Posted inଜାତୀୟ

କଂଗ୍ରେସର ଘୋଷଣା ପତ୍ର, ୧୦ ଦିନରେ ଚାଷୀଙ୍କ ଋଣଛାଡ-୨୦ ଲକ୍ଷ ସରକାରୀ ଚାକିରି…

ଲକ୍ଷ୍ନୌ, ୯।୨ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମତଦାନର ଦିନକ ପୂର୍ବରୁ କଂଗ୍ରେସ ପକ୍ଷରୁ ଘୋଷଣା ପତ୍ର ଜାରି ହୋଇଛି। କଂଗ୍ରେସ ଏହାର ଘୋଷଣା ପତ୍ରରେ ସମସ୍ତ ବର୍ଗଙ୍କୁ ଖୁସି କରିବାକୁ ଚେଷ୍ଟା କରାଯାଇଛି। ଯେଉଁଥିରେ କୃଷକଙ୍କ ପାଇଁ ୧୦ ଦିନରେ ଋଣଛାଡ, ବିଦ୍ୟୁତ ବିଲ ଅଧା ଏବଂ ନିଯୁକ୍ତି ପ୍ରତିଶ୍ରୁତିକୁ ଅନ୍ତର୍ଭୁକ୍ତ କରାଯାଇଛି।

କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଘୋଷଣା ପତ୍ର ପ୍ରକାଶ କରିବାବେଳେ କହିଛନ୍ତି ଯେ ଆମେ ଏହାର ପ୍ରସ୍ତୁତିରେ ରାଜ୍ୟର ଜନସାଧାରଣଙ୍କ ପରାମର୍ଶକୁ ଗ୍ରହଣ କରିଛୁ।

ପ୍ରିୟଙ୍କା ଗାନ୍ଧୀ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ରାଜ୍ୟରେ କଂଗ୍ରେସ ସରକାର ଗଠନ ହୁଏ ତେବେ ୧୦ ଦିନ ମଧ୍ୟରେ ଚାଷୀଙ୍କ ଋଣ ଛାଡ କରାଯିବ। ପୁରାତନ ପେନସନ ଯୋଜନା ବିଷୟରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ବହୁ ଲୋକ ପୁରୁଣା ଯୋଜନାକୁ ଫେରିବା ଉଚିତ ବୋଲି ଦାବି କରିଛନ୍ତି। ତେଣୁ ଆମେ ବହୁତ ଆଲୋଚନା କଲୁ। ଆମେ ଭାବୁଛୁ ଏଥିରେ ଏକ ମଧ୍ୟମ ପଥ ମିଳିପାରିବ।

 

ଘୋଷଣା ପତ୍ରରେ କୃଷକଙ୍କ ଋଣ ଛାଡ, ୨୫୦୦ ରେ ଗହମ ଧାନ ଏବଂ ୪୦୦ ରେ ଆଖୁ ଏମ୍‌ଏସ୍‌ପି,
ବିଦ୍ୟୁତ୍‌ ବିଲ ଅଧା, କରୋନା ପ୍ରଭାବିତଙ୍କୁ ୨୫ ହଜାର ଟଙ୍କାର ସହାୟତା, ୨୦ ଲକ୍ଷ ସରକାରୀ ଚାକିରି ସୃଷ୍ଟି, ୪୦ ପ୍ରତିଶତ ରୋଜଗାର ମହିଳାମାନଙ୍କୁ ଦିଆଯିବ, ଯେ କୌଣସି ରୋଗ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା, ବୁଲା ପ୍ରାଣୀ ସମସ୍ୟାର ସମ୍ମୁଖୀନ ହେଉଥିବା ଚାଷୀଙ୍କୁ ୩୦୦୦ ଟଙ୍କାର ସହାୟତା,
୨ ଟଙ୍କାରେ ୧ କିଲୋଗ୍ରାମରେ ଗୋବର କିଣାଯିବ। ସେହିପରି କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ଜିଲାର ବିଶେଷତା ଅନୁଯାୟୀ ବ୍ୟବସାୟକୁ ମଜବୁତ, ଶ୍ରମିକ ଏବଂ କର୍ମଚାରୀଙ୍କ ପାଇଁ ଆଉଟସୋର୍ସିଂ ବନ୍ଦ, ସଫେଈଇ କର୍ମଚାରୀମାନଙ୍କୁ ନିୟମିତ କରାଯିବା ସହିତ ଦରମା ବୃଦ୍ଧି,
ରୋଷେଇ କରୁଥିବା ବ୍ୟକ୍ତିିଙ୍କ ଦରମା ୫୦୦୦ ଟଙ୍କାକୁ ବୃଦ୍ଧି, ବସ୍ତି ବାସିନ୍ଦାଙ୍କୁ ସେମାନଙ୍କ ଜମି ପ୍ରଦାନ, ମଧ୍ୟବିତ୍ତଙ୍କ ପାଇଁ ଶସ୍ତା ଘର ଯୋଗାଣ, ଗାଁ ମୁଖିଆଙ୍କ ଦରମା ୬୦୦୦ ଏବଂ ଚୌକିଦାରଙ୍କ ଦରମା ୫୦୦୦ ଟଙ୍କା,
କରୋନାରେ ପ୍ରାଣ ହରାଇଥିବା ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା,
ଶିକ୍ଷକଙ୍କ ପଦବୀକୁ ୨ ଲକ୍ଷକୁ ବୃଦ୍ଧି, ଶିକ୍ଷାମିିତ୍ରଙ୍କୁ ନିୟମିତ, ସଂସ୍କୃତ ଏବଂ ଉର୍ଦ୍ଦୁ ଶିକ୍ଷକମାନଙ୍କର ପଦବୀ ପୂରଣ, ଅନୁସୂଚିତ ସମ୍ପ୍ରଦାୟ ପିଲାମାନଙ୍କ ପାଇଁ ଛାତ୍ରବୃତ୍ତି,
ଦିବ୍ୟାଙ୍ଗଙ୍କ ପାଇଁ ୩୦୦୦ ପର୍ଯ୍ୟନ୍ତ ମାସିକ ପେନସନ୍‌, ଘର ଜିଲାରେ ମହିଳା ପୋଲିସଙ୍କ ନିଯୁକ୍ତି ପାଇଁ ଅନୁମୋଦନ,
ପୂର୍ବତନ ସେନା କର୍ମଚାରୀଙ୍କ ପାଇଁ ବିଧାନ ପରିଷଦର ଗୋଟିଏ ଆସନ ସଂରକ୍ଷିତ, ସତ୍ୟ ଲେଖୁଥିବା ସାମ୍ବାଦିକମାନଙ୍କ ଉପରେ ହୋଇଥିବା ମାମଲା ପ୍ରତ୍ୟାହାର କରାଯିବ ବୋଲି କଂଗ୍ରେସ ଘୋଷଣା ପତ୍ରରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?