Posted inଜାତୀୟ

ଭାଜପାର ଚା’ ବାଲାର ଜବାବ କଂଗ୍ରେସ କ୍ଷୀର ବାଲାରେ ଦେଲା…

ଶିମଲା,୧୧।୧୨ : ସୁଖବିନ୍ଦର ସିଂ ସୁଖୁ ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏପରି କରି କଂଗ୍ରେସ ଭାଜପାର ଚା’ ବାଲାର ଜବାବ କ୍ଷୀର ବାଲାରେ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚା’ ବିକ୍ରି କରୁଥିଲେ। ସେହିପରି ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିବା ସୁଖବିନ୍ଦର ସିଂ ଛୋଟା ଶିମଲାରେ ଏକ ଦୁଗ୍ଧ କାଉଣ୍ଟରରେ କ୍ଷୀର ବିକ୍ରି କରୁଥିଲେ। ଜାତୀୟ ରାଜନୀତିରେ ସୁଖବିନ୍ଦର ସିଂ ସୁଖୁଙ୍କ ନାମ ଏପର୍ଯ୍ୟନ୍ତ ପ୍ରସିଦ୍ଧ ହୋଇ ନ ଥାଇପାରେ, କିନ୍ତୁ ହିମାଚଳ ପ୍ରଦେଶର ରାଜନୀତିରେ ତାଙ୍କର ସ୍ଥିତି ସୁଦୃଢ଼।

ନାଦୌନ ବିଧାନସଭା ନିର୍ବାଚନମଣ୍ଡଳୀରୁ ଚତୁର୍ଥ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ସୁଖବିନ୍ଦର ସିଂ ସୁଖୁ ମଧ୍ୟ ହିମାଚଳ ପ୍ରଦେଶ କଂଗ୍ରେସ ନିର୍ବାଚନ ପ୍ରଚାର କମିଟିର ସଭାପତି। ସେ ୨୦୦୩, ୨୦୦୭, ୨୦୧୭ ଏବଂ ବର୍ତ୍ତମାନ ୨୦୨୨ ରେ ସେ ଚତୁର୍ଥ ଥର ପାଇଁ ବିଧାୟକ ହୋଇଛନ୍ତି। ସେ ୨୬ ମାର୍ଚ୍ଚ ୧୯୬୪ ରେ ହମିରପୁର ଜିଲାର ନାଦୌନ ତହସିଲର ସେରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସୁଖୁଙ୍କ ପିତା ରସିଲ ସିଂ ହିମାଚଳ ସଡକ ପରିବହନ ନିଗମ ଶିମଲାରେ ଡ୍ରାଇଭର ଥିବାବେଳେ ମାତା ସଂସାର ଦେଈ ଗୃହିଣୀ।

ଚାରି ଭାଇଭଉଣୀଙ୍କ ମଧ୍ୟରେ ସୁଖଙ୍କ ସ୍ଥାନ ଦ୍ୱିତୀୟ। ୧୯୯୮ ରେ, ସେ କମଲେଶ ଠାକୁରଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ଝିଇ ଅଛନ୍ତି। ସୁଖବିନ୍ଦର ସିଂ ସୁଖୁ ମଧ୍ୟ ଶିମଲାରେ ଏଲଏଲବି ଅଧ୍ୟୟନ କରିଛନ୍ତି। ସେ କଲେଜରେ ଶ୍ରେଣୀ ପ୍ରତିନିଧୀ, ଛାତ୍ର କେନ୍ଦ୍ରୀୟ ସଂଘର ସାଧାରଣ ସମ୍ପାଦକ ଏବଂ ଛାତ୍ର କେନ୍ଦ୍ରୀୟ ସଂଘର ସଭାପତି ହୋଇଥିଲେ। ସେ ନିଜର ରାଜନୈତିକ କ୍ୟାରିୟର କଂଗ୍ରେସର ଛାତ୍ର ସଂଗଠନ ଏନଏସୟୁଆଇରୁ ଆରମ୍ଭ କରିଥିଲେ। ସେ ୧୯୮୮ ରୁ ୧୯୯୫ ପର୍ଯ୍ୟନ୍ତ ଏନଏସୟୁଆଇର ରାଜ୍ୟ ସଭାପତି ଥିଲେ। ତା’ପରେ ୧୯୯୫ରେ ତାଙ୍କୁ ଯୁବ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ କରାଯାଇଥିଲା। ୧୯୯୮ ରୁ ୨୦୦୮ ପର୍ଯ୍ୟନ୍ତ ସେ ଯୁବ କଂଗ୍ରେସର ରାଜ୍ୟ ସଭାପତି ଥିଲେ।

୨୦୦୮ ରେ ସେ ରାଜ୍ୟ କଂଗ୍ରେସର ସାଧାରଣ ସମ୍ପାଦକ ହୋଇଥିଲେ। ଏଥି ସହିତ, ୨୦୧୩ ରୁ ୨୦୧୯ ପର୍ଯ୍ୟନ୍ତ ସେ ରାଜ୍ୟ କଂଗ୍ରେସର ସଭାପତି ଦାୟିତ୍ୱ ଗ୍ରହଣ କରିଥିଲେ। ଦୁଇଥର ଶିମଲା ମ୍ୟୁନିସିପାଲିଟି କର୍ପୋରେଶନର କାଉନସିଲର ଭାବରେ ସୁଖବିନ୍ଦର ସିଂ ସୁଖୁ ନିର୍ବାଚିତ ହୋଇଥିଲେ। ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ହିମାଚଳ ପ୍ରଦେଶ କଂଗ୍ରେସ ନିର୍ବାଚନ ପ୍ରଚାର କମିଟିର ସଭାପତି ଏବଂ ଟିକେଟ ବଣ୍ଟନ କମିଟିର ସଦସ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri