ଭାଜପା ଠାରୁ ଅଧିକ ଖର୍ଚ୍ଚ କରିଛି କଂଗ୍ରେସ, ଆସନ ପିଛା ୧୨କୋଟି!

ନୂଆଦିଲ୍ଲୀ,୨୦।୩: ପାଖେଇ ଆସିଲାଣି ନିର୍ବାଚନ। ଏନେଇ ସବୁ ଦଳ ଅଣ୍ଟା କସିଲେଣି। ସ୍ବାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନରେ ପାଖାପାଖି ସାଢେ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ଏବେ ସବୁ ବଦଳି ଯାଇଛି । ଏବେ ସାଧାରଣ ନିର୍ବାଚନରେ ହଜାରେ-ହଜାରେ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହା ତ କେବଳ ନିର୍ବାଚନ ଆୟୋଗଙ୍କ ଖର୍ଚ୍ଚ। ହେଲେ ରାଜନୈତିକ ପାର୍ଟି ଓ ପ୍ରାର୍ଥୀଙ୍କର ଖର୍ଚ୍ଚ ବିଚାରକୁ ନେଲେ ଯାହାକୁ ଶୁଣି ଆପଣଙ୍କ ଆଖି ଲାଖିଯିବ। ନିର୍ବାଚନ ଜିତିବା ପାଇଁ ଦଳ ଓ ପ୍ରାର୍ଥୀ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥା’ନ୍ତି। ନିର୍ବାଚନ ଆୟୋଗ ପ୍ରାର୍ଥୀଙ୍କର ଖର୍ଚ୍ଚ ସୀମା ଧାଯର୍‌ୟ କରିଛନ୍ତି ହେଲେ ପାର୍ଟି ଉପରେ କୌଣସି ପ୍ରତିବନ୍ଧକ ଲଗାଇ ନ ଥାନ୍ତି। ଜଣାପଡିଛି କି, ଚଳିତ ଭାରତର ନିର୍ବାଚନ ବିଶ୍ୱର ସବୁଠାରୁ ଦାମୀ ନିର୍ବାଚନ ଭାବେ ପରିଗଣିତ ହେବ। ବିଗତ ସାଧାରଣ ନିର୍ବାଚନରେ ଯେତିକି ଖର୍ଚ୍ଚ ହୋଇଛି। ତାହା କିଛି ଦେଶର ଜିଡିପ ସହ ସମାନ।

ସେଣ୍ଟର ଫର ମିଡିଆ ଷ୍ଟଡିଜ ଅନୁସାରେ, ଚଳିତ ନିର୍ବାଚନରେ ୧.୨୦ ଲକ୍ଷ କୋଟି ଖର୍ଚ୍ଚ ହୋଇପାରେ। ଯଦି ଏପରି ହେଉଛି ତେବେ ଏହି ନିର୍ବାଚନ ଦୁନିଆର ସବୁଠାରୁ ଦାମୀ ନିର୍ବାଚନ ଭାବେ ପରିଚିତ ହେବ। ସୂଚନାଥାଉ କି, ପ୍ରତି ପାଞ୍ଚ ବର୍ଷରେ ନିର୍ବାଚନୀ ଖର୍ଚ୍ଚ ପ୍ରତିଥର ଦୁଇଗୁଣ ଅଧିକ ବୃଦ୍ଧି ପାଉଛି। ୨୦୧୯ରେ ନିର୍ବାଚନୀ ଖଚ୍ଚ ୬୦ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୧୪ରେ ୩୦ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଯଦି ଲୋକ ସଭା ନିର୍ବାଚନ ହେଉଛି ତେବେ ଏହାର ସବୁ ଖର୍ଚ୍ଚ କେନ୍ଦ୍ର ସରକାର ଉଠାଇଥାନ୍ତି। ଆଉ ବିଧାନ ସଭାର ସବୁ ଖର୍ଚ୍ଚ ରାଜ୍ୟ ସରକାର ଉଠାଇଥାନ୍ତି। ଆଉ ଯଦି ବିଧାନ ସଭା ଓ ଲୋକ ସଭା ଏକାଠି ହୁଏ ତେବେ କେନ୍ଦ୍ର ଓ ରାଜ୍ୟ ଭାଗବଣ୍ଟା କରି ଖର୍ଚ୍ଚ କରିଥାନ୍ତି।

ଆସୋସିଏଶନ ଡେମୋକ୍ରାଟିକ ରିଫର୍ମର ରିପୋର୍ଟ ଅନୁସାରେ, ୨୦୧୪ରେ ସବୁ ରାଜନୈତିକ ପାର୍ଟି ୬୪୦୫ କୋଟି ଟଙ୍କାର ଚାନ୍ଦା ପାଇଥିଲେ। ସେଥିରୁ ୨୫୯୨ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ସେହିପରି ୨୦୧୯ରେ ଭାଜପା ୧୧୪୨ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ କଂଗ୍ରେସ ୬୨୬ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ସେହିପର୍ଷ ଭାଜପା ୩୦୩ ସିଟ୍‌ ଜିତିଥିଲା। ଏହାକୁ ବିଚାରକୁ ନେଲେ ଭାଜପା ଗୋଟିଏ ଆସନ ପାଇଁ ପ୍ରାୟ ୩.୭୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା। କଂଗ୍ରେସ ୫୨ ସିଟ୍‌ ଜିତିଥିଲା ଅର୍ଥାତ୍‌ ଗୋଟିଏ ସିଟ୍‌ ପିଛା ପ୍ରାୟ ୧୨କୋଟି ଟଙ୍କା ଖର୍ଚ୍ଚ କରିଥିଲା।

ତେବେ ନିର୍ବାଚନ କମିଶନରଙ୍କ ବାଦ୍‌ ରାଜନୈତିକ ପାର୍ଟି ଓ ପ୍ରାର୍ଥୀ ଅଲଗା ଅଲଗା ଖର୍ଚ୍ଚ କରିଥାନ୍ତି। ଇସି ପ୍ରାର୍ଥୀଙ୍କ ପାଇଁ ୯୫ଲକ୍ଷ ଟଙ୍କାର ସୀମା ଧାର୍ଯ୍ୟ ରଖିଛନ୍ତି। କିନ୍ତୁ ରାଜନୈତିକ ପାର୍ଟି ପାଇଁ କୌଣସି ସୀମା ଧାର୍ଯ୍ୟ କରାଯାଇ ନାହିଁ। ରାଜନୈତିକ ପାର୍ଟି ସବୁଠାରୁ ଅଧିକ ଖର୍ଚ୍ଚ ଏହି ୩ଟି ଜିନିଷରେ କରନ୍ତି। ପବ୍ଲିସିଟି, ପ୍ରାର୍ଥୀ ଓ ଟ୍ରାଭେଲିଂ। ପ୍ରଚାର ସମୟରେ ଯାତାୟତ ପାଇଁ ବିଭିନ୍ନ ଗାଡି ବ୍ୟବହୃତ ହୋଇଥାଏ। ୨୦୧୯ରେ ଭାଜପା ଟ୍ରାଭେଲିଂରେ ୨୫୦କୋଟି ଟଙ୍କା ଖର୍ଚ୍ଚ କରିଛି। ସେହିପରି ପ୍ରଚାରପ୍ରସାର ପାଇଁ ଭାଜପା ୬୫୦ କୋଟି ଖର୍ଚ୍ଚ କରିଥିବାବେଳେ କଂଗ୍ରେସ ୪୭୬କୋଟି ଟଙ୍କା ଖର୍ଚ୍ଚ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଆରମ୍ଭ ୬ ହଜାରରୁ ହେଲେ ଏବେ ୧୩ ପ୍ଲଟ୍‌, ଲକ୍‌ରରେ କୋଟି କୋଟି ଟଙ୍କା ; ଆଇଟିଡିଏ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି…

ଭୁବନେଶ୍ୱର/ବାଲିଗୁଡ଼ା,୬।୬(ତ୍ରିନାଥ ମହାନ୍ତି/ ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିିରି ଆରମ୍ଭ କରିଥିଲେ ୬ ହଜାର ଟଙ୍କାରେ। ହେଲେ ସେ କିଛି ଦିନ ପରେ ଆୟଠାରୁ ଢେର ପରିମାଣର ଅଧିକ…

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

କାଳବୈଶାଖୀରେ ଭାଙ୍ଗିଲା ଘର କାନ୍ଥ, ବାସହରା ହୋଇପଡ଼ିଛନ୍ତି ବୈବସତଙ୍କ ପରିବାର

ରିଷିଡ଼ା,୬ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ବୈବସତ ରଣା ପିତା ସତ୍ୟ ରଣାଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ…

ମାଡ଼ି ଆସିଲା କାଳବୈଶାଖୀ: କେଇ ମିନିଟରରେ ଛାରଖାର ହୋଇଗଲା ଜନତା ମଇଦାନ

ଭୁବନେଶ୍ବର,୬।୬: ରାଜଧାନୀ ଭୁବନେଶ୍ବରରେ ମାଡ଼ି ଆସିଲା କାଳବୈଶାଖୀ। କେଇ ମିନିଟର ଝଡତୋଫାନ ବର୍ଷାରେ ଛାରଖାର ହୋଇଗଲା ଜନତା ମଇଦାନ। ଜନତା ମଇଦାନରେ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ପାଇଁ…

କାହିଁକି ପାକିସ୍ତାନରେ ବାରମ୍ବାର କମୁଛି ପେଟ୍ରୋଲ ଦର? ପୁଣି ୪ ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଡିଜେଲ ଦର ଅପରିବର୍ତ୍ତିତ

ଇସଲାମାବାଦ,୬।୬: ଇରାନ-ଆମେରିକା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ସଙ୍କଟ ମଧ୍ୟରେ, ପାକିସ୍ତାନ ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୪ ଟଙ୍କା ହ୍ରାସ କରି ଜନସାଧାରଣଙ୍କୁ କିଛି…

୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! IMDର ପୂର୍ବାନୁମାନ

ଭୁବନେଶ୍ୱର,୬।୬: ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! ପ୍ରବଳ ଗରମ ଓ ଗୁଳୁଗୁଳିରୁ ଶୀଘ୍ର ମିଳିପାରେ ମୁକ୍ତି। ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା…

ବ୍ରିଜ ଉପରୁ ୪୦ ଫୁଟ ତଳକୁ ଡେଇଁ ଆତ୍ମହତ୍ୟା କଲେ ବ୍ୟକ୍ତି

ପାଟଣା,୬ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟ ବୈତରଣୀ ନଦୀ ବ୍ରିଜ୍‌ ଉପରୁ ୪୦ଫୁଟ ତଳକୁ ଶନିବାର ୨ଟା ବେଳେ ଡେଇଁ ଜଣେ ୫୫ ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri