Posted inଜାତୀୟ

ବିଦ୍ୟୁତ୍‌ ସଙ୍କଟ ପାଇଁ ଭାଜପା ନୁହେଁ, ୬୦ବର୍ଷ ଶାସନକାଳ ଦାୟୀ

ନୂଆଦିଲ୍ଲୀ,୩୦।୪: କଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ ଶନିବାର ଦେଶବ୍ୟାପି କୋଇଲା ସଙ୍କଟ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଦେଶରେ ପ୍ରଚୁର ମାତ୍ରାରେ କୋଇଲା ମହଜୁଦ ରହିଛି, ବୃହତ ରେଳ ନେଟଓ୍ବାର୍କ ଓ ଥର୍ମାଲ ପାଓ୍ବାର ପ୍ଲାଣ୍ଟ ବି ରହିଛି। ତଥାପି ବିଦ୍ୟୁତ୍‌ ଅଭାବ ଜାରି ରହିଛି ବୋଲି ଚିଦାମ୍ବରମ ଟୁଇଟ କରି କହିଛନ୍ତି। ଏଥିସହ ସେ ଲେଖିଛନ୍ତି, ଏଥିପାଇଁ ମୋଦି ସରକାରଙ୍କୁ ଦୋଷ ଦିଆଯାଇପାରିବ ନାହିଁ, ଏହା କେବଳ କଂଗ୍ରେସର ୬୦ବର୍ଷର ଶାସନକାଳ ଦାୟୀ ବୋଲି ଚିଦାମ୍ବରମ କହିଛନ୍ତି। ସୂଚନାଯୋଗ୍ୟ, ଶନିବାର କଂଗ୍ରେସ ନେତା ପି. ଚିଦାମ୍ବରମ ଟୁଇଟ କରି ଲେଖିଛନ୍ତି, କୋଇଲା, ରେଲଓ୍ବେ କିମ୍ବା ଶକ୍ତି ମନ୍ତ୍ରଣାଳୟରେ କୌଣସି ଅଭାବ ନାହିଁ। ଦୋଷ ତ ଏହି ବିଭାଗର ମନ୍ତ୍ରୀ ଥିବା କଂଗ୍ରେସ ନେତାମାନଙ୍କର ରହିଛି। ଏଥିସହ ସେ ଥଟ୍ଟା କରି କହିଛନ୍ତି, ଯାତ୍ରୀବାହୀ ଟେନ୍‌ଗୁଡ଼ିକୁ ବାତିଲ କରିବା ଏବଂ କୋଇଲା ଟ୍ରେନ୍‌ର ସହଜ ଯାତ୍ରା ପାଇଁ ମୋଦି ସରକାର ସଠିକ୍‌ ସମାଧାନ ବାହାର କରିଦେଖାଇଛନ୍ତି। ଏହା କେବଳ ମୋଦି ସରକାରରେ ହିଁ ସମ୍ଭବ। ମୋଦି ଅଛନ୍ତି ତ ସବୁ ସମ୍ଭବ ବୋଲି ପି. ଚିଦାମ୍ବରମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri