Posted inଜାତୀୟ

ବିରୋଧୀ ଏକତାକୁ ନେଇ କଥା ହେବାକୁ ନୀତୀଶ ଡାକିଥିବା ବୈଠକରେ ଯୋଗ ଦେବ କଂଗ୍ରେସ, ହେଲେ…

ନୂଆଦିଲ୍ଲୀ,୧।୬: ଆସନ୍ତା ବର୍ଷରେ ହେବାକୁ ଯାଉଥିବା ଲୋକ ସଭା ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ବିରୋଧରେ ଏକଜୁଟ ହେବାକୁ ଚେଷ୍ଟା ଜାରି ରହିଛି। ବିରୋଧୀ ଦଳର ଆଗକୁ ଥିବା ରାଜନିତିକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର୧୨ ଜୁନରେ ପାଟନାରେ ଏକ ବୈଠକ ଡାକିଛନ୍ତି। ଏହାରି ଭିତରେ ବିଶେଷ ସୂୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକରେ କଂଗ୍ରେସ ସାମିଲ ହେବ ହେଲେ କେତେଜଣ ବଡ ବଡ ନେତା ଏଥିରେ ସାମିଲ ହେବ ନାହିଁ। ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି କି କଂଗ୍ରେସ ବୈଠକର ତାରିଖ ବଢାଇବାକୁ ଅନୁରୋଧ କରିଥିଲା।

ବିରୋଧୀଙ୍କୁ ଏକାଠି କରିବାକୁ ନୀତୀଶ କୁମାର କିଛିଦିନ ହେବ ନିରନ୍ତର ବୈଠକ କରୁଛନ୍ତି। ସେ ଅତୀତରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ଏହା ପରେ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନସିପି ସଭାପତି ଶରଦ ପାୱାର ଏବଂ ଉଦ୍ଧବ ଠାକରେଙ୍କ ସମେତ ଅନେକ ନେତାଙ୍କୁ ଭେଟିଥିଲେ। ଏଥିରେ ସମସ୍ତେ କହିଥିଲେ ଯେ ବିରୋଧୀ ଦଳ ଏକାଠି ହେବା ଆବଶ୍ୟକ। ଏହି କାରଣରୁ ଶୀଘ୍ର ବୈଠକ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଦୁର୍ଘଟଣା ମାମଲାରେ ନୂଆ ଟୁଇଷ୍ଟ: ଦୁର୍ଘଟଣା ଖବରକୁ ଖଣ୍ଡନ କଲେ ରାଜ୍ୟ ସରକାର, କହିଲେ…

ରାୟପୁର,୨୦।୪: ଛତିଶଗଡ଼ର ଜଶପୁର ଜିଲାର ନାରାୟଣପୁର ପାହାଡ଼ ନିକଟରେ ବିମାନ ଦୁର୍ଘଟଣାର ଖବରକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭ୍ରାମକ ବୋଲି କହି ଏହାକୁ ଅସ୍ବୀକାର କରିଛନ୍ତି। କଲେକ୍ଟର…

କୋର୍ଟ ପରିସରରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଖଣ୍ଡାଧରି ଆତଙ୍କିତ…

ଵ୍ରହ୍ମପୁର,୨୦।୪(ସୁବାସ ଚନ୍ଦ୍ର ପାଢ଼ୀ): କୋର୍ଟ ପରିସରରେ ହାତରେ ଖଣ୍ଡା ଧରି ଜଣେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଲୋକଙ୍କୁ ଗାଳିଗୁଲଜ ସହ ଭୟଭୀତ କରିବା ଅଭିଯୋଗରେ ପୋଲିସ…

ଆସୁଥିଲେ ଅଜା-ନାତି, ଧକ୍କା ଦେଲା ଅଟୋ: ଆଉ ତା’ପରେ ଘଟିଲା…

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଗାଲେରୀ ଗ୍ରାମ ପୂର୍ବରୁ ଏକ ଅଟୋ ଓ ବାଇକ ମଧ୍ୟରେ ସୋମବାର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ…

ଭାରସାମ୍ୟ ହରାଇ ପିଟି ହେଲା ବାଇକ୍, ଗଛରେ ଲାଗିଗଲା ମୁଣ୍ଡର ଖପୁରି

ମୋହନା,୨୦।୪(ମନ୍ମଥ ମିଶ୍ର): ଭାରସାମ୍ୟ ହରାଇ ଗଛକୁ ପିଟି ହେଲା ବାଇକ୍ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଡେକାପଙ୍କା…

ଗଛରେ ପିଟି ହୋଇ ବିମାନ ଦୁର୍ଘଟଣାଗ୍ରସ୍ତ

ରାୟପୁର,୨୦।୪: ଛତିଶଗଡ଼ର ଜଶପୁର ଜିଲାର ନାରାୟଣପୁରର ରତନପହଲି ଜଙ୍ଗଲରେ ଏକ ଗଛରେ ପିଟି ହୋଇ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଦ୍ଧାର କାର୍ଯ୍ୟ ସମୟରେ ଖୁରାସଗଡ଼ା ଗାଁ…

ପୁଣି ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣରେ ବିରୁଷ୍କା: ୫ ମାସ ମଧ୍ୟରେ ତୃତୀୟଥର ପାଇଁ…

ନୂଆଦିଲ୍ଲୀ,୨୦।୪: IPL 2026ରେ ଚମତ୍କାର ପ୍ରଦର୍ଶନ କରୁଥିବା RCBର କିମ୍ବଦନ୍ତୀ ବ୍ୟାଟସମ୍ୟାନ ବିରାଟ କୋହଲି IPL ମଝିରୁ ସମୟ ବାହାର କରି କୋହଲି ସ୍ତ୍ରୀ ଅନୁଷ୍କାଙ୍କ ସହିତ…

ଇରାନ ବୈଦେଶିକ ମନ୍ତ୍ରଣାଳୟର ବଡ଼ ବୟାନ; ବ୍ଲେମ୍ ଗେମ୍ ଖେଳୁଛି ଆମେରିକା, ଆଉ ଆଲୋଚନା ପାଇଁ…

ତେହରାନ,୨୦।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଥମିବାର କୌଣସି ସଙ୍କେତ ଦେଖାଯାଉ ନାହିଁ । ଏହାରି ଭିତରେ ଇରାନ ସ୍ପଷ୍ଟ ଭାବରେ କହିଛି ଯେ ବର୍ତ୍ତମାନ ଆମେରିକା…

ମୋତେ ଭାରତ ପକ୍ଷରୁ ଖେଳିବାକୁ ମିଳିଥିଲା ଅଫର୍‌: ସାଂଘାତିକ ଖୁଲାସା କଲେ ରଶିଦ ଖାନ

ନୂଆଦିଲ୍ଲୀ,୨୦।୪: ଆଫଗାନିସ୍ତାନର ଅଲରାଉଣ୍ଡର ରଶିଦ ଖାନ କ୍ରିକେଟ ଜଗତରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କୁ ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ସ୍ପିନରମାନଙ୍କ ମଧ୍ୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri