ସାମ୍ ପିଟ୍ରୋଡାଙ୍କୁ ପୁନଃ ବିଦେଶ ମୁଖ୍ୟ ନିଯୁକ୍ତ କଲା କଂଗ୍ରେସ

ନୂଆଦିଲ୍ଲୀ,୨୬।୬: ସାମ ପିଟ୍ରୋଡାଙ୍କୁ ଭାରତୀୟ ବିଦେଶ କଂଗ୍ରେସର ଅଧ୍ୟକ୍ଷ ଭାବରେ ପୁନଃ ନିଯୁକ୍ତ କରିଛି। କିଛି ସପ୍ତାହ ତଳେ ବର୍ଣ୍ଣ ବୈଷମ୍ୟ ମନ୍ତବ୍ୟକୁ ନେଇ ତାଙ୍କୁ ଏହି ପଦବୀରୁ ସେ ଇସ୍ତଫା ଦେଇଥିଲେ। ଦେଶରେ ନିର୍ବାଚନୀ ମାହୋଲ ସରଗରମ ଥିବା ବେଳେ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇ କହିଥିଲେ ଯେ, ”ପୂର୍ବ ଭାରତୀୟମାନେ ଚାଇନିଜ ଭଳି ଏବଂ ଦକ୍ଷିଣ ଭାରତୀୟମାନ ଆଫ୍ରିକୀୟ ଭଳି ଦେଖାଯାନ୍ତି।”

କଂଗ୍ରେସ ସଭାପତି ସାମ୍ ପିଟ୍ରୋଡାଙ୍କୁ ପୁନଃ କଂଗ୍ରେସ ବିଦେଶ ମୁଖ୍ୟ ନିଯୁକ୍ତ କରିଛନ୍ତି ଏବଂ ଏହା ତତ୍କାଳ ପ୍ରଭାବ ସହିତ କାର୍ଯ୍ୟକାରୀ ହେଲା ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା କେ.ସି ଭେନୁଗୋପାଳ।

”ଆମେ ଭାରତ ଭଳି ବିବିଧ ଦେଶକୁ ଏକାଠି ରଖିପାରିବା – ଯେଉଁଠାରେ ପୂର୍ବର ଲୋକମାନେ ଚାଇନିଜ୍, ପଶ୍ଚିମରେ ଲୋକମାନେ ଆରବ ଭଳି ଦେଖାଯାଆନ୍ତି, ଉତ୍ତରରେ ଲୋକମାନେ ବୋଧହୁଏ ଧଳା ଏବଂ ଦକ୍ଷିଣର ଲୋକମାନେ ଆଫ୍ରିକୀୟ ପରି ଦେଖାଯାଉଛନ୍ତି। ଏଥିରେ କିଛି ଫରକ ପଡେ ନାହିଁ। ସମସ୍ତେ ଭାଇ ଓ ଭଉଣୀ ଅଟନ୍ତି ବୋଲି ”ଦି ଷ୍ଟେଟମ୍ୟାନ”କୁ ଏକ ସାକ୍ଷାତକାର ଦେଇ ପିଟ୍ରୋଡା କହିଥିଲେ।

ପିଟ୍ରୋଡାଙ୍କ ଏହି ମନ୍ତବ୍ୟକୁ ନେଇ ବିବାଦ ଘନେଇବା ପରେ କଂଗ୍ରେସ ଏହି ପ୍ରସଙ୍ଗରୁ ନିଜକୁ ଦୁରେଇ ରଖିଥିଲା। ପିଟ୍ରୋଡ଼ାଙ୍କ ମତ ସହିତ କଂଗ୍ରେସ ଏକମତ ନୁହେଁ ବୋଲି ଜୟରାମ ରମେଶ କହିଥିଲେ।

ପିଟ୍ରୋଡାଙ୍କ ଏହି ମନ୍ତବ୍ୟକୁ ନେଇ ଭାଜପା କଂଗ୍ରେସକୁ ତୀବ୍ର ସମାଲୋଚନା କରି ସେମାନଙ୍କୁ ଜାତିବାଦୀ ଏବଂ ବିଭାଜନକାରୀ ବୋଲି କହିଥିଲା। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କୁ ତାଙ୍କ ସହଯୋଗୀ ପିଟ୍ରୋଡାଙ୍କ ୱେଭଲ ନିଚ୍ଚ ମନ୍ତବ୍ୟ ପାଇଁ ନିନ୍ଦା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆକ୍ରମଣ କଲା ଆମେରିକା: ଖସାଇଲା ଡ୍ରୋନ୍‌

ଓ୍ବାଶିଂଟନ୍‌,୨୮।୫: ଆମେରିକୀୟ ସେନା ପୁଣି ଥରେ ଇରାନରେ ବଡ଼ ଧରଣର ସାମରିକ ଆକ୍ରମଣ କରିଛି। ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଏହି ରାତାରାତି ଆକ୍ରମଣ ସେହି ସାମରିକ ଘାଟିଗୁଡ଼ିକୁ…

ବିମାନ ଯାତ୍ରୀଙ୍କୁ ଝଟ୍‌କା! ୨୨% ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୮ା୫: ଇନ୍ଧନ ମୂଲ୍ୟ ଅତ୍ୟଧିକ ବୃଦ୍ଧି ଯୋଗୁ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆ ଏହାର ଘରୋଇ ବିମାନ ଉଡ଼ାଣ ଅସ୍ଥାୟୀ ଭାବେ ୨୨ ପ୍ରତିଶତ ହ୍ରାସ କରିଛି।…

୯ମ ଶ୍ରେଣୀ ପାଇଁ CBSEର ତ୍ରିଭାଷୀ ନିୟମ: କେନ୍ଦ୍ର, ଏନ୍‌ସିଇଆର୍‌ଟିକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଜୁଲାଇ ୧ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ୩ ଭାଷା ପଢ଼ିବା ବାଧ୍ୟତାମୂଳକ ନୀତି ଲାଗୁ କରିଥିବାରୁ ଏହାକୁ…

୨ଦିନ ପରେ ପାଗ ବଦଳିବ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୨୮ା୫ (ସୌମ୍ୟରଞ୍ଜନ ରାଉତ):ପ୍ରବଳ ଗରମ ଓ ଗୁଳୁଗୁଳିରୁ ଓଡ଼ିଶାବାସୀଙ୍କୁ ଆଶ୍ବସ୍ତି ମିଳିଛି। ରାଜ୍ୟ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ବୁଧବାର ଦିନସାରା ଗୁଳୁଗୁଳି ଜାରି ରହିଥିଲା।…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ମୁଖ୍ୟମନ୍ତ୍ରୀ ହେବା ପରେ ଦିଲ୍ଲୀରେ ମୋଦିଙ୍କୁ ସାକ୍ଷାତ କଲେ ବିଜୟ, ୨୦ ମିନିଟରେ କଲେ…..

ନୂଆଦିଲ୍ଲୀ,୨୭।୫: ଜୋସେଫ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରିଥିଲେ। ଏଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହା ତାମିଲନାଡୁରେ…

କର୍ନାଟକରେ ସତ୍ତା ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଶେଷ! କାଲି ଏହି ସମୟରେ ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୭।୫: କର୍ନାଟକରେ ଆଗାମୀ ଦୁଇ ଦିନ ମଧ୍ୟରେ କ୍ଷମତା ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ତୀବ୍ର ହେଉଥିବା ବେଳେ, କଂଗ୍ରେସ ବିଧାୟକ ଆର.ଭି. ଦେଶପାଣ୍ଡେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ…

ଓଡ଼ିଶାବାସୀଙ୍କ ପାଇଁ ଗୌରବର ମୁହୂର୍ତ୍ତ, ଏସୀୟ ଇନ୍‌ଡୋର ଆଥଲେଟିକ୍ସ ନେଇ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ବର,୨୭ା୫: ଓଡ଼ିଶାରେ ହେବ ୨୦୨୭ ଏସୀୟ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ । ଏନେଇ ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହଂକଂଠାରେ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri