ଯଥାର୍ଥତା ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ

ଯାଜପୁର ଅଫିସ,୧।୬: ହାୱାଡା-ଚେନ୍ନାଇ ମୁଖ୍ୟ ରେଳଲାଇନରେ ଥିବା ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନର ନାମ ପରିବର୍ତ୍ତନ ପ୍ରସ୍ତାବ ଚୂଡ଼ାନ୍ତ ହୋଇ ପାରିନାହିଁ। ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ସବିଶେଷ ଯଥାର୍ଥତା (ଜଷ୍ଟିଫିକେଶନ) ରିପୋର୍ଟ ଦାଖଲ ହୋଇ ପାରି ନ ଥିବାରୁ ଏହି ପ୍ରସ୍ତାବ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଅଟକି ରହିଛି। ଏହି ମର୍ମରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପତ୍ରସଂଖ୍ୟା ୧୨୭୭/୯ା୨ା୨୦୨୧ରେ ଯାଜପୁର ଜିଲାପାଳଙ୍କୁ ଅନୁରୋଧ କରାଯାଇଥିଲେ ହେଁ ତାହା ଏଯାଏ କାର୍ଯ୍ୟକାରୀ ହୋଇ ପାରିନାହିଁ। ଏହି କ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗ ଉପ ସଚିବ ଦୁର୍ଗାଚରଣ ସାହୁ ପୁଣି ଗତ ୨୭ ତାରିଖରେ ନାମ ପରିବର୍ତ୍ତନ ସଂକ୍ରାନ୍ତରେ ସବିଶେଷ ଯଥାର୍ଥତା ରିପୋର୍ଟ ମାଗିଛନ୍ତି। ଜିଲା ପ୍ରଶାସନର ଅବହେଳାରୁ ଷ୍ଟେଶନର ନାମ ପରିବର୍ତ୍ତନ ପ୍ରସ୍ତାବରେ ସୀମିତ ରହିଥିବା ଏଥିରୁ ସ୍ପଷ୍ଟ ହେଉଛି ବୋଲି ମତପ୍ରକାଶ ପାଇଛି।
କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରରେ ଥିବା ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେଶନର ନାମ ଥିଲେ ହେଁ ଏଠାରୁ କେନ୍ଦୁଝର ଜିଲାକୁ ଗୋଟିଏ ବି ଟ୍ରେନ ଚଳାଚଳ କରୁନାହିଁ ା ଏହି ନାମ ଇଂରେଜ ଅମଳରୁ ରହି ଆସିଛି। ତେଣୁ ସେହି ନାମ ପରିବର୍ତ୍ତନ କରି ଯାଜପୁର ରେଳ ଷ୍ଟେଶନ ନାମରେ ନାମିତ କରିବାକୁ ୨୦୧୮ ଅକ୍ଟୋବର ଓ ନଭେମ୍ବର ୩୦ରେ ତତ୍କାଳୀନ ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଦିଲ୍ଲୀର ବାରଡପୁରରେ ରହୁଥିବା ହରିଶ୍ଚନ୍ଦ୍ର ସାହୁ ପତ୍ର ମାଧ୍ୟମରେ ଦାବି କରିଥିଲେ ା ଏପରି କି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଏନେଇ ୨୦୧୯ ଜୁଲାଇ ୨୨ରେ ପତ୍ର ଲେଖିଥିଲେ ା ଦାବିପତ୍ରରେ ସେ ଦର୍ଶାଇଥିଲେ ଯେ, ଇଷ୍ଟକୋଷ୍ଟ ରେଲୱେର ଖୋର୍ଦ୍ଧା ଡିଭିଜନ ଅନ୍ତର୍ଗତ ଯାଜପୁର ଜିଲାର ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେଶନର ନାମ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ା ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେଶନର ନାମ ସମ୍ପୂର୍ଣ୍ଣ ଭୁଲ ା କେନ୍ଦୁଝର ଜିଲାକୁ ପୂର୍ବରୁ ରେଳଲାଇନ ଯାଇଛି ଓ କେନ୍ଦୁଝର ରୋଡ ଷ୍ଟେଶନ ନାମ ରହିଛି, ଯାହାକି କେନ୍ଦୁଝର ଜିଲା ଅନ୍ତର୍ଗତ ା ଗତ ଦଶନ୍ଧି ହେଲା ଏହି ଷ୍ଟେଶନ ପ୍ରତିଷ୍ଠା ହୋଇଥିଲା ା ଯାଜପୁର ଓ କେନ୍ଦୁଝର ଜିଲା ସମ୍ପୂର୍ଣ୍ଣ ଅଲଗା ା ଯାଜପୁର-କେନ୍ଦୁଝରରୋଡ ନାମ କେନ୍ଦୁଝର ଜିଲା ଅନ୍ତର୍ଗତ ବୋଲି ମନେହେଉଛି ା ଯେହେତୁ ଯାଜପୁର ଜିଲା ଏକ ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇ ସାରିଛି, ତେଣୁ ଏହି ଷ୍ଟେଶନର ନାମରେ କେନ୍ଦୁଝର ଯୋଡିବାର ଆଉ ଆବଶ୍ୟକତା ନାହିଁ ା ଗୋଟିଏ ଷ୍ଟେଶନର ନାମରେ ଦୁଇଟି ଜିଲାର ନାମ ରହିବା ଆଦୌ ଯୁକ୍ତିଯୁକ୍ତ ନୁହେଁ ା ତେଣୁ ଜିଲା ଅନୁସାରେ ଏହି ଷ୍ଟେଶନର ନାମ ଯାଜପୁର ନାମରେ ନାମିତ କରିବାକୁ ସାହୁ ଦାବି କରିଥିଲେ ା ଏହାପରେ ଭାଜପା ବ୍ୟାସଦେବ ମଣ୍ଡଳ, ବ୍ୟାସନଗର ପକ୍ଷରୁ ଏହି ଷ୍ଟେଶନର ନାମ ଯାଜପୁରରୋଡ କିମ୍ବା ଡୋଲିପୁର ନାମରେ ନାମିତ କରିବାକୁ ଇଷ୍ଟକୋଷ୍ଟ ରେଲୱେ ଡିଆରଏମ୍‌ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଅନ୍ୟଥା ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନ ସମ୍ମୁଖରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସ୍ମାରକପତ୍ରରେ ଚେତାବନୀ ଦିଆଯାଇଥିଲା। ଏହି ଦାବି ଉପରେ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ସବିଶେଷ ଭାବେ ସମୀକ୍ଷା କରାଯାଇଥିଲା। କିନ୍ତୁ ରେଲୱେ ବୋର୍ଡର କମର୍ସିଆଲ ସର୍କୁଲାର-୧୨ ନମ୍ବର/୧୭ା୫ା୧୯୯୯ ଅନୁସାରେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ବିଭାଗ ଏକାକୀ ନାମ ପରିବର୍ତ୍ତନ କରିବାକୁ ମଞ୍ଜୁର ଦେଇପାରିବେ ନାହିଁ ବୋଲି ସେତେବେଳେ ବିଭାଗ ପକ୍ଷରୁ ଦର୍ଶାଯାଇଥିଲା ା ଏହାପରେ ପ୍ରସ୍ତାବଟି ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇ ଗୃହ ମନ୍ତ୍ରଣାଳୟକୁ ଅନୁମୋଦନ ଯିବା ଉଚିତ୍‌ ବୋଲି ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହି କ୍ରମରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପଦକ୍ଷେପ ନେବା ଆରମ୍ଭ କରି ଯାଜପୁର ଜିଲାପାଳଙ୍କ ମତାମତ ଲୋଡିଥିଲେ। ତେଣୁ ଗତ ୨୭ ତାରିଖରେ ଜିଲାପାଳଙ୍କୁ ଦେଇଥିବା ପତ୍ରରେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଉପରେ ଅନୁପାଳନ ରିପୋର୍ଟ ଗ୍ରହଣ ହୋଇ ନ ଥିବାରୁ ଏଯାଏ ଷ୍ଟେଶନର ନାମ ପରିବର୍ତ୍ତନ ଚୂଡ଼ାନ୍ତ ହୋଇ ପାରିନାହିଁ ବୋଲି ଦର୍ଶାଯାଇଛି।
ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରେ ସେ କହିଛନ୍ତି, ଗତବର୍ଷ ରେଳଷ୍ଟେଶନର ନାମ ପରିବର୍ତ୍ତନ କରିବାକୁ ତଥ୍ୟ ଭିତ୍ତିକ ଯଥାର୍ଥତା ରିପୋର୍ଟ ପଠାଇଥିଲୁ। କିନ୍ତୁ ରେଳ ବିଭାଗ ପାଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ। ଯଦି ପୁଣି ନିର୍ଦ୍ଦେଶ ପତ୍ର ଆସିଛି, ଆଉ ଥରେ ରିପୋର୍ଟ ପ୍ରସ୍ତୁତ କରି ନିଶ୍ଚିତ ଭାବେ ପଠାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?