ବ୍ଲକ କାର୍ଯ୍ୟାଳୟ ଘେରିଲା କଂଗ୍ରେସ

ମୋରଡା,୧୮।୮(ସ୍ମାରକ ମାଜୀ): ପିସି କାରବାର ବନ୍ଦ ସହ ବିଭିନ୍ନ ଦାବିରେ କଂଗ୍ରେସ ପକ୍ଷରୁ ମୟୁରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଏହି ଅବସରରେ କଂଗ୍ରେସ କର୍ମକର୍ତ୍ତା ରାସଗୋବିନ୍ଦପୁର ଅତିରିକ୍ତ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ବ୍ଲକ ଅଫିସରେ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ବୃଦ୍ଧି, ଚାଷୀ ମାରଣ ନୀତି, ଟାଟା କମ୍ପାନୀର ଖାଉଟି ବିରୋଧୀ ନୀତି ବିରୋଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଡାକରାରେ ମୋରଡା ନିର୍ବାଚନମଣ୍ଡଳୀ ବରିଷ୍ଠ କଂଗ୍ରେସ ନେତା ପ୍ରଭାସକର ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ। ଘେରାଉରେ ପୂର୍ବତନ ଏମ୍‌ପି ସୁଶୀଳା ତିରିଆ, ମୋରଡା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ତାପସ ରଞ୍ଜନ ରାଉତ, ବ୍ଲକ କଂଗ୍ରେସ ଅଧ୍ୟକ୍ଷ ଯୋଗେନ୍ଦ୍ର ମହାନ୍ତି, ମୁରଲୀ ନାଏକ, କମଳଲୋଚନ ଗିରି, ପ୍ରଦୀପ ଦାସ, ଅଜୟ ବେହେରା, ଦୂର୍ଗା ମହାନ୍ତ, କୁନା ଗିରି, ମୁନା ପାତ୍ର, ମନ୍ମଥ ସିଂ ପ୍ରମୁଖ ଉପସ୍ଥିତ ଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

୭ ଦିନ ବନ୍ଦ ରହିବ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ: ପଛରେ ରହିଛି ଏମିତି କାରଣ

ଭଞ୍ଜନଗର,୧୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ହୋଇଥିବା ରାଜ୍ୟର ଏକ ମାତ୍ର ସରକାରୀ ୱାଟର ପାର୍କକୁ ଗତ ମାସରେ ଅନିର୍ଦ୍ଦିଷ୍ଟ…

ବଢିପାରେ ୨୦ ଟିଏମସି ବିଦ୍ରୋହୀଙ୍କ ସମସ୍ୟା! ବଡ଼ ନିଷ୍ପତ୍ତି ନେଲେ ଦିଦି

କୋଲକାତା,୧୪।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମସି) ୨୦ ଜଣ ବିଦ୍ରୋହୀ ଲୋକ ସଭା ସାଂସଦଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି।…

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର କହିଲେ…..

ନୂଆଦିଲ୍ଲୀ,୧୪।୮: ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ…

ଅଗଷ୍ଟ ୧୫ରୁୁ ୪ ରାଶିଙ୍କ ଫିଟିବ ଭାଗ୍ୟ! ବୁଧ କରିବେ ବମ୍ପର ଲାଭ…

ବୁଧ ଗ୍ରହ ନିଜ ନକ୍ଷତ୍ର ‘ଅଶ୍ଲେଷା’ରେ ପ୍ରବେଶ କରିବେ। ନିଜ ନକ୍ଷତ୍ରରେ ପ୍ରବେଶ କରୁଥିବାରୁ ଏହା ଅନେକ ଗୁଣା ଲାଭଦାୟକ ପ୍ରମାଣିତ ହେବ। ଏହାର ସକାରାତ୍ମକ ପ୍ରଭାବ…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

ଅଗଷ୍ଟ ୧୫ରେ କ’ଣ ଖୋଲା କ’ଣ ବନ୍ଦ? ଘରୁ ବାହାରିବା ପୂର୍ୱରୁ ଜାଣି ନିଅନ୍ତୁ ବଡ଼ ଅପଡେଟ୍‌…

ନୂଆଦିଲ୍ଲୀ,୧୪।୮: ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧୀନତା ଦିବସରେ ସମଗ୍ର ଭାରତ ସ୍ୱାଧୀନତା ଉତ୍ସବ ପାଳନ କରିବ। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ନିରାପତ୍ତା ପାଇଁ ନିୟମରେ କେତେକ…

ପାଣିରେ ବୁଡ଼ିରହିଛି ଚାଷଜମି, ଉଜୁଡ଼ିଲା ଖରିଫ ଫସଲ

ଡେରାବିଶ,୧୪ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲ୍ଳକର ଚାଷୀମାନେ ଜୁନ୍‌ ଦ୍ୱିତୀୟ ସପ୍ତାହରୁ ଖରିଫ୍‌ ଚାଷ ପାଇଁ ବିହନ ବୁଣା ପ୍ରକ୍ରିୟା ଆରମ୍ଭ କରିଥିଲେ। ଜୁଲାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri