Posted inଜାତୀୟ

କଂଗ୍ରେସର ଘୋଷଣା ପତ୍ର, ୧୦ ଦିନରେ ଚାଷୀଙ୍କ ଋଣଛାଡ-୨୦ ଲକ୍ଷ ସରକାରୀ ଚାକିରି…

ଲକ୍ଷ୍ନୌ, ୯।୨ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମତଦାନର ଦିନକ ପୂର୍ବରୁ କଂଗ୍ରେସ ପକ୍ଷରୁ ଘୋଷଣା ପତ୍ର ଜାରି ହୋଇଛି। କଂଗ୍ରେସ ଏହାର ଘୋଷଣା ପତ୍ରରେ ସମସ୍ତ ବର୍ଗଙ୍କୁ ଖୁସି କରିବାକୁ ଚେଷ୍ଟା କରାଯାଇଛି। ଯେଉଁଥିରେ କୃଷକଙ୍କ ପାଇଁ ୧୦ ଦିନରେ ଋଣଛାଡ, ବିଦ୍ୟୁତ ବିଲ ଅଧା ଏବଂ ନିଯୁକ୍ତି ପ୍ରତିଶ୍ରୁତିକୁ ଅନ୍ତର୍ଭୁକ୍ତ କରାଯାଇଛି।

କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଘୋଷଣା ପତ୍ର ପ୍ରକାଶ କରିବାବେଳେ କହିଛନ୍ତି ଯେ ଆମେ ଏହାର ପ୍ରସ୍ତୁତିରେ ରାଜ୍ୟର ଜନସାଧାରଣଙ୍କ ପରାମର୍ଶକୁ ଗ୍ରହଣ କରିଛୁ।

ପ୍ରିୟଙ୍କା ଗାନ୍ଧୀ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ରାଜ୍ୟରେ କଂଗ୍ରେସ ସରକାର ଗଠନ ହୁଏ ତେବେ ୧୦ ଦିନ ମଧ୍ୟରେ ଚାଷୀଙ୍କ ଋଣ ଛାଡ କରାଯିବ। ପୁରାତନ ପେନସନ ଯୋଜନା ବିଷୟରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ବହୁ ଲୋକ ପୁରୁଣା ଯୋଜନାକୁ ଫେରିବା ଉଚିତ ବୋଲି ଦାବି କରିଛନ୍ତି। ତେଣୁ ଆମେ ବହୁତ ଆଲୋଚନା କଲୁ। ଆମେ ଭାବୁଛୁ ଏଥିରେ ଏକ ମଧ୍ୟମ ପଥ ମିଳିପାରିବ।

 

ଘୋଷଣା ପତ୍ରରେ କୃଷକଙ୍କ ଋଣ ଛାଡ, ୨୫୦୦ ରେ ଗହମ ଧାନ ଏବଂ ୪୦୦ ରେ ଆଖୁ ଏମ୍‌ଏସ୍‌ପି,
ବିଦ୍ୟୁତ୍‌ ବିଲ ଅଧା, କରୋନା ପ୍ରଭାବିତଙ୍କୁ ୨୫ ହଜାର ଟଙ୍କାର ସହାୟତା, ୨୦ ଲକ୍ଷ ସରକାରୀ ଚାକିରି ସୃଷ୍ଟି, ୪୦ ପ୍ରତିଶତ ରୋଜଗାର ମହିଳାମାନଙ୍କୁ ଦିଆଯିବ, ଯେ କୌଣସି ରୋଗ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା, ବୁଲା ପ୍ରାଣୀ ସମସ୍ୟାର ସମ୍ମୁଖୀନ ହେଉଥିବା ଚାଷୀଙ୍କୁ ୩୦୦୦ ଟଙ୍କାର ସହାୟତା,
୨ ଟଙ୍କାରେ ୧ କିଲୋଗ୍ରାମରେ ଗୋବର କିଣାଯିବ। ସେହିପରି କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ଜିଲାର ବିଶେଷତା ଅନୁଯାୟୀ ବ୍ୟବସାୟକୁ ମଜବୁତ, ଶ୍ରମିକ ଏବଂ କର୍ମଚାରୀଙ୍କ ପାଇଁ ଆଉଟସୋର୍ସିଂ ବନ୍ଦ, ସଫେଈଇ କର୍ମଚାରୀମାନଙ୍କୁ ନିୟମିତ କରାଯିବା ସହିତ ଦରମା ବୃଦ୍ଧି,
ରୋଷେଇ କରୁଥିବା ବ୍ୟକ୍ତିିଙ୍କ ଦରମା ୫୦୦୦ ଟଙ୍କାକୁ ବୃଦ୍ଧି, ବସ୍ତି ବାସିନ୍ଦାଙ୍କୁ ସେମାନଙ୍କ ଜମି ପ୍ରଦାନ, ମଧ୍ୟବିତ୍ତଙ୍କ ପାଇଁ ଶସ୍ତା ଘର ଯୋଗାଣ, ଗାଁ ମୁଖିଆଙ୍କ ଦରମା ୬୦୦୦ ଏବଂ ଚୌକିଦାରଙ୍କ ଦରମା ୫୦୦୦ ଟଙ୍କା,
କରୋନାରେ ପ୍ରାଣ ହରାଇଥିବା ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା,
ଶିକ୍ଷକଙ୍କ ପଦବୀକୁ ୨ ଲକ୍ଷକୁ ବୃଦ୍ଧି, ଶିକ୍ଷାମିିତ୍ରଙ୍କୁ ନିୟମିତ, ସଂସ୍କୃତ ଏବଂ ଉର୍ଦ୍ଦୁ ଶିକ୍ଷକମାନଙ୍କର ପଦବୀ ପୂରଣ, ଅନୁସୂଚିତ ସମ୍ପ୍ରଦାୟ ପିଲାମାନଙ୍କ ପାଇଁ ଛାତ୍ରବୃତ୍ତି,
ଦିବ୍ୟାଙ୍ଗଙ୍କ ପାଇଁ ୩୦୦୦ ପର୍ଯ୍ୟନ୍ତ ମାସିକ ପେନସନ୍‌, ଘର ଜିଲାରେ ମହିଳା ପୋଲିସଙ୍କ ନିଯୁକ୍ତି ପାଇଁ ଅନୁମୋଦନ,
ପୂର୍ବତନ ସେନା କର୍ମଚାରୀଙ୍କ ପାଇଁ ବିଧାନ ପରିଷଦର ଗୋଟିଏ ଆସନ ସଂରକ୍ଷିତ, ସତ୍ୟ ଲେଖୁଥିବା ସାମ୍ବାଦିକମାନଙ୍କ ଉପରେ ହୋଇଥିବା ମାମଲା ପ୍ରତ୍ୟାହାର କରାଯିବ ବୋଲି କଂଗ୍ରେସ ଘୋଷଣା ପତ୍ରରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri