ରାଜ୍ୟବ୍ୟାପୀ ଆନ୍ଦୋଳନ କଲା କଂଗ୍ରେସ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପକ୍ଷରୁ କରାଯାଉଥିବା ଜେରାକୁ ନେଇ ଦେଶବ୍ୟାପୀ ବିରୋଧର ସ୍ବର ତେଜିବାରେ ଲାଗିଛି। ସମାନଭାବେ ଓଡ଼ିଶାରେ ମଧ୍ୟ ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ କେନ୍ଦ୍ର ସରକାରଙ୍କ ଏଭଳି କାର୍ଯ୍ୟକଳାପକୁ ଜୋର୍‌ଦାର ବିରୋଧକରି ପ୍ରତିବାଦ ସଭା ଓ ଧାରଣା ଜାରି ରହିଛି। ଗୁରୁବାର ଦଳ ତରଫରୁ ରାଜଭବନ ସମ୍ମୁଖରେ ପ୍ରତିବାଦ ସଭାର ଆୟୋଜନ କରାଯାଇଥିବା ବେଳେ ଶୁକ୍ରବାର ରାଜ୍ୟବ୍ୟାପୀ ବିରୋଧ ଏବଂ ଆନ୍ଦୋଳନ କରାଯାଇଛି। ବିଭିନ୍ନ ଜିଲାରେ କଂଗ୍ରେସ କର୍ମୀମାନେ ଏକତ୍ରିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟାନର ଜାଳିଥିବା ବେଳେ କେନ୍ଦ୍ର ବିରୋଧୀ ନାରା ଦେଇଥିଲେ। ସେହିପରି ଆସନ୍ତା ୨୦ ଏବଂ ୨୧ ତାରିଖରେ ଦଳ ପକ୍ଷରୁ ରାଜ୍ୟର ସମସ୍ତ ନଗର ଏବଂ ବ୍ଲକ କଂଗ୍ରେସ କମିଟି ତରଫରୁ ବିକ୍ଷୋଭ କରିବା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।
କଂଗ୍ରେସ ରାଜ୍ୟବ୍ୟାପୀ କରିଥିବା ଆନ୍ଦୋଳନ ଭିତରେ ଭୁବନେଶ୍ୱର ଜିଲା କଂଗ୍ରେସ କମିଟି ମଧ୍ୟ ପ୍ରତିବାଦ ସଭା କରିଛି। ଏଥିରେ ପିସିସି ସଭାପତିଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଯୋଗଦେଇ ଅଭିଯୋଗ କରିଥିଲେ, ଏନ୍‌ଡିଏ ନେତୃତ୍ୱାଧୀନ ଭାଜପା ସରକାର କଂଗ୍ରେସ ନେତୃବର୍ଗଙ୍କ ପ୍ରତି ଯେଉଁ ପ୍ରତିଶୋଧ ଓ ଆକ୍ରୋଶମୂଳକ କାର୍ଯ୍ୟକଳାପ ଚଳାଇଛି ତା’ର ଉଚିତ ଜବାବ ଦିଆଯିବ। କେନ୍ଦ୍ର ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ବ୍ୟବହାରକରି କଂଗ୍ରେସ ଶୀର୍ଷ ନେତୃବର୍ଗଙ୍କୁ ନିନ୍ଦିତ ଓ ଦୁର୍ନୀତିଗ୍ରସ୍ତ ବୋଲି ପ୍ରମାଣ କରିବାର ଯେଉଁ ମିଛ ନାଟକ ଚଳାଇଛନ୍ତି ସେକଥା ଲୋକମାନେ ବୁଝିସାରିଲେଣି। ଇଡି ମାଧ୍ୟମରେ ନ୍ୟାଶନାଲ ହେରାଲ୍ଡ ମନି ଲଣ୍ଡରିଂ କଥାର ଯେଉଁ ମିଛ ନାଟକ ରଚାଯାଇଛି ସେହି ଘଟଣାର ପର୍ଦ୍ଦାଫାଶ ଖୁବ୍‌ଶୀଘ୍ର କରାଯିବ ବୋଲି ଦଳ ଯୁକ୍ତି ରଖିଛି।
ଭୁବନେଶ୍ୱର ଜିଲା କଂଗ୍ରେସ ପକ୍ଷରୁ ପିଏମ୍‌ଜି ଛକ ସ୍ଥିତ ମୁଖ୍ୟ ପ୍ରବନ୍ଧକ ଡାକଘର କାର୍ଯ୍ୟାଳୟ ସମ୍ମୁଖରେ ବିଶ୍ୱଜିତ୍‌ ଦାସଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା କରାଯାଇଛି। ଏହି ଅବସରରେ ଶରତ ପଟ୍ଟନାୟକ କହିଥିଲେ, ଆସନ୍ତା ଦିନରେ ମୋଦି ସରକାରଙ୍କ ଏହି ଆକ୍ରୋଶମୂଳକ ରାଜନୀତି ବିରୋଧରେ ଉଚିତ ଜବାବ ଦିଆଯିବ। କଂଗ୍ରେସ ନେତୃବର୍ଗଙ୍କ ଉପରେ ଦିଲ୍ଲୀ ପୋଲିସର ବର୍ବରୋଚିତ ଆକ୍ରମଣ ଏବଂ ଇଡି ମାଧ୍ୟମରେ ରାହୁଲ ଓ ସୋନିଆ ଗାନ୍ଧୀଙ୍କ ଛବିକୁ ମଳିନ କରିବା ଲାଗି ଯେଉଁ ହୀନ ଉଦ୍ୟମ ଚାଲିଛି ତାକୁ ସଫଳ ହେବାକୁ ଦେବୁ ନାହିଁ। ସାରା ରାଜ୍ୟରେ କଂଗ୍ରେସ ବର୍ତ୍ତମାନ ଏକତ୍ରିତ ହୋଇଛି। ମୋଦି ସରକାରଙ୍କ ଜନବିରୋଧୀ କାର୍ଯ୍ୟକଳାପ ବିରୋଧରେ ଲଢ଼େଇ କରିବା ଲାଗି ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଶିବାନନ୍ଦ ରାୟ କହିଥିଲେ, ସମୁଦାୟ ଘଟଣାରେ ରାଜନୈତିକ ଚାଲ ଖେଳିବା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ବ୍ୟବହାର କରାଯାଉଛି। ବିଧାୟକ ସୁରେଶ ରାଉତରାୟ କହିଥିଲେ, ବର୍ତ୍ତମାନ ସାରା ରାଜ୍ୟରେ କଂଗ୍ରେସ ଲୋକ ଜାଗିଲେଣି। କେନ୍ଦ୍ର ସରକାରଙ୍କ ଏଭଳି କାର୍ଯ୍ୟରେ ସାଧାରଣ ଲୋକ ଅତିଷ୍ଠ ହୋଇଗଲେଣି। ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଥିଲେ, ଛାତ୍ର ଓ ଯୁବ ସମାଜ ମୋଦିଙ୍କ ଷଡ଼ଯନ୍ତ୍ରର ଉପଯୁକ୍ତ ଜବାବ ଦେବା ପାଇଁ ପ୍ରସ୍ତୁତ।


Enter your email to get our daily news in your inbox.

All Right Reserved By Dharitri.Com

ସୁବୁଠି ଉଡ଼ିଲା ତ୍ରିରଙ୍ଗା

ଲାଞ୍ଜିଗଡ,୧୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଲାଞ୍ଜିଗଡ଼ ଯୁବକ ସଂଘ…

ସିଜିମାଲି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

କଲ୍ୟାଣସିଂହପୁର,୧୫।୮(ଦୀପକ କୁମାର ପରିଡ଼ା): ବହୁ ଚର୍ଚ୍ଚିତ ସିଜିମାଲି ଅଞ୍ଚଳରେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ ଆନୁକୂଲ୍ୟରେ ୮୦ତମ ସ୍ବଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ…

ସ୍ବାଧିନତା ଦିବସରେ ପୁରୁଷୋତ୍ତମପୁର NAC ଆଗରେ କାଉନସିଲର-ଜନସାଧାରଣଙ୍କ ଧାରଣା, ଆତ୍ମାହୁତି ଚେତାବନୀ

ପୁରୁଷୋତ୍ତମପୁର,୧୫।୮(ସବିତା ମିଶ୍ର): ସାରାଦେଶ ସ୍ବାଧିନତା ଦିବସକୁ ମହାଆଡ଼ମ୍ବରରେ ପାଳନ କରୁଥିବାବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିର ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ପରାଧୀନ ଅବସ୍ଥାରେ ରହିଥିବା…

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri