ସଂଯୋଗ ବା ଷଡ଼ଯନ୍ତ୍ର

ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଜୟ ହାସଲ କରିବା ପରେ ବିରୋଧୀ ଶିବିରରେ ନୈରାଶ୍ୟ ଖେଳିଯାଇଛି। ତଥାପି ବିରୋଧୀଙ୍କୁ ଆହୁରି ଚାପରେ ରଖିବା ପାଇଁ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଲାଗି ପଡ଼ିଛନ୍ତି। ଏବେ ପାର୍ଲାମେଣ୍ଟରୁ ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ରଙ୍କୁ ବହିଷ୍କାର କରାଯିବା ଘଟଣା ଆଲୋଚନାକୁ ନିଆଯାଇପାରେ। ମହୁଆଙ୍କ ଗତ ୨୦୧୯ ଠାରୁ ଆଜି ପର୍ଯ୍ୟନ୍ତ ସଂସଦରେ କାର୍ଯ୍ୟକଳାପ ଦେଖିଲେ ସ୍ପଷ୍ଟ ବିରୋଧୀ ଆଭିମୁଖ୍ୟ ବୁଝାପଡ଼େ। ବିଶେଷକରି ଗୌତମ ଆଦାନୀଙ୍କର ଅନେକ ତଥ୍ୟ ପ୍ରକାଶ ହେବା ପରେ ସେହି ବିଷୟକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ମହୁଆ ତାଙ୍କର ପାର୍ଲାମେଣ୍ଟାରୀ ଜୀବନକୁ ଦେଶବାସୀଙ୍କ ସାମ୍ନାରେ ଉପସ୍ଥାପିତ କରିଆସୁଥିଲେ। ଆଦାନୀଙ୍କର ଭାଜପା ନେତୃତ୍ୱ ସହିତ ଘନିଷ୍ଠତା ସମ୍ପର୍କରେ ସମସ୍ତେ ଜାଣନ୍ତି। ଏଭଳି ସ୍ଥିତିରେ ମହୁଆଙ୍କ ଆକ୍ରମଣକୁ ବ୍ୟକ୍ତିଗତ ଭାବେ କ୍ଷମତାସୀନ ନେତାମାନେ ନିଜଆଡ଼କୁ ଟାଣିନେଲା ଭଳି ମନେହେଉଛି। ପ୍ରତିଶୋଧ ଭାବେ ମହୁଆଙ୍କୁ ପାର୍ଲାମେଣ୍ଟରୁ ବହିଷ୍କାର କରାଗଲା ବୋଲି ଯାହା କେତେକ ମହଲରେ ମତ ପ୍ରକାଶ ପାଉଛି, ତାହା ସମ୍ପୂର୍ଣ୍ଣ ଭାବେ ଅବିଶ୍ୱସନୀୟ ନୁହେଁ ବୋଲି ଏବେ ବୁଝାପଡ଼ୁଛି। ପ୍ରଶ୍ନ ପଚାରିବା ପାଇଁ ଅର୍ଥ ସ୍ବୀକାର ମହୁଆ କରିଛନ୍ତି ବୋଲି ଯାହା କୁହାଯାଉଛି ତାହା, ସମ୍ଭବତଃ, ଯେକୌଣସି ସାଂସଦଙ୍କ ବିରୋଧରେ ଅଣାଯାଇ ପାରିବ। ଏଭଳି ଅଭିଯୋଗ ଜଣେ ଲୋକପ୍ରତିନିଧିଙ୍କୁ ଗୃହରୁ ବହିଷ୍କୃତ ହେବାଭଳି ସ୍ଥିତିରେ ପହଞ୍ଚାଇବା ଉଚିତ ନୁହେଁ। ଏଠାରେ ମନେରଖିବାକୁ ହେବ ଯେ ମହୁଆ ଅନେକ ଲକ୍ଷ ଲୋକଙ୍କ ପ୍ରତିନିଧି। ତାଙ୍କ ନିର୍ବାଚନମଣ୍ଡଳୀରେ ଥିବା ଭୋଟର ତାଙ୍କ ସମ୍ପର୍କରେ ନିଷ୍ପତ୍ତି ନେବାର ଯୋଗ୍ୟତା ରଖିଛନ୍ତି। ଆଉ କେତୋଟି ମାସ ପରେ ଲୋକ ସଭା ନିର୍ବାଚନ ହେବ। ସେହି ଅଗ୍ନି ପରୀକ୍ଷା ଦେବା ପାଇଁ ମହୁଆ ବାଧ୍ୟ ହୋଇଥାନ୍ତେ। କିନ୍ତୁ ବ୍ୟତିବ୍ୟସ୍ତ ହୋଇ ଏହିଭଳି ପଦକ୍ଷେପ ପାର୍ଲାମେଣ୍ଟର ସଦାଚାର କମିଟି ପକ୍ଷରୁ ନିଆଯାଇଥାଇପାରେ ବୋଲି ମତ ପ୍ରକାଶ ପାଉଛି। ସୋସିଆଲ ମିଡିଆକୁ ଦେଖିଲେ କମିଟିର କେତେକ ସଦସ୍ୟ ନିଜ ନାମ ଗୋପନ ରଖି କହିଛନ୍ତି ଯେ, ମହୁଆଙ୍କ ବିରୋଧରେ ଭୋଟ ଦେବା ପାଇଁ ବିଭିନ୍ନ କେନ୍ଦ୍ର ମନ୍ତ୍ରୀଙ୍କଠାରୁ ଧମକ ପାଉଥିଲେ। ଏହା ଯଦି ସତ ହୋଇଥାଏ, ତେବେ ସମସ୍ୟାଟି ମହୁଆଙ୍କ ବହିଷ୍କାରରେ ଶେଷ ହେଲା ନାହିଁ। ଅପରପକ୍ଷରେ ଏହା ଯେଉଁ ନିଆଁ ଲଗାଇଛି ତାହା ଭବିଷ୍ୟତରେ ସଂସଦୀୟ ଗଣତନ୍ତ୍ରକୁ କ୍ଷତି ପହଞ୍ଚାଇପାରେ। ବିରୋଧୀଙ୍କ ମତ ଶୁଣିବା ପାଇଁ ସରକାର ସବୁବେଳେ ପ୍ରସ୍ତୁତ ରହିବା ଉଚିତ। ପ୍ରତ୍ୟେକ ସମାଲୋଚନାକୁ ଅସହିଷ୍ଣୁତା ମାଧ୍ୟମରେ ଜବାବ ଦିଆଗଲେ ସ୍ଥିତି ଅଗଣତାନ୍ତ୍ରିକ ହୋଇଯିବ।
‘ପ୍ରଶ୍ନ ପଚାରିବା ପାଇଁ ଅର୍ଥ ନେବା’ ଘଟଣାରେ ମହୁଆଙ୍କ ଭୂମିକା ରହିଥିବା କହି ପାର୍ଲାମେଣ୍ଟର ସଦାଚାର କମିଟି ରିପୋର୍ଟ ଦେବା ପରେ ତାଙ୍କୁ ସଂସଦରୁ ବିଦା କରାଯାଇଛି। ଏହି ଘଟଣାରେ ମହୁଆଙ୍କୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନାହିଁ। ବିଚାର ବ୍ୟବସ୍ଥାରେ ଅଭିଯୁକ୍ତଙ୍କୁ ଓକିଲଙ୍କ ଜରିଆରେ ପକ୍ଷ ରଖିବାର ସୁଯୋଗ ରହିଥାଏ। ମହୁଆ ନିର୍ବାଚିତ ପ୍ରତିନିଧି ହୋଇଥିବାରୁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ତାଙ୍କୁ ଅନୁରୂପ ସୁଯୋଗ ମିଳିବା କଥା। ସବୁଠାରୁ କୌତୂହଳର ବିଷୟ ହେଉଛି ଯେ, ଶିଳ୍ପପତି ଦର୍ଶନ ହିରାନନ୍ଦାନିଙ୍କୁ ସଦାଚାର କମିଟି ପକ୍ଷରୁ ଆଦୌ ପ୍ରଶ୍ନ ମଧ୍ୟ ପଚରାଯାଇ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ବିବାଦୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ବିଷୟରେ ପାର୍ଲାମେଣ୍ଟରେ ପ୍ରଶ୍ନ ପଚାରିବା ଲାଗି ମହୁଆଙ୍କୁ ହିରାନନ୍ଦାନି ଅର୍ଥ ଦେଇଥିବା କହିବା ପରେ ଭାରତୀୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ଏମିତି ଦେଖିଲେ କେନ୍ଦ୍ର ସରକାରଙ୍କ ନୀତିକୁ ମହୁଆ ତଥ୍ୟ ପ୍ରମାଣ ଦେଇ ବିରୋଧ କରି ଆସୁଥିଲେ। ତେଣୁ ତାଙ୍କ ସ୍ବରକୁ ଚପାଇ ଦେବା ଲାଗି ଶାସକଙ୍କ ପକ୍ଷରୁ ଚିନ୍ତା କରାଯାଉଥିଲା ଭଳି ମନେହୁଏ। ସଂଯୋଗବଶତଃ ହେଉ ବା ଷଡ଼ଯନ୍ତ୍ରରେ ଫସି ମହୁଆ ଗାତରେ ପଡ଼ିଯିବାରୁ ତାଙ୍କୁ ବହିଷ୍କାର କରିବା ସହଜ ହୋଇଗଲା।

ଏମିତି ଦେଖିଲେ କେନ୍ଦ୍ର ସରକାରଙ୍କ ନୀତିକୁ ମହୁଆ ତଥ୍ୟ ପ୍ରମାଣ ଦେଇ ବିରୋଧ କରି ଆସୁଥିଲେ। ତେଣୁ ତାଙ୍କ ସ୍ବରକୁ ଚପାଇ ଦେବା ଲାଗି ଶାସକଙ୍କ ପକ୍ଷରୁ ଚିନ୍ତା କରାଯାଉଥିଲା ଭଳି ମନେହୁଏ। ସଂଯୋଗବଶତଃ ହେଉ ବା ଷଡ଼ଯନ୍ତ୍ରରେ ଫସି ମହୁଆ ଗାତରେ ପଡ଼ିଯିବାରୁ ତାଙ୍କୁ ବହିଷ୍କାର କରିବା ସହଜ ହୋଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?