ହ୍ବାଟସ୍‌ ଆପ୍‌ର ଡିପିରେ ଜିଲାପାଳଙ୍କ ଫଟୋ : ମାଗୁଛନ୍ତି ଟଙ୍କା

ବୌଦ୍ଧ,୩୦।୪(ସ୍ବ.ପ୍ର.): ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଫଟୋ ହ୍ବାଟସ୍‌ ଆପ୍‌ ଡିପି ରଖି ବିଭିନ୍ନ ଅଧିକାରୀଙ୍କୁ ମେସେଜ ପଠାଇ ଟଙ୍କା ମାଗିବା ଭଳି ଏକ ସମ୍ବେଦନଶୀଳ ଘଟଣା ଜିଲାରେ ଆଲୋଡନ ସୃଷ୍ଟି କରିଛି।
ମିଳିଥିବା ସୂଚନା ମୁତାବକ, ଜିଲାପାଳଙ୍କ ଫଟୋ ଥାଇ ଏକ ନମ୍ବର (୭୨୨୩୮୭୦୧୯୬)ରୁ ଜିଲାର କେତେଜଣ ଅଧିକାରୀଙ୍କ ନିକଟକୁ ଟଙ୍କା ପଠାଇବାକୁ ମେସେଜ ଯାଇଥିଲା। ଉକ୍ତ ନମ୍ବରଟି ଜିଲାପାଳଙ୍କର ହୋଇ ନ ଥିବା ବେଳେ ତାଙ୍କଠାରୁ ଏଭଳି ମେସେଜ ଆଶା କରି ନ ଥିବା କେତେଜଣ ଅଧିକାରୀ ଏ ନେଇ ଜିଲାପାଳଙ୍କୁ ସୂଚନା ଦେଇଥିଲେ। ଅଧିକାରୀଙ୍କ ନିକଟରୁ ଏହା ଜାଣିବା ପରେ ଜିଲାପାଳ ମିଶ୍ର ବ୍ୟକ୍ତିଗତ ଫେସ୍‌ବୁକ ଓ ସମସ୍ତ ସରକାରୀ ଗ୍ରୃପରେ ସରକାରୀ ଅଧିକାରୀମାନଙ୍କୁ ମିଥ୍ୟା ମେସେଜ ନେଇ ସତର୍କ ରହିବାକୁ ଜଣାଇଥିଲେ। ଏ ନେଇ ସାଇବର ସେଲ ଜରିଆରେ ତଦନ୍ତ କରାଯାଇ ତାଙ୍କ ଫଟୋକୁ ବ୍ୟବହାର କରି ମେସେଜ ପଠାଇଥିବା ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ମିଶ୍ର ପ୍ରକାଶ କରିଛନ୍ତି। ଜିଲାରେ ବାରମ୍ବାର ସାଇବର ଅପରାଧ ବୃଦ୍ଧି ପାଇ ଚାଲିଥିବା ବେଳେ ଜିଲା ପୋଲିସ ନିକଟରେ କୌଣସି ସୁବିଧା ନ ଥିବାରୁ ଅପରାଧୀମାନେ ତାହାର ଫାଇଦା ଉଠାଉଛନ୍ତି । ଜିଲାରେ ତୁରନ୍ତ ଏକ ସାଇବର ଥାନା ସ୍ଥାପନ ପାଇଁ ସାଧାରଣରେ ଦାବି ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡ ଭୟ

ଆମ ସମାଜରେ ଦେଖାଯାଏ, ଅନେକେ ଅଭ୍ୟାସଗତ ଆଇନ ଭଙ୍ଗକାରୀ। ଛେପ ପକାଇବାକୁ ଯେଉଁଠି ବାରଣଥିବ, ସେଠାରେ ହିଁ ସେମାନେ ଛେପ ପକାଇବେ। କିନ୍ତୁ ତା’ ପାଖରେ...

ଫେରିବାଲାଙ୍କଠୁ ମିଳିଲା ୪୫କେଜି ଗଞ୍ଜେଇ: ଷ୍ଟେଶନରୁ ୩ ଗିରଫ, ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା

ଦାମନଯୋଡି, ୯।୭(ଡି.ଏନ୍‌.ଏ.)- ଗଞ୍ଜେଇ ଚାଲାଣ ଅଭିଯୋଗରେ କୋରାପୁଟ ସିଆର୍‌ପିଏଫ୍‌ ମଙ୍ଗଳବାର ଦାମନଯୋଡି ଷ୍ଟେସନରୁ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପଡୋଶୀ...

କେନ୍ଦ୍ରାପଡ଼ା ମୁଖ୍ୟ କେନାଲ ବନ୍ଧରୁ ଅତଡ଼ା ଖସିଲା

ଡେରାବିଶ,୨୦ା୧(ସ୍ବ.ପ୍ର.):ଖରିଫ ଧାନ ଫସଲ ଅମଳ ପରେ କେନାଲ ଉପରେ ନିର୍ଭରଶୀଳ ଚାଷୀମାନେ ଜାନୁୟାରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ରବି ଫସଲ ଚାଷ କରିଥାନ୍ତି। ପ୍ରତ୍ୟେକ ବର୍ଷ...

ବାଲିଗୁଡ଼ାରେ ନୂତନ ଉପଜିଲାପାଳ ଭାବେ ଯୋଗଦେଲେ ଦେବେନ୍ଦ୍ର

ବାଲିଗୁଡା, ୧୭।୧.(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡରେ ଦୀର୍ଘଦିନ ଧରି ଉପ ଜିଲାପାଳ ପଦବୀ ଖାଲି ପଡିଥିଲା। ବାଲିଗୁଡ଼ାରେ ନୂତନ ଉପଜିଲାପାଳ ଭାବେ ଶୁକ୍ରବାର ଦେବେନ୍ଦ୍ର...

ଧାନ କିଣା ସମସ୍ୟାକୁ ନେଇ ରାସ୍ତାରୋକୋ

ବାରିପଦା ଅଫିସ,୨୯ା୧୨- ଧାନର ଅଭାବୀ ବିକ୍ରୀ ଓ ମଣ୍ଡିରେ ଧାନକିଣା ସମସ୍ୟାକୁ ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସୋମବାର ମୟୂରଭଞ୍ଜ ଜିଲା ୧୮ ନଂ....

ମଣ୍ଡିରୁ ୯୨ କୁଇଣ୍ଟାଲ ଧାନ ଜବତ

ମାଲକାନଗିରି, ୧୭।୧ (ଡି.ଏନ.ଏ.)  ମାଲକାନଗିରି ଜିଲାରେ ଯୋଗାଣ ବିଭାଗ ଚଢାଉ କରି ମଣ୍ଡିରୁ ୯୨ କୁଇଣ୍ଟାଲ ଧାନ ଜବତ କରିଛି। ଫଳରେ ଜିଲାରେ ଯେ ମଣ୍ଡି...

ପୁରୀରୁ ଧରାପଡିଲେ ସାଇବର ଲୁଟେରା: ଆକାଉଣ୍ଟ, ଏଟିଏମ୍‌ ପିନ୍‌ ହାତେଇ ଲୁଟୁଥିଲେ ଅଭିଯୁକ୍ତ

ମାଲକାନଗିରି, ୨୫।୭(ଡି.ଏନ୍‌.ଏ/ସ୍ବ.ପ୍ର.) ମାଲକାନଗିରି ପୋଲିସ ସାଇବର ଠକେଇରେ ଜଡିତ ଥିବା ଜଣେ ଆନ୍ତଃରାଜ୍ୟ ଅଭିଯୁକ୍ତଙ୍କୁ ପୁରୀରୁ ବୁଧବାର ଗିରଫ କରିଛି। ରାଜ୍ୟର ବିଭିନ୍ନ ବ୍ୟକ୍ତିଙ୍କୁ ପ୍ରଲୋଭନ...

ଶ୍ରୀତମ୍‌ଙ୍କୁ ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ

ବାଲେଶ୍ୱର ଅଫିସ, ୪।୧୧-ସ୍ମାର୍ଟଫୋନରେ ଫଟୋ ଉଠାଇ ଚର୍ଚ୍ଚାକୁ ଆସିଥିବା ବାଲେଶ୍ୱର ଜିଲା ଶୋଭାରାମ୍‌ପୁର ଅଞ୍ଚଳର ଶ୍ରୀତମ୍‌ କୁମାର ସେଠୀ ଚଳିତବର୍ଷ ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ଼ ପାଇପାରିଛନ୍ତି।...

Advertisement
Archives

Model This Week