ନୂଆଦିଲ୍ଲୀ,୧୫।୧୧-ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଗୁରଗାଁଓସ୍ଥିତ ମେଦାନ୍ତ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏ ନେଇ ତାଙ୍କ ପୁଅ ଫୈଶାଲ ପଟେଲ ରବିବାର ଟୁଇଟ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ଡାକ୍ତରୀଦଳ ତାଙ୍କ ଚିକିତ୍ସାରେ ନିୟୋଜିତ ଥିବା ଫୈଶାଲ କହିଛନ୍ତି।
ପ୍ରକାଶ ଯେ, ଗତ କିଛି ସପ୍ତାହ ତଳେ ଅହମ୍ମଦ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ।
— Faisal Patel (@mfaisalpatel) November 15, 2020