ଶେଷରେ ବାଇଡେନ୍‌ଙ୍କ ବିଜୟରେ ଲାଗିଲା ମୋହର: ୨୦ରେ ଶପଥ ଗ୍ରହଣ

ଓ୍ବାଶିଂଟନ୍‌,୭।୧: ବହୁ ବାଦବିବାଦ ଏବଂ ହିଂସାକାଣ୍ଡ ପରେ ଶେଷରେ ଆମେରିକା କଂଗ୍ରେସ ଜୋ ବାଇଡେନ୍‌ଙ୍କ ବିଜୟରେ ମୋହର ମାରିଛି। ଆମେରିକା ସଂସଦ ଗୁରୁବାର ବାଇଡେନଙ୍କ ବିଜୟକୁ ସୁନିଶ୍ଚିତ କରିଥିବାରୁ ସେ ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ଅନ୍ୟବକ୍ଷରେ ଆମେରିକା କଂଗ୍ରେସ ବାଇଡେନଙ୍କ ବିଜୟରେ ମୋହର ମାରିଥିବାରୁ ଟ୍ରମ୍ପ ନିଜର ପରାଜୟ ସ୍ବୀକାର କରି ସେ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବେ ବୋଲି କହିଛନ୍ତି। ଆମେରିକା ସଂସଦର ବୈଠକରେ ଉପରାଷ୍ଟ୍ରପତି ମାଇକ ପେନ୍ସ ଇଲେକ୍ଟୋରାଲ ଭୋଟ ଗଣତି କରିଥିଲେ। ଗଣତି ବେଳେ ବାଇଡେନଙ୍କ ସପକ୍ଷରେ ୩୬୦ଟି ଇଲେକ୍ଟୋରାଲ ଭୋଟ ଥିବା ସେ ଘୋଷଣା କରିଥିଲେ। ସେହିପରି ଟ୍ରମ୍ପଙ୍କ ସପକ୍ଷରେ ୨୩୨ଟି ଇଲେକ୍ଟୋରାଲ ଭୋଟ ପଡିଥିଲା। ସୂଚନାଯୋଗ୍ୟ, ସିନେଟର ବୈଠକ ବସିଥିବା ବେଳେ କ୍ୟାପିଟାଲ ବିଲ୍ଡିଂ ପରିସରରେ ପ୍ରବଳ ହିଂସାକାଣ୍ତ ଘଟିଥିଲା। ଟ୍ରମ୍ପଙ୍କ ସମର୍ଥକମାନେ ସଂସଦ ବିଲଡିଂରେ ଧସେଇ ପସିବାରୁ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୁଚାରେ କଟା ହାତ: ନେଲ୍‌ପଲିସରୁ ମିଳିଲା ପରିଚୟ

କିଭ୍‌,୯ା୪: ୟୁକ୍ରେନ୍‌ର ବୁଚା ଗଣହତ୍ୟା ପରେ ଅନେକ ହୃଦୟବିଦାରକ ଛବି ସାମ୍ନାକୁ ଆସିବାରେ ଲାଗିଛି। ତନ୍ମଧ୍ୟରୁ ଏକ କଟା ହାତର ଫଟୋ ଏବେ ଭାଇରାଲ ହୋଇଛି।...

ବାଫ୍‌ଟାରେ ‘ନୋମାଡ୍‌ଲାଣ୍ଡ’ର ଯାଦୁ

ଲଣ୍ଡନ, ୧୩।୪: ନିର୍ଦ୍ଦେଶକ କ୍ଲୋ ଜାଓଙ୍କ ଫିଲ୍କ ‘ନୋମାଡଲାଣ୍ଡ’ ସର୍ବଶ୍ରେଷ୍ଟ ଫିଲ୍ମ ସମେତ ୪ ପୁରସ୍କାର ଜିତି ବିଏଏଫ୍‌ଟିଏ ବା ବାଫ୍‌ଟା ଫିଲ୍ମ ପୁରସ୍କାର-୨୦୨୧ରେ ଶୀର୍ଷ...

ଜନ୍ମ ଦିନର ଉପହାର: ଜୁଲାଇ ୧୨ ତାରିଖ ଘୋଷଣା ହେଲା ‘ମଲାଲା ଦିବସ’

ଜେନେଭା,୧୨।୭: ମାତ୍ର ୧୭ ବର୍ଷ ବୟସରେ ନୋବେଲ ପୁରସ୍କାର ପାଇଥିବା ମଲାଲା ୟୁସୁଫଜାଇଙ୍କର ଆଜି ହେଉଛି ଜନ୍ମଦିନ। ଏହିଦିନ ଅବସରରେ ଜାତିସଂଘ ମଲାଲାଙ୍କୁ ସମ୍ମାନ ଜଣାଇ...

ଜେଲନ୍‌ସ୍କିଙ୍କ ଦାବି ସ୍ୱାଧିନତା ଦିବସରେ ୟୁକ୍ରେନରେ ୨୨ଲୋକଙ୍କ ମୃତ୍ୟୁ, ୫୦ ଆହତ

କ୍ୱିଭ,୨୫ ।୮: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲନ୍‌ସ୍କି ଅଗଷ୍ଟ ୨୪ରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦକୁ କହିଛନ୍ତି ‘ରୁଷିଆ ସେନା ୟୁକ୍ରେନର ସ୍ୱାଧିନତା ଦିବସରେ ନିପ୍ରୋପେଟ୍ରୋବସ୍କ...

ଆଜି ବିଶ୍ୱର ଜନସଂଖ୍ୟା ହେବ ୮ ଅରବ: ରିପୋର୍ଟ

ଲଣ୍ଡନ,୧୫ ।୧୧: ବିଶ୍ୱର ଜନସଂଖ୍ୟା ଆଜି ଅର୍ଥାତ୍ ୧୫ ନଭେମ୍ବରରେ ୮ ଅରବ ହୋଇଯିବ । ମିଳିତ ଜାତିସଂଘର ରିପୋର୍ଟରେ ଦାବି କରାଯାଇଛି କି ପୃଥିବୀରେ...

ଦେଶ ଛାଡ଼ିଲେ ପୂର୍ବତନ ମିସ୍‌ ୟୁକ୍ରେନ, ବଖାଣିଲେ ଯନ୍ତ୍ରଣା

କ୍ୱିଭ୍‌,୯ା୩: ରୁଷିଆ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ୟୁକ୍ରେନ ଛାଡ଼ି ଚାଲି ଆସୁଛନ୍ତି। ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ବାସହୀନ ହୋଇପଡ଼ିଛନ୍ତି। ଲକ୍ଷ...

କାବୁଲ ବିସ୍ଫୋରଣ: ଷଡ଼ଯନ୍ତ୍ରକାରୀ ନିହତ

ଓ୍ବାଶିଂଟନ, ୨୯।୮: ଆଫଗାନିସ୍ତାନର କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ଇସ୍‌ଲାମିକ ଷ୍ଟେଟ୍‌ ଖୋରାସାନ (ଆଇଏସ୍‌-କେ) ବିସ୍ଫୋରଣ ଘଟାଇବାର ୪୮ ଘଣ୍ଟା ନ ପୂରୁଣୁ ଆମେରିକା ଜବାବୀ...

ରୁଷିଆର ପ୍ରଥମ ଭାସମାନ ନ୍ୟୁକ୍ଲିୟର ପ୍ଲାଣ୍ଟ

ରୁଷିଆ ପ୍ରଥମେ ତା’ର ଭାସମାନ ନ୍ୟୁକ୍ଲିୟର ପ୍ଲାଣ୍ଟ ନିର୍ମାଣ ଶେଷ କରି ସେଥିରୁ ବିଦ୍ୟୁତ ଉପତ୍ାଦନ ଲାଗି ଯୋଜନା ବି ଚୂଡାନ୍ତ କରିଛି। ସୁନାମୀ ଓ...

Advertisement
Archives

Model This Week