Posted inଜାତୀୟ

କଂଗ୍ରେସର ପ୍ରତିଶ୍ରୁତି କେବଳ ପାଣିର ଗାର: ଭାଜପାର କଟାକ୍ଷ…

ଭୋପାଳ,୮।୬ : ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ଡକ୍ଟର ନରୋତ୍ତମ ମିଶ୍ର ପୁଣି ଥରେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି କଂଗ୍ରେସ ସବୁବେଳେ ପ୍ରତିଶ୍ରୁତି ପୂରଣରେ ବିଫଳ ରହିଆସିଛି ଏବଂ ପୁଣି ଥରେ ସମାନ କାର୍ଯ୍ୟ କରିଛି। କର୍ନାଟକରେ ବିଦ୍ୟୁତ ହାର ବୃଦ୍ଧି ସମ୍ପର୍କରେ ସେ କହିଛନ୍ତି ଏହାଠାରୁ ଅଧିକ କିଛି ନିନ୍ଦନୀୟ ହୋଇପାରିବ ନାହିଁ। ନିର୍ବାଚନରେ ଜିତିବା ପରେ କଂଗ୍ରେସର ପ୍ରକୃତ ଚେହେରା ସାମ୍ନାକୁ ଆସିଛି।

ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ନେତୃତ୍ୱାଧୀନ କର୍ନାଟକ ସରକାର ନିର୍ବାଚନ ପୂର୍ବରୁ ଦିଆଯାଇଥିବା ମାଗଣା ବିଦ୍ୟୁତ ପ୍ରତିଶ୍ରୁତି କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ୨୦୦ ରୁ ଅଧିକ ୟୁନିଟ ବିଦ୍ୟୁତ ବ୍ୟବହାର ପାଇଁ ବିଲ ବର୍ତ୍ତମାନ ବୃଦ୍ଧି ହାରରେ ଆସିବ। ଯଦି ସ୍ଲାବ ୨୦୦ ୟୁନିଟ ମାଗଣା ବିଦ୍ୟୁତ ଅତିକ୍ରମ କରେ, ତେବେ ଜୁନ ମାସରୁ ୟୁନିଟ ପିଛା ଅତିରିକ୍ତ ୨.୮୯ ଟଙ୍କା ଦେବାକୁ ପଡିବ। ନରୋତ୍ତମ ମିଶ୍ର ଏନେଇ କଂଗ୍ରେସକୁ କଟାକ୍ଷ କରି କହିଛନ୍ତି କଂଗ୍ରେସର ପ୍ରତିଶ୍ରୁତି କେବଳ ପାଣିର ଗାର ଭଳି।

କଂଗ୍ରେସର ପ୍ରତିଶ୍ରୁଚି ପ୍ରବଞ୍ଚନା ପାଲଟିଛି। କର୍ନାଟକରେ କଂଗ୍ରେସ ବିଦ୍ୟୁତ ଛାଡ ବିଷୟରେ କହୁଥିଲା ଏବଂ ଏବେ ବିଲ ବୃଦ୍ଧି କରିଛି। ଦେଶର ଲୋକଙ୍କୁ ବୁଝାଇବା ପାଇଁ ଏହାଠାରୁ ଅଧିକ କିଛି କୁହାଯାଇପାରିବ ନାହିଁ। ଲୋକମାନଙ୍କୁ, କୃଷକ ଏବଂ ଯୁବବର୍ଗମାନଙ୍କୁ ନିରନ୍ତର ପ୍ରତାରଣା କରିବା କଂଗ୍ରେସର ଅଭ୍ୟାସ। ମଧ୍ୟପ୍ରଦେଶରେ ମଧ୍ୟ ରାହୁଲ ଗାନ୍ଧୀ କହିଥିଲେ ସେ କର୍ନାଟକରେ ୧୦ ଦିନ ମଧ୍ୟରେ ଦୁଇ ଲକ୍ଷ ଋଣ ଛାଡ଼ କରିବେ, ନଚେତ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବେ। ଋଣ ଛାଡ କରାଯାଇ ନାହିଁ କିମ୍ବା ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହୋଇ ନାହାନ୍ତି।

ଡିଜେଲ ଏବଂ ପେଟ୍ରୋଲ ମୂଲ୍ୟ ହ୍ରାସ କରିବ ବୋଲି କଂଗ୍ରେସ ନିଜର ଇସ୍ତାହାରରେ କହିଥିଲା। ଯୁବବର୍ଗଙ୍କୁ ବେକାରୀ ଭତ୍ତା ଏବଂ କନ୍ୟାଦାନ ବିବାହ ବିଷୟରେ ପ୍ରତିଶ୍ରୁତି ଦେଇଥିଲା। ସେସବୁ ନେଇ କଂଗ୍ରେସ ସରକାର ଏବେ ନୀରବ। କର୍ନାଟକରେ କଗ୍ରେସ ସରକାର ମିଥ୍ୟାର ସମସ୍ତ ସୀମା ଅତିକ୍ରମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ ଯୁବତୀଙ୍କ ଜୀବନ

ହାଇଦ୍ରାବାଦ,୨୧।୮: ହାଇଦ୍ରାବାଦରେ ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ରାସ୍ତା ପାର୍‌ ବେଳେ ଏମ୍‌ପି ପୁଅଙ୍କ ଏକ ବିଳାସପୂର୍ଣ୍ଣ କାର୍‌ ଯୁବତୀଙ୍କୁ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri