Posted inଜାତୀୟ

ୟୁପି, ବିହାର, ଓଡ଼ିଶାରେ ଏକାକୀ ଲଢୁ କଂଗ୍ରେସ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର ଦଳର ଏକ ନିର୍ଦ୍ଦିଷ୍ଟ ଗ୍ରୁପ୍‌ର ବରିଷ୍ଠ ନେତାମାନଙ୍କୁ ଭେଟି ୨୦୨୪ ସାଧାରଣ ନିର୍ବାଚନ ଲାଗି ରଣନୀତିକାର ପ୍ରଶାନ୍ତ କିଶୋର (ପିକେ) ଦେଇଥିବା ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିଛନ୍ତି। ଦୁଇଦିନ ପୂର୍ବରୁ ପ୍ରଶାନ୍ତ କିଶୋର କଂଗ୍ରେସ ଅଧ୍ୟକ୍ଷାଙ୍କୁ ଭେଟି ସାଧାରଣ ନିର୍ବାଚନ ପାଇଁ ଏକ କାର୍ଯ୍ୟଯୋଜନା ପ୍ରଦାନ କରିଥିଲେ। ଏଥିରେ ସର୍ବପୁରାତନ ଦଳକୁ ୩୭୦ଟି ନିର୍ବାଚନ ମଣ୍ଡଳୀ ଉପରେ ମନୋନିବେଶ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହା ବ୍ୟତୀତ ନିର୍ଦ୍ଦିଷ୍ଟ ରାଜ୍ୟରେ ସମଭାବାପନ୍ନ ଦଳ ସହ ମେଣ୍ଟ କରିବା ଲାଗି ପ୍ରଶାନ୍ତ ପରାମର୍ଶ ଦେଇଛନ୍ତି। ଉତ୍ତରପ୍ରଦେଶ, ବିହାର, ଓଡ଼ିଶାରେ ଦଳ ଏକାକୀ ନିର୍ବାଚନ ଲଢ଼ିବାକୁ ସେ ପ୍ରସ୍ତାବ ଦେଇଥିବାବେଳେ ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରରେ ମେଣ୍ଟ କରିବା ପାଇଁ କହିଛନ୍ତି। ପିକେଙ୍କ ପ୍ରସ୍ତାବରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସହମତ ଥିବା ଏକ ସୂତ୍ରରୁ ଜଣାପଡ଼ିଛି। ସୋନିଆଙ୍କ ୧୦ ଜନପଥ ରୋଡ୍‌ ବାସଭବନରେ ଅନୁଷ୍ଠିତ ବୈଠକରେ ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ବରିଷ୍ଠ ନେତା ମୁକୁଲ ଓ୍ବାସ୍‌ନିକ, ରଣଦୀପ୍‌ ସୁର୍ଜଓ୍ବୋଲା, କେ.ସି. ବେଣୁଗୋପାଳ ଏବଂ ଅମ୍ବିକା ସୋନି ଯୋଗ ଦେଇଥିଲେ। ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସରେ ସାମିଲ କରିବା ଓ ତାଙ୍କ ପ୍ରସ୍ତାବକୁ ନେଇ ଦଳରେ ମତଭେଦ ଥିବା ଜଣାପଡ଼ିଛି। କାରଣ ବିଭିନ୍ନ ରାଜ୍ୟରେ କଂଗ୍ରେସର ପ୍ରତିଦ୍ୱନ୍ଦ୍ୱୀ ଦଳର ନେତାଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ରହିଛି। ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଏବଂ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଅନ୍ୟତମ। ପୂର୍ବରୁ ପିକେଙ୍କ ଟିମ୍‌ ଆଇପିଏସି ମମତା ଏବଂ ଜଗନମୋହନଙ୍କ ପାଇଁ କାର୍ଯ୍ୟ କରିଛି। ପିକେ କଂଗ୍ରେସରେ ଯୋଗଦେବା ନେଇ ଗତବର୍ଷ ଠାରୁ ଚର୍ଚ୍ଚା ହୋଇଆସୁଛି। ଦଳରେ ପରିବର୍ତ୍ତନ ଲାଗି ସେ ଦେଇଥିବା ପ୍ରସ୍ତାବକୁ ରାହୁଲ ଗ୍ରହଣ କରିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ପ୍ରଶାନ୍ତ ବଡ଼ ପରିବର୍ତ୍ତନ ସପକ୍ଷରେ ଥିବାବେଳେ ଗାନ୍ଧୀ ପରିବାର ବରିଷ୍ଠ ନେତାମାନଙ୍କୁ ଛାଡ଼ିବାକୁ ରାଜି ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri