ଗୋଟିଏ ଫିଲ୍ମରେ ମାଧୁରୀଙ୍କ ସହ କାମ କରିବାକୁ ମନା କରିଥିଲେ ଗୋବିନ୍ଦା, ଏହା ପଛରେ ଥିଲା ବଡ଼ କାରଣ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଗୋବିନ୍ଦା ଏବଂ ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ଆପଣ ନିଶ୍ଚିତ ଭାବରେ ରୁପେଲି ପରଦାରେ ଉଭୟଙ୍କୁ ଏକାଠି ଦେଖିଥିବେ। ସେମାନଙ୍କ ଅଭିନୟ କ୍ୟାରିୟରରେ ଉଭୟେ ‘ପାପ୍‌ କା ଅନ୍ତ’, ‘ମହାସଂଗ୍ରାମ’, ‘ଇଜ୍ଜତଦାର’ ଏବଂ ‘ବଡେ ମିୟାଁ ଛୋଟେ ମିୟାଁ’ ଭଳି ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ଏହି ଫିଲ୍ମଗୁଡ଼ିକରେ ସେମାନଙ୍କ ଯୋଡ଼ିଙ୍କୁ ଦର୍ଶକେ ମଧ୍ୟ ବହୁତ ପସନ୍ଦ କରିଛନ୍ତି। କିନ୍ତୁ ଗୋବିନ୍ଦା ଏକ ଫିଲ୍ମରେ ମାଧୁରୀଙ୍କ ସହ କାମ କରିବାକୁ ମନା କରିଦେଇଥିଲେ। ତେବେ ଏହା ପଛରେ ଏକ ବଡ଼ କାରଣ ଥିଲା। ଜାଣନ୍ତୁ ସେ ସମ୍ପର୍କରେ…

 

Govinda Revealed He Proposed Madhuri Dixit For Marriage, Watch Video | Govinda Proposed Madhuri Dixit: जब गोविंदा ने माधुरी दीक्षित को शादी के लिए किया था प्रपोज तो एक्ट्रेस ने दिया था

୧୯୮୯ରେ ଯେତେବେଳେ ଗୋବିନ୍ଦା ଏବଂ ମାଧୁରୀଙ୍କୁ ‘ପାପ୍‌ କା ଅନ୍ତ’ ଫିଲ୍ମ ପାଇଁ ଏକାଠି କାମ କରିବାକୁ ସାଇନ୍‌ କରାଯାଇଥିଲା, ସେତେବେଳେ ଗୋବିନ୍ଦା ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲେ। ସେ ନିର୍ଦ୍ଦେଶକଙ୍କୁ ସ୍ପଷ୍ଟ ଭାବରେ କହିଥିଲେ ଯେ, ତୁମେ ମୋତେ ରଖ କିମ୍ବା ମାଧୁରୀଙ୍କୁ ରଖ। ମୁଁ ତାଙ୍କ ସହ କାମ କରିବି ନାହିଁ। ଅବଶ୍ୟ ପରେ ରାଜେଶ ଖାନ୍ନା ଗୋବିନ୍ଦାଙ୍କୁ ବହୁତ ବୁଝାଇଥିଲେ। ଗୋବିନ୍ଦା ରାଜେଶ ଖାନ୍ନାଙ୍କୁ ବହୁତ ଭଲ ପାଉଥିଲେ ତେଣୁ ସେ ତାଙ୍କ କଥାକୁ ଏଡ଼ାଇ ପାରି ନ ଥିଲେ। ପରେ ଗୋବିନ୍ଦା ମାଧୁରୀଙ୍କ ସହ ଫିଲ୍ମରେ କାମ କରିବାକୁ ରାଜି ହୋଇଥିଲେ ଏବଂ ଉଭୟଙ୍କୁ ପରେ ଏକାଠି ଅନେକ ଫିଲ୍ମରେ ଦେଖିବାକୁ ମିଳିଥିଲା।

ତେବେ ଗୋବିନ୍ଦା ମନା କରିବାର କାରଣ ଥିଲା ଯେତେବେଳେ ମାଧୁରୀ ଦୀକ୍ଷିତ ତାଙ୍କ କ୍ୟାରିୟର୍‌ ଆରମ୍ଭ କରିଥିଲେ, ସେତେବେଳେ ଗୋବିନ୍ଦା ତାଙ୍କୁ ବହୁତ ସାହାଯ୍ୟ କରିଥିଲେ। ଗୋବିନ୍ଦାଙ୍କ ଯୋଗୁ ମାଧୁରୀ ମଧ୍ୟ ‘ସଦା ସୁହାଗନ’ ଫିଲ୍ମରେ କାମ କରିବାର ସୁଯୋଗ ପାଇଥିଲେ। ଫିଲ୍ମର ଆଉଟ୍‌ଡୋର୍‌ ଶୁଟିଂ ମଧ୍ୟ କରାଯାଇଥିଲା। ଏହି ସମୟରେ ଯେତେବେଳେ ମାଧୁରୀ ନିର୍ଦ୍ଦେଶକ ସୁଭାଷ ଘାଇଙ୍କୁ ଭେଟିଥିଲେ, ଯିଏ ସେହି ସମୟରେ ଜଣେ ଜଣାଶୁଣା ନିର୍ଦ୍ଦେଶକ ଥିଲେ। ସୁଭାଷ ତାଙ୍କ ଫିଲ୍ମ ପାଇଁ ମାଧୁରୀଙ୍କୁ ବହୁତ ପସନ୍ଦ କରିଥିଲେ। ସେ ମାଧୁରୀଙ୍କୁ ‘ଉତ୍ତର-ଦକ୍ଷିଣ’ ଫିଲ୍ମରେ କାମ କରିବାକୁ ପ୍ରସ୍ତାବ ଦେଇଥିଲେ। ମାଧୁରୀ ସେତେବେଳେ ଗୋବିନ୍ଦାଙ୍କ ସହ ଫିଲ୍ମ ଛାଡ଼ି ସୁଭାଷ ଘାଇଙ୍କ ଫିଲ୍ମ ‘ଉତ୍ତର-ଦକ୍ଷିଣ’ରେ ବ୍ୟସ୍ତ ରହିଲେ। ଯେଉଁଟା ଗୋବିନ୍ଦାଙ୍କୁ ବହୁତ ଖରାପ ଲାଗିଥିଲା। କିନ୍ତୁ ଗୋବିନ୍ଦାଙ୍କ ଫିଲ୍ମ ‘ସଦା ସୁହାଗନ’ ସୁପରହିଟ୍‌ ହୋଇଥିବା ବେଳେ ‘ଉତ୍ତର-ଦକ୍ଷିଣ’ ଫ୍ଲପ୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?