର୍ଯ୍ୟକ୍ଷମତା ବୃଦ୍ଧି କରିଛି।
ମ୍ୟାନ୍‌ମାରରେ ବାଇଡେନ୍‌ ପ୍ରଶାସନ ଯେଉଁ ଗୋଷ୍ଠୀଗୁଡ଼ିକୁ ସମର୍ଥନ କରନ୍ତି ସେମାନଙ୍କର କେବଳ ରାଜନୈତିକ ରଣନୀତି ବିଷୟକୁ ଛାଡ଼ିଦେଲେ ଅନ୍ୟ କୌଣସି ସାମୂହିକ କ୍ଷେତ୍ରରେ ଯୋଗଦାନ ନାହିଁ। ସେଠାରେ ଚାଲିଥିବା ଏକ ଛାୟା ସରକାର ସମସ୍ତ ପ୍ରମୁଖ ଜାତିଗତ ଗୋଷ୍ଠୀଙ୍କର ସମର୍ଥନ ହାସଲ କରିବାରେ ବିଫଳ ହୋଇଛି। ଏହାର ସେନାରେ ଏକ ଏକୀକୃତ ମିଲିଟାରି କମାଣ୍ଡର ଅଭାବ ରହିଛି। ଜାତିଗତ ବିଦ୍ରୋହୀ ଗୋଷ୍ଠୀଗୁଡ଼ିକ ମଧ୍ୟର ଅନେକଙ୍କର କ୍ରୂରତାର ରେକର୍ଡ ରହିଛି। ସେମାନେ ସମାବେଶୀ ସଂଘୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ପରିବର୍ତ୍ତେ ସେମାନଙ୍କ ସମୁଦାୟ ପାଇଁ ସ୍ବାୟତ୍ତତା ହାସଲ କରିବାରେ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି ଏବଂ କେତେକ ଏହା ପାଇବା ଲାଗି ଜୁଣ୍ଟାକୁ ସହଯୋଗ କରିବାକୁ ଚାହଁୁଛନ୍ତି। ଏହି ଗୋଷ୍ଠୀଗୁଡ଼ିକର ଆଞ୍ଚଳିକ ଦାବି ଅନେକ ସମୟରେ ବ୍ୟାପକ ହେଉଛି।
ଆମେରିକା ସହଯୋଗରେ ମ୍ୟାନ୍‌ମାରରେ ହିଂସା ବଢୁଛି କି ନାହିଁ ତାହା ନିର୍ଦ୍ଦିଷ୍ଟ ଭାବେ କହିବା ଅସମ୍ଭବ। କିନ୍ତୁ ଏହା ନିଃସନ୍ଦେହ ଯେ, ବିଦ୍ରୋହୀଙ୍କ ଆକ୍ରମଣ ଏବେ ତୀବ୍ର ହୋଇଛି, ଯାହାର ପରିଣାମ ସେହି ଦେଶର ନାଗରିକ ଓ ପଡ଼ୋଶୀ ଦେଶଗୁଡ଼ିକ ପାଇଁ ଗମ୍ଭୀର ହୋଇଛି। ନାଗରିକମାନେ ବହୁ ସମୟରେ ସଂଘର୍ଷ ମଧ୍ୟରେ ଫସି ରହୁଛନ୍ତି। ଗତ ମାସରେ ଏକ ପ୍ରମୁଖ ଲଢ଼େଇରେ ବିଦ୍ରୋହୀମାନେ ଅନେକ ସୀମାନ୍ତ ସହର ଓ ବହୁ ମିଲିଟାରି କେନ୍ଦ୍ରକୁ ନିୟନ୍ତ୍ରଣକୁ ନେଇଥିଲେ। ଗୋଟିଏ ସପ୍ତାହରେ ସେମାନେ ଘଉଡ଼ାଇ ଦେଇଥିବା ୭୨ ସରକାରୀ ସୈନ୍ୟ ଭାରତକୁ ପଳାଇ ଆସିଥିଲେ। ଫଳରେ ଘାତକ ସେନା ଦ୍ୱାରା ଜୁଣ୍ଟା ଏହାକୁ ପ୍ରତିହତ କରିବା ସହ ଆକାଶମାର୍ଗରୁ ଆକ୍ରମଣ ଓ ତୋପ ପ୍ରୟୋଗ କରିଥିଲା। ଏହି ସମୟରେ ୩୨,୦୦୦ରୁ ଅଧିକ ଚୀନ୍‌ ସମ୍ପ୍ରଦାୟର ଲୋକ ଭାରତର ଚୀନ୍‌ ବହୁଳ ମିଜୋରାମ ରାଜ୍ୟରେ ଶରଣାର୍ଥୀ ଭାବେ ରହିଛନ୍ତି। ଅନେକ ହଜାର ଚୀନ୍‌ ସମ୍ପ୍ରଦାୟର ଲୋକେ ଭାରତର ସୀମାନ୍ତ ରାଜ୍ୟ ମଣିପୁରକୁ ମଧ୍ୟ ପଳାୟନ କରି ସେଠାରେ ସ୍ଥାନୀୟ ଦୁଇ ପ୍ରମୁଖ ଗୋଷ୍ଠୀ ମଧ୍ୟରେ ଲାଗିରହିିଥିବା ଜାତିଗତ ହିଂସାକୁ ତେଜୁଛନ୍ତି।
ସଶସ୍ତ୍ର ଗୋଷ୍ଠୀଗୁଡ଼ିକୁ ଆମେରିକା ସହାୟତା ଯୋଗାଇଦେବା ଦ୍ୱାରା ବିଶ୍ୱରେ ବହୁ ସମୟରେ ଅଶାନ୍ତି ଓ ଉପତ୍ୀଡ଼ନ ବୃଦ୍ଧି ପାଇଛି। ଏହାସହ ଗଣତନ୍ତ୍ର ଅନ୍ବେଷଣ ଭାବନା ମଧ୍ୟ ଦୁର୍ବଳ ହୋଇଛି। ମ୍ୟାନ୍‌ମାରରେ ମାନବୀୟ ସ୍ଥିତିର ଅଧୋଗତିକୁ ବିଚାରକୁ ନେଲେ ଜଣାପଡ଼େ ଯେ, ଏହା ବାରମ୍ବାର ଘଟିବା ସମ୍ଭାବନା ଅଧିକ। ଏବେ ସଂଘର୍ଷ ଦ୍ୱାରା ମ୍ୟାନ୍‌ମାର ପଡ଼ୋଶୀ ଦେଶଗୁଡ଼ିକ ପ୍ରଭାବିତ ହେଉଛନ୍ତି। ଠିକ୍‌ ଏହିଭଳି ମଧ୍ୟ ଆମେରିକା ପ୍ରଭାବିତ ହେବ, ଯଦି ମେକ୍ସିକୋରେ ବିଦ୍ରୋହୀଙ୍କୁ କୌଣସି ଶକ୍ତିଶାଳୀ ଦେଶ ସହାୟତା ଯୋଗାଇଦିଏ। ମ୍ୟାନ୍‌ମାର ପାଇଁ ନୀତି ପ୍ରଣୟନର ନେତୃତ୍ୱ ନେବାରେ ପଡ଼ୋଶୀ ଦେଶଗୁଡ଼ିକୁ ସୁଯୋଗ ଦେବା ତ ଦୂର କଥା, ବରଂ ବାଇଡେନ୍‌ ପ୍ରଶାସନ ଜୋର ଦେଇ କହୁଛି ଯେ ସେମାନେ ଆମେରିକା ପଦାଙ୍କ ଅନୁସରଣ କରିଛନ୍ତି। ମ୍ୟାନ୍‌ମାରର ମିଲିଟାରି ଜୁଣ୍ଟା ପ୍ରତି ଆମେରିକାର ବୁଝାମଣାରହିତ ଦଣ୍ଡାମତ୍କ ଦୃଷ୍ଟିକୋଣ ୧୦ଟି ଦେଶକୁ ନେଇ ଗଠିତ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର୍ର ସଂଗଠନ(ଆସିଆନ୍‌)କୁ ବିଭାଜିତ କରିଛି ଏବଂ ମ୍ୟାନ୍‌ମାର ସଂଘର୍ଷରେ ଏହାର ଗଠନମୂଳକ ଭୂମିକା ନେବାରେ ବାଧା ଉପୁଯାଇଛି। ତେବେ ମ୍ୟାନ୍‌ମାନରେ ଗଣତନ୍ତ୍ର ପାଇଁ ଆସିଆନ୍‌କୁ ଅଗ୍ରାଧିକାର ଦେବାକୁ ଚାହଁିବା ଅସମ୍ଭବ ମନେହେଉଛି, ଯଦିଓ ଏହି ଗୋଷ୍ଠୀର ସଂଖ୍ୟାଧିକ ସଦସ୍ୟ ଦେଶ ଏକଚ୍ଛତ୍ରବାଦୀ ଶାସନ ଅଧୀନରେ ରହିଛନ୍ତି।
ବିଶ୍ୱର ସବୁଠୁ ଜନବହୁଳ ଦେଶ ଭାରତ ଆମେରିକାର ଦୃଷ୍ଟିକୋଣକୁ ନେଇ ଅଧିକ ଚିନ୍ତା ପ୍ରକଟ କରୁଛି। କାରଣ, ଆମେରିକା ସମ୍ପଦରେ ପରିପୂର୍ଣ୍ଣ ମ୍ୟାନ୍‌ମାରକୁ ଚାଇନା ହାତକୁ ଟେକିଦେଉଛି। ଭାରତ ଏହାର ସ୍ଥଳ ଓ ସମୁଦ୍ର ସୀମାର ଭାଗୀଦାରି ରହିଛି ମ୍ୟାନ୍‌ମାର। ଦକ୍ଷିଣ-ପୂର୍ବ ଏସିଆରେ ଏହାକୁ ଭାରତ ଏକ ରଣନୀତିକ କରିଡର ଭାବେ ଦେଖୁଛି। ମ୍ୟାନ୍‌ମାରରୁ ଚାଇନା ଦ୍ୱାରା ପ୍ରଶିକ୍ଷିତ କେତେଜଣ ଲୋକ ଓ ଉଗ୍ରବାଦୀ ଭାରତକୁ ଆସୁଥିବାରୁ ଭାରତର ସୁରକ୍ଷା ପାଇଁ ଉଗ୍ରବାଦ ବିରୋଧୀ ମୁକାବିଲାରେ ମ୍ୟାନ୍‌ମାରର ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହେଲେ ବାଇଡେନ୍‌ଙ୍କ ତ୍ରୁଟିପୂର୍ଣ୍ଣ ମ୍ୟାନ୍‌ମାର ନୀତି ଗଣତନ୍ତ୍ର ଓ ଏକଚ୍ଛତ୍ରବାଦ ମଧ୍ୟରେ ଏକ ବୈଶ୍ୱିକ ଯୁଦ୍ଧର ପ୍ରତିଫଳନ ଭଳିି ମନେହେଉଛି। କିନ୍ତୁ ଚାଇନାର ବଢୁୁଥିବା ପ୍ରଭାବକୁ ପ୍ରତିହତ କରିବା ପାଇଁ ଅଣ ଗଣତାନ୍ତ୍ରିକ ରାଷ୍ଟ୍ର ସହ ରଣନୀତିକ ସମ୍ପର୍କକୁ ଗଭୀରକରି ତାଙ୍କ ପ୍ରଶାସନ ବିଭିନ୍ନ ସ୍ଥାନରେ ଅଧିକ ସମ୍ବେଦନଶୀଳ ବୈଦେଶିକ ନୀତି ଆପଣେଇଛି। ଉଦାହରଣ ସ୍ବରୂପ, ଗତ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଜି୨୦ ଶିଖର ସମ୍ମିଳନୀରେ ବାଇଡେନ୍‌ ସାଉଦି ଆରବ ସହ ସମ୍ପର୍କ ସୁଧାରିବାକୁ ଚେଷ୍ଟା କରିଥିଲେ। ଏହା ପରେ ସେ ଭିଏଟ୍‌ନାମ ଗସ୍ତ କରି ତାକୁ ଭାରତ-ପ୍ରଶାନ୍ତ ମହାସାଗରୀୟ ସହଯୋଗୀ ବୋଲି କହିଥିଲେ। ମ୍ୟାନ୍‌ମାରକୁ ଗଣତନ୍ତ୍ର ଏବଂ ମାନବିକ ଅଧିକାର ବିସ୍ତାର କରାଯିବା ଆବଶ୍ୟକ। ମ୍ୟାନ୍‌ମାରରେ ଜୁଣ୍ଟା ସହ ଆଲୋଚନା କରିବା ସହିତ ସ୍ଥିତିରେ ପରିବର୍ତ୍ତନ କରିବା ଲାଗି ପଦକ୍ଷେପ ନେବାକୁ ସାହାଯ୍ୟ କଲେ ସେଠାରେ ପ୍ରତ୍ୟକ୍ଷ ସାମରିକ ଶାସନକୁ ସମାପ୍ତ କରିବାରେ ଆମେରିକା ଏକ ଉତ୍ତମ ସୁଯୋଗ ପାଇବ।

  • ବହ୍ମ ଚେଲାନି
    ପ୍ରଫେସର, ଷ୍ଟ୍ରାଟେଜିକ୍‌ ଷ୍ଟଡିଜ୍‌, ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ( ନୂଆଦିଲ୍ଲୀ)

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରାୟ ଏକ ଦଶନ୍ଧି ପୂର୍ୱରୁ ମହାରାଷ୍ଟ୍ର ପଶ୍ଚିମଘାଟ ପର୍ୱତମାଳା ଆଖପାଖ ଗାଁଗୁଡ଼ିକରେ ଜଳସଙ୍କଟ ଯୋଗୁ କୃଷିରେ ବାଧା ଉପୁଜୁଥିଲା। ସେଠାକାର ବୋର୍‌ଓ୍ୱେଲ କାମ କରୁ ନ...

ଖଜୁରି ଗଛର କି ଗୁଣ ଗାଇବି

ଦେଶର ସମ୍ୱିଧାନ କହେ ଆଇନ ଦୃଷ୍ଟିରେ ସମସ୍ତେ ସମାନ। ହେଲେ ବାସ୍ତବ କ୍ଷେତ୍ରରେ ତାହାର କାର୍ଯ୍ୟାନ୍ୱୟନ ବା ଅନୁପାଳନ ବେଳେ ହୁଏ କିନ୍ତୁ ଠିକ୍‌ ତା’ର...

ବିଲୁପ୍ତି ପଥେ ନୀଳରକ୍ତ କଙ୍କଡ଼ା

ମାନବ ଜାତି ପାଇଁ ପରମ ଉପକାରୀ ବନ୍ଧୁ ହେଉଛି ବିରଳ ନୀଳରକ୍ତ କଙ୍କଡ଼ା। ତା’ର ନୀଳରକ୍ତର କଣିକାରେ ଭରି ରହିଛି ଅମୂଲ୍ୟ ଔଷଧୀୟ ଗୁଣ। ବାଲେଶ୍ୱର...

ସମୟ ଧାରାରେ ଚକ୍ରବୃଦ୍ଧି ସୁଧ

ଚକ୍ରବୃଦ୍ଧି ସୁଧ (କମ୍ପାଉଣ୍ଡ ଇଣ୍ଟରେଷ୍ଟ)ର ଧାରଣା ମାନବ ଇତିହାସରେ ସବୁଠୁ ଶକ୍ତିଶାଳୀ ତଥା ବିପଜ୍ଜନକ ଆବିଷ୍କାର। ଏହି ଶବ୍ଦ ସଂସ୍କୃତ ଶବ୍ଦକୋଷ ଓ ବୈଧ-ଅର୍ଥନୈତିକ ସାହିତ୍ୟରେ...

ଦରମା ଦେଇପାରୁନି ଆମେରିକା

ଶ୍ବର ବିକଶିତ ଦେଶ ଆମେରିକାରେ ଅଚଳାବସ୍ଥା। ୧୪ ଲକ୍ଷରୁ ଅଧିକ ଫେଡେରାଲ କର୍ମଚାରୀଙ୍କୁ ବେତନ ନ ମିଳବା , ୪୧ ଲକ୍ଷ ନିମ୍ନ ଆୟକାରୀ ଆମେରିକୀୟଙ୍କ...

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

ଗାନ୍ଧୀ ବିଭାଜନକାରୀ

ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ...

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri