Odisha Elections 2024
Posted inଜାତୀୟ

ଉଦ୍ଧବ ସମର୍ଥକଙ୍କ ସହ ମେଣ୍ଟ କରିବାକୁ ଚାହୁନି କଂଗ୍ରେସ: ପ୍ରକାଶ ଆମ୍ବେଡକର

ନୂଆଦିଲ୍ଲୀ,୩୦।୯: ୨୦୨୪ ଲୋକସଭା ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବଞ୍ଚିତ ବହୁଜନ ଅଗାଡି(ଭିବିଏ)। ନିର୍ବାଚନରେ ୪୮ଟି ଲୋକସଭା ଆସନରେ ବିବିଏ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ସଭାପତି ପ୍ରକାଶ ଆମ୍ବେଡକର ଘୋଷଣା କରିଛନ୍ତି। ଦଳ ନିର୍ବାଚନରେ ଏକାକୀ ଲଢିବ ଓ ସେଥିପାଇଁ ଏବେଠାରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିବାକୁ ଭିବିଏ ମୁଖିଆ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଇଣ୍ଡିଆନ ଏକ୍ସପ୍ରେସକୁ ସୂଚନା ଦେଇ ଆମ୍ବେଡକର କହିଛନ୍ତି, ସମସ୍ତ ୪୮ ଟି ଲୋକସଭା ଆସନରେ ନିର୍ବାଚନ ଲଢିବା ପାଇଁ ଭିବିଏ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆମେ ସେହିନୁସାରେ ପ୍ରସ୍ତୁତି ଆରମ୍ଭ କରିଛୁ। ଏବଂ ଅକ୍ଟୋବରରୁ ବିଭିନ୍ନ ରାଜ୍ୟରେ ରାଜନୈତିକ ସମାବେଶ କରିବୁ। ମହାରାଷ୍ଟ୍ରର ଅକୋଲା ଆସନରୁ ସେ ନିର୍ବାଚନ ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି।

ଗତ ବର୍ଷ, ଭିବିଏ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ସହ ମେଣ୍ଟ ଗଠନ କରିଥିଲା। ଯଦିଓ ଏହି ମେଣ୍ଟ ଏପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି, ନିର୍ବାଚନ ପୂର୍ବରୁ ମେଣ୍ଟ ନେଇ କଂଗ୍ରେସ ତରଫରୁ ସୂଚନା ନ ମିଳିବାରୁ ଆମ୍ବେଡକରଙ୍କୁ ଏହା ଅସୁବିଧାରେ ପକାଇଛି।

କଂଗ୍ରେସ-ଏନସିପି-ଶିବସେନା (ଉଦ୍ଦବ ଗୋଷ୍ଠୀ) ଆଗାମୀ ଲୋକସଭା ନିର୍ବାଚନ ନେଇ ମେଣ୍ଟ ଓ ଆସନ ବାଣ୍ଟିବା ନେଇ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ନେଇ ନାହାନ୍ତି। ତେବେ ସେମାନଙ୍କ ଭିତରେ ଆସନ ବୁଝାମଣା ନେଇ ଅନିଶ୍ଚିତତା ଲାଗି ରହିଛି ତେବେ ଆମେ କିପରି ତାଙ୍କ ସହ ମେଣ୍ଟ ଗଠନ କରିବୁ ବୋଲି ପ୍ରକାଶ କହିଛନ୍ତି।
ପ୍ରକାଶ ଆହୁରି କହିଛନ୍ତି, କଂଗ୍ରେସ ଭିତରୁ ଗୋଟିଏ ଗୋଷ୍ଠୀ ଉଦ୍ଧବଙ୍କ ଶିବସେନା ସହ ମେଣ୍ଟ କରିବାକୁ ଚାହୁଁ ନାହାନ୍ତି। କାରଣ ଏହାଦ୍ୱାରା ତାଙ୍କୁ କେବଳ ୧୦ପ୍ରତିଶତ ଭୋଟ ମିଳିବା ସହ ପାରମ୍ପରିକ ୩୦ପ୍ରତିଶତ ଭୋଟର କ୍ଷତି ଉଠାଇବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଏ ଦୁଃଖଦ ସମୟରେ ଇରାନ ସହ ଅଛି ଭାରତ: ଶୋକପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୦।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଇବ୍ରାହିମଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ଏଥିରେ ମୃତ୍ୟୁବରଣ...

ଦେଶବାସୀଙ୍କୁ ଏମିତି ଅପିଲ୍‌ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନରେ ପଞ୍ଚମ ପର୍ଯ୍ୟାୟରେ ମତଦାନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରଙ୍କୁ ନିବେଦନ କରିଛନ୍ତି। ସେ ଲୋକମାନଙ୍କୁ ନିବେଦନ କରି କହିଛନ୍ତି,...

ଶ୍ରୀମନ୍ଦିରରେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି।  ପ୍ରଧାନମନ୍ତ୍ରୀ ପ୍ରଥମେ ଗରୁଡ଼ ସ୍ତମ୍ଭ ନିକଟରେ ଦୀପ ଦାନ କରି ଭିତରକୁ ପ୍ରବେଶ କରିଛନ୍ତି। ଏହି...

ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍‌ରେ ଘୋଷାଡ଼ିଲେ ନେଲେ, ଆଉ ତାପରେ…

ଗରହ୍ବା,୧୯ା୫: ଝାଡ଼ଖଣ୍ଡର ଗରହ୍ବା ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋରୁ ଚୋରାଚାଲାଣ ସନ୍ଦେହରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍‌ରେ...

ମୁମ୍ବାଇ ନିର୍ବାଚନ ପୂର୍ବରୁ ଶାହାରୁଖଙ୍କ ବିଶେଷ ଅପିଲ

ମୁମ୍ବାଇ,୧୯।୫: ୨୦୨୪ ଲୋକ ସଭା ନିର୍ବାଚନର ପର୍ଯ୍ୟାୟ ଚାଲିଛି। ୨୦ ମେ’ ୨୦୨୪ରେ ମୁମ୍ବାଇରେ ଭୋଟିଂ ଅନୁଷ୍ଠିତ ହେବ। ଏହାପୂର୍ବରୁ ଅନେକ ସେଲିବ୍ରିଟି ଯେମିତିକି ବଲିଉଡର...

ଜୟରାମ ଠାକୁରଙ୍କ ତୃତୀୟ ଫିଲ୍ମ ‘କଙ୍ଗନା ମଣ୍ଡି କେ ଅଙ୍ଗନା’ ବି ହେବ ଫ୍ଲପ: ମୁଖ୍ୟମନ୍ତ୍ରୀ ସୁଖୁ

ଶିମଲା,୧୯୧।୫: ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ବିଲାସପୁରର ଜଗତଖାନା ଠାରେ ନିର୍ବାଚନ ପ୍ରଚାର କରିଥିଲେ। ସେ ହମିରପୁର ଆସନରୁ ଲୋକ ସଭା ପ୍ରାର୍ଥୀ ସତ୍ୟପାଲ ସିଂ...

ମୁଁ କେବେ ଏତେ ମୁଛୁଆ ଲୋକ ଦେଖି ନାହିଁ: ମୋଦିଙ୍କୁ ଟାର୍ଗେଟ କଲେ ଦିଗବିଜୟ

ନୂଆଦିଲ୍ଲୀ,୧୯।୫: ମଧ୍ୟପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ମତଦାନ ସମସ୍ତ ୨୯ ଟି ଆସନରେ ଚାରିଟି ପର୍ଯ୍ୟାୟରେ ଶେଷ ହୋଇଛି। ସେପଟେ ପୂର୍ବତନ...

ପଞ୍ଚମ ପର୍ଯ୍ୟାୟରେ ରାହୁଲ ଗାନ୍ଧୀ, ରାଜନାଥ ସିଂ, ସ୍ମୃତି ଇରନୀଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୯।୫: ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ ଭୋଟ ସୋମବାର (୨୦ ମେ’) ରେ ହେବ। ଏହି ପର୍ଯ୍ୟାୟରେ ଆଠଟି ରାଜ୍ୟରେ ୪୯ ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri