ସୁଯୋଗ ଅପେକ୍ଷାରେ କଂଗ୍ରେସ

ବାରିପଦା,୧୧ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ରାଜନୀତି ସେତେ ସରଗରମ ହେବାରେ ଲାଗିଛି। ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ଲୋକ ସଭା ଓ କିଛି ବିଧାନ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଏହି ଦୌଡ଼ରୁ ପଛରେ ପଡ଼ିଛି କଂଗ୍ରେସ। ବିଜେଡି ଓ ଭାଜପା ମାପିଚୁପି ପ୍ରାର୍ଥୀ ଘୋଷଣା କରୁଥିବା ବେଳେ ଅବଶିଷ୍ଟ ଆସନ ପାଇଁ ଆଶାୟୀ ଥିବା ନେତାମାନେ ଦ୍ୱନ୍ଦ୍ୱ ଓ ଆଶଙ୍କାରେ ରହୁଛନ୍ତି। ଫଳରେ ରାଜନୀତି ମଇଦାନରେ ପ୍ରାର୍ଥୀ ଓ କର୍ମୀଙ୍କ ଗହଳି ଫିକା ପଡ଼ିଛି ା ଟିକେଟ ପ୍ରଦାନକୁ ନେଇ ଭାଜପା- ବିଜେଡି ମାନସ ମନ୍ଥନ କରୁଥିବା ବେଳେ କଂଗ୍ରେସ ଦଳ ଡିଅଁାଙ୍କୁ ଆପଣେଇବା ସୁଯୋଗ ଅପେକ୍ଷାରେ ରହିଛି।
ମୟୂରଭଞ୍ଜ ଜିଲାର ଗୋଟିଏ ଲୋକସଭା ଓ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ଚାଲୁ ରହିଛି ା ପ୍ରଥମ ପର୍ଯ୍ୟାୟରେ ଭାଜପା ପକ୍ଷରୁ ଲୋକସଭା ଓ ୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ବିଜେଡି ମଧ୍ୟ ଲୋକସଭା ସମେତ ୬ ବିଧାନ ସଭା ଆସନ ପାଇଁ ପ୍ରାର୍ଥୀଙ୍କ ନଁା ଘୋଷଣା କରିଛି। ଅବଶିଷ୍ଟ ଆସନଗୁଡ଼ିକ ପାଇଁ ଅଙ୍କକଷା ଜାରି ରହିଥିବା ବେଳେ ଉଭୟ ଦଳ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଅନ୍ୟପକ୍ଷରେ ନିର୍ବାଚନ ଯେତେ ପାଖେଇ ଆସୁଛି ଆଶାୟୀଙ୍କ ଚିନ୍ତା ସେତେ ବଢ଼ି ବଢ଼ିି ଚାଲିଛି। ଦଳୀୟ ଟିକେଟ ନ ମିଳିଲେ କେତେଜଣ ଆଶାୟୀ ଦଳ ଡେଇଁବା ପାଇଁ ସଜବାଜ ଚଳାଇଥିବା ସୂଚନା ମିଳିଛି। ଦୀର୍ଘ ବର୍ଷ ଧରି ଦଳରେ ରହିଥିବା ନେତାମାନେ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଥାନ୍ତି। ଦଳୀୟ ଟିକେଟ ନ ମିଳିଲେ ଶକ୍ତି ପ୍ରଦର୍ଶନ କରି ଦଳ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥାନ୍ତି। ଏପରି ସ୍ଥଳେ ଦଳୀୟ ଅସନ୍ତୋଷ ଓ ଗୋଷ୍ଠୀ କନ୍ଦଳକୁ ଏଡ଼ାଇବା ଏବଂ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ରାଜନୈତିକ ଦଳଗୁଡ଼ିକ ଟିକେଟ ଦେବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ବିଶେଷ କରି ବିଜେଡିରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ବିବାଦୀୟ ପରିସ୍ଥିତିକୁ ଏଡ଼ାଇବା ପାଇଁ ଦଳର ବରିଷ୍ଠ ନେତାମାନେ ବିଚାର ବିମର୍ଶ ଚଳାଇଛନ୍ତି। ଭାଜପା ପକ୍ଷରୁ ଟିକେଟ ପ୍ରଦାନରେ ବିବାଦ ଓ ଦଳୀୟ କନ୍ଦଳ ଳାଗି ରହିଥିବା ଦେଖିବାକୁ ମିଳୁଛି। ତେବେ ଟିକେଟରୁ ବଞ୍ଚତ୍ତ କେତେଜଣ ଆଶାୟୀ ଦଳ ପରିବର୍ତ୍ତନ କରିବା ମସୁଧାରେ ଥିବା ବେଳେ ଆଉ କେତେଜଣ ସ୍ବାଧୀନ ଭାବେ ମଇଦାନକୁ ଓହ୍ଲାବାକୁ ପ୍ରସ୍ତୁତି ଚଳାଇଥିବା ଚର୍ଚ୍ଚା ହେଉଛି। ତେବେ ଭାଜପା ଓ ବିଜେଡି ପକ୍ଷରୁ ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ଟିକେଟରୁ ବଞ୍ଚତ୍ତ ଆଶାୟୀ ଦଳ ଛାଡ଼ିବା ନେଇ ଜଳଜଳ ଦିଶିଲାଣି। ଏହି ସୁଯୋଗକୁ କଂଗ୍ରେସ ହାତଛଡା ନ କରିବା ପାଇଁ ଜିଲାର କୌଣସି ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରି ନ ଥିବା ଆଲୋଚନା ହେଉଛି। ତେବେ ଟିକେଟରୁ ବଞ୍ଚତ୍ତ ହେଲେ ମୋଟା ଅଙ୍କର ଅର୍ଥ ହାତେଇବା ପାଇଁ କେତେଜଣ ନେତା ସ୍ବାଧୀନ ଭାବେ ପ୍ରାର୍ଥତ୍ପତ୍ର ଦାଖଲ କରି ପରେ ଓହରିଯିବା ଓ ଦଳୀୟ ପ୍ରାର୍ଥୀଙ୍କ ପଟେ ରହିବାକୁ ମସୁଧା ଚଳାଇଥିବା ମଧ୍ୟ ଆଲୋଚନା ହେଉଛି। ତେବେ ଜିଲାର ସ୍ବାର୍ଥ ଓ ବିକାଶ ଦିଗରେ ସମର୍ପଣ ଭାବ ନ ଥିବା ପ୍ରାର୍ଥୀ ନିଜ ସ୍ବାର୍ଥ ପାଇଁ ନିର୍ବାଚନ ନଁାରେ ରୋଜଗାର କରିବା ଆଶାରେ ଏପରି ହୀନ ରାଜନୀତି କରିବା ମସୁଧାକୁ ଭୋଟରମାନେ ନାପସନ୍ଦ କରିଛନ୍ତି। ଏଭଳି ପ୍ରାର୍ଥୀଙ୍କ ପ୍ରତି ଭୋଟର ସଚେତନ ରହି ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ରାଜନୈତିକ ବିଷାରଦମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?