Posted inଜାତୀୟ

ଆଇଏନ୍‌ସି ଟିଭି ଲଞ୍ଚ୍‌ କଲା କଂଗ୍ରେସ

ନୂଆଦିଲ୍ଲୀ, ୧୫।୪: ଡ. ଭୀମରାଓ ଆମ୍ବେଡ୍‌କରଙ୍କ ଜନ୍ମବାର୍ଷିକୀ ଅବସରରେ ବୁଧବାର କଂଗ୍ରେସ ଦଳ ପକ୍ଷରୁ ଆଇଏନ୍‌ସି ଟିଭି ନାମରେ ଏକ ଡିଜିଟାଲ ମିଡିଆ ପ୍ଲାଟ୍‌ଫର୍ମର ଶୁଭାରମ୍ଭ ହୋଇଛି। କଂଗ୍ରେସର ସ୍ବର ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଏହି ଡିଜିଟାଲ ମିଡିଆ ପ୍ଲାଟଫର୍ମର ଉଦ୍ଦେଶ୍ୟ। ଏହି ପ୍ଲାଟଫର୍ମ ୟୁଟ୍ୟୁବ୍‌ରେ ଉପଲବ୍ଧ ହେବ। ମୁଖ୍ୟସ୍ରୋତରେ ଥିବା ଗଣମାଧ୍ୟମଗୁଡ଼ିକ ବିରୋଧୀ ଦଳ ପ୍ରତି ପାତରଅନ୍ତର ମନୋଭାବ ପ୍ରଦର୍ଶନ କରୁଥିବା କଂଗ୍ରେସ ଦୀର୍ଘବର୍ଷ ହେବ ଅଭିଯୋଗ କରିଆସୁଥିଲା। ତେବେ ଉକ୍ତ ଟିଭି କିପରି ଲକ୍ଷ୍ୟ ପୂରଣ କରିବ ତାକୁ ନେଇ ଦଳୀୟ ନେତାମାନେ ସନ୍ଦିହାନ ଅଛନ୍ତି। କଂଗ୍ରେସ ମୁଖ୍ୟାଳୟରେ ଟିଭି ଲଞ୍ଚ୍‌ ଅବସରରେ ଦଳୀୟ ମୁଖପାତ୍ର ରଣଦୀପ୍‌ ସୁର୍ଜଓ୍ବୋଲା କହିଛନ୍ତି, ଏପ୍ରିଲ ୨୪ ଜାତୀୟ ପଞ୍ଚାୟତିରାଜ ଦିବସରୁ ଆଇଏନ୍‌ସି ଟିଭି ଶୋ’ ପ୍ରସାରଣ ଆରମ୍ଭ ହେବ। ପ୍ରତ୍ୟହ ଏହା ଅନୂ୍ୟନ ୮ ଘଣ୍ଟା ଲାଇଭ୍‌ କାର୍ଯ୍ୟକ୍ରମ ପ୍ରସାରଣ କରିବ ବୋଲି ସେ କହିଛନ୍ତି। ଡିଜିଟାଲ ମିଡିଆ ପ୍ଲାଟଫର୍ମ ଶୁଭାରମ୍ଭ ଅବସରରେ କଂଗ୍ରେସ ମୁଖ୍ୟାଳୟରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଭାରେ ବିରୋଧୀ ଦଳ ନେତା ତଥା ଏଆଇସିସି ସାଧାରଣ ସମ୍ପାଦକ ମଲ୍ଲିକାର୍ଜୁନ ଖାର୍ଗେ, ଏନ୍‌ଏସ୍‌ୟୁଆଇ ଅଧ୍ୟକ୍ଷ ନୀରଜ କୁନ୍ଦନ, ମହିଳା କଂଗ୍ରେସ ଅଧ୍ୟକ୍ଷା ସସ୍ମିତା ଦେବ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଶାରେ ଚୁର୍‌ ଯୁବତୀ, ଶୋଇଗଲେ ରାସ୍ତାରେ; ଆଉ ତା’ ପରେ…

ମୁମ୍ବାଇ,୫ା୮: ମହାରାଷ୍ଟ୍ରର ପୁଣେରେ ଏକ ଅଜବ ଘଟଣା ନଜରକୁ ଆସିଛି। ଜଣେ ଯୁବତୀ ଅଚାନକ ରାସ୍ତା ଉପରେ ଜଣେ ଶୋଇପଡ଼ିଲେ। ଯୁବତୀଙ୍କ ଏପରି ଅବସ୍ଥା ଦେଖି...

ପ୍ରଥମ ରାଜ୍ୟ ଭାବେ କେନ୍ଦ୍ର ନିକଟକୁ ଶରଣାର୍ଥୀଙ୍କ ତାଲିକା ପଠାଇଲା ଉତ୍ତର ପ୍ରଦେଶ

ଲକ୍ଷ୍ନୌ,୧୩।୧: ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସିଥିବା ହିନ୍ଦୁ ଶରଣାର୍ଥୀଙ୍କର ଏକ ତାଲିକା ଉତ୍ତର ପ୍ରଦେଶ ସରକାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇଥିବା ଜଣାପଡିଛି। ଉତ୍ତର...

ଏଲ୍‌ଏସିରେ ଚାଇନାର ଦାଦାଗିରି: ୨୦ ହଜାର ସୈନ୍ୟ କଲା ମୁତୟନ

ଲଦାଖ, ୧।୭: ଚାଇନାର ଦାଦାଗିରି ଜାରି ରହିଛି। ଗଲଓ୍ବାନ ଘାଟିର ହିଂସକ ସଂଘର୍ଷ ପରେ ଭାରତ ଚାଇନା ମଧ୍ୟରେ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ଉଦ୍ୟମ କରାଯାଇଥିଲା।...

ଉଦ୍ଧବ ଠାକରେଙ୍କ ବୈଠକକୁ ଆସିଲେ ମାତ୍ର ୧୩ ବିଧାୟକ

ମୁମ୍ବାଇ,୨୩।୬: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୁରୁବାର ବିଧାୟକଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠରେ କେବଳ ୧୩ ଜଣ...

ପୁଅ ମୋଦିଙ୍କ କ୍ୟାବିନେଟରେ ମନ୍ତ୍ରୀ, ମାତାପିତା କାମ କରନ୍ତି କ୍ଷେତରେ

ନୂଆଦିଲ୍ଲୀ,୧୮ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ସପ୍ତାହ ପୂର୍ବରୁ ତାଙ୍କ କ୍ୟାବିନେଟର ବିସ୍ତାର କରିଛନ୍ତି । ଏଥିରେ ୪୩ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ...

ନେତାଙ୍କ ‘ରାକ୍ଷୀ’ ଚର୍ଚ୍ଚା

ଲକ୍ଷ୍ନୌ, ୨୧ା୯: ରାଜନେତାଙ୍କ ମୁହଁରେ ବଲିଉଡ୍‌ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି। ଆମ୍‌ ଆଦ୍‌ମୀ ପାର୍ଟି ନେତା ରାଘବ ଚଢ଼ାଙ୍କ...

ଆରଜେଡିରେ ସାମିଲ ହେଲେ ଶ୍ୟାମ ରଜକ

ପାଟନା,୧୭।୮: ବିହାରରେ ନିର୍ବାଚନ ପୂର୍ବରୁ ରାଜନୈତିକ ସରଗରମ ଆରମ୍ଭ ହୋଇଗଲାଣି। ନୀତୀଶ ସରକାରରେ ମନ୍ତ୍ରୀ ଥିବା ଶ୍ୟାମ ରଜକ ସୋମବାର ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ରେ ସାମିଲ...

ସାରା ଦେଶକୁ ବ୍ୟାପିଲା ଆନ୍ଦୋଳନ

ନୂଆଦିଲ୍ଲୀ, ୧୫।୧୨: କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଷୀମାନଙ୍କ ଆନ୍ଦୋଳନ ସୋମବାର ୧୯ ଦିନରେ ପହଞ୍ଚତ୍ଥିବାବେଳେ ଏହା ସାରା ଦେଶକୁ ବ୍ୟାପିଛି।...

Advertisement
Archives

Model This Week