Posted inଜାତୀୟ

କଂଗ୍ରେସ ଜାରି କଲା ହ୍ବିପ, ଲୋକ ସଭାରେ ସବୁ ଏମପି ଉପସ୍ଥିତ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୬: ସଂସଦର ସ୍ବତନ୍ତ୍ର ଅଧିବେଶନରେ ଲୋକ ସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ଏ ସମ୍ପର୍କରେ ବିବାଦ ଲାଗି ରହିଛି। ବୁଧବାର ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି କ୍ରମରେ କଂଗ୍ରେସ ନିଜର ଏମପିମାନଙ୍କୁ ଆସନ୍ତାକାଲି ଗୃହରେ ଉପସ୍ଥିତ ରହିବାକୁ ହ୍ବିପ ଜାରି କହିଛି।

କଂଗ୍ରେସ ସଂସଦୀୟ ଦଳ ପକ୍ଷରୁ ଏମପିମାନଙ୍କୁ ଲେଖାଯାଇଥିବା ଚିଠିରେ କୁହାଯାଇଛି, “ଆସନ୍ତାକାଲି ଲୋକ ସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଯିବ। ଗୃହରେ ଦଳର ସମସ୍ତ ସଦସ୍ୟଙ୍କୁ ରହିବାକୁ ଅନୁରୋଧ କରାଯାଇଛି। ସକାଳ ୧୧ଟାରୁ ଗୃହ ସ୍ଥଗିତ ହେବା ଯାଏଁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ବାର୍ତ୍ତାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। କାରଣ ଏହି ବାର୍ତ୍ତାକୁ କେ ସୁରେଶଙ୍କ ଦ୍ୱାରା ଜାରି କରାଯାଇଛି, ଯିଏକି ବିରୋଧୀ ଦଳର ଲୋକ ସଭା ବାଚସ୍ପତି ପ୍ରାର୍ଥୀ ଅଟନ୍ତି। ଏଥିସହ ଭାଜପା ମଧ୍ୟ ନିଜର ସମସ୍ତ ଏମପିଙ୍କୁ ହ୍ବିପ ଜାରି କରି ଗୃହରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛି।

୧୯୫୨ ପରେ ପ୍ରଥମ ଥର ପାଇଁ ୧୮ତମ ଲୋକ ସଭାରେ ବାଚସ୍ପତି ପଦ ପାଇଁ ଜେରଦାର ଲଢେଇ ହେବାକୁ ଯାଉଛି। ଏନଡିଏର ଓମ ବିର୍ଲାଙ୍କ ସହ I.N.D.I.A ରୁ କେ ସୁରେଶଙ୍କ ସହ ଲଢେଇ ହେବ। ପ୍ରାରମ୍ଭରେ ବାଚସ୍ପତି ପଦ ପାଇଁ ଭାଜପା ନେତୃତ୍ୱାଧୀନ ଏନଡିଏ ଏବଂ ବିରୋଧୀଙ୍କ ମଧ୍ୟରେ ଏକ ସହମତି ଥିବା ପରି ମନେ ହେଉଥିଲା କିନ୍ତୁ ପରେ ଡେପୁଟି ସ୍ପିକର ପଦବୀ ତାଙ୍କୁ ଦିଆଯାଉ ବୋଲି ବିରୋଧୀ ଦାବି କରିଥିଲେ ମଧ୍ୟ ଏନଡିଏ ସର୍ତ୍ତମୂଳକ ସମର୍ଥନ ଗ୍ରହଣ କରିବାକୁ ମନା କରିଦେଇଥିଲା। ଯାହାକୁ ନେଇ ପ୍ରତମ ଥର ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆହୁରି ୧୮ଟଙ୍କା ବଢିଯିବ LPG ସିଲିଣ୍ଡର! ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୬।୮: ଭାରତରେ ଆଗାମୀ ଦିନରେ ଘରୋଇ ଏଲପିଜି (LPG) ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜି (CNG)ର…

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୁପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ମଧ୍ୟ ଏକ…

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ହଠାତ୍‌ ଟାୟାର ହେଲା ବ୍ଲାଷ୍ଟ, ଘାଟିରେ ଓଲଟି ପଡିଲା ଲୁହା ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ…

ମୋହନା,୬।୮ ( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଖାରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମଦଳି ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍‌ ଭାରସାମ୍ୟ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

ତେଲ, ଡାଲିରୁ କ୍ଷୀର ଓ ଚିନି ପର୍ଯ୍ୟନ୍ତ, ରାଶନର ୯୯% ସାମଗ୍ରୀ ମହଙ୍ଗା; ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୬।୮: ୨୦୨୬ ବର୍ଷର ଆରମ୍ଭ ଜୋରଦାର ଭାବେ ହୋଇଥିଲା। କିନ୍ତୁ ଦ୍ୱିତୀୟ ମାସରେ ବିଶ୍ୱରେ ଏଭଳି ଅସ୍ଥିର ପରିସ୍ଥିତି ସୃଷ୍ଟି ହେଲା, ଯାହାର ପ୍ରଭାବ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri