‘ଶିଶୁଙ୍କୁ ପ୍ରକୃତି ସହ ଯୋଡ଼ିରଖିବା ଶିକ୍ଷାବ୍ୟବସ୍ଥାର ଆଭିମୁଖ୍ୟ ହେଉ’

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ପ୍ରକୃତିଠୁ ଜୀବନ ଦୂରେଇ ଯିବା ହିଁ ଅନେକ ସମସ୍ୟାର କାରଣ। ଶିଶୁମାନଙ୍କୁ ପ୍ରକୃତି ସହ ଯୋଡ଼ି ରଖିବା ଶିକ୍ଷାବ୍ୟବସ୍ଥାର ପ୍ରମୁଖ ଆଭିମୁଖ୍ୟ ହେବା ଉଚିତ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ଶନିବାର ଖାରବେଳନଗରଠାରେ ‘ଏକାମ୍ର ବାଟିକା’ ସ୍କୁଲ୍‌କୁ ଉଦ୍‌ଘାଟନ କରି ରାଜ୍ୟପାଳ କହିଲେ, ପ୍ରତ୍ୟେକ ଶିଶୁ ଅନନ୍ୟ। ତାଙ୍କୁ ନିଜଭଳି ହେବାକୁ ଦିଆଯାଉ। ସେମାନେ କାହାର ଅନୁକରଣ ନ କରନ୍ତୁ। ଶିଶୁଙ୍କ ଭିତରେ ଥିବା ଅନନ୍ତ ସମ୍ଭାବନା ଓ ସାମର୍ଥ୍ୟର ପ୍ରକାଶ ନିମନ୍ତେ ଅନୁକୂଳ ପରିବେଶ ନିର୍ମାଣ କରିବା ଉଚିତ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ଜରିଆରେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରି କହିଲେ, ଛୋଟ ସମୟରୁ ପିଲାଙ୍କୁ ତାଙ୍କ ହିସାବରେ ଉପଯୁକ୍ତ ପରିବେଶ ଆବଶ୍ୟକ ହୋଇଥାଏ। ସେମାନଙ୍କ ପସନ୍ଦ ଅନୁସାରେ ସେମାନେ ସବୁକିଛି କରିଥାନ୍ତି। ସେମାନଙ୍କୁ ଏକ ଉପଯୁକ୍ତ ପରିବେଶ ଦେବାରେ ଏହି ବିଦ୍ୟାଳୟ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବିଶିଷ୍ଟ ଶିକ୍ଷାବିତ୍‌ ତଥା ଉଦ୍ୟୋଗୀ ଶଶାଙ୍କ ବୀରା ଉପସ୍ଥିତ ରହି ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଶିକ୍ଷାନୁଷ୍ଠାନ ସମ୍ପର୍କରେ ଅଧ୍ୟକ୍ଷା ମେଘନା ସିଂହଦେଓ ସୂଚନା ଦେଇ କହିଲେ, ଏକ ନୂତନ ବିଶ୍ୱ ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ଜରୁରୀ। ପ୍ରଗତିଶୀଳ ପାଠ୍ୟକ୍ରମ, ଛାତ୍ର କୈନ୍ଦ୍ରିକ ଭିତ୍ତିଭୂମି ଓ ଉନ୍ନତ ଶିକ୍ଷଣ ପଦ୍ଧତି ମାଧ୍ୟମରେ ଏକାମ୍ର ବାଟିକା ଉନ୍ନତ ଶିକ୍ଷାପ୍ରଦାନ କରିବ। ଉଦ୍‌ଘାଟନୀ ଅବସରରେ ‘ଏକ ନୂତନ ବିଶ୍ୱ ପାଇଁ ଶିକ୍ଷା: ଆପଣ କେଉଁଠାରେ ଓ କିପରି ଶିକ୍ଷାଲାଭ କରିବେ’ ଶୀର୍ଷକରେ ଏକ ଅଧିବେଶନ ଆୟୋଜନ ହୋଇଥିଲା। ଏଥିରେ ପ୍ୟାନେଲିଷ୍ଟ ଭାବେ ଯୋଗଦେଇ ‘ଧରିତ୍ରୀ’ ତଥା ‘ଓଡ଼ିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ଶତପଥୀ କହିଲେ, ଛୋଟ ସମୟରେ ପିଲାମାନେ ସ୍ବତଃପ୍ରବୃତ୍ତ ସବୁକିଛି ଶିଖି ଯାଆନ୍ତି। ସେମାନଙ୍କୁ ତାଙ୍କ ହିସାବରେ ରହିବାକୁ ଦେବା ଉଚିତ। ସମାଜ ସହ କିଭଳି ବଢ଼ିବେ ତାହା କେବଳ ଶିଖାଇବା ସହ ସେମାନଙ୍କ ପାଇଁ ତାଙ୍କ ପସନ୍ଦ ମୁତାବକ ପରିବେଶ ସୃଷ୍ଟି କରିବା ଦରକାର ବୋଲି ଆଦ୍ୟାଶା କହିଛନ୍ତି। ବଲିଉଡ୍‌ ଅଭିନେତା ଚନ୍ଦ୍ରଚୂଡ଼ ସିଂହ କହିଲେ, ପିଲାମାନେ ନିଜ ଇଚ୍ଛାରେ ବଢ଼ିବା ଆବଶ୍ୟକ। ମୌଳିକ ଶିକ୍ଷାରେ ସେମାନଙ୍କୁ ସାହାଯ୍ୟ କରିବା ସହ କୌଣସି କଥାରେ ବାଧା ଦେବା ଠିକ୍‌ ନୁହେଁ ବୋଲି ସେ ମତପ୍ରକାଶ କରିଥିଲେ। ଡ. ଚିଦାତ୍ମିକା ଖଟୁଆ ବର୍ତ୍ତମାନ ସମୟରେ ପିଲାମାନେ ଆଖପାଖରେ ଘଟୁଥିବା ସବୁ ଘଟଣାକୁ ଦେଖି ପରିପ୍ରକାଶ କରିବାକୁ ଚେଷ୍ଟା କରିବା ସହ ତୃଣମୂଳ ସ୍ତରରେ କିଭଳି ଆଗକୁ ବଢ଼ିପାରିବେ ସେ ନେଇ ଆଲୋକପାତ କରିଥିଲେ। ଶିକ୍ଷାବିତ୍‌ ବୀରା ଅଧିବେଶନକୁ ସଞ୍ଚାଳନ କରିଥିଲେ। ଉପସ୍ଥିତ ଅଭିଭାବକମାନେ ପ୍ୟାନେଲିଷ୍ଟଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ। ଏହି ଅବସରରେ ବିଦ୍ୟାଳୟର ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ପ୍ଲେ ଗ୍ରୁପ୍‌ ଏବଂ ନର୍ସରି ଶ୍ରେଣୀ ପାଇଁ ନାମଲେଖା ଘୋଷଣା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ, ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ ଦେବୀ, କଳିକେଶ ସିଂହ ଦେଓ, ‘ଧରିତ୍ରୀ’ ତଥା ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରିୟା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri