ଚିରଞ୍ଜୀବଙ୍କ ନୀରବତାକୁ ନେଇ ଦ୍ୱନ୍ଦ୍ୱରେ କଂଗ୍ରେସ କର୍ମୀ

ଜଗତ୍‌ସିଂହପୁର ଅଫିସ, ୧୬।୪: ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟର ଜଣାଶୁଣା କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ପରାଜୟ ହୋଇଥିଲା। ଏହା ପରଠୁ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିଆରା ପରିବେଶ ସୃଷ୍ଟି ହୋଇଛି। ବିଶ୍ୱାଳ କାଁ ଭାଁ ନିର୍ବାଚନ ମଣ୍ଡଳୀ ଆସୁଥିଲେ ସୁଦ୍ଧା ସାଙ୍ଗଠନିକ କାର୍ଯ୍ୟ ପ୍ରାୟତଃ ହେଉନାହିଁ। ଏହା ପ୍ରକାରାନ୍ତରେ ଦଳୀୟ ନେତା ଓ କର୍ମୀଙ୍କୁ ନିରାଶ କରୁଛି। ଦୀର୍ଘ ୪ ବର୍ଷ କାଳ ଏଭଳି ଲାଗି ରହିଥିବାରୁ ବିଭିନ୍ନ ସମୟରେ ଚିରଞ୍ଜୀବ ଦଳ ଛାଡିବା କଥା ମଧ୍ୟ ଆଲୋଚନା ପରିସରକୁ ଆସିଛି। ବିଶ୍ୱାଳ ଯଦିଓ ଏ ପର୍ଯ୍ୟନ୍ତ ଦଳ ଛାଡିବେ କି ନାହିଁ ସ୍ପଷ୍ଟ କରିନାହାନ୍ତି ତଥାପି ନିର୍ବାଚନ ମଣ୍ଡଳୀ ସହ ସମ୍ପର୍କ କମାଇ ଦେଇଥିବାରୁ ଚର୍ଚ୍ଚା ଥମୁନି। ନିକଟରେ ଅର୍ଥାତ୍‌ ଗତ ୧ ତାରିଖରେ ଜିଲା କଂଗ୍ରେସ ପରିବର୍ଦ୍ଧିତ କମିଟି ବୈଠକରେ ଚିରଞ୍ଜୀବଙ୍କ ଅନୁପସ୍ଥିତି ଅନେକ ନେତା ଓ କର୍ମୀଙ୍କୁ ଆଘାତ ଦେଇଛି । କେତେଜଣ ନେତା ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଯେଉଁମାନେ ଗତ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହୋଇଥିଲେ ସେମାନେ ସାଙ୍ଗଠନିକ କାର୍ଯ୍ୟକୁ କ୍ରିୟାଶୀଳ କରିବା ପରିବର୍ତ୍ତେ ଦୂରେଇ ରହୁଛନ୍ତି। କର୍ମୀ ଚାହିଁଲେ କେତେ ନେତା ବାହାରିବେ। ଯେଉଁମାନଙ୍କୁ କର୍ମୀମାନେ ନେତା କରିଥିଲେ ସେମାନେ ନିରାଶ କରୁଛନ୍ତି ବୋଲି ସେମାନେ ମତ ଦେଇଛନ୍ତି। ଅପରପକ୍ଷେ ଚିରଞ୍ଜୀବ ଦଳ ନ ଛାଡିଲେ ତ କିଛି ଅସୁବିଧା ନାହିଁ, କିନ୍ତୁ ଯଦି ସେ ନିର୍ବାଚନ ପୂର୍ବରୁ ନିଷ୍ପତ୍ତି ବଦଳାନ୍ତି ତେବେ କଂଗ୍ରେସ ଅଡ଼ୁଆରେ ପଡ଼ିବାର ଆଶଙ୍କା ରହିଛି ବୋଲି କେତେଜଣ ରାଜନୈତିକ ବିଶେଷଜ୍ଞ କହିଛନ୍ତି। ଏ ପରିସ୍ଥିତିରେ ଦଳର ମଙ୍ଗ କିଏ ଧରିବେ ସେନେଇ ଦଳୀୟ ନେତା ଓ କର୍ମୀ ମହଲରେ ମାନସମନ୍ଥନ ଆରମ୍ଭ ହୋଇଯାଇଛି। ନିର୍ବାଚନ ମଣ୍ଡଳୀର ଯେଉଁ କେତେଜଣଙ୍କ ନାଁ ଚର୍ଚ୍ଚାକୁ ଆସୁଛି, ସେମାନଙ୍କ ମଧ୍ୟରେ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ ଓ ପୂର୍ବତନ ପୌରାଧ୍ୟକ୍ଷ ତଥା ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ବିପ୍ଳବ ଚୌଧୁରୀ ଅଛନ୍ତି।
ଗତ ପୌର ନିର୍ବାଚନରେ ଅଧ୍ୟକ୍ଷ ପଦବୀକୁ ନେଇ ସିଧାସଳଖ ନିର୍ବାଚନ ହୋଇଥିଲା। ଏଥିରେ ଅର୍ଚ୍ଚନା କଂଗ୍ରେସ ପ୍ରାର୍ଥୀ ହୋଇ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ହେବାର ଗୌରବ ହାସଲ କରିପାରିଛନ୍ତି। କଂଗ୍ରେସ ସାଙ୍ଗଠନିକ କାର୍ଯ୍ୟ ସେଭଳି ନ ଥିଲେ ସୁଦ୍ଧା ନିର୍ବାଚନ ସମୟରେ ଦଳୀୟ ନେତା ଓ କର୍ମୀମାନେ ସକ୍ରିୟ ହେବାରୁ ଏଭଳି ଫଳ ମିଳିଥିଲା। ନିର୍ବାଚନ ପୂର୍ବରୁ ଅର୍ଚ୍ଚନାଙ୍କୁ ପ୍ରାର୍ଥୀ କରାଯିବା ନେଇ ଦଳରେ ବହୁ ଆଲୋଚନା ହୋଇଥିଲା। କାରଣ ଅର୍ଚ୍ଚନାଙ୍କ ଶ୍ୱଶୁର ସ୍ବର୍ଗତ ଜତନ ସିଂହ ଜଗତ୍‌ସିଂହପୁର ପୌର ପରିଷଦର ଜଣେ ଜଣାଶୁଣା ନାଁ । ସେ ୧୯୭୫ରେ ତତ୍କାଳୀନ ଜଗତ୍‌ସିଂହପୁର ଏନ୍‌ଏସି ନିର୍ବାଚନରେ ୪ ନଂ. ୱାର୍ଡରୁ ଲୋକ ଦଳ ସମର୍ଥନରେ କାଉନ୍‌ସିଲର ପ୍ରାର୍ଥୀ ହୋଇ ଜିତିଥିଲେ। ସେତେବେଳେ ଅଧ୍ୟକ୍ଷ ପଦବୀକୁ ନେଇ ଟଣାଓଟରା ଲାଗିଥିଲା। ଏ ପରିସ୍ଥିତିରେ ସ୍ବର୍ଗତ ଜତନ କଂଗ୍ରେସରେ ଯୋଗଦେଇ ଏହି ଦଳର ପ୍ରାର୍ଥୀ ବିଷ୍ଣୁ ମହାନ୍ତିଙ୍କୁ ଅଧ୍ୟକ୍ଷ କରାଇବାରେ ପ୍ରମୁଖ ଭୂମିକା ନିଭାଇଥିଲେ। ୧୯୮୪ ନିର୍ବାଚନରେ ମଧ୍ୟ ଜତନ ପୁଣିଥରେ ୪ ନଂ. ୱାର୍ଡରୁ କାଉନସିଲର ହୋଇଥିଲେ। ସେବେଠାରୁ ରତନ ଓ ତାଙ୍କ ପରିବାର କଂଗ୍ରେସରେ ସକ୍ରିୟ ରହିଆସିଛନ୍ତି। ୨୦୦୯ ନିର୍ବାଚନରେ ଜତନଙ୍କ ସ୍ତ୍ରୀ ପ୍ରତିମା ମଞ୍ଜରୀ ସିଂହ ୫ ନଂ. ୱାର୍ଡରୁ କାଉନସିଲର ହୋଇଥିଲେ। ତା’ପରେ ଅର୍ଥାତ୍‌ ୨୦୧୩-୧୮ ଓ ୨୦୧୮-୨୨ରେ ୨ ଥର ଜତନଙ୍କ ବଡ ପୁଅ ଦିଲୀପ କୁମାର ସିଂହ କଂଗ୍ରେସ ପ୍ରାର୍ଥୀ ଭାବେ କାଉନ୍‌ସିଲର ହୋଇଥିଲେ। ୧୯୭୫ରୁ ୨୦୨୨ ମଧ୍ୟରେ ଜତନଙ୍କ ପରିବାର ସଦସ୍ୟ ୫ ଥର କାଉନସିଲର ପଦବୀ ଦଖଲ କରି ଜଗତ୍‌ସିଂହପୁର ପୌର ପରିଷଦରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କେବଳ ଏତିକି ନୁହେଁ, ୨୦୨୨ ପୌର ନିର୍ବାଚନରେ ତାଙ୍କ ବୋହୂ ଅର୍ଚ୍ଚନା ସିଧାସଳଖ ନିର୍ବାଚନରେ ଜିତିବା ପରେ ଏହି ପରିବାରର ପତିଆରା ବଢ଼ିଛି। ଆର୍ଥିକ ଦୃଷ୍ଟିରୁ ମଧ୍ୟ ଏହି ପରିବାରର ସ୍ଥିତି ମଜ୍‌ଭୁତ। ତେଣୁ କଂଗ୍ରେସ ପାଇଁ ନେତୃତ୍ୱ ସଙ୍କଟ ରହିବ ନାହିଁ ବୋଲି ଆଲୋଚନା ହେଉଛି । ଏ ସମ୍ପର୍କରେ ଅର୍ଚ୍ଚନାଙ୍କୁ ପଚାରିବାରୁ ତାଙ୍କ ପରିବାର ସମସ୍ତ ସଦସ୍ୟ କଂଗ୍ରେସର ଜଣେ ଜଣେ ଶୃଙ୍ଖଳିତ ସଦସ୍ୟ। କଂଗ୍ରେସ ପକ୍ଷରୁ ଯେତେବେଳେ ଯେଉଁ ଦାୟିତ୍ୱ ଦିଆଯାଇଛି ତାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିବା ପାଇଁ ସେମାନେ ସତ ଚେଷ୍ଟା କରନ୍ତି। ତେଣୁ ଦଳ ଯଦି ତାଙ୍କ ଉପରେ ଆସ୍ଥା ପ୍ରକଟ କରି ନିର୍ବାଚନ ମଣ୍ଡଳୀର ମଙ୍ଗ ଧରିବାକୁ ଦାୟିତ୍ୱ ଦିଏ ତେବେ ସେଥିରେ ସେ ଆଦୌ କୁଣ୍ଠା ପ୍ରକାଶ କରିବେ ନାହିଁ ବୋଲି ମତ ରଖିଛନ୍ତି। ସେହିପରି ଜଗତ୍‌ସିଂହପୁର ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ମଧ୍ୟ ଏହି ଆସନରୁ ପ୍ରାର୍ଥୀ ହେବା ଲାଗି ଆଶାବ୍ୟକ୍ତ କରି କହିଛନ୍ତି, ଛାତ୍ର ସମୟରୁ ଏ ପର୍ଯ୍ୟନ୍ତ ସେ ରାଜନୀତିରେ ଅଛନ୍ତି । ଜଗତ୍‌ସିଂହପୁର ବିଧାନସଭା ଆସନ ପାଇଁ କଂଗ୍ରେସରେ ନେତାଙ୍କ ଅଭାବ ନାହିଁ। ଚିରଞ୍ଜୀବଙ୍କୁ ସେମାନେ ନିର୍ବାଚନ ମଣ୍ଡଳୀରେ ୩ ଥର ପ୍ରାର୍ଥୀ ହେବା ପାଇଁ ସୁଯୋଗ ଦେଇଥିଲେ। କିନ୍ତୁ ଚିରଞ୍ଜୀବ ଗତ ନିର୍ବାଚନରେ ହାରିଲା ପରେ ଦଳୀୟ ଲୋକଙ୍କଠାରୁ ଦୂରେଇ ଯାଇଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କ ଉପସ୍ଥିତି ଜରୁରୀ ସତ୍ତ୍ବେ ସେ ଉପସ୍ଥିତ ରହୁନାହାନ୍ତି । ତେଣୁ ଏଥର ମାଟିର ପୁଅକୁ ଗୁରୁତ୍ୱ ଦିଆଯାଉ ବୋଲି ସେ ଦାବି ରଖିବେ। ଏପରି କି ସେ ଏଥର ପ୍ରାର୍ଥୀ ହେବା ପାଇଁ ଆବେଦନ କରିବେ। ତା’ପରେ ଦଳ ତାଙ୍କୁ ହେଉ ଅବା ଅନ୍ୟ କାହାରିକୁ ପ୍ରାର୍ଥୀ କଲେ ସେ ପୂର୍ଣ୍ଣମାତ୍ରାରେ ସହଯୋଗ କରିବେ ବୋଲି କହିଛନ୍ତି। ଅନ୍ୟପଟେ ଦଳ ଜିଲା ସଭାପତି ନଟବର ବାରିକ କହିଛନ୍ତି, ଚିରଞ୍ଜୀବ ଏ ପର୍ଯ୍ୟନ୍ତ ଦଳ ଛାଡିବେ ବୋଲି କହିନାହାନ୍ତି। ସେ ରହିଲେ ଦଳ ପାଇଁ ଭଲ। ଯଦି ନିର୍ବାଚନ ପୂର୍ବରୁ ଦଳ ଛାଡନ୍ତି ତେବେ କ୍ଷତି ହୋଇପାରେ। ଏହାସତ୍ତ୍ବେ ଦଳ ଉପଯୁକ୍ତ ସମୟରେ ଠିକ୍‌ ନିଷ୍ପତ୍ତି ନେବ ବୋଲି କହିଛନ୍ତି। ପୂର୍ବତନ କଂଗ୍ରେସ ଜିଲା ସଭାପତି ରବୀନ୍ଦ୍ରନାଥ ମହାନ୍ତି ମଧ୍ୟ ଚିରଞ୍ଜୀବଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ସେ କହିଛନ୍ତି କଂଗ୍ରେସ ବହୁ ପୁରୁଣା ଜାତୀୟ ଦଳ। ଚିରଞ୍ଜୀବ ଦଳ ଛାଡିବେ ବୋଲି କହି ନ ଥିବାରୁ ଅସୁବିଧା ନାହିଁ। ଆଗକୁ ଯେ କୌଣସି ପରିସ୍ଥିତି ସୃଷ୍ଟି ହେବ ସେନେଇ ଦଳ ନିଷ୍ପତ୍ତି ଗ୍ରହଣ କରିବ ବୋଲି ମତ ରଖିଛନ୍ତି। ଏ ସମ୍ପର୍କରେ ଚିରଞ୍ଜୀବ କହିଛନ୍ତି ସେ ଦଳ ଛାଡିବେ ବୋଲି ୪ ବର୍ଷ ହେବ ଚର୍ଚ୍ଚା ଚାଲିଛି। କିନ୍ତୁ ଛାଡିନାହାନ୍ତି ବୋଲି କହି ପ୍ରସଙ୍ଗରୁ ଦୂରେଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?