ଡେଟ୍‌ ସିଲିଂ ବୃଦ୍ଧି ପାଇଁ ସହମତି

ଓ୍ବାଶିଂଟନ୍‌,୨୯ା୫: ବାହ୍ୟ ଋଣ ବୋଝରେ ନଇଁ ପଡ଼ିଥିବା ଆମେରିକା ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣି ଖିଲାପି ଅବସ୍ଥା ଏଡ଼ାଇବା ପାଇଁ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ତାଙ୍କ ରିପବ୍ଲିକ୍‌ ବିରୋଧୀମାନେ ରବିବାର ଡେଟ୍‌ ସିଲିଂ ବୃଦ୍ଧି କରିବା ସକାଶେ ସହମତି ପ୍ରକାଶ କରିଛନ୍ତି। ବାଇଡେନ୍‌ ଏହାକୁ ଏକ ‘କମ୍ପ୍ରମାଇଜ୍‌’ ଭାବେ ଅଭିହିତ କରିଥିବାବେଳେ ହାଉସ୍‌ ସ୍ପିକର କେଭିନ୍‌ ମ୍ୟାକ୍‌କାର୍ଥି କହିଛନ୍ତି, ଆମେରିକାବାସୀଙ୍କ ପାଇଁ ଏହା ଏକ ଯୋଗ୍ୟ ଡିଲ୍‌। ଅନେକ ସପ୍ତାହ ଧରି ତିକ୍ତତାପୂର୍ଣ୍ଣ ଆଲୋଚନା ପରେ ବର୍ତ୍ତମାନ ବିଭାଜିତ କଂଗ୍ରେସ ଡିଲ୍‌କୁ ଅନୁମୋଦନ କରିବା ଜରୁରୀ। କାରଣ ଡିଲ୍‌ ସମ୍ପନ୍ନ ହୋଇ ନ ପାରିଲେ ଜୁନ୍‌ ୫ ସୁଦ୍ଧା ଆମେରିକା ନିଜ ସରକାରୀ ଷ୍ଟାଫ୍‌ଙ୍କୁ ଦରମା ଓ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପେନ୍‌ସନ ଦେଇପାରିବ ନାହିଁ ବୋଲି ଟ୍ରେଜେରି ପକ୍ଷରୁ ସତର୍କ କରାଯାଇଛି। ପୂର୍ବରୁ ଏହି ଡେଡ୍‌ଲାଇନ୍‌ ରହିଥିଲା ଜୁନ୍‌ ୧।
ସଂଗୃହୀତ ଟିକସଠାରୁ ଖର୍ଚ୍ଚ ଅଧିକ ହେଉଥିବାରୁ ସରକାର ଚଳାଇବା ପାଇଁ ଅର୍ଥ ଋଣ କରିବାକୁ ପଡ଼ିବ। ରିପବ୍ଲିକାନ୍‌ମାନେ ୩୧.୪ ଟ୍ରିଲିୟନ୍‌ ଡେଟ୍‌ ସୀମାକୁ ବୃଦ୍ଧି କରିବା ବଦଳରେ ଶିକ୍ଷା ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମଗୁଡ଼ିକରେ ଖର୍ଚ୍ଚ କାଟ୍‌ କରାଯାଉ ବୋଲି ଦାବି କରୁଛନ୍ତି। ଡିଲ୍‌ର ବିସ୍ତୃତ ବିବରଣୀ ଆନୁଷ୍ଠାନିକ ଭାବେ ଜାରି କରାଯାଇନାହିଁ। କିନ୍ତୁ କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ସରକାରଙ୍କ ଅଣପ୍ରତିରକ୍ଷା ବ୍ୟୟରେ ୨ ବର୍ଷ ପର୍ଯ୍ୟନ୍ତ କିଛି ପରିବର୍ତ୍ତନ ଅଣାଯିବ ନାହିଁ। ୨୦୨୫ରେ ଏଥିରେ ୧% ବୃଦ୍ଧି କରାଯିବ। ସ୍ବଳ୍ପ ଆୟକାରୀ ଲୋକଙ୍କୁ ଖାଦ୍ୟ କିଣିବା ପାଇଁ ସହାୟତା ପ୍ରଦାନକାରୀ ସରକାରୀ ଯୋଜନାରେ ମଧ୍ୟ କେତେ ପରିବର୍ତ୍ତନ ଅଣାଯିବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।
ରାଷ୍ଟ୍ରପତି ବାଇଡେନ୍‌ ଏକ ବିବୃତିରେ କହିଛନ୍ତି, ଉକ୍ତ ଚୁକ୍ତିନାମା ଏକ ସାଲିସ, ଯାହାକି ଦେଶ ପାଇଁ ଶୁଭଙ୍କର। କାରଣ ଏହାଦ୍ୱାରା ବିପଦପୂର୍ଣ୍ଣ ଖିଲାପିରୁ ସୃଷ୍ଟି ହେବାକୁ ଯାଉଥିବା ଆର୍ଥିକ ମାନ୍ଦାବସ୍ଥା, ରିଟାୟାରମେଣ୍ଟ ଆକାଉଣ୍ଟଗୁଡ଼ିକର ବିପର୍ଯ୍ୟୟ ଓ ଅନେକ ଲକ୍ଷ ନିଯୁକ୍ତି ଛଟେଇକୁ ଏଡ଼ାଯାଇପାରିବ। ହାଉସ୍‌ ସ୍ପିକର ମ୍ୟାକ୍‌କାର୍ଥି କହିଛନ୍ତି, ଖର୍ଚ୍ଚରେ ଐତିହାସିକ ହ୍ରାସ ଓ ସଂସ୍କାର ଲୋକଙ୍କୁ ଦାରିଦ୍ର୍ୟରୁ ଶ୍ରମଶକ୍ତିକୁ ଉଠାଇବ। ନୂଆ ଟିକସ କିମ୍ବା ସରକାରଙ୍କ ନୂଆ କାର୍ଯ୍ୟକ୍ରମ ରହିବ ନାହିଁ। ବୁଧବାର କଂଗ୍ରେସରେ ଏହା ଉପରେ ଭୋଟ କରାଯିବ। ଜୁନ୍‌ ୫ ପୂର୍ବରୁ ଡିଲ୍‌କୁ କଂଗ୍ରେସ ଅନୁମୋଦନ ନ କଲେ ଆର୍ଥିକ ବଜାର ଦୋହଲିଯିବ। ଆମେରିକା ରିସେସନ୍‌ ଭିତରକୁ ଚାଲିଯିବ। ୪୩୫ ଆସନ ବିଶିଷ୍ଟ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସରେ ବିରୋଧୀ ରିପବ୍ଲିକାନ୍ସଙ୍କ ସଂଖ୍ୟା ୨୨୨ ଏବଂ ଶାସକ ଡେମୋକ୍ରାଟ୍ସଙ୍କ ସଂଖ୍ୟା ୨୧୩। ସେହିପରି ଉଚ୍ଚ ସଦନ ସିନେଟ୍‌ର ମୋଟ ୧୦୦ ଆସନ ମଧ୍ୟରୁ ଡେମୋକ୍ରାଟ୍ସଙ୍କ ଦଖଲରେ ୫୧ ଆସନ ଥିବାବେଳେ ରିପବ୍ଲିକାନ୍ସଙ୍କ ଦଖଲରେ ୪୯ ରହିଛି। ତେଣୁ ଏହି ଡିଲ୍‌ ସମ୍ପର୍କିତ ବିଲ୍‌ ପାରିତ ହେବା ପାଇଁ ଉଭୟ ଶାସକ ଓ ବିରୋଧୀଙ୍କ ସମର୍ଥନ ଜରୁରୀ। ଆଇନରେ ପରିଣତ କରିବା ପୂର୍ବରୁ ହାଉସ୍‌ ମେମ୍ବରମାନେ ୭୨ ଘଣ୍ଟା ଭିତରେ ଏହାକୁ ଭଲ ଭାବେ ପଢ଼ନ୍ତୁ ବୋଲି ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିନି ଧାନବିକ୍ରି ଟୋକନ:ଇଚ୍ଛାମୃତ୍ୟୁ ଆବେଦନ କଲେ ଚାଷୀ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ): ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଯାଇଛି। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀଙ୍କୁ ଗତ ରବିରେ ଅମଳ ଧାନ ବିକ୍ରି ପାଇଁ ଟୋକନ ମିଳିପାରି…

ଟଙ୍କା ଦେଣନେଣ କାରବାରରୁ ହତ୍ୟା, ଧରାପଡ଼ିଲେ ଅଭିଯୁକ୍ତ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ କେନାଲରୁ ବାହାରିଥିବା ରେଶମ ପ୍ରଶାଖା କେନାଲ ବ୍ରିଜ୍‌ ନିକଟରୁ ରବିବାର ଜବତ ହୋଇଥିବା ମୃତ ମହିଳାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ହୋଇଛି।…

ରାସ୍ତା ପାଲଟିଛି ମରଣଯନ୍ତା: ହାଇୱା ଗାଡ଼ି ଚଳାଚଳରୁ ରାସ୍ତା କ୍ଷତିଗ୍ରସ୍ତ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ବିଭିନ୍ନ ରାସ୍ତାର ଉନ୍ନତିକରଣ ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ଅନୁଦାନ ଦେଉଛନ୍ତି। ଏହି ଯୋଜନାରେ ରାସ୍ତାଘାଟ ମଧ୍ୟ ନିର୍ମିତ ହେଉଛି।…

ଶିଶୁ ଓ ସୋସିଆଲ ମିଡିଆ

ଡିଜିଟାଲ ଯୁଗରେ ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ଶିଶୁ ଓ କିଶୋରଙ୍କ ଉପରେ ଅତ୍ୟଧିକ ମାତ୍ରାରେ ପଡ଼ୁଥିବାରୁ ନିର୍ଦ୍ଦିଷ୍ଟ ବୟସ ବର୍ଗ ପାଇଁ…

ଇରାନ ଉପରୁ କଟକଣା ହଟାଇଲା ଆମେରିକା: ଭାରତକୁ ମିଳି ନ ପାରେ ବିଶେଷ ଲାଭ

ଦୁବାଇ,୨୪ା୬: ନୂଆ ଶାନ୍ତି ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ପରେ ଆମେରିକା ଇରାନ ଉପରୁ ସମସ୍ତ ପ୍ରତିବନ୍ଧକ ୬୦ ଦିନ ପାଇଁ ହଟାଇ ଦେଇଛି। ତେବେ ଯଦି…

ତୁଟିନି ଧାନବିକ୍ରି ସମସ୍ୟା, ତାତି ଉଠିଲେ ଚାଷୀ: ଦାବି ପୂରଣ ନହେଲେ…

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ଖରିଫ ଚାଷ କାର୍ଯ୍ୟ ସମୟ ଆସି ଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଚାଷୀମାନେ ରବିରେ ଅମଳ ଧାନକୁ ବିକ୍ରି କରି ପାରି ନାହାନ୍ତି। ଟୋକନ…

ସବୁ ଜିଲାକୁ ଛୁଇଁଲା ମୌସୁମୀ: ଏହି ସବୁ ଜିଲାକୁ ପ୍ରବଳ ବର୍ଷା ଆଲର୍ଟ

ଭୁବନେଶ୍ୱର,୨୪ା୬(ବନ୍ଦନା ସେଠୀ): ରାଜ୍ୟର ଅବଶିଷ୍ଟ ଅଂଶକୁ ସ୍ପର୍ଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସ୍ଥିତି ଅନୁକୂଳ ଥିବାରୁ ମଙ୍ଗଳବାର ସମସ୍ତ ଜିଲାକୁ ମୌସୁମୀ ପ୍ରବେଶ କରିଥିବା ଆଞ୍ଚଳିକ…

ଝାରପଡ଼ା ଜେଲରେ ନିଶାର ଜାଲ! ଅତ୍ୟଧିକ ଡ୍ରଗ୍ସ ଖାଇ ୫ କଏଦୀ ଗୁରତର, ୩ ଆଇସିୟୁରେ

ଭୁବନେଶ୍ୱର, ୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀର ଝାରପଡ଼ା ସ୍ୱତନ୍ତ୍ର କାରାଗାର ପୁଣିଥରେ ନିଶା କାରବାରକୁ ନେଇ ଚର୍ଚ୍ଚାକୁ ଆସିଛି। ଜେଲ ଭିତରେ ଅତ୍ୟଧିକ ପରିମାଣର ଡ୍ରଗ୍ସ ସେବନ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri